Posted inଜାତୀୟ

ସିଏଏକୁ ସମର୍ଥନ କରିପାରେ ଶିବସେନା: ‘ସାମନା’ ଦେଲା ସଙ୍କେତ

ମୁମ୍ବାଇ,୨୫।୧: ମହାରାଷ୍ଟ୍ରରେ ସରକାର ଗଠନକୁ ନେଇ ଶିବସେନା ଓ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ ହୋଇଥିବା ବିବାଦ ସମସ୍ତଙ୍କୁ ଜଣା। କାହିଁକିନା ଭାଜପା ସହ ମତଭେଦ ହେବାରୁ ଶେଷରେ ଶିବସେନା କଂଗ୍ରେସ ଓ ଏନ୍‌ସିପି ସହ ମିଶି ମହାରାଷ୍ଟ୍ରରେ ସରକାର ଗଠନ କରିଛି। ହେଲେ ବଡ଼ ବଡ଼ ଘଟଣାରେ କେଉଁଠି ନା କେଉଁଠି ଶିବସେନା ପରୋକ୍ଷରେ ଭାଜପାକୁ ସମର୍ଥନ କରୁଥିବା ଦେଖାଯାଇଛି। ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ହେଉ ଅବା ବୀର ସାଭରକରଙ୍କ ମାମଲା ହେଉ ଶିବସେନା ଭାଜପାକୁ ସହଯୋଗ କରୁଥିବା ଲକ୍ଷ୍ୟ କରାଯାଉଛି। ନିକଟରେ ସିଏଏକୁ ସମର୍ଥନ ଜଣାଇବାର ଇଙ୍ଗିତ କରିଛି ଶିବାସେନା। ସେ ତା’ର ମୁଖପତ୍ର ସମାନାର ସମ୍ପାଦକୀୟରେ ଲେଖିଛି, ପାକିସ୍ତାନ ଓ ବାଂଲାଦେଶରୁ ଆସିଥିବା ଅବୈଧ ମୁସଲମାନଙ୍କୁ ଦେଶରୁ ତଡିଦେବା ଦରକାର। ଏଥିରୁ ସ୍ପଷ୍ଟ ହେଉଛି କି ଶିବସେନା ପରୋକ୍ଷରେ ହେଉ ପଛେ ଭାଜପାକୁ ଏକ ପ୍ରକାର ସମର୍ଥନ କରୁଛି। କେବଳ ଭାଜପା ନୁହେଁ ସିଏଏକୁ ମଧ୍ୟ ସମର୍ଥନ କରୁଛି। ଏହା ପୂର୍ବରୁ ମଧ୍ୟ ମହାରାଷ୍ଟ୍ରରେ ମେଣ୍ଟ ସରକାର ଗଠନ ହେବା ପରେ ମଧ୍ୟ ସାମନାରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଖୁବ୍‌ ପ୍ରଶଂସା କରାଯାଇଥିବା ଦେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୩ ଆତଙ୍କବାଦୀ ନିହତ

ଶ୍ରୀନଗର,୨୧।୬: ଜମ୍ମୁ-କଶ୍ମୀରର ପୁଲ୍‌ଓ୍ବାମା ଏବଂ ବାରମୁଲ୍ଲା ଜିଲାରେ ସୁରକ୍ଷା କର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀଙ୍କ ସମେତ ୩ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ...

୭୦୦ ମାମଲା, ୨୪୦୦ ଗିରଫ

ନୂଆଦିଲ୍ଲୀ,୯ା୩(ପି.ଟି.): ଦିଲ୍ଲୀରେ ନିକଟରେ ସିଏଏକୁ ନେଇ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ଦଙ୍ଗାରେ ୭୦୨ ମାମଲା ଦାଏର କରାଯାଇଛି। ସେଥିରୁ ୪୯ ହେଉଛି ବେଆଇନ ଭାବେ ଅସ୍ତ୍ରଶସ୍ତ୍ର...

ଧର୍ମାଶକ୍ତୁଙ୍କୁ ଅନ୍ତର୍ଜାତୀୟ ଗାନ୍ଧୀ ପୁରସ୍କାର

ନୂଆଦିଲ୍ଲୀ,୬।୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ଡ.ଏନ୍‌.ଏସ୍‌. ଧର୍ମାଶକ୍ତୁଙ୍କୁ ଅନ୍ତର୍ଜାତୀୟ ଗାନ୍ଧୀ ପୁରସ୍କାରରେ ସମ୍ମାନୀତ କରିଛନ୍ତି। ଲେପର୍ସି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଏହି...

ଭାରତର ସବୁଠୁ ଭରସାଯୋଗ୍ୟ ସେଲିବ୍ରିଟିଙ୍କ ତାଲିକା ପ୍ରକାଶ

ନୂଆଦିଲ୍ଲୀ, ୨୧।୫: ଟିଆରଏ ରିସର୍ଚ୍ଚ ପକ୍ଷରୁ ଭାରତର ସବୁଠାରୁ ଭରସାଯୋଗ୍ୟ ସେଲିବ୍ରିଟିଙ୍କ ତାଲିକା ପ୍ରକାଶ ପାଇଛି। ଖେଳ, ସିନେମା ଏବଂ ବିଜନେସ୍‌ର ୩୯ଜଣ ସେଲିବ୍ରିଟି ଏହି...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୧୦ ଜୀବନ

ଦିସପୁର,୧୧।୧୧: କାରିମଙ୍ଗଜ ଜିଲା ଆସାମ-ତ୍ରିପୁରା ଜାତୀୟ ରାଜପଥ ନଂ-୮ ରେ ଗୁରୁବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ ଅଟୋ ରିକ୍ସା ଓ ଦ୍ରୁତ...

ଟୁଇଟରକୁ ପ୍ରଶ୍ନ: କାହିଁକି ବନ୍ଦ କରିଥିଲ କେନ୍ଦ୍ରମନ୍ତ୍ରୀଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ,୨୯।୬: କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଓ ବିରୋଧୀ ଏମ୍‌ପି ଶଶି ଥରୁରଙ୍କ ଆକାଉଣ୍ଟକୁ କାହିଁକି ଲକ୍‌ କରାଯାଇଥିଲା? ମାଇକ୍ରୋବ୍ଲଗିଂ...

ହାତୀ କରିଡରରେ ଖଣି ଅନୁମତି ପୂର୍ବରୁ ବନ୍ୟପ୍ରାଣୀ ଯୋଜନା କାର୍ଯ୍ୟକାରୀ କର

ନୂଆଦିଲ୍ଲୀ,୩।୩(ପି.ଟି.): ସିମିଳିପାଳ-ହଦଗଡ଼-କୁଲଡିହା ହାତୀ କରିଡରର ପରିବେଶ ସମ୍ବେଦନଶୀଳ ଅଞ୍ଚଳରେ ଖଣି ଖନନ ଲାଗି ଅନୁମତି ଦେବା ପୂର୍ବରୁ ବିସ୍ତୃତ ବନ୍ୟପ୍ରାଣୀ ପରିଚାଳନା ଯୋଜନା କାର୍ଯ୍ୟକାରୀ କରିବାକୁ...

ବିଦେଶ ଯାଇପାରିବେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ପୁଅ

ନୂଆଦିଲ୍ଲୀ,୨୫।୧୦: ଆଇଏନ୍‌ଏକ୍ସ ମିଡିଆ ମାମଲାର ଅଭିଯୁକ୍ତ କଂଗ୍ରେସ ଏମ୍‌ପି କାର୍ତ୍ତି ଚିଦାମ୍ବରମ୍‌ଙ୍କୁ ଅକ୍ଟୋବର ୨୫ରୁ ନଭେମ୍ବର ୨୧ ପର୍ଯ୍ୟନ୍ତ ବିଦେଶ ଯିବା ଲାଗି ସୁପ୍ରିମକୋର୍ଟ ସୋମବାର...

Advertisement
Archives

Model This Week