ସିବିଆଇସି ପକ୍ଷରୁ ଇ-ଅଫିସ ବ୍ୟବସ୍ଥାର ଶୁଭାରମ୍ଭ

ନୂଆଦିଲ୍ଲୀ,୧୫।୬: ଦେଶର ୫ଶହରୁ ଊର୍ଦ୍ଧ୍ୱ ସିଜିଏସ୍‌ଟି ଏବଂ ବର୍ହିଶୁକ୍ଲ କାର୍ଯ୍ୟାଳୟ ଗୁଡିକରେ ଇ-ଅଫିସ ବ୍ୟବସ୍ଥାର ପ୍ରୟୋଗ ସୋମବାରଠାରୁ ଆରମ୍ଭ ହୋଇଛି। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ବର୍ହିଶୁକ୍ଲ ବୋର୍ଡ(ସିବିଆଇସି)ର ଅଧ୍ୟକ୍ଷ ଏମ୍‌ ଅଜିତ କୁମାର ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଛନ୍ତି। ସିବିଆଇସିର ୮ଶହରୁ ଊର୍ଦ୍ଧ୍ୱ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ଇ-କାର୍ଯ୍ୟାଳୟର ଉଦ୍‌ଘାଟନ କରାଯାଇଥିଲା। ଏହି ଅବସରରେ ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର(ଏନ୍‌ଆଇସି)ର ମହାନିର୍ଦ୍ଦେଶକ ଡ. ନୀତା ବର୍ମା ମଧ୍ୟ ଯୋଗ ଦେଇଥିଲେ। ୫୦ହଜାରରୁ ଊର୍ଦ୍ଧ୍ୱ ଅଧିକାରୀ ଓ କର୍ମଚାରୀମାନେ ଏହି ବ୍ୟବସ୍ଥାର ଉପଯୋଗ କରିବା ଫଳରେ ଭାରତ ସରକାରଙ୍କର ଅନ୍ୟତମ ବୃହତ ବିଭାଗ ସିବିଆଇସିର ଅନ୍ତରୀଣ କାର୍ଯ୍ୟ ସ୍ବୟଂକ୍ରିୟ ହୋଇପାରିବ। ଏହା ଦ୍ୱାରା ସିବିଆଇସିର ଅନ୍ତରୀଣ କାର୍ଯ୍ୟ ପଦ୍ଧତିରେ ବ୍ୟାପକ ପରିବର୍ତ୍ତନ ଆସିପାରିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକୋ ବ୍ୟାଙ୍କର ୮୦ ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୭ା୧: ୟୁକୋ ବ୍ୟାଙ୍କର ୮୦ତମ ପ୍ରତିଷ୍ଠା ଦିବସ ଶୁକ୍ରବାର ବ୍ୟାଙ୍କର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ଭୁବନେଶ୍ୱର ଆଞ୍ଚଳିକ...

ବଢିଲା ସ୍ବାସ୍ଥ୍ୟକର୍ମୀଙ୍କ ସ୍ବାସ୍ଥ୍ୟବୀମା ଅବଧି

ନୂଆଦିଲ୍ଲୀ,୨୧।୬: କରୋନା ସଂକ୍ରମଣରୁ ଦେଶବାସୀଙ୍କୁ ସୁରକ୍ଷା ଯୋଗାଇ ଦେଉଥିବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫୦ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ପ୍ରଦାନ କରାଯାଉଛି। ଏହି ବୀମାର...

ବୃଦ୍ଧି ପାଇଛି କୋଇଲା ଉତ୍ପାଦନ

ନୂଆଦିଲ୍ଲୀ, ୭।୧୨: ଚଳିତ ବର୍ଷ ନଭେମ୍ବରରେ କୋଇଲା ଉତ୍ପାଦନ ୧୧.୬୬% ବୃଦ୍ଧି ପାଇ ୭୫.୮୭ ମିଲିୟନ ଟନ୍‌ରେ ପହଞ୍ଚଛି ବୋଲି କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ପକ୍ଷରୁ...

ଟ୍ରାକ୍‌କୁ ଫେରୁଛି ଯାନ ଉଦ୍ୟୋଗ: ରାଜୀବ ଦୁବେ

ମହାମାରୀ କରୋନା ପ୍ରତ୍ୟେକ ଅର୍ଥନୈତିକ କାର୍ଯ୍ୟକଳାପକୁ ଠପ୍‌ କରି ସମସ୍ତ କ୍ଷେତ୍ରର କ୍ଷତି ସାଧନ କରିଥିଲା। ଏପରି ସଙ୍କଟ ସମୟରେ ଯାନବାହନ ଉଦ୍ୟୋଗର ଭବିଷ୍ୟତ ସମ୍ପର୍କରେ...

ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଭିଡିଓ କଓ୍ବୋଇସି ସୁବିଧା

ନୂଆଦିଲ୍ଲୀ: ଏଚ୍‌ଡିଏଫ୍‌ସି ବ୍ୟାଙ୍କ ପକ୍ଷରୁ ଭିଡିଓ କଓ୍ବୋଇସି (ନୋ ୟୋର କଷ୍ଟମର) ସେବା ଆରମ୍ଭ କରାଯାଇଛି। ବ୍ୟାଙ୍କ ଏହାର ଗ୍ରାହକମାନଙ୍କୁ ନିରାପତ୍ତା ବ୍ୟାଙ୍କିଙ୍ଗ୍‌ ସୁବିଧା ପ୍ରଦାନ...

ଦରମା ନେବାକୁ ମନା କଲେ ମୁକେଶ ଅମ୍ବାନୀ

ମୁମ୍ବାଇ,୮।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ ମୁକେଶ ଅମ୍ବାନୀ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ କମ୍ପାନୀରୁ ଦରମା ନେବାକୁ ମନା କରିଦେଇଛନ୍ତି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବାର୍ଷିକ ରିପୋର୍ଟ...

କମିଲା ରେପୋ ରେଟ୍‌;ଶସ୍ତା ହେବ ଇଏମ୍‌ଆଇ

ମୁମ୍ବାଇ,୭-୬: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗୁରୁବାର ଏହାର ଦ୍ୱିମାସିକ ମୁଦ୍ରା ନୀତି ଘୋଷଣା କରି ରେପୋ ରେଟ୍‌ ୦.୨୫% ହ୍ରାସ କରିଛି। ଫଳରେ ଏହା ହ୍ରାସ...

ଅଶୋଧିତ ତୈଳ ଦର ବୃଦ୍ଧି

ନୂଆଦିଲ୍ଲୀ,୭।୩:  ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ଶନିବାର ରେକର୍ଡ ସ୍ତରରେ ପହଞ୍ଚିଛି। ଫଳରେ ଅନ୍ତର୍ଜାତୀୟ ବଜାରରେ ତୈଳ ବ୍ୟାରେଲ ପିଛା ଦର ୧.୪୫% ବୃଦ୍ଧି ପାଇ...

Advertisement
Archives

Model This Week