Posted inଜାତୀୟ

ସିଏଏ ବିରୋଧୀ ଶୋଭାଯାତ୍ରାବେଳେ ରାମଭକ୍ତଙ୍କ ଉନ୍ମତ୍ତକାଣ୍ଡ: ବନ୍ଧୁକ ବୁଲାଇଲେ, ଗୁଳି ଚଳାଇଲେ

ନୂଆଦିଲ୍ଲୀ,୩୧-୧(ପି.ଟି.):କେନ୍ଦ୍ରର ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ବିକ୍ଷୋଭ ବେଳେ ଦିନକୁ ଦିନ ହିଂସା ବଢ଼ିବାରେ ଲାଗିଛି। ଏହିକ୍ରମରେ ଗୁରୁବାର ଦିଲ୍ଲୀର ଜାମିଆ ନଗରରେ ଏକ ଅଭାବନୀୟ ଘଟଣା ଘଟିଛି। ବିକ୍ଷୋଭକାରୀମାନେ ଶୋଭାଯାତ୍ରା ପାଇଁ ବାହାରୁଥିବାବେଳେ ଜଣେ କିଶୋର ‘ଏଇ ନିଅ ସ୍ବାଧୀନତା’ କହିବା ସହ ବନ୍ଧୁକ ବୁଲାଇ ସେମାନଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଏଥିରେ ଜାମିଆ ମିଲିଆ ଇସ୍‌ଲାମିଆ ବିଶ୍ୱବିଦ୍ୟାଳୟର ଶାଦାବ ଫାରୁକ ନାମକ ଜଣେ ଛାତ୍ର ଆହତ ହୋଇଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦିଲ୍ଲୀ ପୋଲିସକୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି। ଏହି ମାମଲାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି। ଅନ୍ୟପକ୍ଷରେ ଗୁଳିମାଡ଼ ବେଳର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭାଜପା ନେତାଙ୍କ ‘ଗୋଲି ମାରୋ’ ସ୍ଲୋଗାନର ପ୍ରଭାବରେ ଏପରି ଘଟିଥିବା ବିରୋଧୀ ଦଳଗୁଡ଼ିକ ସମାଲୋଚନା କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ରାଜନୀତି ସରଗରମ ହୋଇଛି।
ମିଳିଥିବା ସୂଚନାନୁସାରେ ଜାମିଆ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଗୁରୁବାର ଅପରାହ୍ନ ୧୨ଟାରେ ଏକ ଶୋଭାଯାତ୍ରାର ଆୟୋଜନ କରିଥିଲେ। ଜାମିଆ ନଗରସ୍ଥିତ ଏହି ୟୁନିଭର୍ସିଟି କ୍ୟାମ୍ପସ୍‌ର ଗେଟ୍‌ ନମ୍ବର ୭ରୁ ରାଜଘାଟ ପର୍ଯ୍ୟନ୍ତ ଯାଉଥିବା ଶୋଭାଯାତ୍ରାକୁ ପୋଲିସ ଅନୁମତି ଦେଇ ନ ଥିଲା। ହୋଲି ଫାମିଲି ହସ୍ପିଟାଲ ନିକଟରେ ସେମାନଙ୍କୁ ଅଟକାଇବା ପାଇଁ ବହୁସଂଖ୍ୟକ ପୋଲିସ କର୍ମଚାରୀ ମୁତୟନ ହୋଇଥିଲେ। ଶୋଭାଯାତ୍ରାକୁ ରୋକିବା ଲାଗି ପୋଲିସ ଯୋଜନା କରୁଥିବାବେଳେ ଭିଡ଼ ଭିତରୁ ହଠାତ୍‌ ଜଣେ କିଶୋର ବାହାରିଥିଲେ। ସେ ବିକ୍ଷୋଭକାରୀମାନଙ୍କ ଆଗରେ ବନ୍ଧୁକ ବୁଲାଇବା ସହ ବାରମ୍ବାର ‘ୟେ ଲୋ ଆଜାଦୀ’ ବୋଲି ସ୍ଲୋଗାନ ଦେଉଥିଲେ। ପୋଲିସ ତାଙ୍କ ପାଖରେ ପହଞ୍ଚତ୍ବା ପୂର୍ବରୁ ସେ ଗୁଳି ଚଳାଇ ସାରିଥିଲେ। ଜାମିଆ ବିଶ୍ୱବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ଛାତ୍ର ଶାଦାବଙ୍କ ବାମହାତରେ ଗୁଳି ବାଜିଥିଲା। ଏହି କଶ୍ମୀରୀ ଛାତ୍ରଙ୍କୁ ଏମ୍ସର ଟ୍ରମା କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଛି ଓ ସେ ବିପଦମୁକ୍ତ ଅଛନ୍ତି। ଅଭିଯୁକ୍ତଙ୍କୁ ପୋଲିସ ଘଟଣାସ୍ଥଳରେ କାବୁ କରିବା ପରେ ଥାନାକୁ ନେଇ ପଚରାଉଚରା କରୁଛି ବୋଲି ଡିସିପି ଚିନ୍ମୟ ବିଶ୍ୱାଲ ସୂଚନା ଦେଇଛନ୍ତି। ଏହି ହାଇଡ୍ରାମା ବେଳର ଦୃଶ୍ୟ ଟେଲିଭିଜନ କ୍ୟାମେରାରେ କଏଦ୍‌ ହେବା ସହ ସାମାଜିକ ଗଣମାଧ୍ୟମରେ ମଧ୍ୟ ବହୁଳ ପ୍ରସାରିତ ହୋଇଛି।
ଅଭିଯୁକ୍ତଙ୍କ ସମ୍ପର୍କରେ ମିଳିଥିବା ପ୍ରାଥମିକ ସୂଚନାନୁସାରେ ସେ ଜଣେ ନାବାଳକ ଓ ତାଙ୍କ ବୟସ ୧୭ ବର୍ଷ। ଆଧାର କାର୍ଡ ଅନୁସାରେ ତାଙ୍କ ନାମ ରାମଭକ୍ତ ଗୋପାଳ ଓ ସେ ଗୌତମବୁଦ୍ଧ ନଗର (ନୋଏଡା) ଅଞ୍ଚଳର। ଜଓ୍ବେର କସ୍‌ବେ ବାସିନ୍ଦା ରାମଭକ୍ତ ଗୋପାଳଙ୍କ ବାପା ଜଣେ ପାନଦୋକାନୀ ବୋଲି ଜଣାପଡ଼ିଛି। ବନ୍ଧୁକ ବୁଲାଇବା ପୂର୍ବରୁ ଅଭିଯୁକ୍ତ ରାମଭକ୍ତ ଗୋପାଳ ଫେସ୍‌ବୁକ୍‌ରେ କେତେକ ମେସେଜ୍‌ ପୋଷ୍ଟିଂ କରିଥିଲେ। ଏଥିରେ ସେ ଉଲ୍ଲେଖ କରିଥିଲେ, ‘ଶାହିନବାଗ ଖେଳ ଖତମ’। ଆଉ ଏକ ପୋଷ୍ଟରେ ‘ମୋର ଶେଷଯାତ୍ରା ବେଳେ ମୋ ମରଶରୀରକୁ ଦୟାକରି ଗୈରିକ ରଙ୍ଗର ଚାଦରରେ ଘୋଡ଼ାଇବ’ ଏବଂ ‘ଜୟ ଶ୍ରୀରାମ’ ଲେଖିଥିଲେ। ଉକ୍ତ ପୋଷ୍ଟଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପୋଲିସ ସେଗୁଡ଼ିକୁ ନେଇ ତନାଘନା ଚଳାଇଛି। ଇତିମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଏହି ବିଷୟକୁ ଗମ୍ଭୀରତାର ସହ ନେଇଛନ୍ତି। ସେ ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକଙ୍କୁ ସମ୍ପୃକ୍ତ ଆକ୍ରମଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ଘଟଣାକୁ କେନ୍ଦ୍ର ସରକାର ବରଦାସ୍ତ କରିବେ ନାହିଁ। ଦୋଷୀଙ୍କୁ ଛଡ଼ାଯିବ ନାହିଁ ବୋଲି ଶାହା ଟୁଇଟ୍‌ କରିଛନ୍ତି। ଏହି ଘଟଣା ପରେ ଜାମିଆ ନଗର ଅଞ୍ଚଳରେ ଉତ୍ତେଜନା ବୃଦ୍ଧିପାଇଛି। ଫେବୃୟାରୀ ୮ରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନକୁ ଘୁଞ୍ଚାଇବା ପାଇଁ ଭାଜପା ଏପରି କରାଇଥିବା ଶାସକ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଅଭିଯୋଗ ଆଣିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ: ମୌଳିକ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇ ବସିଥିଲେ। ତାଙ୍କ ସ୍ଥାନରେ ସୋମବାର…

ରାଜନୀତିରେ ହଲଚଲ! ସନ୍ନ୍ୟାସ ନେବେ କି ଗଡ଼କରୀ? ଏଭଳି ବୟାନକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ନାଗପୁରର…

ଚହଳ ପକାଇଲା ଅଭିଜିତ ଦୀପକେଙ୍କ ଚିଠି: ସରକାରଙ୍କଠୁ ମାଗିଲେ ୬ଟି ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଛାନିଆ ହେଲେ…

ନୂଆଦିଲ୍ଲୀ,୨୪।୮:କକରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦେଶର ସମସ୍ତ ରାଜ୍ୟର ଶିକ୍ଷାମନ୍ତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ରାଜ୍ୟର ସରକାରୀ ସ୍କୁଲଗୁଡ଼ିକ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

IVF ମାଧ୍ୟମରେ ଏହି ରାଜ୍ୟରେ ଜନ୍ମ ନେଲା ବାଛୁରୀ: ବିଶ୍ୱରେ ପ୍ରଥମ

ଗୌହାଟି,୨୪।୮: ଆସାମ ପଶୁପାଳନ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି। IVF (ଇନ-ଭିଟ୍ରୋ ଫର୍ଟିଲାଇଜେସନ) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରାଜ୍ୟରେ ସ୍ବଦେଶୀ ‘ଲଖିମୀ’ ପ୍ରଜାତିର…

ଶିକ୍ଷକ ଅଭାବରୁ ତାତିଲେ ଲୋକେ, ସ୍କୁଲରେ ADEO-BEOଙ୍କୁ ପକାଇଲେ ତାଲା

ଭଦ୍ରକ,୨୪ା୮(ସନାତନ ରାଉତ): ଶିକ୍ଷକ ଅଭାବକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରୀଛତ୍ର । ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ସ୍କୁଲ ଭିତରେ ତାଲା ପକାଇଦେଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri