ସିଡିଏରେ ପାଇପ୍‌ ଯୋଗେ ରନ୍ଧନ ଗ୍ୟାସ୍‌ ଯୋଗାଣ ଖୁବ୍‌ଶୀଘ୍ର

କଟକ ଅଫିସ, ୭ା୯: ହଜାର ବର୍ଷର ସହର କଟକ। ଏହା ଦେଶର ଅନ୍ୟତମ ସର୍ବପୁରାତନ ସହର ହୋଇଥିଲେ ମଧ୍ୟ ଏଠାରେ ଅନେକ ସମସ୍ୟା ରହିଛି। ତେବେ ସହରକୁ ସରସ ସୁନ୍ଦର କରି ଗଢ଼ି ତୋଳିବାରେ ଯାହା ଆବଶ୍ୟକ ହେବ କେନ୍ଦ୍ର ସରକାର ସେଥିରେ ସହଯୋଗ କରିବେ। ଏଥିଲାଗି ରାଜ୍ୟ ସରକାରଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏଚ୍‌ପିସିଏଲ୍‌ର ୨ କୋଟି ଟଙ୍କା ଅନୁଦାନରେ ରେଭେନ୍‌ଶା କଲିଜିଏଟ୍‌ ସ୍କୁଲର ବିଜ୍ଞାନ ପ୍ରୟୋଗଶାଳା ଓ ପାଠାଗାର ବିଲ୍ଡିଂ ଉଦ୍‌ଘାଟନ ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଏହା କହିଛନ୍ତି। ସେହିପରି ଏହି ନୂତନ ବିଲ୍ଡିଂରେ ଇ-ଲାଇବ୍ରେରି ପ୍ରତିଷ୍ଠା ଓ ପୁସ୍ତକ ପାଇଁ ମଧ୍ୟ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଉତ୍ସବରେ ଉପସ୍ଥିତ ଏଚ୍‌ପିସିଏଲ୍‌ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି।
ଅନ୍ୟପକ୍ଷରେ ନିଜ ବକ୍ତବ୍ୟରେ ମନ୍ତ୍ରୀ ପ୍ରଧାନ ରାଜ୍ୟ ସରକାର କଟକ ସହର ଉନ୍ନତି ପାଇଁ ଉପେକ୍ଷା କରୁଥିବା ଅଭିଯୋଗ ଆଣିଛନ୍ତି। ସେ କହିଥିଲେ, କଟକରୁ ଆଇଓସିଏଲ୍‌ ପାଣି ନେବା ପାଇଁ ବିବାଦ ହୋଇଥିଲା। ଏ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା। ତତ୍କାଳୀନ ବିଚାରପତି ଇନ୍ଦ୍ରଜିତ ମହାନ୍ତି ମାମଲାର ଶୁଣାଣି କରି ଆଇଓସିଏଲ୍‌ ଲାଗି ୩ଟି ସର୍ତ୍ତ ରଖିଥିଲେ, ଯେଉଁଥିରେ ସହରରେ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବା, ଯେଉଁ ସ୍ଥାନରୁ ଆଇଓସିଏଲ୍‌ ପାଣି ନେବ ସେହି ପଠାରୁ ବାଲି ଖୋଳିବା ଏବଂ ଶିଶୁ ଭବନର ଉନ୍ନତି ପାଇଁ ଅର୍ଥ ପ୍ରଦାନ କରିବାକୁ ନିର୍ଦ୍ଦେଶ ଥିଲା। ଏହି ନିଷ୍ପତ୍ତିକୁ ଆଇଓସିଏଲ୍‌ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବାକୁ ମନ୍ତ୍ରୀ ପ୍ରଧାନଙ୍କ ଅନୁମତି ମାଗିଥିବାବେଳେ ସେ କୋର୍ଟ ନ ଯାଇ ରାଜ୍ୟ ସରକାରଙ୍କ ସହ ବୁଝାମଣା କରିବାକୁ ପରାମର୍ଶ ଦେଇଥିଲେ। ଏହି କ୍ରମରେ ଆଇଓସିଏଲ୍‌ ପ୍ରାୟ ୨ଶହ କୋଟିରୁ ଅଧିକ ଅର୍ଥ ଦେଇଥିଲେ ମଧ୍ୟ ସେହି ଅର୍ଥ କିଭଳି ଖର୍ଚ୍ଚ ହୋଇଛି ତାହା ସରକାର ଜାଣିଥିବେ ଏବଂ ଏ ସମ୍ପର୍କରେ ବିଧାନସଭାରେ ପ୍ରଶ୍ନ କରିବାକୁ ମଞ୍ଚରେ ଉପସ୍ଥିତ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମଙ୍କୁ କହିଥିଲେ। ଅନ୍ୟପକ୍ଷରେ ଖୁବ୍‌ଶୀଘ୍ର କଟକ ସିଡିଏ ଅଞ୍ଚଳରେ ପାଇପ ଯୋଗେ ରନ୍ଧନ ଗ୍ୟାସ ଯୋଗାଣ କରାଯିବ ଓ ଏଥିରେ ଅଞ୍ଚଳବାସୀ ସହଯୋଗ କରିବାକୁ ମନ୍ତ୍ରୀ ଅନୁରୋଧ କରିଥିଲେ। ସେ ଦକ୍ଷତା ବିକାଶ ମନ୍ତ୍ରୀ ଥିବାବେଳେ କଟକ ତାରକସି ଶ୍ରମିକଙ୍କ ପାଇଁ ଏକ କମନ ଫାସିଲିଟି ସେଣ୍ଟର ତିଆରି କରିବା ଲାଗି ରାଜ୍ୟ ସରକାରଙ୍କୁ ୭/୮ ହଜାର ବର୍ଗଫୁଟ ଜମି ମାଗିଥିଲେ। ଏଥିପାଇଁ ଅର୍ଥ ବରାଦ କରିଥିଲେ ମଧ୍ୟ ରାଜ୍ୟ ସରକାର ଜମି ନ ଦେବାରୁ ତାହା ହୋଇପାରି ନ ଥିଲା ବୋଲି ସେ କହିଥିଲେ। ଉତ୍ସବରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଧାୟକ ମହମ୍ମଦ ମୋକିମ ଯୋଗଦେଇ କଟକର ସମସ୍ୟା ସମ୍ପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇବା ସହ ତାଙ୍କର ସହଯୋଗ ଲୋଡ଼ିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଅନୁସ୍ମିତା ସ୍ବାଇଁ ଅଧ୍ୟକ୍ଷତା କରିଥିବାବେଳେ ଏଚ୍‌ପିସିଏଲ୍‌ ସିଏସ୍‌ଆର୍‌ ସିଜିଏମ୍‌ ଏସ୍‌. ସୁବାରାଓ, ପୁରାତନ ଛାତ୍ର ସଂଘ ସଭାପତି ଡ. ପ୍ରଦୀପ ରାଓ, ଏଚ୍‌ପିସିଏଲ୍‌ ଡିଜିଏମ୍‌ ଅଭୟଙ୍କର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ଭାଲୁ ଆକ୍ରମଣ ଜଣେ ଗୁରୁତର 

କୋରାପୁଟ,୩।୧୨(ଅମିତାଭ ବେହେରା): କୋରାପୁଟ ବ୍ଲକର ମହାଦେଇପୁଟ ପଞ୍ଚଯାତର ରଙ୍ଗେଇଗୁଡା ଗ୍ରାମ ନିକଟରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ ଜିତେନ୍ଦ୍ର କୁମାର...

ଟିଏମ୍‌ ଫୋରମର ପ୍ରଥମ ଇନୋଭେଶନ ହବ୍‌

ଭୁବନେଶ୍ୱର,୩।୧୨: ରିଲାଏନ୍ସ ଜିଓ ଓ ଟିଏମ୍‌ ଫୋରମର ମିଳିତ ସହଯୋଗରେ ନଭି ମୁମ୍ବାଇସ୍ଥିତ ରିଲାଏନ୍ସ କର୍ପୋରେଟ୍‌ ଆଇଟି ପାର୍କଠାରେ ଟିଏମ୍‌ ଫୋରମ୍‌ର ପ୍ରଥମ ଇନୋଭେଶନ ହବ୍‌...

ବେଦାନ୍ତ ଆଲୁମିନିୟମର ୩ୟ ବୈଷୟିକ ମାଷ୍ଟର କ୍ଲାସ୍‌

ଭୁବନେଶ୍ୱର,୩।୧୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ବେଦାନ୍ତ ଆଲୁମିନିୟମ ପକ୍ଷରୁ ଆୟୋଜିତ ୩ୟ ବୈଷୟିକ ମାଷ୍ଟର କ୍ଲାସ୍‌ ନିକଟରେ ଅନୁଷ୍ଠିତ ହୋଇଯାଇଛି।...

ନିଶ୍ଚିନ୍ତକୋଇଲି ପୋଲିସର ଏନ୍‌କାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ ଆହତ

ନିଶ୍ଚିନ୍ତକୋଇଲି, ୩।୧୨(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ପୋଲିସ ଶନିବାର ବିଳମ୍ବିତ ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଶାନ୍ତ ସାହୁ(ଲିପୁ)ଙ୍କୁ ଏନକାଉଣ୍ଟର କରିଛି। ତାଙ୍କ ବାମ...

ବାତ୍ୟା: ୫ ଜିଲାରେ ଅତିପ୍ରବଳ ବର୍ଷା

ଭୁବନେଶ୍ୱର,୩।୧୨(ଅନିଲ ଦାସ)ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ(ଡିପ୍ରେସନ) ଶନିବାର ଗଭୀର ଅବପାତ(ଡିପ୍‌ ଡିପ୍ରେସନ)ରେ ପରିଣତ ହୋଇଛି। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୧୮କି.ମି....

କାର୍ଯ୍ୟାଳୟରେ ତାଲା, ଅନୁକମ୍ପା ରାଶି ନ ପାଇ ଫେରିଲେ ମତ୍ସ୍ୟଜୀବୀ

ଅସ୍ତରଙ୍ଗ,୩।୧୨(ମମତା ଜେନା)ବର୍ତ୍ତମାନ ଅଲିଭ ରିଡ୍‌ଲେ କଇଁଛଙ୍କ ପ୍ରଜନନ ସମୟ ଚାଲିଛି। ସେଥିପାଇଁ ସରକାରଙ୍କ ପକ୍ଷରୁ ସମୁଦ୍ରରୁ ମାଛ ମାରିବା ନିଷେଦ୍ଧ କରାଯାଇଛି। ଏହି ସମୟ ଭିତରେ...

ମଣ୍ଡି ଖୋଲିନି, ଧାନ ବ୍ୟବସାୟୀ ସକ୍ରିୟ

ସୋନପୁର,୩।୧୨(ମୃତ୍ୟୁଞ୍ଜୟ ଶତପଥୀ)ଅଧିକ ଧାନ ଉତ୍ପାଦନ ପାଇଁ ପ୍ରସିଦ୍ଧି ଥିବା ସୁବର୍ଣ୍ଣପୁର ଜିଲାରେ ଖରିଫ ଧାନ ପ୍ରାୟତଃ ୭୦ ପ୍ରତିଶତ ଅମଳ ହୋଇ ସାରିଲାଣି। ହୀରାକୁଦ କେନାଲ...

ସୁଆଁ ଚାଷ କରି ଦୃଷ୍ଟାନ୍ତ ସାଜିଛନ୍ତି ସରିତା

ସୁନ୍ଦରଗଡ,୩ା୧୨(ଜୟ ନାରାୟଣ ମେଣ୍ଡୁଳି)ଆବହମାନ କାଳରୁ ପୁଷ୍ଟିଶସ୍ୟ ବା ମିଲେଟ୍ସ ମଣିଷ ସଭ୍ୟତାର ମୁଖ୍ୟ ଓ ପ୍ରଥମ ଖାଦ୍ୟ ଥିଲା। ପ୍ରାମାଣିକ ତଥ୍ୟ ଅନୁସାରେ ମିଲେଟ୍ସ ଚାଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri