ସିଗାରେଟ ବଦଳାଇଦେଲା ଫୁସ୍‌ଫୁସ୍‌ ରଙ୍ଗ

ବେଜିଂ: ଧୂମପାନ ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ। ଏପରି ଚେତାବନୀ ପ୍ରତି ସିଗାରେଟ ପ୍ୟାକେଟ୍‌ରେ ଅତି ସହଜରେ ଦେଖିବାକୁ ମିଳେ। ଏହା ସତ୍ତ୍ୱେ ଏହି ମାରାତ୍ମକ ନିଶାକୁ ଛାଡ଼ି ପାରୁନାହାନ୍ତି ଅନେକେ। ହେଲେ ଏହାର କୁପ୍ରଭାବ ଫୁସ୍‌ଫୁସ୍‌କୁ କିପରି ପ୍ରଭାବିତ କରୁଛି ତାହାର ଏକ ଭୟଙ୍କର ଚିତ୍ର ଏବେ ସୋସିଆଲ ମିଡିଆରେ ସୃଷ୍ଟି କରିଛି ଆଲୋଡ଼ନ। ଦୀର୍ଘବର୍ଷ ଧରି ସିଗାରେଟ ଟାଣିବା ଫଳରେ ଗୋଲାପୀ ରଙ୍ଗର ଫୁସ୍‌ଫୁସ୍‌ ପାଲଟିଯାଇଛି ସମ୍ପୂର୍ଣ୍ଣ କଳା। ଚାଇନାର ଜିଆଙ୍ଗ୍‌-ସୁ ସହରସ୍ଥିତ ୟୁକ୍‌ସି ହସ୍ପିଟାଲ ପକ୍ଷରୁ ଧୂମପାନର କୁପରିଣାମ ବିଷୟରେ ଜନସଚେତନତା ସୃଷ୍ଟି କରିବା ଲାଗି ସମ୍ପୃକ୍ତ ଚେନ୍‌ ସ୍ମୋକରଙ୍କ ଫୁସ୍‌ଫୁସ୍‌ର ଭିଡିଓକୁ ସୋସିଆଲ ମିଡିଆରେ ଅପ୍‌ଲୋଡ଼ କରାଯାଇଛି। ଅଦ୍ୟାବଧି ପାଖାପାଖି ୨୫ ମିଲିୟନରୁ ଊର୍ଦ୍ଧ୍ୱ ଦର୍ଶକ ଏହାକୁ ଦେଖିସାରିଲେଣି।
ସୂଚନା ଅନୁଯାୟୀ, ଉକ୍ତ ଫୁସ୍‌ଫୁସ୍‌ଟି ଜଣେ ୫୨ ବର୍ଷୀୟ ବ୍ୟକ୍ତିଙ୍କର। ସେ ଦୀର୍ଘ ୩୦ବର୍ଷ ଧରି ଲଗାତର ଧୂମପାନ କରିଚାଲିଥିଲେ। ଫୁସ୍‌ଫୁସ୍‌ରେ ଭୟଙ୍କର ସଂକ୍ରମଣ କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ଡାକ୍ତରୀଦଳ ଫୁସ୍‌ଫୁସ୍‌ର ଏପରି ଅବସ୍ଥା ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। ଏହାପରେ ହସ୍ପିଟାଲ ପକ୍ଷରୁ ଉକ୍ତ ଫୁସ୍‌ଫୁସ୍‌ର ଭିଡିଓକୁ ଧୂମପାନକାରୀଙ୍କ ଲାଗି ଚେତାବନୀ ସ୍ବରୂପ ସୋସିଆଲ ମିଡିଆରେ ଅପ୍‌ଲୋଡ କରାଯାଇଛି। ଏଥିରେ ଏକ କ୍ୟାପ୍‌ସନ ମଧ୍ୟ ଲେଖାଯାଇଛି ‘କ’ଣ ଆପଣମାନେ ଏବେ ବି ଧୂମପାନ କରିବାର ସାହସ ରଖନ୍ତି’ ? ଏହାକୁ ସୋସିଆଲ ମିଡିଆ ୟୁଜରମାନେ ‘ବେଷ୍ଟ ଆଣ୍ଟି ସ୍ମୋକିଂ ଆଡ୍‌ ଏଭର’ ବୋଲି କମେଣ୍ଟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବସ୍‌ ଝରକା ପଟେ ସ୍ତ୍ରୀଙ୍କୁ ଏମିତି ଟେକିନେଲେ ସ୍ବାମୀ…

ଯେତେବେଳେ ବି ଆମେ ବସ୍‌ରେ ଯାତ୍ରାକରୁ ମନରେ ସିଟ୍‌ ଟିଏ ପାଇଁ ଚିନ୍ତା ଆସେ। ସିଟ୍‌ ନ ମିଳିଲେ ଆମକୁ ସାରା ରାସ୍ତା ଛିଡାହୋଇ ଯିବାକୁ...

ଆମେରିକାରେ ପାଳନ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ

ଓ୍ବାଶିଂଟନ,୧୭।୬: ଆସନ୍ତା ୨୧ତାରିଖରେ ବିଶ୍ୱ ବ୍ୟାପୀ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଥିବା ବେଳେ ଆମେରିକାରେ ରବିବାର ଏହି ଦିବସକୁ ବିଭିନ୍ନ ବର୍ଗର ଲୋକେ ପାଳନ...

ମାତ୍ର ୧୪ ବର୍ଷ ବୟସରେ କେବିସିରେ ଜିତିଥିଲେ ୧ କୋଟି ଟଙ୍କା, ଏବେ ଅଛନ୍ତି ଏହି ପଦବୀରେ

ଲୋକପ୍ରିୟ ଟିଭି ଶୋ’ କୌନ୍‌ ବନେଗା କରୋଡପତିରେ ଭାଗ ନେଇ କୋଟି କୋଟି ଟଙ୍କା ଜିତୁଥବା ପ୍ରତିଯୋଗୀ ପରବର୍ତ୍ତୀ ସମୟରେ ବେଶ୍‌ ଚର୍ଚ୍ଚାରେ ରୁହନ୍ତି। ସେମିତି...

ଏମିତି ଘର, ଯେଉଁଠି ପ୍ରତ୍ୟେକ ଜିନିଷ ଦେଖିବାକୁ ମିଳେ ଓଲଟା

ଘର ମଣିଷ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ। ଲୋକମାନେ ନିଜ ଘରକୁ ଭିନ୍ନ ତଥା ଅନନ୍ୟ କରିବାକୁ ଚାହିଁଥାନ୍ତି। ସେମାନେ ଏହାର ଡିଜାଇନ, ରଙ୍ଗ ଏବଂ...

କରନ୍ତୁ ଶ୍ରୀଯନ୍ତ୍ର ପୂଜନ: ଦୀପାବଳିରେ ହେବ ସମସ୍ତ କାମନା ପୂର୍ଣ୍ଣ…

ଘରେ ସୁଖଶାନ୍ତି ପାଇଁ ଦୀପାବଳିରେ ଶ୍ରୀଯନ୍ତ୍ର ପୂଜନ ସହିତ ମହାଲକ୍ଷ୍ମୀଷ୍ଟକ ପାଠ କଲେ ସୁଫଳ ମିଳେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହି ଦିନ ସଂନ୍ଧ୍ୟାରେ...

ରହସ୍ୟମୟ ଯମ ଦ୍ୱାର: ଯେଉଁଠି ରାତିରେ ରହିଲେ ଲୋକେ ଫେରି ନ ଥାନ୍ତି

ହିନ୍ଦୁ ଧର୍ମରେ ଯମରାଜଙ୍କୁ ମୃତ୍ୟୁର ଦେବତା କୁହାଯାଏ। ପୃଥିବୀରେ ଏପରି ଏକ ରହସ୍ୟମୟ ଦ୍ୱାର ରହିଛି ଯାହାକୁ ‘ଯମଦ୍ୱାର’ ଅର୍ଥାତ୍‌ ଯମ ରାଜାଙ୍କ ଘରର ପ୍ରବେଶ...

ବିଦ୍ୟୁତ୍‌ ବିଲ୍‌ ବାବଦ ଟଙ୍କା ସହ ଜରିମାନା ଦେଲେ ଅଧିକାରୀ

ଯମୁନାନଗର: ହରିୟାଣା ଯମୁନାନଗରର ଖବର ଜାଣିଲେ ଆଶ୍ଚର୍ଯ୍ୟ ଲାଗୁଛି। ଯମୁନାନଗର ଏସ୍‌କେ ରୋଡ୍‌ରେ ଥିବା କୃଷ୍ଣା ଉଦ୍ୟୋଗରେ ବିଜୁଳି ସଂଯୋଗ ଦିଆଯାଇଥିଲା ଓ ଏହାକୁ ଏପ୍ରିଲ...

ଆରୋଗ୍ୟ ନ ହେଲେ ବି ଏଡସ୍‌ ମହାମାରୀରୁ ବଞ୍ଚିବା ସମ୍ଭବ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩୦।୧୧: ପୃଥିବୀରେ ଏଡସ୍‌ ମହାମାରୀ ବିଭିନ୍ନ ବିକଶିତ ରାଷ୍ଟ୍ରଙ୍କୁ ଚିନ୍ତାରେ ପକାଇଛି। ଏ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ପ୍ରତିବର୍ଷ ଡିସେମ୍ବର ୧ରେ ଏଡସ୍‌ ଦିବସ...

Advertisement
Archives

Model This Week