Posted inଜାତୀୟ

ସିଂହ ଛୁଆକୁ କୋଳରେ ଧରି କ୍ଷୀର ପିଆଇଲେ ପ୍ରଧାନମନ୍ତ୍ରୀ ମୋଦି: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୪।୩:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଭାନ୍ତରାରେ ବନ୍ୟପ୍ରାଣୀ ଉଦ୍ଧାର, ପୁନର୍ବାସ ଏବଂ ସଂରକ୍ଷଣ କେନ୍ଦ୍ରର ଉଦଘାଟନ କରିଛନ୍ତି। ଭାନ୍ତରା ଦୁଇ ହଜାରରୁ ଅଧିକ ପ୍ରଜାତି ଏବଂ ଦେଢ଼ ଲକ୍ଷରୁ ଅଧିକ ଉଦ୍ଧାର ହୋଇଥିବା ବିପଦପୂର୍ଣ୍ଣ ପ୍ରାଣୀମାନଙ୍କର ଆବାସସ୍ଥଳ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାନ୍ତରାରେ ବିତାଇଥିବା ସମୟର ଏକ ଭିଡିଓ ସାମ୍ନାକୁ ଆସିଛି।

ଭାନ୍ତରାରେ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏସିଆଟିକ ସିଂହ, ଧଳା ସିଂହ, ଚିତାବାଘ, କାରାକାଲ ଏବଂ ଅନ୍ୟାନ୍ୟ ପ୍ରଜାତିର ପ୍ରାଣୀଙ୍କ ଛୁଆଙ୍କ ସହିତ ଖେଳୁଥିବାର ଦେଖାଯାଇଥିଲା। ସେ ସିଂହ ଛୁଆମାନଙ୍କୁ ମଧ୍ୟ ଖାଇବାକୁ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ଯେଉଁ ଧଳା ସିଂହ ଛୁଆକୁ ଖାଇବାକୁ ଦେଇଥିଲେ,ସେମାନେ ଭାନ୍ତରାରେ ଜନ୍ମ ନେଇଥିଲା। ତାଙ୍କ ମା’ଙ୍କୁ ଉଦ୍ଧାର କରାଯାଇ ଭାନ୍ତରାକୁ ଅଣାଯାଇଥିଲା।

ପ୍ରଧାନମନ୍ତ୍ରୀ ମୋଦି ଭାନ୍ତରାରେ ଅବସ୍ଥିତ ବନ୍ୟପ୍ରାଣୀ ହସ୍ପିଟାଲ ପରିଦର୍ଶନ କରିଥିଲେ ଏବଂ ସେଠାରେ ବନ୍ୟ ପ୍ରାଣୀଙ୍କ ଚିକିତ୍ସା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ଏଠାରେ ପ୍ରାଣୀମାନଙ୍କ ପାଇଁ MRI, CT ସ୍କାନ, ICU ଇତ୍ୟାଦିର ବ୍ୟବସ୍ଥା ଅଛି। ଏହା ସହିତ, ଆନାସ୍ଥେସିଆ, ହୃଦରୋଗ, ନେଫ୍ରୋଲୋଜି, ଏଣ୍ଡୋସ୍କୋପି ଏବଂ ଦନ୍ତ ଚିକିତ୍ସା ସମେତ ପ୍ରାୟ ପ୍ରତ୍ୟେକ ବିଭାଗ ଅଛି। ପ୍ରଧାନମନ୍ତ୍ରୀ ହସ୍ପିଟାଲର MRI ରୁମ ମଧ୍ୟ ପରିଦର୍ଶନ କରିଥିଲେ। ଏଠାରେ ଏକ ଏସୀୟ ସିଂହର MRI କରାଯାଉଥିଲା। ସେ ଅପରେଶନ ଥିଏଟରକୁ ମଧ୍ୟ ଗଲେ। ଏଠାରେ ଏକ ଚିତାବାଘର ଅସ୍ତ୍ରୋପଚାର କରାଯାଉଥିଲା।
ପ୍ରଧାନମନ୍ତ୍ରୀ ମୋଦି ପରେ ଭାନ୍ତରା ମଧ୍ୟ ଯାଇଥିଲେ। ସେଠାରେ ସିଂହ ଏବଂ ଚିତାବାଘ ପାଖରେ ଯାଇ ବସିଥିଲେ। ଏଠାରେ ସେ ଚା’ ପିଇଥିଲେ। ପରେ ପ୍ରଧାନମନ୍ତ୍ରୀ ମୋଦି ଧୀରୁଭାଇ ଅମ୍ବାନୀ ଗବେଷଣା ଲ୍ୟାବ ମଧ୍ୟ ପରିଦର୍ଶନ କରିଥିଲେ। ଏଠାରେ ପ୍ରଧାନମନ୍ତ୍ରୀ ଗଣ୍ଡା ଏବଂ ଜିରାଫକୁ ଫଳ ଖୁଆଇଥିଲେ। ଏହା ପରେ ସେ ପକ୍ଷୀ ୱାର୍ଡରେ ପହଞ୍ଚିଲେ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଧାନବିଲରୁ ନିର୍ଗତ ଗ୍ରୀନହାଉସ୍‌ ଗ୍ୟାସ୍‌ ଏସିଆରେ ସର୍ବାଧିକ

ନୂଆଦିଲ୍ଲୀ, ୨୬।୫(ପି.ଟି.):୨୦୦୧ରୁ ୨୦୨୦ ମଧ୍ୟରେ ଧାନବିଲରୁ ନିର୍ଗତ ହେଉଥିବା ବିଶ୍ୱର ମୋଟ ସବୁଜ ଗୃହ ବାଷ୍ପ(ଗ୍ରୀନହାଉସ ଗ୍ୟାସ୍‌)ର ୯୦%ରୁ ଅଧିକ କେବଳ ଏସିଆରୁ ନିର୍ଗତ ହୋଇଛି, ଯେଉଁଥିରେ…

ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ୨୦୨୬ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦେଶସାରା ‘ଘୋ’ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ୨୫ ମେ’ରେ ପରୀକ୍ଷା ପରିଚାଳନା କରିଥିବା…

ଭାରତର ବିକାଶ ଯାତ୍ରା

ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ…

ଅସ୍ତ୍ରବିରତି ମଝିରେ ଇରାନର ଜାହାଜ ଉପରକୁ ଆମେରିକାର ବଡ଼ ଆକ୍ରମଣ, ୨ ଜାହାଜ…

ଓ୍ବାଶିଂଟନ,୨୬।୫: ଆମେରିକା ଏବଂ ଇରାନ ମଧ୍ୟରେ ବର୍ତ୍ତମାନ ଯୁଦ୍ଧବିରତି କାର୍ଯ୍ୟକାରୀ ହେଉଛି ଏବଂ ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଛି । ତଥାପି, ଉତ୍ତେଜନା ସମ୍ପୂର୍ଣ୍ଣ ଭାବରେ…

ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ: ପରିବାର ଲୋକେ ଦେଲେ ଚେତାବନୀ

ଭୁବନେଶ୍ୱର/ବାରଙ୍ଗ,୨୬ା୫(ତ୍ରିନାଥ ମହାନ୍ତି/ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ହାଜତରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଅଭିଯୋଗରେ ସୋମବାର ରାତିରେ ଉତ୍ତେଜନା ଦେଖିବାକୁ ମିଳିଛି। ସ୍ଥାନୀୟ ଚଣ୍ଡୀପ୍ରସାଦ ଗ୍ରାମର ଶତାଧିକ ମହିଳାପୁରୁଷ ରାତିତମାମ…

ମହିଳାଙ୍କୁ ପାଗଳ କଲା ପରକୀୟା ପ୍ରୀତି, ସ୍ବାମୀଙ୍କୁ ବିଦ୍ୟୁତ୍‌ ଶକ୍‌ ଦେଇ ମାରିଲେ ସ୍ତ୍ରୀ

ବରେଲି,୨୬।୫: ଉତ୍ତରପ୍ରଦେଶର ବରେଲିରେ ଜଣେ ମହିଳାଙ୍କ ପରକୀୟା ପ୍ରୀତିକୁ ସ୍ବାମୀ ବିରୋଧ କରିବାରୁ ସେ ପ୍ରେମିକ, ଭଉଣୀ ଓ ଭଉଣୀଙ୍କ ପୁରୁଷ ବନ୍ଧୁ ସହ ମିଶି ସ୍ବାମୀଙ୍କୁ…

ଆଉ ଏକ ଝଟକା….ପୁଣି ଥରେ ବଢ଼ିଲା CNG ଦର, ୧୨ ଦିନ ମଧ୍ୟରେ ଚତୁର୍ଥ ଥର ପାଇଁ ବୃଦ୍ଧି

ନୂଆଦିଲ୍ଲୀ,୨୬।୫:  ପେଟ୍ରୋଲ ଏବଂ ଡିଜେଲର ବର୍ଦ୍ଧିତ ମୂଲ୍ୟ ସହିତ ଜଡ଼ିତ ସାଧାରଣ ଲୋକଙ୍କୁ ପୁଣି ମହଙ୍ଗା ମାଡ଼ । CNG ମଧ୍ୟ କ୍ରମଶଃ ମହଙ୍ଗା ହେଉଛି। ମଙ୍ଗଳବାର…

ବିଳମ୍ବିତ ରାତିରେ ପୁଣି ୨ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୋଲିସର ଏନ୍‌କାଉଣ୍ଟର

ଵ୍ରହ୍ମପୁର, ୨୬।୫:(ସୁବାସ ଚନ୍ଦ୍ର ପାଢ଼ୀ): ଆଉ ଅପରାଧୀଙ୍କୁ ତ୍ରାହି ନାହିଁ । ଵ୍ରହ୍ମପୁର ପୋଲିସ ବିଗତ କିଛି ଦିନ ହେବ ଅପରାଧୀଙ୍କୁ ଏନକାଉଣ୍ଟର ଜାରି ରଖିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri