Posted inଜାତୀୟ

ସିଏଏକୁ ୧୧୦୦ ଶିକ୍ଷାବିତ୍‌ଙ୍କ ସମର୍ଥନ

ନୂଆଦିଲ୍ଲୀ,୨୨ା୧୨(ପି.ଟି.): ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ)କୁ ସମର୍ଥନ କରି ସାରା ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ତଥା ଦେଶ ବାହାରୁ ୧୧୦୦ ଶିକ୍ଷାବିତ୍‌ ଓ ଗବେଷକ ଏକ ବିବୃତି ଜାରି କରିଛନ୍ତି। ମିଥ୍ୟା ପ୍ରଚାର, ସାମ୍ପ୍ରଦାୟିକତାବାଦ ଓ ବଂଶବାଦର ଫାଶରେ ନ ପଡିବା ପାଇଁ ସମାଜର ପ୍ରତି ବର୍ଗର ଲୋକଙ୍କୁ ସେମାନେ ଆହ୍ବାନ ଦେଇଛନ୍ତି। ଜାଣିଶୁଣି ମିଛ ପ୍ରଚାର କରି ଏବଂ ଦେଶର ବିଭିନ୍ନ ସ୍ଥାନରେ ହିଂସା ମାଧ୍ୟମରେ ଭୟର ବାତାବରଣ ସୃଷ୍ଟି କରାଯାଉଥିବାରୁ ଏହାକୁ ଶିକ୍ଷାବିତ୍‌ମାନେ ନିନ୍ଦା କରିଛନ୍ତି। ଭୁଲିଯାଇଥିବା ସଂଖ୍ୟାଲଘୁମାନଙ୍କ ପଛରେ ପାର୍ଲାମେଣ୍ଟ ଛିଡାହୋଇ ଭାରତର ସଭ୍ୟତାର ନୀତି ଆଦର୍ଶକୁ ବଜାୟ ରଖିଛି। ଧର୍ମୀୟ ବିଦ୍ୱେଷର ଶିକାର ହୋଇ ପଳାଇ ଆସିଥିବା ସଂଖ୍ୟାଲଘୁଙ୍କୁ ନାଗରିକତ୍ୱ ପ୍ରଦାନ ନିଷ୍ପତ୍ତିକୁ ବିବୃତିରେ ସ୍ବାକ୍ଷର କରିଥିବା ଶିକ୍ଷାବିତ୍‌ମାନେ ସ୍ବାଗତ କରିଛନ୍ତି ଓ ପାର୍ଲାମେଣ୍ଟକୁ ଅଭିନନ୍ଦନ ଜଣାଇଛନ୍ତି। ଭାରତର ଧର୍ମନିରପେକ୍ଷ ସମ୍ବିଧାନ ପାଇଁ ସିଏଏ ଉପଯୁକ୍ତ ବୋଲି ଉକ୍ତ ବିବୃତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଠାରେ ବର୍ଷରେ ୫ଦିନ ସ୍ତ୍ରୀ-ସ୍ବାମୀ ହସିବା ମନା

ବାରାଣସୀର ମଣିକର୍ନିକା ଘାଟ ଅଞ୍ଚଳରେ ଥିବା ପିଡି ଗାଁରେ କାହିଁ କେଉଁ କାଳରୁ ଚାଲିଆସିଛି ଏକ ପରମ୍ପରା। ଦମ୍ପତିଙ୍କ ପାଇଁ ଏହି ପରମ୍ପରା ବେଶ କଡାକଡି...

ମୃତ୍ୟୁର ୩୬ ଘଣ୍ଟା ବିତିଗଲାଣି, ବିଶ୍ୱର ସବୁଠୁ ବଡ ପରିବାରର ମୁଖିଆଙ୍କ ଅନ୍ତିମ ସଂସ୍କାର କରୁନାହାନ୍ତି ପରିବାର ଲୋକେ

ଆଇଜୋଲ୍‌,୧୫।୬: ଦୁନିଆର ସବୁଠୁ ବଡ ପରିବାରର ମୁଖ୍ୟ ମିଜୋରାମର ଜିଓନା ଚାନା ଶେଷନିଃଶ୍ୱାସ ତ୍ୟାଗ କରିବାର ୩୬ ଘଣ୍ଟାରୁ ଅଧିକ ସମୟ ବିତିଯାଇଛି, କିନ୍ତୁ ତାଙ୍କ...

କୁଲଗାମରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

କୁଲଗାମ,୩୦।୬: ଜମ୍ମୁ-କଶ୍ମୀର କୁଲଗାମ ଜିଲାର ଚିମର ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍‌କାଉଣ୍ଟରରେ ୨ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ଏଥିସହ ସମସ୍ତ...

ପିଡିପି ନେତାଙ୍କ ଘର ଉପରେ ଆତଙ୍କବାଦୀ ଆକ୍ରମଣ: ପିଏସ୍‌ଓ ଆହତ

ଜମ୍ମୁ,୧୪ ।୧୨: ଜମ୍ମୁ-କଶ୍ମୀରରେ ଜଣେ ପିଡିପି ନେତାଙ୍କ ଘର ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ସୂଚନା ମିଳିଛି । ଏହି ଆକ୍ରମଣରେ ଜଣେ ପିଏସ୍‌ଓ ବା...

ପାକିସ୍ତାନ ସତ୍‌ଲେଜ ନଦୀରୁ ଆସୁଛି ବିଷାକ୍ତ ପାଣି: ରୋଗରେ ପଡୁଛନ୍ତି ପଞ୍ଜାବ ଲୋକେ

ଚଣ୍ଡିଗଡ଼,୨୪।୮: ଭାରତ ବିରୋଧରେ ପାକିସ୍ତାନ ନୂଆ ନୂଆ ଷଡ଼ଯନ୍ତ୍ର ରଚିବାରେ ଲାଗିଛି। ପାକିସ୍ତାନର ଚମଡା କାରଖାନାରୁ ନିର୍ଗତ ହେଉଥିବା ଗନ୍ଧଯୁକ୍ତ ରାସାୟନିକ ପଦାର୍ଥ ଓ ଆବର୍ଜନା...

ଅକ୍ସିଜେନ୍‌ ଅଭାବ: ଜଣେ ଡାକ୍ତରଙ୍କ ସମେତ ୮ ଜଣଙ୍କ ମୃତ୍ୟୁ…

ନୂଆଦିଲ୍ଲୀ,୧।୫: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। ଏହା ତୀବ୍ର ବେଗରେ ବ୍ୟାପୁଥିବାରୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ କରୋନା...

ଅଧାରେ ରହିଗଲା ଦୁବାଇ ସ୍ବପ୍ନ: ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ

ଅମରାବତୀ,୨୩।୯: ସୋସିଆଲ ମିଡିଆରେ ଟିକ୍‌ଟକ୍‌ ଭିଡିଓର ଏବେ ଟ୍ରେଣ୍ଡ ଚାଲିଥିବା ବେଳେ ଏଥିଯୋଗୁ କେତେକଙ୍କ ଜୀବନ ମଧ୍ୟ ଯାଇସାରିଲାଣି। ହେଲେ କାହାରିବି ଚେତା ପଶୁନି। କିଛି...

ଇମ୍ଫାଲ୍‌ରେ ଆଇଇଡି ବିସ୍ଫୋରଣ: ଆତଙ୍କବାଦୀ ସଂଗଠନ ହାତ ଥିବା ସନ୍ଦେହ

ଇମ୍ଫାଲ୍‌,୫।୧୧: ମଣିପୁର ଇମ୍ଫାଲ୍‌ରେ ମଙ୍ଗଳବାର ସକାଳେ ଆଇଇଡି ବିସ୍ଫୋରଣ ହୋଇଛି। ଏଥିରେ ୪ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଜଣେ ସାଧାରଣ ଲୋକ ମଧ୍ୟ...

Advertisement


Archives

Model This Week