Posted inଖେଳ

ସିଙ୍ଗଲ୍ସ୍‌, ଡବଲ୍ସ ଫାଇନାଲରେ ପ୍ରମୋଦ

ଭୁବନେଶ୍ୱର, ୨୧।୯(କ୍ରୀଡ଼ା ପ୍ରତିନିଧି)- ବ୍ୟାଙ୍କକ୍‌ଠାରେ ଚାଲିଥିବା ଥାଇଲାଣ୍ଡ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଓଡ଼ିଶାର ପ୍ରମୋଦ ଭଗତ ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ବିଭାଗ ଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ସିଙ୍ଗଲ୍ସ ସେମିଫାଇନାଲରେ ସେ ଜାପାନର ଦାଇସୁକେ ଫୁଜିହାରାଙ୍କୁ ୨୧-୧୮, ୧୫-୨୧, ୨୧-୧୬ ପଏଣ୍ଟରେ ପରାସ୍ତ କରିଛନ୍ତି। ଶନିବାର ସେ ଫାଇନାଲରେ ଅନ୍ୟତମ ଭାରତୀୟ ଖେଳାଳି ତଥା ତାଙ୍କ ଡବଲ୍ସ ପାର୍ଟନର ମନୋଜ ସରକାରଙ୍କୁ ଭେଟିବେ। ଡବଲ୍ସ ସେମିଫାଇନାଲରେ ପ୍ରମୋଦ-ମନୋଜ ଯୋଡ଼ି ଥାଇଲାଣ୍ଡର ଚାଓ୍ବାର୍ଟ କିଟ୍‌ଚୋଓ୍ବାଟ୍‌ନା ଓ ସାଙ୍ଗନିଲ ସିଙ୍ଘା ଯୋଡ଼ିଙ୍କୁ ସିଧାସଳଖ ୨୧-୧୫, ୨୨-୨୦ ପଏଣ୍ଟରେ ହରାଇ ଦେଇଛନ୍ତି। ଭାରତୀୟ ଯୋଡ଼ି ଶନିବାର ଡବଲ୍ସ ଫାଇନାଲରେ ଥାଇଲାଣ୍ଡର ମଙ୍ଗ୍‌ଖୋନ୍‌ ବୁନ୍‌ସୁନ ଏବଂ ସିରିପଙ୍ଗ ଟିମାରୋମ୍‌ଙ୍କୁ ଭେଟିବେ। ପ୍ରକାଶ ଯୋଗ୍ୟ ଯେ, ୨୦୧୯ରେ ଏହାକୁ ମିଶାଇ ପ୍ରମୋଦ ଖେଳିଥିବା ୮ ଟୁର୍ନାମେଣ୍ଟରୁ ୭ଟିରେ ଫାଇନାଲରେ ପ୍ରବେଶ କରିଛନ୍ତି। ସେହିପରି ଡବଲ୍ସରେ ୮ ଟୁର୍ନାମେଣ୍ଟରୁ ଏହା ତାଙ୍କର ୬ଷ୍ଠ ଫାଇନାଲ ପ୍ରବେଶ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ସ୍ବତନ୍ତ୍ର କାରାଗାରରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: କର୍ମଚାରୀ ଅଭାବ

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ବେସରକାରୀ ପରିଦର୍ଶକମାନେ ଗଞ୍ଜାମ ଜିଲା ଭଞ୍ଜନଗର ସ୍ବତନ୍ତ୍ର କାରାଗାରକୁ ଯାଇ ସେମାନଙ୍କ ଖାଦ୍ୟ, ସ୍ବାସ୍ଥ୍ୟସେବା, ସର୍ବୋପରି ଜେଲ ପରିସର ପରିଷ୍କାର ଓ ପରିଚ୍ଛନ୍ନତା ଉପରେ…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଆଗରେ ବର୍ଷିଲେ ମୋଦି: କହିଲେ, ବନ୍ଦ କର ନଚେତ୍‌…

ନୂଆଦିଲ୍ଲୀ,୧।୯: ସାଂଘାଇ ସହଯୋଗ ସଂଗଠନ (SCO)ର ୨୬ତମ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦ ପ୍ରସଙ୍ଗରେ ଏକ ଦୃଢ଼ ମତ ଗ୍ରହଣ କରି କହିଛନ୍ତି। କେବଳ…

ବଦଳିବ ବ୍ୟାଙ୍କିଂ -UPI ସିଷ୍ଟମ! କ’ଣ ଏହି ‘ୱାନ ନେଶନ, ୱାନ ଟାଇମ’ ନୀତି, ଜାଣନ୍ତୁ…

ନୂଆଦିଲ୍ଲୀ,୧।୯: ଡିଜିଟାଲ ଦୁନିଆରେ ଏକ ସେକେଣ୍ଡର ହଜାର ଭାଗରୁ ମଧ୍ୟ ଛୋଟ ସମୟର ପାର୍ଥକ୍ୟ ଅନେକ ସମୟରେ ବଡ଼ ପ୍ରଭାବ ପକାଇଥାଏ। କେତେବେଳେ UPI ପେମେଣ୍ଟ ଅଟକିଯାଏ,…

ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଆହତ; ଆଫଗାନିସ୍ତାନ ଟି-୨୦ ସିରିଜ ପାଇଁ ଫେରିବେ ନାହିଁ!

ନୂଆଦିଲ୍ଲୀ,୧।୯: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପରେ ଆଉ ଏକ ଝଟକା ଲାଗିଛି। ସେପ୍ଟେମ୍ବର ୧୩ରୁ ଆରମ୍ଭ ହେଉଥିବା ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରେ ସେ…

ମଝି ଆକାଶରେ IndiGo ଫ୍ଲାଇଟ୍‌ର ଇଞ୍ଜିନ୍‌ ହେଲା ଖରାପ! ତା’ପରେ…

ନୂଆଦିଲ୍ଲୀ,୧।୯: ଇଣ୍ଡିଗୋର ବିମାନ 6E 2102 ମଙ୍ଗଳବାର ସକାଳେ ଗୋଆରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା। ଉଡ଼ାଣର କିଛି ସମୟ ପରେ ବିମାନର ଗୋଟିଏ ଇଞ୍ଜିନ୍‌ରେ ତ୍ରୁଟି…

ନେପାଳ ବନ୍ୟାର ଛାତିଥରା ଦୃଶ୍ୟ; ଗୋଟିଏ ଘରୁ ମିଳିଲା ୨୩ ମୃତଦେହ, ମା’ କୋଳକୁ ଜାବୁଡ଼ି ଧରିଥିଲା ଛୁଆ

କାଠମାଣ୍ଡୁ,୧।୯: ନେପାଳରେ ଭୟଙ୍କର ବନ୍ୟା ଓ ଭୂସ୍ଖଳନ ପରେ ଧ୍ୱଂସର ଚିତ୍ର ଦିନକୁ ଦିନ ସାମ୍ନାକୁ ଆସୁଛି । ବନ୍ୟାରେ ଏପର୍ଯ୍ୟନ୍ତ ୯୬୨ ଜଣଙ୍କ ମୃତ୍ୟୁ ହୋଇଥିବା…

ଗାଁରେ ପହଞ୍ଚିଲାନି ଆମ୍ବୁଲାନ୍ସ: ପୁଅକୁ କାନ୍ଧରେ ବୋହିଲେ ମା’, ପରେ ଖଟିଆରେ….

ପାଟଣା, ୧।୯ (ବୀର କିଶୋର ଦାଶ): ଲଗାଣ ବର୍ଷାରେ ନାଳ ଉପରେ ଥିବା ପୋଲ ଧୋଇଯିବାରୁ ଗାଁ ଭିତରକୁ ଯାଇପାରିଲା ନାହିଁ ଆମ୍ବୁଲାନ୍ସ। ଶେଷରେ ଗୁରୁତର ଅବସ୍ଥାରେ…

ବିବାହର ମାତ୍ର ୫ ମାସ ପରେ ଛାଡ଼ପତ୍ର ନେଲେ ବାଦ୍‌ଶାହା: ପୋଷ୍ଟ ଶେୟାର କରି କହିଲେ…

ରାପର୍‌ ବାଦଶାହା ଏବଂ ପଞ୍ଜାବୀ ଅଭିନେତ୍ରୀ ଈଶା ରିଖିଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଛି। ବିବାହର ମାତ୍ର ପାଞ୍ଚ ମାସ ପରେ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri