Posted inଜାତୀୟ

ସିଏଏ, ଏନ୍‌ଆରସି ବିରୋଧ ପ୍ରଦର୍ଶନ ସମୟରେ ଜାମିଆ ଛାତ୍ର-ପୋଲିସ ମୁହାଁମୁହିଁ

ନୂଆଦିଲ୍ଲୀ,୧୦।୨: ଜାମିଆ ମିଲିଆ ଇସ୍‌ଲାମିଆର ଛାତ୍ରୀଛାତ୍ରମାନେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ବିରୋଧରେ ସୋମବାର ଏକ ଶୋଭାଯାତ୍ରା ବାହାର କରିଥିଲେ। ସେହି ସମୟରେ ଛାତ୍ର ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି। ଏଥିରେ କେତେକ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଛାତ୍ରମାନଙ୍କ ଶୋଭାଯାତ୍ରା ସଂସଦ ଅଭିମୂଖେ ଯାଉଥିଲା। ଅଖୋଲା ହୋଲି ଫ୍ୟାମିଲି ହସ୍ପିଟାଲ ନିକଟରେ ବିକ୍ଷୋଭକାରୀ ଛାତ୍ରୀଛାତ୍ରଙ୍କୁ ପୋଲିସ ଅଟକାଇଦେଇଥିଲା। ଏହାପରେ ଛାତ୍ରୀଛାତ୍ର ବ୍ୟାରିକେଡ ଡେଇଁବାକୁ ଉଦ୍ୟମ କରିଥିଲେ। ସେତିକିବେଳେ ସେମାନଙ୍କୁ ଅଟକାଇବାକୁ ଯାଇ ଦିଲ୍ଲୀ ପୋଲିସ ଓ ଛାତ୍ର ମୁହାଁମୁହିଁ ହୋଇଥିଲେ। କାରଣ ସଂସଦ ମୁହାଁ ବିକ୍ଷୋଭ ପ୍ରଦର୍ଶନ ପାଇଁ ପୋଲିସ ବିକ୍ଷୋଭକାରୀଙ୍କୁ ଅନୁମତି ଦେଇ ନ ଥିଲା। ତେବେ ପରିସ୍ଥିତିକୁ ଅଣାୟତ୍ତ ହେବାରୁ ପୋଲିସ ସେମାନଙ୍କ ଉପରେ ଲାଠିଚାର୍ଜ କରିବା ସହ ବିକ୍ଷୋଭ ପ୍ରଦର୍ଶନ ଶେଷ କରିବାକୁ ଅପିଲ୍‌ କରିଥିଲା। ତେବେ ଏଥିରେ କେତେକ ଛାତ୍ର ଆହତ ହୋଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୀତି ଆୟୋଗ ବୈଠକକୁ ଯିବେ ନାହିଁ ମମତା: ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ନୂଆଦିଲ୍ଲୀ,୭ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଜୁନ ୧୫ ତାରିଖରେ ବସିବାକୁ ଥିବା ନୀତି ଆୟୋଗ ବୈଠକରେ ଯୋଗଦେବେନି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ନୀତି...

ନାଗାଲାଣ୍ଡ ହିଂସା: ଯେଉଁଠି ହୋଇଥିଲା ବିବାହ ସେଇଠି ହେଲା ସଂସ୍କାର

କୋହିମା,୭ ।୧୨: ନାଗାଲାଣ୍ଡର ମୋନ ଜିଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୧୪ ସାଧାରଣ ନାଗରିକଙ୍କ ମୃତ୍ୟୁ ସମସ୍ତଙ୍କୁ ଚମକାଇ ଦେଇଥିଲା । ଯେତେବେଳେ ଏମାନଙ୍କ ମୃତ ଦେହ...

ଗ୍ରାମ ପଞ୍ଚାୟତରେ ସ୍ଥାପିତ ହେବ ସଚିବାଳୟ, ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି…

ଲକ୍ଷ୍ନୌ,୨୨।୭: ଏବେ ପ୍ରତି ଗ୍ରାମ ପଞ୍ଚାୟତରେ ଗ୍ରାମ ସଚିବାଳୟ ସ୍ଥାପନ କରାଯିବ। ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପକ୍ଷରୁ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି।...

ଭାଜପା ନେତାଙ୍କୁ ଚା’ ପିଇବାକୁ ମମତାଙ୍କ ନିମନ୍ତ୍ରଣ ପରେ ବଢୁଛି ରାଜନୈତିକ ଚର୍ଚ୍ଚା

କୋଲକତା,୧୯।୮:ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପା ରାଜ୍ୟ ସଭାପତି ଦିଲୀପ ଘୋଷଙ୍କୁ ରାଜ୍ୟ ସଚିବାଳୟରେ ଚା ’ ପାଇଁ ନିମନ୍ତ୍ରଣ କରିବା ପରେ ରାଜନୈତିକ କଳ୍ପନାଜଳ୍ପନା...

ରାସ୍ତାରେ ଗଡୁଛି ୪ କୋଟିରୁ ଅଧିକ ପୁରୁଣା ଗାଡ଼ିମୋଟର

ନୂଆଦିଲ୍ଲୀ,୨୮।୩: ବାୟୁ ପ୍ରଦୂଷଣ ନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ୧୫ ବର୍ଷରୁ ଅଧିକ ପୁରାତନ ଗାଡ଼ିମୋଟରର ଚଳାଚଳ ଉପରେ କଟକଣା ଜାରି ପାଇଁ...

ପୁନିତ ରାଜକୁମାରଙ୍କ ଶେଷ ଫିଲ୍ମର ଟ୍ରେଲରକୁ ପ୍ରଶଂସା କଲେ ମୋଦି

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବର୍ଗତ କନ୍ନଡ ସିନେମା ଆଇକନ ପୁନିତ ରାଜକୁମାରଙ୍କୁ ପ୍ରଶଂସା କରିଛନ୍ତି। ତାଙ୍କ ଶେଷ ଫିଲ୍ମ ଗାନ୍ଧାଡା ଗୁଡିକୁ ପ୍ରଶଂସା କରି...

ସତ୍ୟ ପ୍ରକାଶ ପାଇବାରୁ କିଛି ଲୋକ ବିବ୍ରତ ହେଉଛନ୍ତି, କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୫।୩ : ହିନ୍ଦି ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ କଂଗ୍ରେସକୁ ଟାଗେର୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଦୀର୍ଘ ଦିନ...

ଗୋଟିଏ ଦିନ ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟପିବ ୧୨ ଲକ୍ଷ

ନୂଆଦିଲ୍ଲୀ, ୨୨।୭: ଭାରତରେ କରୋନା ମହାମାରୀ ସଂକ୍ରମଣ ବଢ଼ିବାରେ ଲାଗିଛି। ବୁଧବାର ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୯୨ହଜାର ୯୧୫ରେ ପହଞ୍ଚିଛି।...

Advertisement
Archives

Model This Week