ସିଲିଣ୍ଡରରୁ ଗ୍ୟାସ୍‌ ଖୋଲୁଥିବାବେଳେ ଲାଗିଲା ନିଆଁ

ଭୁବନେଶ୍ୱର,୧୦।୧(ବ୍ୟୁରୋ): ନୂଆ ସିଲିଣ୍ଡରରୁ ଗ୍ୟାସ୍‌ ବାହାର କରୁଥିଲେ ମେକାନିକ। ହଠାତ୍‌ ଲାଗିଯାଇଥିଲା ନିଆଁ। କିଛି ବୁଝିବା ପୂର୍ବରୁ ନିଆଁ ଭିତରେ ରହିଯାଇଥିଲେ ମେକାନିକ ସମେତ ବସ୍ତିର ୫ଜଣ। ନୟାପଲ୍ଲୀ ଥାନା ଅନ୍ତର୍ଗତ ସିଆର୍‌ପିଏଫ୍‌ ଛକ ନିକଟ ମୁଣ୍ଡାସାହି ବସ୍ତିରେ ଗୁରୁବାର ଘଟିଛି ଏହି ଘଟଣା। ନିଆଁରେ ପୋଡ଼ି ହୋଇଥିବା ୬ଜଣଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନେ ହେଲେ ମଙ୍ଗୁଳି ସିଂ, ନୀତୀଶ ହେମ୍ବ୍ରମ୍‌, କିରଣ ତିରିଆ, ବଳି ହେମ୍ବ୍ରମ୍‌, ବନବାସୀ ଘଡେଇ ଓ ଜଣେ ଗ୍ୟାସ୍‌ ମେକାନିକ। ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳକୁ ଯାଇ ଖୋଳତାଡ଼ ଆରମ୍ଭ କରିଛି।
ମିଳିଥିବା ସୂଚନାନୁଯାୟୀ, ମୁଣ୍ଡାସାହିର କାମିନୀ ପାଳିଆ ଗୁରୁବାର ସକାଳେ ପୋଖରୀପୁଟସ୍ଥିତ ଏକ ଗ୍ୟାସ୍‌ ଏଜେନ୍ସିରୁ ନୂଆ ଗ୍ୟାସ୍‌ ଘରକୁ ଆଣିଥିଲେ। ଗ୍ୟାସ୍‌ ସଂଯୋଗ କରିଥିଲେ ମଧ୍ୟ ତାହା ଜଳି ନ ଥିଲା। ପରିବାର ଲୋକେ ଗ୍ୟାସ୍‌ ଏଜେନ୍ସକୁ ଫୋନ୍‌ କରି ଜଣାଇଥିଲେ। ଟାଙ୍କିରେ ଆବଶ୍ୟକଠାରୁ ଅଧିକ ଗ୍ୟାସ୍‌ ଥିବାରୁ ଏଭଳି ହେଉଥିବା କହି ଜଣେ ମେକାନିକଙ୍କୁ ସେଠାକୁ ପଠାଇଥିଲେ। ମେକାନିକ ଜଣକ ସିଲିଣ୍ଡରକୁ ଘର ବାହାରେ ରଖି ଗ୍ୟାସ୍‌ ବାହାର କରୁଥିଲେ। ନିକଟରେ ପଡୋଶୀ ଘରର ଲୋକେ ଚୁଲିରେ ରୋଷେଇ କରୁଥିଲେ। ଏହି ସମୟରେ ଚୁଲିରୁ ନିଆଁ ହଠାତ୍‌ ଲିକେଜ୍‌ ଗ୍ୟାସ୍‌ ସହ ସିଲିଣ୍ଡରରେ ଲାଗି ଯାଇଥିଲା। ଗ୍ୟାସ୍‌ ନିକଟରେ ଥିବା ୫ଜଣଙ୍କ ସହ ମେକାନିକ ପୋଡି ଯାଇଥିଲେ। ତେବେ ସବୁଠୁ ବଡ଼କଥା ହେଲା ନିଅଁା ଲାଗିଯିବା ପରେ ମେକାନିକ ଉପସ୍ଥିତ ବୁଦ୍ଧି ଲଗାଇ ଗ୍ୟାସ୍‌ ସିଲିଣ୍ଡରର କ୍ୟାପ୍‌ ବନ୍ଦ କରିଦେଇଥିଲେ। ଫଳରେ ବଡ଼ଧରଣର ବିପଦ ଟଳି ଯାଇଥିଲା। ଏହାପରେ ମେକାନିକ ଜଣକ ଆହତ ଅବସ୍ଥାରେ ଦୌଡ଼ି ପଳାଇଥିବାବେଳେ ଅନ୍ୟମାନେ ଯନ୍ତ୍ରଣାରେ ଚିତ୍କାର କରିଥିଲେ। ବସ୍ତିର ଅନ୍ୟ ଲୋକମାନେ ପହଞ୍ଚତ୍ ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏଠାରେ ପ୍ରଶ୍ନ ଉଠୁଛି, ଉପଭୋକ୍ତାଙ୍କୁ ଗ୍ୟାସ୍‌ ସରଞ୍ଜାମ ଦେବାବେଳେ ଯାଞ୍ଚ୍‌ କରି ଦିଆଯିବାର ନିୟମ ରହିଛି। କିନ୍ତୁ ତାହା କରାଯାଇ ନ ଥିବାରୁ ଏପରି ଘଟଣା ଘଟିଥିବା ଅନୁମାନ କରାଯାଉଛି। ଏଥିପାଇଁ ବସ୍ତିବାସିନ୍ଦା ଗ୍ୟାସ୍‌ ଏଜେନ୍ସିକୁ ଦାୟୀ କରିଛନ୍ତି। ଅନ୍ୟପକ୍ଷରେ ଉକ୍ତ ବସ୍ତିରେ ଅଧିକାଂଶ ଚାଳିଆ ଓ ଜରିପାଲ ଘର ରହିଛି। ନିଆଁ ବ୍ୟାପିଥିଲେ ନିଶ୍ଚିତ ବଡ଼ ଦୁର୍ଘଟଣା ଘଟିଥାନ୍ତା। ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଆହତଙ୍କୁ ମାଗଣା ଚିକିତ୍ସା ସହ ଅନ୍ୟ ସହାୟତା ଯୋଗାଇ ଦେବାକୁ ବସ୍ତି ବାସିନ୍ଦା ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଟୋ ରାଲି ଶୁଭାରମ୍ଭରେ ତ୍ରିରଙ୍ଗା ଉଡାଇଲେ ବିଧାୟକ, ଭିଡିଓ ଭାଇରାଲ ପରେ…

ବରଗଡ଼,୨୨।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅଟୋରିକ୍ସା ମାଲିକ ସଂଘ ରବିବାର ସଂଘର ୨୭ତମ ବାର୍ଷିକ ଉତ୍ସବ ପାଳନ କରିଥିଲା। ଏହି ଅବସରରେ ସକାଳ ପ୍ରାୟ ୮ଟାରେ ବରଗଡ଼…

ବିକ୍ରି ନ ହୋଇ ଖୋଲା ଆକାଶ ତଳେ ପଡିରହିଛି ଧାନ: ମାଡ଼ି ଆସିଲା ବର୍ଷା

ବରଗଡ଼,୨୩।୬(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଚାଷକାର୍ଯ୍ୟ ଆରମ୍ଭ କରିବା ସମୟ ଆସି ଯାଇଛି। ହେଲେ ଟୋକନ ସମସ୍ୟା ଯୋଗୁ ଏପର୍ଯ୍ୟନ୍ତ ରବିରେ ଅମଳ ଧାନକୁ ଅନେକ ଚାଷୀ ବିକ୍ରି…

କାତାରରେ ବିସ୍ଫୋରଣ: ୧୨ ଭାରତୀୟଙ୍କ ସମେତ ୧୩ ମୃତ

ଦୁବାଇ,୨୩ା୬(ପି.ଟି.): କାତାରର ରାସ୍‌ ଲାଫାନ୍‌ ଶିଳ୍ପାଞ୍ଚଳ ସହରରେ ଥିବା ଏକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟି ୧୨ ଭାରତୀୟଙ୍କ ସମେତ ୧୩ ଜଣ ପ୍ରାଣ ହରାଇଛନ୍ତି। ରବିବାର ସନ୍ଧ୍ୟାରେ ଶିଳ୍ପାଞ୍ଚଳ…

ଦିଲ୍ଲୀ ବନ୍ୟା ମୁକାବିଲାରେ ସାହାଯ୍ୟ କରୁଛି ‘ଆରାବଳୀ’

ନୂଆଦିଲ୍ଲୀ,୨୩ା୬: ଦେଶର ରାଜଧାନୀ ଦିଲ୍ଲୀରେ ମୌସୁମୀ ବର୍ଷା ଆରମ୍ଭ ହେବାକୁ ଥିବାବେଳେ ସହରକୁ ବନ୍ୟା ଓ ଜଳବନ୍ଦୀ ସମସ୍ୟାରୁ ରକ୍ଷା କରିବା ପାଇଁ ଆରାବଳୀ ବାୟୋଡାଇଭର୍ସିଟି ପାର୍କ…

ବାପୁନର ବିଚାର

ପୁଅର ରେଜଲ୍ଟ ଭଲ ହୋଇଥିବା ଖୁସିରେ ଡାକ୍ତର ବନ୍ଧୁ ସୁରେଶବାବୁ ଆୟୋଜନ କରିଥିବା ଗୋଟେ ପାରିବାରିକ ଉତ୍ସବରେ ସାମିଲ ହେବାକୁ ପହଞ୍ଚିଲା ବେଳକୁ ଦେଖିଲି ଯେ ଖୁସି…

ତ୍ରୁଟିପୂର୍ଣ୍ଣ ଉପହାର ପ୍ରତ୍ୟାହାର ହେଉ

କୋମଳମତି ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ବଳିଷ୍ଠ, ପୁଷ୍ଟ ଓ ପ୍ରଭାବିତ କରିବାରେ ପାଠ୍ୟପୁସ୍ତକର ଅନିବାର୍ଯ୍ୟ ଭୂମିକା ସର୍ବଜନଗ୍ରାହ୍ୟ। ମାସକ ପୂର୍ବରୁ ୭ମ ଶ୍ରେଣୀର ଓଡ଼ିଆ ପାଠ୍ୟପୁସ୍ତକରେ ଥିବା ତ୍ରୁଟି…

ଦାଦନ ଖଟିବାକୁ ଯାଇଥିଲେ ଗୋଆ, ୪ ମହଲା କୋଠାରୁ ଖସି ପଡ଼ି ଚାଲିଗଲା ଗଣେଶଙ୍କ ଜୀବନ

ମୋହନା, ୨୩।୬( ମନ୍ମଥ ମିଶ୍ର ): ଦାଦନ ଖଟିବାକୁ ଯାଇଥିଲେ ଗୋଆ । ହେଲେ ୪ ମହଲା ଅଟ୍ଟାଳିକାରୁ ତଳକୁ ଖସି ପଡ଼ିବାରୁ ଦାଦନ ଶ୍ରମିକଙ୍କ ମୃତ୍ୟୁ…

‘ଯଦି ଚୁକ୍ତି ବିଫଳ ହୁଏ ତେବେ ମୁଁ ଯାହା କରିବି…’, ଶାନ୍ତି ଆଲୋଚନା ମଧ୍ୟରେ ଏଥର ବଡ଼ ଧମକ ଦେଲେ ଟ୍ରମ୍ପ

ଓ୍ବାଶିଂଟନ,୨୩।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଲିଥିବା ଆଲୋଚନା ମଧ୍ୟରେ ପୁଣି ଥରେ ଇରାନକୁ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ଇରାନ ଆମେରିକା ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri