Posted inଜାତୀୟ

ସିଏଏ ହିଂସା: ପ୍ରଦର୍ଶନକାରୀଙ୍କୁ ପାକିସ୍ତାନ ପଳାଇବାକୁ କହିଲେ ଏସ୍‌ପି; ଭିଡ଼ିଓ ଭାଇରାଲ

ମିରଟ,୨୮।୧୨: ସିଏଏ ହିଂସା ସମୟର ଏକ ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ମିରଟ ସିଟି ଏସ୍‌ପି ଅଖିଳେଶ ନାରାୟଣ ପ୍ରଦର୍ଶନକାରୀଙ୍କୁ ପାକିସ୍ତାନ ପଳାଇବାକୁ କହୁଥିବାର ଦେଖିବାକୁ ମିଳୁଛି। ଏହି ଭିଡ଼ିଓ ଭାଇରାଲ ହେବାପରେ ଏସ୍‌ପି କହିଛନ୍ତି ଯେ, ପ୍ରଦର୍ଶନ କାରୀ ହାତରେ କଳାକନା ବାନ୍ଧି ପାକିସ୍ତାନ ଜିନ୍ଦାବାଦ୍‌ କହୁଥିଲେ। ତେଣୁ ସେମାନଙ୍କୁ ଶିକ୍ଷା ଦେବା ପାଇଁ ଏଭଳି କୁହାଯାଇଥିଲା। ତେବେ ଏସବୁ ପ୍ରଦର୍ଶନକାରୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ବିରୋଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି କହିଛନ୍ତି। ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ)କୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିବା ବିକ୍ଷୋଭକାରୀଙ୍କୁ ମିରଟ ଏସ୍‌ପି ‘ପାକିସ୍ତାନ ଯାଅ’ ବୋଲି କହୁଥିବାର ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି। ଏସ୍‌ପିଙ୍କୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ଭାଜପା ଅନୁଷ୍ଠାନଗୁଡ଼ିକରେ ସାମ୍ପ୍ରଦାୟିକତାର ମଞ୍ଜି ବୁଣୁଥିବା କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଅଭିଯୋଗ କରିଛନ୍ତି।
ଗତ ୨୦ ତାରିଖରେ ସିଏଏକୁ ବିରୋଧ କରି ମିରଟରେ ବିକ୍ଷୋଭ ହିଂସାତ୍ମକ ରୂପ ନେଇଥିଲା, ଯେଉଁଥିରେ ୫ ଜଣ ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ଲିସାରି ଗେଟ୍‌ ଥାନା ଅଞ୍ଚଳରେ ଥିବା ଏକ ସଂକୀର୍ଣ୍ଣ ଗଳିରେ ଏସ୍‌ପି ଅଖିଳେଶ ନାରାୟଣ ସିଂ କେତେଜଣ ସ୍ଥାନୀୟ ଲୋକଙ୍କ ସହ ପାଟିତୁଣ୍ଡ କରୁଥିବା ଭିଡିଓରେ ଦେଖାଯାଇଛି। ବିକ୍ଷୋଭକାରୀ ପାକିସ୍ତାନ ଚାଲିଯାଆନ୍ତୁ ବୋଲି ସେ କହିଥିଲେ। ବିକ୍ଷୋଭରେ ସାମିଲ ଥିବା କିଛି ଯୁବକ ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେଉଥିତ୍ବାରୁ ସେ ଏପରି କହିଥିଲେ ବୋଲି ସଫେଇ ଦେଇଛନ୍ତି। ସେମାନେ ଯାହା ସପକ୍ଷରେ ସ୍ଲୋଗାନ ଦେଉଛନ୍ତି, ସେଠାରେ ଯାଇ ରହନ୍ତୁ ବୋଲି ପରାମର୍ଶ ଦେଇଥିବା ଏସ୍‌ପି ସ୍ବୀକାର କରିଛନ୍ତି। ୧.୪୩ ମିନିଟର ଏହି ଭିଡିଓ ବେଶ୍‌ ପ୍ରସାରିତ ହେବାରେ ଲାଗିଛି।
ଏଭଳି ଭାଷା ପ୍ରୟୋଗ କରିବାକୁ ଭାରତର ସମ୍ବିଧାନ କାହାକୁ ଅନୁମତି ଦେଇନାହିଁ ବୋଲି ପ୍ରିୟଙ୍କା ଟୁଇଟ୍‌ କରିଛନ୍ତି। ମିରଟ ଜୋନ୍‌ ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି, ଡିସେମ୍ବର ୨୦ ବିକ୍ଷୋଭ ପରେ କେତେଜଣ ଲୋକ ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେବା ସହ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫ୍‌ଆଇ) ଏବଂ ସୋସିଆଲ ପାର୍ଟି ଅଫ ଇଣ୍ଡିଆ ସମର୍ଥନରେ ଆପତ୍ତିଜନକ ପ୍ରଚାରପତ୍ର ବାଣ୍ଟିଥିଲେ। ପିଏଫ୍‌ଆଇ ବେଆଇନ ଘୋଷିତ ଆତଙ୍କବାଦୀ ସଂଗଠନ ଷ୍ଟୁଡେଣ୍ଟସ୍‌ ଇସ୍‌ଲାମିକ ମୁଭ୍‌ମେଣ୍ଟ ଅଫ୍‌ ଇଣ୍ଡିଆ (ସିମି) ଦ୍ୱାରା ପ୍ରଭାବିତ ସଂଗଠନ। ଖବର ପାଇଁ ଏସ୍‌ପି ଓ ଅନ୍ୟ ଜିଲା ପଦାଧିକାରୀ ସେଠାକୁ ଯାଇଥିଲେ। ଯଦି ସେମାନେ ଚାହୁଁଛନ୍ତି ତେବେ ଦେଶ ଛାଡ଼ିପାରିବେ ବୋଲି ସେମାନେ ଲୋକମାନଙ୍କୁ କହିଥିଲେ ବୋଲି କୁମାର କହିଛନ୍ତି। ଉତ୍ତରପ୍ରଦେଶରେ ଶାନ୍ତି ଫେରିବା ପରେ ଏଭଳି ଭିଡିଓ ପ୍ରସାରଣ କରାଯିବା ପଛରେ ଷଡ଼ଯନ୍ତ୍ର ରହିଥିବା ଏଡିଜି ଅଭିଯୋଗ କରିଛନ୍ତି।
ଜଣେ ଏସ୍‌ପିଙ୍କର ଏଭଳି ଅସାମ୍ବିଧାନିକ ମନ୍ତବ୍ୟ ଦେବାର ନ ଥିଲା ବୋଲି ସମାଜବାଦୀ ପାର୍ଟି ବିଧାୟକ ରଫିକ୍‌ ଅନ୍‌ସାରି ମତ ଦେଇଛନ୍ତି। ଅନ୍ୟ ପକ୍ଷରେ ବରିଷ୍ଠ ଭାଜପା ନେତ୍ରୀ ଉମା ଭାରତୀ ଏସ୍‌ପିଙ୍କ ସମର୍ଥନରେ ଆଗେଇ ଆସିଛନ୍ତି। କଂଗ୍ରେସ ଏହି ପ୍ରସଙ୍ଗକୁ ରାଜନୀତୀକରଣ କରିବାକୁ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି। ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେବା ସହ ପୋଲିସକୁ ଗାଳିଦେବା ଓ ଟେକାମାଡ଼ କରୁଥିତ୍ବା ବିକ୍ଷୋଭକାରୀଙ୍କୁ ପାକିସ୍ତାନ ଚାଲିଯାଅ କହିବା ଯଥାର୍ଥ ବୋଲି ଉମା ଭାରତୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାଭାରତ ସତ୍ୟତା ହେବ ପ୍ରମାଣିତ: ୪ ହଜାର ବର୍ଷ ତଳର ଅବଶେଷରୁ ମିଳିବ ତଥ୍ୟ

ନୂଆଦିଲ୍ଲୀ,୧।୫: ମହାଭାରତର ସତ୍ୟତା ପ୍ରମାଣିତ ହେବା ସମ୍ଭାବନା ଦେଖାଦେଇଛି। ବାଗପତ୍‌ର ସିନୌଲି ସ୍ଥିତ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଦ୍ୱାରା କରାଯାଇଥିବା ଖନନରୁ କେତେକ ଅବଶେଷ...

ଅଗଷ୍ଟ ୫ରେ ଭେଲୋର ଭୋଟ

ଚେନ୍ନାଇ,୫।୭ : ତାମିଲନାଡ଼ୁର ଭେଲୋର ଲୋକ ସଭା ଆସନ ଲାଗି ଅଗଷ୍ଟ ୫ ତାରିଖରେ ଭୋଟଗ୍ରହଣ କରାଯିବ। ଏନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି।...

ଭଗତ ସିଂଙ୍କ ବଦଳରେ ଚନ୍ଦ୍ରଶେଖର ଆଜାଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ପ୍ରିୟଙ୍କା ହେଲେ ଟ୍ରୋଲ୍‌

ନୂଆଦିଲ୍ଲୀ, ୨୮।୯: କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ପ୍ରିୟଙ୍କା ଚତୁର୍ବେଦୀ ସଂଗ୍ରାମୀ ଶହୀଦ୍‌ ଭଗତ ସିଂଙ୍କ ଜନ୍ମତିଥିରେ ଶ୍ରଦ୍ଧାଞ୍ଜଳି ଦେଇ ସୋସିଆଲ୍‌ ମିଡ଼ିଆରେ ଟ୍ରୋଲ୍‌ ହେବାରେ ଲାଗିଛନ୍ତି।...

ଚାକରାଣୀ ସାଜି ୧୦୦ ଘରୁ କଲେ ଚୋରି, ଦିଲ୍ଲୀରେ କିଣିଲେ ଫ୍ଲାଟ୍‌

ଗାଜିଆବାଦ୍‌,୧୮।୮: ଗାଜିଆବାଦ୍‌ର ଇନ୍ଦିରାପୁରମରେ ଏକ ରୋଚକ ଘଟଣା ଘଟିଛି। ଚାକରାଣୀ ସାଜି ଜଣେ ମହିଳା ୧୦୦ରୁ ଅଧିକ ଘରେ ଚୋରି କରି ଦିଲ୍ଲୀରେ ଫ୍ଲାଟ କିଣିଛନ୍ତି।...

ସୋନୁ ସୁଦଙ୍କ ବିରୋଧରେ ମାମଲା ରୁଜୁ

ଚଣ୍ଡିଗଡ଼,୨୨।୨: ସବୁବେଳେ ମହତ୍‌ କାର୍ଯ୍ୟ କରି ଚର୍ଚ୍ଚାରେ ରହୁଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ ଏବେ ରାଜନୈତିକ ପ୍ରସଙ୍ଗକୁ ନେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତାଙ୍କ...

ବିବାଦରେ ଜୋମାଟୋ ବିଜ୍ଞାପନ

ନୂଆଦିଲ୍ଲୀ,୨୨।୮: ଫୁଡ୍‌ ଡେଲିଭରି ଆପ୍‌ ଜୋମାଟୋ ବିଜ୍ଞାପନକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି। ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନଙ୍କ ଦ୍ୱାରା କରାଯାଇଥିବା ଜୋମାଟୋ ଆଡ୍‌କୁ...

ଭାରତୀୟଙ୍କ ହାତରେ ବିଶ୍ୱ ଡିଜିଟାଲ ଜଗତର ଦାୟିତ୍ୱ

ନୂଆଦିଲ୍ଲୀ,୩୦।୧୧: ଟୁଇଟ୍‌ର ସିଇଓ ପଦରୁ ଜ୍ୟାକ୍‌ ଡୋର୍‌ସି ଇସ୍ତଫା ଦେବା ପରେ ଭାରତୀୟ ବଂଶୋଦ୍ଭବ ପରାଗ ଅଗ୍ରୱାଲଙ୍କୁ ଏହି ପଦରେ ନିଯୁକ୍ତ କରାଯାଇଛି। ଫଳରେ ଏହି...

ପଞ୍ଜାବ ନିର୍ବାଚନ ପୂର୍ବରୁ ଭାଜପାରେ ସାମିଲ ହେବେ ହରଭଜନ ସିଂ!

ଚଣ୍ଡିଗଡ଼,୧୨ ।୧୨: ଆସନ୍ତା ବର୍ଷ ହେବାକୁ ଯାଉଛି ପଞ୍ଜାବ ବିଧାନସଭା ନିର୍ବାଚନ । ଏଥିପାଇଁ ଏବେଠାରୁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଲେଣି...

Advertisement
Archives

Model This Week