ସିସିଡି ପ୍ରତିଷ୍ଠାତାଙ୍କ ଓଡ଼ିଶା ଲିଙ୍କ୍‌: ଏମ୍‌ସିଏଲ୍‌ର ୨ ଖଣିରେ କାମ କରୁଛି ଲଜିଷ୍ଟିକ୍‌ କମ୍ପାନୀ

ଭୁବନେଶ୍ୱର,୧ା୮ (ବ୍ୟୁରୋ): ଋଣ ଚାପରେ ଆତ୍ମହତ୍ୟା କରିଥିବା କ୍ୟାଫେ କଫି ଡେ (ସିସିଡି) ମାଲିକ ଭି.ଜି.ସିଦ୍ଧାର୍ଥଙ୍କ ଓଡିଶା ଲିଙ୍କ୍‌ ରହିଛି। ତାଙ୍କର ସିକାଲ ଲଜିଷ୍ଟିକ କମ୍ପାନୀ ରାଜ୍ୟର ମହାନଦୀ କୋଲ୍‌ ଫିଲ୍ଡସ ଲିମିଟେଡ(ଏମ୍‌ସିଏଲ୍‌)ର ୨ ଖଣିରେ ଏବେ କାର୍ଯ୍ୟ କରୁଛି। ତାଳଚେରର ହିଙ୍ଗୁଳା କୋଇଲା ଖଣିରେ ୨୬.୭୨ ନିୟୁତ ଟନ୍‌ କୋଇଲା ଉତ୍ତୋଳନ ଲାଗି ୩୬୩ କୋଟି ଟଙ୍କାର କଣ୍ଟ୍ରାକ୍ଟ କମ୍ପାନୀ ଲାଭ କରିଥିଲା। ସେହିଭଳି ଭରତପୁର କୋଇଲା ଖଣିରେ ୪୧ ନିୟୁତ ଟନ୍‌ ଉତ୍ତୋଳନ ଲାଗି ଏହି କମ୍ପାନୀକୁ ୨୮୮ କୋଟି ଟଙ୍କାର କଣ୍ଟ୍ରାକ୍ଟ ମିଳିଥିଲା ବୋଲି ସୂଚନା ରହିଛି। ଏହି ମଲ୍ଟି ମୋଡାଲ ଲଜିଷ୍ଟିକ କମ୍ପାନୀ ରାଜ୍ୟରେ ଦୁଇ କଣ୍ଟ୍ରାକ୍ଟ ବାବଦରେ ପ୍ରାୟ ୭୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱର କାର୍ଯ୍ୟ ହାସଲ କରିଥିଲା। କୋଇଲା ଖଣିରେ ବିଭିନ୍ନ କାର୍ଯ୍ୟ ପାଇଁ ୨୦୧୭ରେ ଏମ୍‌ସିଏଲ୍‌ରୁ ଏହି କମ୍ପାନୀ ଲେଟର ଅଫ୍‌ ଆକ୍ସେପଟାନ୍ସ(ଏଲ୍‌ଓଏ) ଲାଭ କରିଥିଲା। ପୂର୍ବରୁ ଏହା ଲାଜୁକୁରା ଖଣିରେ ୬ ନିୟୁତ ଟନ୍‌ କୋଇଲା ଉତ୍ତୋଳନ ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ୫୦ କୋଟି ଟଙ୍କାର କାର୍ଯ୍ୟାଦେଶ ପାଇଥିଲା ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ ଭେଟିବା ପରେ ଭନ୍‌ ଡେର୍‌ ଲେୟେନ୍‌ଙ୍କ ଘୋଷଣା, ବର୍ଷ ଶେଷ ସୁଦ୍ଧା ଭାରତ-ୟୁରୋପୀୟ ସଂଘ ମଧ୍ୟରେ…

ଏଭିଆନ୍‌-ଲେସ୍‌ବାଏନ୍ସ,୧୮।୬(ପି.ଟି.): ଚଳିତ ବର୍ଷ ଶେଷ ସୁଦ୍ଧା ଭାରତ ଏବଂ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ମହତ୍ତ୍ୱାକାଂକ୍ଷୀ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫ୍‌ଟିଏ) ସ୍ବାକ୍ଷର ହେବ ବୋଲି ବୁଧବାର…

ସମାଜବାଦୀ ପାର୍ଟି ଭାଙ୍ଗିବା ଅଭିଯୋଗକୁ ଖଣ୍ଡନ କଲେ ଅଖିଳେଶ, କହିଲେ ଦଳ ଆମର…

ଲକ୍ଷ୍ନୌ,୧୮।୬(ପି.ଟି.): ଆସନ୍ତାବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଥିବାବେଳେ ଏବେ ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟି (ଏସ୍‌ପି)ରେ ବଡ଼ ବିଭାଜନ ହେବାକୁ ଯାଉଥିବା ମନ୍ତ୍ରୀ ତଥା ସୁହେଲଦେବ…

‘ଇଣ୍ଡୋ-ପାସିଫିକ୍‌ କମାଣ୍ଡ’ ନାଁରୁ ‘ଇଣ୍ଡୋ’ ହଟାଇଲା ଆମେରିକା

ୱାଶିଂଟନ/ନୂଆଦିଲ୍ଲୀ, ୧୮।୬(ପି.ଟି.): ପ୍ରତିରକ୍ଷା ଓ ସାମରିକ ରଣନୀତି କ୍ଷେତ୍ରରେ ଆମେରିକା ବଡ଼ ପଦକ୍ଷେପ ଗ୍ରହଣ କରିଛି। ୮ ବର୍ଷ ତଳର ଏକ ନିଷ୍ପତ୍ତିକୁ ବଦଳାଇ ଆମେରିକା ସରକାର…

ଫିଫା ବିଶ୍ୱକପ୍‌: ରୋନାଲ୍ଡୋଙ୍କ ରେକର୍ଡ ଭାଙ୍ଗିଲେ ମେସି

ଇଷ୍ଟ ରଦରଫୋର୍ଡ (ଆମେରିକା),୧୮।୬: ଫୁଟ୍‌ବଲ ସୁପର ଷ୍ଟାର ଲିଓନେଲ ମେସିଙ୍କ ହାଟ୍ରିକ୍‌ ଗୋଲ ବଳରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ୩-୦ ଗୋଲରେ ଆଲ୍‌ଜେରିଆକୁ ପରାସ୍ତ କରିଛି। ଏହି…

୫୯ ମଣ୍ଡିରେ ପଡ଼ିରହିଛି ୪ ଲକ୍ଷ ବସ୍ତା ଧାନ, ବର୍ଷା ନେଇ ଚିନ୍ତାରେ ଚାଷୀ

ପଦ୍ମପୁର,୧୮।୬(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ଧାନ କିଣାବିକା ସମସ୍ୟା ସୁଧୁରୁ ନ ଥିବା ବେଳେ ଆଗାମୀ ମୌସୁମୀ ବର୍ଷାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି।…

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri