Posted inଜାତୀୟ

ସିଏଏ ନିଅଁ।ରେ ଜଳୁଛି ଦେଶ: କେନ୍ଦ୍ର ଜାରି କଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୧ା୧୨(ଆଇଏଏନ୍‌ଏସ୍‌): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ)କୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଥିବାବେଳେ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଭାରତୀୟ ନାଗରିକତ୍ୱ ପାଇଁ ୫ଟି ସର୍ତ୍ତ ଜାରି କରିଛି।
ନାଗରିକତ୍ୱ ଆଇନ,୧୯୫୫ ପ୍ରଥମ ପରିଚ୍ଛେଦ ଅନୁଯାୟୀ ଯେଉଁମାନେ ୧୯୫୦ ଜାନୁୟାରୀ ୨୬ରେ ଭାରତର ଅଧିବାସୀ ହୋଇଥିବେ କିମ୍ବା ଭାରତରେ ଜନ୍ମ ହୋଇଥିବେ ସେମାନେ ଭାରତୀୟ ନାଗରିକ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଯେଉଁମାନେ ୧୯୫୦ ଜାନୁୟାରୀ ୨୬ ପରେ ଏବଂ ୧୯୮୭ ଜୁଲାଇ ୧ ପୂର୍ବରୁ ଭାରତରେ ଜନ୍ମ ହୋଇଥିବେ କିମ୍ବା ସେମାନଙ୍କ ମାତାପିତା ଜନ୍ମ ହୋଇଥିବେ ସେମାନେ ନାଗରିକତ୍ୱ ପାଇବାକୁ ହକ୍‌ଦାର। ତେଣୁ ସେମାନେ ସିଏଏକୁ ନେଇ ଚିନ୍ତା କରିବାର କିଛି ନାହିଁ। ନାଗରିକତ୍ୱ ଆଇନର ୨୦୦୪ ସଂଶୋଧନ ଅନୁଯାୟୀ ଆସାମ ବ୍ୟତୀତ ଦେଶର ଅନ୍ୟ ଭାଗରେ ରହୁଥିବା ବ୍ୟକ୍ତି ଯାହାଙ୍କ ମାତା କିମ୍ବା ପିତା ଭାରତୀୟ ଏବଂ ବେଆଇନ ଶରଣାର୍ଥୀ ହୋଇ ନ ଥିଲେ ତାଙ୍କୁ ଭାରତୀୟ ନାଗରିକ ବିବେଚନା କରାଯିବ।
ବିଜ୍ଞପ୍ତି ଅନୁଯାୟୀ ଯେଉଁମାନେ ୨୦୦୪ ଡିସେମ୍ବର ୩ ପରେ ଜନ୍ମ ହୋଇଥିବେ, ସେମାନଙ୍କ ମାଆବାପା ଉଭୟ ଭାରତୀୟ ନାଗରିକ ଏବଂ କେହି ବେଆଇନ ଶରଣାର୍ଥୀ ହୋଇ ନ ଥିବେ ତେବେ ସେ ମଧ୍ୟ ଜନ୍ମରୁ ଭାରତର ନାଗରିକ ଭାବେ ଗଣ୍ୟ ହେବେ। ବଂଶଗତ ନାଗରିକତାର ଦ୍ୱିତୀୟରେ ଜଣେ ୧୯୫୦ ଜାନୁୟାରୀ ୨୬ ପରେ ଏବଂ ୧୯୯୨ ଡିସେମ୍ବର ୧୦ ପୂର୍ବରୁ ଭାରତ ବାହାରେ ଜନ୍ମ ହୋଇଥିଲେ ମଧ୍ୟ ସେ ଭାରତୀୟ ନାଗରିକ ଭାବେ ଗଣାଯାଇପାରିବେ, ଯଦି ତାଙ୍କ ଜନ୍ମ ସମୟରେ ତାଙ୍କ ବାପା ଭାରତୀୟ ନାଗରିକ ହୋଇଥିବେ। ପଞ୍ଜୀକରଣ ଦ୍ୱାରା ନାଗରିକ ନିୟମାବଳୀ ଅନୁଯାୟୀ ଜଣେ ଭାରତୀୟ ମୂଳ ବାସିନ୍ଦା ପଞ୍ଜୀକରଣ ପାଇଁ ଆବେଦନ କରିବା ପୂର୍ବରୁ ୭ ବର୍ଷ ଭାରତରେ ରହିଥିଲେ ନାଗରିକତ୍ୱ ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ। ସେହିପରି ଭାରତୀୟ ନାଗରିକଙ୍କ ନାବାଳକ ପିଲା ନାଗରିକ ଭାବେ ପଞ୍ଜୀକୃତ ହେବା ପାଇଁ ଯୋଗ୍ୟ। ସେହିପରି ଜଣେ ପୂର୍ଣ୍ଣ ବୟସ୍କ ବ୍ୟକ୍ତି, ଯାହାଙ୍କ ମାତାପିତା ଭାରତୀୟ ନାଗରିକ ଭାବେ ପଞ୍ଜୀକୃତ ହୋଇଥିବେ, ସେ ମଧ୍ୟ ନାଗରିକ ଭାବେ ପଞ୍ଜୀକୃତ ହେବା ଲାଗି ଯୋଗ୍ୟ ବିବେଚିତ ହେବେ।
ପୂର୍ଣ୍ଣ ବୟସ ଓ ସାମର୍ଥ୍ୟର ବ୍ୟକ୍ତି ୧୨ ବର୍ଷ ଭାରତରେ ବସବାସ କରିଥିଲେ ନାଗରିକତ୍ୱ ପାଇଁ ସ୍ବୀକୃତି ପ୍ରମାଣପତ୍ର ପାଇବାକୁ ଯୋଗ୍ୟ ହେବେ। ଶେଷରେ ଯଦି କୌଣସି ନୂଆ ଅଞ୍ଚଳ ଭାରତର ଅଂଶବିଶେଷ ହୁଏ, ଉକ୍ତ ଅଞ୍ଚଳର ଅଧିବାସୀଙ୍କୁ ଭାରତର ଅଧିବାସୀ ଭାବେ ସରକାର ପରିଚିତ କରାଇବେ। ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ସେମାନେ ଭାରତୀୟ ନାଗରିକ ବିବେଚିତ ହେବେ। ଗୋଆ, ଡାମନ ଓ ଡିଉ, ସିକିମ ଏବଂ ବାଂଲାଦେଶର କିଛି ଅଞ୍ଚଳ ଯାହା ୨୦୧୪ରେ ଭାରତର ଅନ୍ତର୍ଭୁକ୍ତ ହୋଇଛି, ସେଠାରୁ ଅଧିବାସୀଙ୍କୁ ଉକ୍ତ ନିୟମରେ ନାଗରିକତ୍ୱ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ବିପଦ ମଧ୍ୟରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଫାର୍ମା କମ୍ପାନୀ ସହିତ ବୈଠକ

ନୂଆଦିଲ୍ଲୀ,୨୯।୧୨: ସାରା ଦେଶରେ ବଢ଼ୁଥିବା କରୋନା ବିପଦକୁ ଦୃଷ୍ଟିରେ ରଖି ଭାରତରେ ଲଗାତର ଭାବେ ପ୍ରସ୍ତୁତି ଚଳାଇଛି। ଆସନ୍ତା ମାସ ଅର୍ଥାତ୍‌ ଜାନୁଆରୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ...

ପାର୍ଲାମେଣ୍ଟରେ କଶ୍ମୀର ଝଡ଼

ନୂଆଦିଲ୍ଲୀ,୨୪ା୭(ପି.ଟି.): କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ଲାଗି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋତେ ଅନୁରୋଧ କରିଥିଲେ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପାକିସ୍ତାନ...

ସଞ୍ଜୟଙ୍କ ବିଦେଶ ଗସ୍ତକୁ ନେଇ ଉପୁଜିପାରେ ବାଧା

ମୁମ୍ବାଇ,୧୩।୮: ବଲିଉଡ୍‌ ନାୟକ ସଞ୍ଜୟ ଦତ୍ତ କ୍ୟାନସରରେ ପୀଡ଼ିତ ହେବା ଜଣାପଡିବା ପରେ ସମସ୍ତେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି। ତେବେ କ୍ୟାନସର ଚିକିତ୍ସା...

ତେଲଗୁ ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କ ପରଲୋକ

ହାଇଦ୍ରାବାଦ,୨୭।୬: ତେଲଗୁ ଚଳଚ୍ଚିତ୍ର ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କର ବୁଧବାର ମଧ୍ୟରାତ୍ରରେ ହାଇଦ୍ରାବାଦର ଗାଚିବାଓଲିଠାରେ ଥିବା କଣ୍ଟିନେଣ୍ଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଛି। ୭୩ ବର୍ଷ ବୟସରେ ତାଙ୍କର...

ସିବିଆଇ କାର୍ଯ୍ୟାଳୟରେ ମମତା: କହିଲେ,ମତେ ବି ଗିରଫ କର…

କୋଲକାତା,୧୭।୫: ନାରଦା ଦୁର୍ନୀତି ନେଇ ପଶ୍ଚିମବଙ୍ଗରେ ସିବିଆଇ ପକ୍ଷରୁ ଚଢ଼ାଉ ଜାରି ରହିଛି। ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ମନ୍ତ୍ରୀଙ୍କ ସମେତ ୩ ନେତାଙ୍କ ଘରେ ସିବିଆଇ ଚଢ଼ାଉ...

ଦୀପ ସିଦ୍ଧୁ ଫେରାର

ଜଳନ୍ଧର,୨୯।୧: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ହିଂସାର ମାଷ୍ଟରମାଇଣ୍ଡ୍‌ କୁହାଯାଉଥିବା ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ ଗୁରୁବାର ଫେରାର ହୋଇଯାଇଛନ୍ତି। ଦିଲ୍ଲୀ ପୋଲିସ ପକ୍ଷରୁ ତାଙ୍କ ବିରୋଧରେ...

ପାରମ୍ପରିକ ଔଷଧର ଗ୍ଲୋବାଲ ସେଣ୍ଟର ଗୁଜରାଟରେ…

ଅହମଦାବାଦ,୨୬।୩ : ଗୁଜରାଟକୁ ବିଶ୍ୱ ମାନଚିତ୍ରରେ ଉଜ୍ଜ୍ୱଳ କରିବା ପାଇଁ ସରକାର ଆଉ ଏକ ଉପହାର ଦେବାକୁ ଯାଉଛନ୍ତି । ପାରମ୍ପରିକ ଔଷଧ ଉପରେ ବିଶ୍ୱସ୍ବାସ୍ଥ୍ୟ...

ଆମେରିକାରୁ ଆସିଲା ୩୧୮ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର

ନୂଆଦିଲ୍ଲୀ,୨୬।୪: ଆମେରିକା ପଠାଇଥିବା ୩୧୮ଟି ଅକ୍ସିଜେନ କନ୍‌ସେନ୍‌ଟ୍ରେଟର୍‌ ସୋମବାର ଭାରତରେ ପହଞ୍ଚିଛି। ନ୍ୟୁୟର୍କ ବିମାନ ବନ୍ଦରରୁ ଏୟାର ଇଣ୍ଡିଆ ବିମାନ ଯୋଗେ ଏହି ଅକ୍ସିଜେନ କନ୍‌ସେନ୍‌ଟ୍ରେଟର...

Advertisement
Archives

Model This Week