![](https://www.dharitri.com/wp-content/uploads/2019/11/bgh.jpg)
ବରଗଡ଼ ଅଫିସ,୧୪।୧୧: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ସକାଳୁ ବରପାଲି ସମନ୍ବିତ ଶିଶୁ ବିକାଶ ଅଧିକାରୀ(ସିଡିପିଓ)ଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି। ସିଡିପିଓ ସଂଯୁକ୍ତା ଲେଙ୍କାଙ୍କ ବାସଭବନ ସମେତ କାର୍ଯ୍ୟାଳୟ ଏବଂ ତାଙ୍କ ସମ୍ପର୍କୀୟଙ୍କ ଘରେ ଚଢାଉ ଜାରି ରହିଛି। ଏହି ଚଢ଼ାଉ ବରଗଡ଼ ବ୍ଲକ ଅନ୍ତର୍ଗତ ପ୍ରଧାନପାଲି, ବରଗଡ଼ ସହରର ବ୍ରହ୍ମଚାରୀ, ଶ୍ୟାମାକାଳୀ ମନ୍ଦିର ନିକଟ ଆଦି ୫ଟି ସ୍ଥାନରେ ଏକକାଳୀନ ଏହି ଚଢାଉ କରାଯାଇଛି। ବରଗଡ଼ ଭିଜିଲାନ୍ସ ଡିଏସ୍ପି ବିରେନ୍ଦ୍ର କୁମାର ନାୟକଙ୍କ ତତ୍ତ୍ବାବଧାନରେ ୫ଟି ଭିଜିଲାନ୍ସ ଟିମ୍ ଏହି ଚଢାଉ ଜାରି ରହିଛି।