Posted inଜାତୀୟ

ସିଡବ୍ଲ୍ୟୁସି ବୈଠକରେ ମୋଦି, ଶାହାଙ୍କୁ ସୋନିଆଙ୍କ ଟାର୍ଗେଟ: ଏନ୍‌ପିଆର୍‌ ଏକ ଛଦ୍ମବେଶୀ ଏନ୍‌ଆର୍‌ସି

ନୂଆଦିଲ୍ଲୀ,୧୨ା୧(ପି.ଟି.): ଲୋକଙ୍କୁ ଧର୍ମ ଆଧାରରେ ବିଭାଜନ ପାଇଁ ଉଦ୍ଦିଷ୍ଟ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ପ୍ରତ୍ୟାହାର କରି ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌)କୁ କେନ୍ଦ୍ର ସରକାର ବନ୍ଦ କରନ୍ତୁ ବୋଲି ଶନିବାର କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ଦାବି କରାଯାଇଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବୈଠକରେ ଅଧ୍ୟକ୍ଷତା କରି ସିଏଏକୁ ଏକ ଭେଦଭାବପୂର୍ଣ୍ଣ ତଥା ବିଭାଜନକାରୀ ଆଇନ ଭାବେ ଅଭିହତ କରିଛନ୍ତି। ଏହାସହ ଦେଶବ୍ୟାପୀ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଲାଗୁ କରାଇବା ପାଇଁ ଏନ୍‌ପିଆର ଏକ ଛଦ୍ମରୂପ ବୋଲି ସମାଲୋଚନା କରିଛନ୍ତି।
ସିଡବ୍ଲ୍ୟୁସି ବୈଠକରେ ସମ୍ବୋଧିତ କରି ସୋନିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ନାଗରିକତ୍ୱ ଆଇନ ଏବଂ ଏହି ପ୍ରସଙ୍ଗରେ ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ଦେଉଥିବା ନେଇ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ସିଏଏ ବିରୋଧୀ ବିକ୍ଷୋଭ ବେଳେ ଘଟିଥିବା ହିଂସାର ତଦନ୍ତ ପାଇଁ ଏକ ଉଚ୍ଚକ୍ଷମତାସମ୍ପନ୍ନ କମିଶନ ଗଠନ କରାଯାଉ। କାରଣ ଏହି ଆଇନକୁ ନେଇ କେତେକ ରାଜ୍ୟରେ ସ୍ଥିତି ସଙ୍ଗିନ ରହିଛି। ଉତ୍ତରପ୍ରଦେଶ ଓ ଦିଲ୍ଲୀ ଏଥିଯୋଗୁ ପୋଲିସ ଷ୍ଟେଟ୍‌ରେ ପରିଣତ ହୋଇଛି। ବିଶେଷକରି ଦିଲ୍ଲୀ ୟୁନିଭର୍ସିଟି, ଜେଏନ୍‌ୟୁ, ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟ, ବନାରସ ହିନ୍ଦୁ ୟୁନିଭର୍ସିଟି ଓ ଅନ୍ୟ ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ସିଏଏ ବିରୋଧୀ ବିକ୍ଷୋଭ ବ୍ୟାପକ ହୋଇଛି। ଏହାକୁ ଚପାଇଦେବା ପାଇଁ ମୋଦି ସରକାର ବଳ ପ୍ରୟୋଗ କରୁଛନ୍ତି। କେନ୍ଦ୍ର ସରକାର ପ୍ରଥମେ ଏନ୍‌ଆର୍‌ସିକୁ ଦେଶବ୍ୟାପୀ ଲାଗୁ କରାଇବା ପାଇଁ ଚିନ୍ତା କରୁଥିଲେ। କିନ୍ତୁ ଆସାମରେ ଏହାର ଭୟାବହ ପରିଣାମକୁ ଦେଖି ଏନ୍‌ପିଆର୍‌ ପରିକଳ୍ପନାକୁ ଆଗକୁ ବଢ଼ାଇବା ପାଇଁ ଉଦ୍ୟମ ଚଳାଇଛନ୍ତି। ବାସ୍ତବରେ ଏନ୍‌ପିଆର ୨୦୨୦ ଏକ ଛଦ୍ମବେଶୀ ଏନ୍‌ଆର୍‌ସି। ଏହାକୁ ତୁରନ୍ତ ବନ୍ଦ କରାଯାଉ ବୋଲି ସୋନିଆ ଦାବି କରିଛନ୍ତି। ସିଡବ୍ଲ୍ୟସି ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସହ ପି. ଚିଦାମ୍ବରମ, ଆନନ୍ଦ ଶର୍ମାଙ୍କ ଭଳି ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଫଟା ଜିନ୍ସ ପିନ୍ଧୁଥିବା ମହିଳା ସଂସ୍କାରୀ ନୁହନ୍ତି’

ଡେରାଡୁନ୍‌, ୧୮ା୩: ଫଟା ଜିନ୍ସ ପିନ୍ଧୁଥିବା ମହିଳା ସଂସ୍କାରୀ ନୁହଁନ୍ତି। ସେମାନେ ନିଜ ପିଲାଙ୍କୁ କିପରି ସଂସ୍କାର ଶିକ୍ଷା ଦେବେ ବୋଲି କହିଛନ୍ତି ଉତ୍ତରାଖଣ୍ଡର ନୂଆ...

ଗୁଜରାଟରେ ପାକ୍‌ ପଙ୍ଗପାଳ ଆତଙ୍କ

ବଡୋଦରା, ୨୬ା୧୨: ପାକିସ୍ତାନରୁ ଦଳ ଦଳ ପଙ୍ଗପାଳ ଗୁଜରାଟର ବିଭିନ୍ନ ଜିଲାରେ ପ୍ରବେଶ କରିବା ଫଳରେ ଚାଷୀଙ୍କ ନିଦ ହଜାଇ ଦେଲେଣି। ଏମାନେ ବ୍ୟାପକ ଫସଲ...

‘ପ୍ରଧାନମନ୍ତ୍ରୀ ନୁହନ୍ତି, ଭାଜପା ପ୍ରଚାରକ’

ନୂଆଦିଲ୍ଲୀ/କୋଲକାତା,୧୯ା୪: ମହାମାରୀ କରୋନା ଯୋଗୁ ଭାରତରେ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି ହୋଇଛି। ରବିବାର ୨,୬୧,୫୦୦ରୁ ଊର୍ଦ୍ଧ୍ୱ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧,୫୦୧ ଜଣ ଭୂତାଣୁ...

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନଙ୍କ ଚିଠିର ଉତ୍ତର ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ୧୯।୪: କରୋନା ମୁକାବିଳା ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଥିଲେ। ଏଥିରେ ଟିକାକରଣ ଅଭିଯାନକୁ ଜୋରଦାର କରିବା...

ଡିସେମ୍ବର ଶେଷ ସପ୍ତାହରେ ଦିଲ୍ଲୀରେ ପହଞ୍ଚିବ କରୋନା ଟିକା: ଡିପ୍‌ଫ୍ରିଜ୍ ପ୍ରସ୍ତୁତ

ନୂଆଦିଲ୍ଲୀ,୨୨ ।୧୨: ଦେଶରେ କରୋନା ଟିକା ଡିସେମ୍ବର ଶେଷ ସପ୍ତାହରେ ଅର୍ଥାତ୍ ୨୮ ତାରିଖରେ ପହଞ୍ଚିବ ବୋଲି ଅନୁମାନ କରାଯାଇଛି । ଏହି ଟିକା ରାଜୀବ...

ଯୁବତୀଙ୍କୁ ପୋଲିସର ଗଣବଳାତ୍କାର

ଗୋରଖପୁର,୧୭ା୨ (ପି.ଟି.): ଉତ୍ତରପ୍ରଦେଶର ଗୋରଖପୁର ରେଳଷ୍ଟେଶନ ନିକଟ ଏକ ହଷ୍ଟେଲ ଭିତରେ ୨ ପୋଲିସ ଜଣେ ଯୁବତୀ(୨୦)ଙ୍କୁ ମାଡ଼ମାରିବା ସହ ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି।...

ବିଗ୍‌ ବି’ଙ୍କ ବଙ୍ଗଳାରେ ବୋମା, ପୋଲିସ କଣ୍ଟ୍ରୋଲ ରୁମକୁ ଅଜଣା କଲ୍‌…

ମୁମ୍ବାଇ,୭।୮: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ ବଙ୍ଗଳାରେ ବୋମା ରହିଛି। ଏନେଇ ଏକ ଫୋନ କଲ ଆସିବା ପରେ ପୋଲିସ କଣ୍ଟ୍ରୋଲ ରୁମ୍‌ରେ ଉତ୍ତେଜନା ପ୍ରକାଶ...

‘ଅନ୍ୟ କାନ୍ଧରେ ବନ୍ଧୁକ ରଖି ଚଲାଇବା ରାହୁଲଙ୍କ ଅଭ୍ୟାସ’

ନୂଆଦିଲ୍ଲୀ,୬।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ଟୁଇଟକୁ ନେଇ ରାଜନୀତି ସରଗରମ ହୋଇଛି। ସେ କୃଷକ ଆନ୍ଦୋଳନର ଏକ ପୁରୁଣା ଫଟୋ ଟୁଇଟ୍‌ କରିବା...

Advertisement
Archives

Model This Week