Posted inଜାତୀୟ

ସିଜେଆଇଙ୍କ ବିରୋଧରେ ଷଡ଼ଯନ୍ତ୍ର ଅଭିଯୋଗ: ତଦନ୍ତ ଶେଷ, ସେପ୍ଟେମ୍ବରରେ ରିପୋର୍ଟ

ନୂଆଦିଲ୍ଲୀ,୨୨ା୮: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ରଞ୍ଜନ ଗୋଗୋଇଙ୍କ ବିରୋଧରେ ବଡ଼ ଷଡ଼ଯନ୍ତ୍ର ଅଭିଯୋଗର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଜଣିକିଆ କମିଟି ଏହାର କାର୍ଯ୍ୟ ଶେଷ କରିଛି ଏବଂ ସେପ୍ଟେମ୍ବର ମଧ୍ୟଭାଗରେ ରିପୋର୍ଟ ଦାଖଲ କରିପାରନ୍ତି ବୋଲି ଜଣାପଡିଛି। ଆଇନଜୀବୀ ଉତ୍ସବ ସିଂ ବୈନ୍ସଙ୍କ ଅଭିଯୋଗର ତଦନ୍ତ ପାଇଁ ଏପ୍ରିଲ ୨୫ରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଏ.କେ. ପଟ୍ଟନାୟକଙ୍କୁ ନିଯୁକ୍ତ କରାଯାଇଥିଲା। ସୁପ୍ରିମକୋର୍ଟରେ ଖଣ୍ଡପୀଠ ଫିକ୍ସିଂ ହେବା ସହ ବିଭିନ୍ନ ଅନିୟମିତତା ହେଉଥିବା ନେଇ ବୈନ୍ସ ସତ୍ୟପାଠ ଦାଖଲ କରିଥିଲେ। ସେ ଦାଖଲ କରିଥିବା ଦସ୍ତାବିଜ୍‌ଗୁଡିକୁ ତଦନ୍ତ କମିଟି ଅନୁଧ୍ୟାନ କରିଛନ୍ତି। ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ସୁଦ୍ଧା କମିଟି ତାଙ୍କ ରିପୋର୍ଟ ସମ୍ପୂର୍ଣ୍ଣ କରି ଜଉମୁଦା ଲଫାପାରେ ସୁପ୍ରିମକୋର୍ଟରେ ଦାଖଲ କରିବେ ବୋଲି ଏକ ସୂତ୍ରରୁ ଜଣାପଡିଛି।
ତେବେ ଜଷ୍ଟିସ୍‌ ଗୋଗୋଇଙ୍କ ବିରୋଧରେ ଆସିଥିବା ଯୌନ ଶୋଷଣ ଅଭିଯୋଗର ତଦନ୍ତ ହୋଇନାହିଁ। ତାଙ୍କ ବିରୋଧରେ ଜଣେ ପୂର୍ବତନ ମହିଳା କର୍ମଚାରୀ ଆଣିଥିବା ଯୌନ ନିର୍ଯାତନା ଅଭିଯୋଗର ତଦନ୍ତ କରି ସୁପ୍ରିମକୋର୍ଟର ଇନ୍‌-ହାଉସ୍‌ କମିଟି ମେ ୬ରେ ଗୋଗୋଇଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲା। ଜଷ୍ଟିସ ଏସ୍‌.ଏ. ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ତଦନ୍ତ କମିଟିରେ ସୁପ୍ରିମକୋର୍ଟର ଦୁଇଜଣ ମହିଳା ବିଚାରପତି ଇନ୍ଦୁ ମାଲହୋତ୍ରା ଓ ଇନ୍ଦିରା ବାନାର୍ଜୀ ସଦସ୍ୟ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମରେ ଉତ୍ତେଜନା, ଇଣ୍ଟରନେଟ ସେବା ବନ୍ଦ

ଜୟପୁର,୧୫।୮: ରାଜସ୍ଥାନର ଜଲୋର ଜିଲା ସୁରାନା ଗ୍ରାମର ଏକ ଘରୋଇ ସ୍କୁଲର ଦଳିତ ଛାତ୍ର ଶିକ୍ଷକଙ୍କ ମାଡ଼ରେ ପ୍ରାଣ ହରାଇବା ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ...

କର୍ନାଟକ ନିର୍ବାଚନ ପାଲଟିଲା କଂଗ୍ରେସର ଲାଇଫ ଲାଇନ :ଏବେ ୫ ରାଜ୍ୟରେ ଗଡ଼ଜୟ ଆଶା ନେଇ ଯୋଜନା…

ବେଙ୍ଗାଲୁରୁ,୧୩।୫ : କର୍ନାଟକ ନିର୍ବାଚନର କଂଗ୍ରେସ ଏକ ପାଖିଆ କରି ଦେଇଛି। ହିମାଚଳ ପ୍ରଦେଶ ପରେ କର୍ନାଟକରେ ମଧ୍ୟ ଭାଜପା ଏକ ବଡ଼ ଧରଣର ବିପର୍ଯ୍ୟୟର...

କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଧନ୍ୟବାଦ ଜଣାଇଲେ ଶାହ

ନୂଆଦିଲ୍ଲୀ,୨୨ ।୧୦: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ତାଙ୍କର ୫୭ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ବହୁ ରାଜନେତା ଶାହାଙ୍କୁ ଜନ୍ମଦିନର...

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୬କୁ ବୃଦ୍ଧି

ଲକ୍ଷ୍ନୌ,୨୦।୩: ଭାରତରେ ମହାମାରୀ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ବୃଦ୍ଧି ପାଉଛି। ଏହି ମହାମାରୀ ଦେଶର ୧୯ଟି ରାଜ୍ୟରେ ବ୍ୟାପିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ...

ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ ହସ୍ପିଟାଲରେ ଭର୍ତ୍ତି…

ଚେନ୍ନାଇ,୧୪।୭ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ.ଷ୍ଟାଲିନ୍‌ଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜୁଲାଇ ୧୨ରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କର ନମୁନା ରିପୋର୍ଟ କରୋନା ପଜିଟିଭ୍‌...

ବୁଷ୍ଟର ଡୋଜ୍‌ ଆରମ୍ଭ…

ନୂଆଦିଲ୍ଲୀ, ୧୦।୪ : ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ କରୋନା ଟିକାର ତୃତୀୟ ଡୋଜ...

‘ଚାଇନା ବିରୋଧରେ ଚୁପ୍‌ କାହିଁକି’

ନୂଆଦିଲ୍ଲୀ, ୭ା୬: ଭାଜପା ନେତ୍ରୀ ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ବିରୋଧ କରୁଥିବା ଇସ୍‌ଲାମୀୟ ଦେଶଗୁଡ଼ିକ ଚାଇନାରେ ମୁସଲମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଚୁପ୍‌ କାହିଁକି...

କନ୍ୟାଙ୍କୁ କାନ୍ଧରେ ବୋହି ନଦୀ ପାର ହେଲେ ବର, ଭିଡ଼ିଓ ଭାଇରାଲ…

ପାଟନା,୨୯।୬: ସମ୍ପ୍ରତି ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ବର କନ୍ୟାଙ୍କୁ କାନ୍ଧରେ ବୋହି ନଦୀ ପାର ହେଉଛନ୍ତି। ଏଭଳି ଘଟଣା...

Advertisement
Archives

Model This Week