ସିସିଡିର ନେତୃତ୍ୱ ନେବେ ସିଦ୍ଧାର୍ଥଙ୍କ ସ୍ତ୍ରୀ

ନୂଆଦିଲ୍ଲୀ,୩-୮: କ୍ୟାଫେ କଫି ଡେ(ସିସିଡି)ର ମାଲିକ ଭି.ଜି.ସିଦ୍ଧାର୍ଥଙ୍କ ଆକଷ୍ମିକ ମୃତ୍ୟୁ ପରେ ଏହାର ନେତୃତ୍ୱ କିଏ ନେବ ବୋଲି ସାଧାରଣରେ ପ୍ରଶ୍ନ ଆସିଛି। ତେବେ ମିଡିଆ ରିପୋର୍ଟ ଅନୁଯାୟୀ ସିଦ୍ଧାର୍ଥଙ୍କ ସ୍ତ୍ରୀ ମାଳବିକା କମ୍ପାନୀକୁ ଚଳାଇବେ। ସେ ପୂର୍ବରୁ କମ୍ପାନୀ ବୋର୍ଡରେ ରହିଛନ୍ତି। କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍‌.ଏମ୍‌.କ୍ରିଷ୍ଣାଙ୍କ କନ୍ୟା ମାଳବିକା ବେଙ୍ଗାଲୁରୁ ବିଶ୍ୱବିଦ୍ୟାଳୟରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି। ଅନ୍ୟପକ୍ଷରେ ସିସିଡିକୁ କିଣିବା ଲାଗି କୋକା କୋଲା, ଟାଟା ଗ୍ଲୋବାଲ ବେଭରେଜସ୍‌ ଏବଂ ଜୁବିଲିଏଣ୍ଟ ଫୁଡ଼୍‌ଓ୍ବର୍କ୍ସ ଇଚ୍ଛୁକ ଥିବା ଜଣାପଡିଛି। ସ୍ବାମୀଙ୍କ ମୃତ୍ୟୁ ପରେ ମାଳବିକା ଏବେ ଗଭୀର ଶୋକରେ ରହିଛନ୍ତି। ଏଣୁ ଯଥାଶୀଘ୍ର କମ୍ପାନୀ ସମ୍ଭାଳିବା ତାଙ୍କ ପକ୍ଷରେ ସମ୍ଭବ ହୋଇ ନ ପାରେ। ସିିଦ୍ଧାର୍ଥଙ୍କ ପରଲୋକ ପରେ ସିସିଡି ବୋର୍ଡ ଜରୁରୀ ବୈଠକ ଡକାଇ ପୂର୍ବତନ ଆଇଏଏସ୍‌ ଅଧିକାରୀ ଏସ୍‌.ବି.ରଙ୍ଗନାଥଙ୍କୁ କମ୍ପାନୀ ଦାୟିତ୍ୱ ଦେଇଛି। ଏଥିସହିତ ବୋର୍ଡ ନୀତିନ ବାଗମାନେଙ୍କୁ ଅନ୍ତରୀଣ ଚିଫ୍‌ ଅପରେଟିଂ ଅଫିସର ଭାବେ ନିଯୁକ୍ତ କରିଛି।
୪ ଦିନରେ ୪୮% ଖସିଲା ସିସିଡି ଶେୟାର
କଫି କିଙ୍ଗ ଭି.ଜି.ସିଦ୍ଧାର୍ଥଙ୍କ ଅକାଳ ବିୟୋଗ ପରେ ଷ୍ଟକ୍‌ ଏକ୍ସଚେଞ୍ଜରେ କ୍ୟାଫେ କଫି ଡେ ଶେୟାର ମୂଲ୍ୟ ଗତ ୪ ଦିନ ମଧ୍ୟରେ ୪୮ ପ୍ରତିଶତ ହ୍ରାସ ପାଇଛି। କମ୍ପାନୀ ସମ୍ପର୍କରେ ଅନେକ ନକାରାମତ୍କ ସୂଚନା ପ୍ରକାଶ ପାଇବା ପରେ ନିବେଶକ ଏହି ଶେୟାର ବିକ୍ରି କରିଦେବାକୁ ଶ୍ରେୟସ୍କର ମନେ କରୁଛନ୍ତି। ଶୁକ୍ରବାର ମଧ୍ୟ ଏହି ଶେୟାର ସର୍ବନିମ୍ନ ସ୍ତର ଛୁଇଁଛି। ଗତ ୪ ଦିନ ଭିତରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ବିଏସ୍‌ଇରେ କମ୍ପାନୀର ମାର୍କେଟ କ୍ୟାପିଟାଲାଇଜେଶନ ୧,୯୫୬.୬ କୋଟି ଟଙ୍କା ହ୍ରାସ ପାଇ ୨,୧୧୦.୪୦ କୋଟି ଟଙ୍କାରେ ପହଞ୍ଚତ୍ଛି। ଶୁକ୍ରବାର କମ୍ପାନୀର ଶେୟାର ୯.୯୬ ପ୍ରତିଶତ ହ୍ରାସ ପାଇ ୫୨ ସପ୍ତାହର ସର୍ବନିମ୍ନ ସ୍ତର ଛୁଇଁସାରିବା ସହ ୯୯.୯୦ ଟଙ୍କା ପ୍ରତି ଶେୟାର ବନ୍ଦ ହୋଇଛି। ଏନ୍‌ଏସ୍‌ଇରେ ଏହି ଶେୟାର ୧୦ ପ୍ରତିଶତ ହ୍ରାସ ପାଇ ୯୯.୪୫ ଟଙ୍କାରେ ବନ୍ଦ ହୋଇଛି।
ସିଏଫ୍‌ଓଙ୍କୁ ଜେରା କରିବ ପୋଲିସ
ସିସିଡି ମାଲିକ ଭି.ଜି.ସିଦ୍ଧାର୍ଥଙ୍କ ମୃତ୍ୟୁକୁ ନେଇ ପୋଲିସ କଫି ଡେ ଏଣ୍ଟରପ୍ରାଇଜେସ୍‌ ଲିମିଟେଡର ଚିଫ୍‌ ଫାଇନାନ୍ସ ଅଫିସର(ସିଏଫଓ) ଓ ଅନ୍ୟ ଫାଇନାନ୍ସିଆଲ ଆଡଭାଇଜରଙ୍କୁ ଜେରା କରିବ। ବେଙ୍ଗାଲୁରୁରେ ପୋଲିସର ଏକ ଟିମ୍‌ ଗଠନ କରାଯାଇ ପ୍ରାଥମିକ ତଦନ୍ତ ଆରମ୍ଭ କରାଯାଇଛି। ଏ ସଂକ୍ରାନ୍ତରେ ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନୀ ଅଧିକାରୀମାନଙ୍କୁ ଜେରା କରାଯାଇଛି ବୋଲି ମାଙ୍ଗାଲୁରୁ ପୋଲିସ କମିଶନର ସନ୍ଦିପ ପାଟିଲ କହିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ଟୋକିଓରେ ଥିବା ସିଏଫ୍‌ଓଙ୍କୁ ପ୍ରଶ୍ନ ସବୁକୁ ଇମେଲ ଜରିଆରେ ପଠାଯିବ ଏବଂ ତାଙ୍କଠାରୁ ଉତ୍ତର ଲୋଡାଯିବ। ସିଦ୍ଧାର୍ଥ ନେତ୍ରାବତୀ ନଦି ପୋଲ ନିକଟରେ ସୋମବାର ରାତିରୁ ନିଖୋଜ ହୋଇଯାଇଥିଲେ। ପରେ ତାଙ୍କର ମୃତଦେହକୁ ଜଣେ ମତ୍ସ୍ୟଜୀବୀ ନଦୀରୁ ଉଦ୍ଧାର କରିଥିଲା। ମୃତ୍ୟୁ ପୂର୍ବରୁ ନିଜ କର୍ମଚାରୀ ଓ ବୋର୍ଡ ଉଦ୍ଦେଶ୍ୟରେ ସେ ଏକ ପତ୍ର ଲେଖିଥିଲେ। ତାଙ୍କୁ ଆୟକର ବିଭାଗର ଜଣେ ପୂର୍ବତନ ଡିଜି ଅଯଥା ହଇରାଣ କରିଥିଲେ ବୋଲି ସେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

ବିଭିନ୍ନ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ

ଦାରିଙ୍ଗବାଡ଼ି,୨ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଶୁକ୍ରବାର…

IND vs PAK: ଡେବ୍ୟୁ ମ୍ୟାଚରେ ପାକିସ୍ତାନର ଖେଳ ବିଗାଡ଼ିବେ ବୈଭବ ସୂର୍ଯ୍ୟବଂଶୀ; ଭାରତୀୟ ଦଳର ଏହି ଖେଳାଳି ଅଛନ୍ତି ଆକ୍ସନରେ!

ନୂଆଦିଲ୍ଲୀ,୨।୧୦: ୨୦୨୬ ଏସୀୟ କ୍ରୀଡ଼ାରେ ଶନିବାର ଦିନଟି ଏପର୍ଯ୍ୟନ୍ତ ସବୁଠାରୁ ରୋମାଞ୍ଚକର ଦିନ ହେବ ବୋଲି ଆଶା କରାଯାଉଛି, କାରଣ ଏହି ଦିନ ଏକ ଉତ୍ତେଜନାପୂର୍ଣ୍ଣ ମୁକାବିଲା…

ବ୍ରିଟିଶ ରାଜ ପରିବାରର ଅତିଥି ହେବେ ସୌରଭ ଗାଙ୍ଗୁଲି; ଆରମ୍ଭ ହେଲାଣି ସଜବାଜ

ନୂଆଦିଲ୍ଲୀ,୨।୧୦: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ବ୍ରିଟିଶ ରାଜ ପରିବାର ପକ୍ଷରୁ ଏକ ଚାରିଟି ମ୍ୟାଚ (ପରୋପକାରୀ ଉଦ୍ଦେଶ୍ୟରେ ଆୟୋଜିତ ମ୍ୟାଚ) ପାଇଁ…

ଦୀପାବଳି ପୂର୍ବରୁ ଚାଷୀଙ୍କୁ ଉପହାର: ଖାତାକୁ ଆସୁଛି PM କିଷାନର ୨୦୦୦ ଟଙ୍କା; ତୁରନ୍ତୁ କରନ୍ତୁ…

ନୂଆଦିଲ୍‌ଲୀ,୨।୧୦: ଦେଶର କୋଟି କୋଟି ଚାଷୀଙ୍କୁ ଦୀପାବଳି ପୂର୍ୱରୁ ସରକାର ଉପହାର ଦେଇପାରନ୍ତି। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-Kisan) ଯୋଜନାର ୨୪ତମ କିସ୍ତି…

ଉପକୂଳ ପରିବେଶ ସୁରକ୍ଷା ସମ୍ପର୍କିତ ତର୍କ ପ୍ରତିଯୋଗିତା: ସୁନ୍ଦର ପୃଥିବୀ ଗଠନ ପାଇଁ ଛାତ୍ରୀଛାତ୍ର ନେଲେ ଶପଥ

ମହାକାଳପଡ଼ା,୨ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ସଦରମହକୁମା କିଆରବାଙ୍କସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ଉପକୂଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?