Posted inଜାତୀୟ

ସିଏଏ ହିଂସାରେ ମୃତ ବ୍ୟକ୍ତିଙ୍କ ପାଖକୁ ନୋଟିସ ପଠାଇଛି ଉତ୍ତରପ୍ରଦେଶ ପୋଲିସ

ଲକ୍ଷ୍ନୌ,୩।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଉତ୍ତରପ୍ରଦେଶ ବିକ୍ଷୋଭ ପ୍ରଦର୍ଶନ ସମୟରେ ହୋଇଥିବା ହିଂସା ଓ ଭଙ୍ଗାରୁଜା କରିଥିବା ବ୍ୟକ୍ତିଙ୍କ ବିରୋଧରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କିନ୍ତୁ ଏଥିରେ ପୋଲିସର କିଛି ତ୍ରୁଟି ରହିଯାଇଥିବା ପରିଲିଖିତ ହୋଇଛି। କିଛି ଏଭଳି ମାମଲା ସାମ୍ନାକୁ ଆସିଛି ଯାହା ଏବେ ଚର୍ଚ୍ଚା ପରିସରକୁ ଆସିଛି। ସୂଚନା ମୁତାବକ ସିଏଏ ହିଂସା ପାଇଁ ଫିରୋଜାବାଦର ଜଣେ ମୃତବ୍ୟକ୍ତିଙ୍କ ନାଁରେ ପୋଲିସ ନୋଟିସ ଜାରି କରିଛି। ଏଥିସହ ୯୦ବର୍ଷ ବୟସର ଶର୍ଯ୍ୟାଶୀୟୀ ଓ ରୋଗାଗ୍ରସ୍ତ ବ୍ୟକ୍ତିଙ୍କ ନାଁରେ ମଧ୍ୟ ପୋଲିସ ନୋଟିସ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ବନ୍ନେ ଖାଁଙ୍କ ନାମକ ବ୍ୟକ୍ତିଙ୍କ ୬ବର୍ଷ ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ଫିରୋଜାବାଦରେ ଶାନ୍ତି ଭଙ୍ଗ କରିବା ଭୟରେ ପୋଲିସ ତାଙ୍କୁ ନୋଟିସ ପଠାଇଛି। ଏହାପରେ ମୃତକଙ୍କ ପରିବାର ଲୋକ ପୋଲିସକୁ ତାଙ୍କର ମୃତ୍ୟୁ ପ୍ରମାଣପତ୍ର ଦେଖାଇଥିଲେ। ସେହିପରି ୯୦ବର୍ଷ ବୟସର ସୁଫି ଅନ୍‌ସାର ହୁସୈନ ନିମୋନିଆରେ ପୀଡ଼ିତ ଥିବା ବେଳେ ନିକଟରେ ଗଙ୍ଗାରାମ ହସ୍ପିଟାଲରୁ ନିଜର ଚିକିତ୍ସା କରାଇ ଫେରିଛନ୍ତି। ଆଉ ଏମାନଙ୍କ ନାଁରେ ସିଏଏ ହିଂସାକୁ ଉସୁକାଇଥିବା ଅଭିଯୋଗ ହୋଇଛି। ଏହାକୁ ଦେଖିଲେ ଲାଗୁଛି ପୋଲିସ ଆଖି ବନ୍ଦ କରି କାର୍ଯ୍ୟ କରୁଛି। ଅପରପକ୍ଷେ ଖାଁ ଓ ହୁସୈନ ଦୁହେଁ ଶାନ୍ତି କମିଟିର ସଦସ୍ୟ ଥିବା ବେଳେ ପୋଲିସର ଏଭଳି ଅବହେଳା ତା’ର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଳ ଯୁଦ୍ଧ ପାଇଁ ଷଡ଼ଯନ୍ତ୍ର କରୁଛି ଚାଇନା

ନୂଆଦିଲ୍ଲୀ,୨୪।୧: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଥମିବାର ନା ଧରୁନି। ଏଠାରେ ଜାଣିଶୁଣି ଚାଇନା ସୀମା ବିବାଦକୁ ଅଧିକ ସଙ୍କଟ ଜନକ...

୩୦ ତଳେ ଦୈନିକ ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୩୧।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ୧ ହଜାର ୨୨୫ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ...

ସିଏଏ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପାଇଁ ସୀମିତ ଆଇନ

ନୂଆଦିଲ୍ଲୀ,୨୭।୪: ନାଗରିକତ୍ୱ (ସଂଶୋଧନ) ଆଇନ (ସିଏଏ) ଏକ ସୀମିତ ତଥା ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ଲାଗି ଉଦ୍ଦିଷ୍ଟ ଆଇନ। ଏହା ଏକ ଧାର୍ଯ୍ୟ ସମୟସୀମା ମଧ୍ୟରେ...

ପ୍ରଧାନମନ୍ତ୍ରୀ ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନାଁରେ ଘୃଣ୍ୟ ପୋଷ୍ଟ କରି ଗିରଫ ହେଲେ ଯୁବକ

ନୂଆଦିଲ୍ଲୀ,୪।୯: ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମ୍ପର୍କରେ ଘୃଣ୍ୟ ବାର୍ତ୍ତା ପୋଷ୍ଟ କରିଥିବା ଜଣେ ଯୁବକ...

ବାଜିଲା ନିର୍ବାଚନ ବିଗୁଲ, ଘୋଷଣା ହେଲା ତାରିଖ

ନୂଆଦିଲ୍ଲୀ, ୨୫।୯: ବିହାର ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ବିଗୁଲ ବାଜିଛି। ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି।...

କର୍ନାଟକରେ ହେବେ କଂଗ୍ରେସ ମୁଖ୍ୟମନ୍ତ୍ରୀ: ଶିବକୁମାର

ବେଙ୍ଗାଲୁରୁ,୨୨।୭: କର୍ନାଟକ ବିଧାନସଭାରେ ସୋମବାର ଏଚ୍‌ ଡି କୁମାରସ୍ବାମୀ ସରକାର ଆସ୍ଥା ଭୋଟର ସାମ୍ନା କରିବେ। ହେଲେ ଏହା ପୂର୍ବରୁ କଂଗ୍ରେସ ନେତା ଡିକେ ଶିବକୁମାର...

ମୃତଦେହ ସହ ହେଉଥିବା ଖରାପ୍‌ ବ୍ୟବହାରକୁ ନେଇ ଦିଲ୍ଲୀ ସରକାରଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨।୬: ଦିଲ୍ଲୀରେ ଦିନକୁ ଦିନ କରୋନା ଭାଇରସ୍‌ ସଂକ୍ରମଣ ବଢ଼ିବା ସହ ଲଗାତର ଖରାପ୍‌ ହେଉଥିବା ସ୍ଥିତିକୁ ନେଇ ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଶୁଣାଣି...

ହିରୋଶିମା: ଯୁଦ୍ଧ, ଯନ୍ତ୍ରଣାର ଦସ୍ତାବିଜ

ନୂଆଦିଲ୍ଲୀ: ବିଶ୍ୱ ଇତିହାସରେ ପରମାଣୁ ଯୁଦ୍ଧର ଏକମାତ୍ର ମୂଖସାକ୍ଷୀ ହେଉଛି ଜାପାନ। ୧୯୪୫ରେ ଆମେରିକା କେବଳ ଯୁଦ୍ଧକୁ ଅବଦମିତ କରିବାକୁ ଜାପାନ ଉପରେ ପରମାଣୁ ଆକ୍ରମଣ...

Advertisement
Archives

Model This Week