ସିଏଏ ବିରୋଧରେ ଟୁଇଟ୍‌ କରି ଅଡ଼ୁଆରେ ଫରହାନ

ମୁମ୍ବାଇ,୨୧।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରିବା ଅଭିନେତା ତଥା ପ୍ରଯୋଜକ ଫରହାନ ଅଖତରଙ୍କୁ ମହଙ୍ଗା ପଡ଼ିଛି। ତେଲଙ୍ଗାନାରେ ତାଙ୍କ ବିରୋଧରେ ଅଭିଯୋଗ କରାଯାଇଥିବା ଜଣାପଡ଼ିଛି। ଏହି ଅଭିଯୋଗ ହିନ୍ଦୁ ସଂଗଠନର ସଂସ୍ଥାପକ ତଥା ହାଇଦ୍ରାବାଦର ଓକିଲ କରୁଣା ସାଗରଙ୍କ ପକ୍ଷରୁ କରାଯାଇଛି। ଟୁଇଟରରେ ସିଏଏକୁ ନେଇ ସେ ଭୁଲ ତଥ୍ୟ ଦେବା ସହ ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି ବୋଲି ହିନ୍ଦୁ ସଂଗଠନର ସଂସ୍ଥାପକ ନିଜ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଫଳରେ ଏଥିଯୋଗୁ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେଣୁ ଫରହାନଙ୍କ ନାଁରେ ସଇଦାବାଦ ଥାନାରେ ଆପରାଧିକ ଷଡଯନ୍ତ୍ରର ମାମଲା ରୁଜୁ ହୋଇଛି। ଏହି ଅଭିଯୋଗକୁ ଆଧାର କରି ଏହାର ସତ୍ୟତା ନେଇ ପୋଲିସ ଯାଞ୍ଚ କରୁଛି। ସୂଚନାଯୋଗ୍ୟ, ଡିସେମ୍ବର ୧୯ରେ ମୁମ୍ବାଇର କ୍ରାନ୍ତି ମଇଦାନରେ ସିଏଏ ବିରୋଧରେ ସମସ୍ତଙ୍କୁ ଏକଜୁଟ୍‌ ହେବା ପାଇଁ ସେ ଟୁଇଟରରେ ଆହ୍ବାନ ଦେଇଥିଲେ। ଏହାକୁ ନେଇ ଏବେ ଝଡ଼ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲଙ୍କ ନାଗରିକତାଙ୍କୁ ନେଇ ନୋଟିସ୍‌ ଜାରି କଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୩୦।୪: ଭାଜପାର ବରଷ୍ଠ ନେତା ତଥା ରାଜ୍ୟ ସଭା ଏମ୍‌ପି ଡ. ସୁବ୍ରମଣ୍ୟମ୍‌ ସ୍ବାମୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଗରିକତାକୁ ନେଇ ଅଭିଯୋଗ ଆଣିଥିଲେ।...

ମମତାଙ୍କ ମନ୍ତବ୍ୟକୁ ଟିଏମ୍‌ସି ଏମ୍‌ପିଙ୍କ ବିରୋଧ

କୋଲକାତା,୧୪।୪: ପଶ୍ଚିମବଙ୍ଗ ନଦିଆ ଜିଲାର ହଂସଖାଲିଠାରେ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ରାଜନୀତି ଜୋର୍‌ ଧରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉକ୍ତ ମାମଲା...

ରାଗିଲେ ତାପସୀ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତାପସୀ ପନ୍ନୁ ତାଙ୍କ ଅଭିନୟ ପାଇଁ ଖୁବ୍ ଚର୍ଚ୍ଚିତ । ସବୁବେଳେ ସେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିବାକୁ ପସନ୍ଦ...

ନେତାରୁ ପୁଣି ଆଇଏଏସ୍‌ ପଦବୀକୁ ଫେରିବେ କି ଶାହ ଫୈଜଲ

ନୂଆଦିଲ୍ଲୀ, ୧୨।୮: ୨୦୦୯ ଆଇଏଏସ୍‌ ପରୀକ୍ଷାରେ ଟପ୍‌ ର଼୍ୟାଙ୍କ୍‌ ହାସଲ କରିଥିବା ଶାହ ଫୈଜଲ୍‌ ୨୦୧୯ରେ ଚାକିରି ଛାଡି ରାଜନୀତିରେ ଯୋଗ ଦେଇଥିଲେ। ସେ ଜମ୍ମୁ-କଶ୍ମୀରରେ...

ଜମ୍ମୁ କଶ୍ମୀର ବଡଗାମରେ ଏନକାଉଣ୍ଟର: ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୨୮।୬: ଜମ୍ମୁ କଶ୍ମୀରର ବଡଗାମ ଜିଲାରେ ଶୁକ୍ରବାର ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା...

ସ୍ତ୍ରୀ ଭିକ ମାଗିବାରୁ ସ୍ବାମୀ ନେଲେ ଏମିତି ପଦକ୍ଷେପ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପରିବାର ପରାମର୍ଶ କେନ୍ଦ୍ରକୁ ଆସିଥିବା ଜଣେ ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ତିନି ତଲାକ୍‌ କହି ଛାଡ଼ପତ୍ର ଦେଇଛନ୍ତି। ତେବେ ତିନି ତଲାକ୍‌କୁ ଆଇନଗତ ଭାବେ ନିଷେଧ...

ଜମ୍ମୁ-କଶ୍ମୀର ପୋଲିସରୁ ବରଖାସ୍ତ ହେଲେ ଡିଏସ୍‌ପି ଦାବିନ୍ଦର

ଶ୍ରୀନଗର,୧୫।୧: କଶ୍ମୀର ଆତଙ୍କବାଦୀଙ୍କ ସହ ଧରାପଡ଼ିଥିବା ଡିଏସ୍‌ପି ଦାବିନ୍ଦର ସିଂହଙ୍କ ଉପରେ ବୁଧବାର ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଜମ୍ମୁ-କଶ୍ମୀର ପୋଲିସରୁ ତାଙ୍କୁ ବରଖାସ୍ତ କରାଯାଇଥିବା ଜଣାପଡ଼ିଛି।...

‘ମୋଦିଙ୍କ କିଛି ଅବଦାନ ନାହିଁ’

ନୂଆଦିଲ୍ଲୀ,୩ା୮: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କିଛି ଅବଦାନ ନାହିଁ। ଏପରି କି ରାମମନ୍ଦିର ପ୍ରତିଷ୍ଠା ସପକ୍ଷରେ ସୁପ୍ରିମକୋର୍ଟ ରାୟ ଦେବାବେଳେ...

Advertisement
Archives

Model This Week