ସାର ପାଇଁ ଆଧାର: ଚାଷୀଙ୍କ ଆକାଉଣ୍ଟକୁ ଯିବ ସବ୍‌ସିଡି ଟଙ୍କା; ଆସନ୍ତାବର୍ଷରୁ କାର୍ଯ୍ୟକାରୀ ହେବ ଡିବିଟି

ଭୁବନେଶ୍ୱର,୨୨। ୯(ବ୍ୟୁରୋ): ସାଧାରଣ ଖାଉଟି ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟ ସାମଗ୍ରୀ ନେବା ଏବଂ ଧାନ ବିକିବା ପାଇଁ ଆଧାର କାର୍ଡ ସଂଯୋଗକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ ଏବେ ଚାଷୀମାନେ କିଣୁଥିବା ସାର ରିହାତି ଲାଗି ଆଧାର ସଂଯୋଗ କରାଯିବ। ରାଜ୍ୟରେ ଆସନ୍ତାବର୍ଷରୁ ସାର କିଣିବା ପାଇଁ ଡାଇରେକ୍ଟ ବେନିଫିଟ୍‌ ଟ୍ରାନ୍ସଫର (ଡିବିଟି) ବ୍ୟବସ୍ଥା ଲାଗୁ ହେବ। ସାର ଉପରେ କେନ୍ଦ୍ର ସରକାର ଦେଉଥିବା ରିହାତି(ସବ୍‌ସିଡି) ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ। ସାର ଯୋଗାଣରେ ହେଉଥିବା ଦୁର୍ନୀତିକୁ ରୋକିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଚାଷୀଙ୍କର ଶତପ୍ରତିଶତ ଆଧାର ଲିଙ୍କ କରିବାକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଡିଲରମାନଙ୍କ ଠାରୁ ଚାଷୀ ସିଧାସଳଖ ସାର କିଣିବେ। ରନ୍ଧନ ଗ୍ୟାସ୍‌ ଭଳି ଚାଷୀଙ୍କୁ ପ୍ରଥମେ ସାରର ସମ୍ପୂର୍ଣ୍ଣ ଅର୍ଥ ଦେଇ କିଣିବାକୁ ପଡ଼ିବ। ପରେ ସବ୍‌ସିଡି କଟି ଚାଷୀଙ୍କ ଆକାଉଣ୍ଟକୁ ଯିବ । ଚାଷୀମାନେ ଡିଲରଙ୍କ ନିକଟରେ ନିଜର ଆଧାର ନମ୍ବର ଦେବାକୁ ହେବ। ଆଧାରକୁ ବ୍ୟାଙ୍କ ଆକାଉଣ୍ଟ ସହ ଲିଙ୍କ କରାଯିବ। ସାର ନେବା ବେଳେ ଚାଷୀମାନେ ପଏଣ୍ଟ ଅଫ ସେଲ୍‌ ମେଶିନ(ପିଓଏସ୍‌)ରେ ଅଙ୍ଗୁଳି ଛାପ ଦେଇ ସାର କ୍ରୟ କରିବେ। ପ୍ରତ୍ୟେକ ଚାଷୀଙ୍କୁ ରସିଦ ଦିଆଯିବ। ଏହାଛଡା କେଉଁ ଡିଲର ନିକଟରେ କେତେକ ଚାଷୀ ସାର ନେଉଛନ୍ତି ତାହା ସହଜରେ ଜଣାପଡିଯିବ। ଡିଲରଙ୍କୁ ସାର କମ୍ପାନୀଗୁଡିକ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ପ୍ରକାର ସାର ଯୋଗାଇ ଦେବେ। କୃଷି ବିଭାଗ ପକ୍ଷରୁ ଏ ନେଇ ସାର ବିକ୍ରି କରୁଥିବା ରାଜ୍ୟରେ ଥିବା ୧୧ ହଜାର ଡିଲରଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ ହୋଇଛି। ଦୁଇଟି ପର୍ଯ୍ୟାୟରେ ସେମାନଙ୍କୁ ତାଲିମ ଦିଆଯିବ। ଆଧାର ସଂଯୋଗ ଏବଂ ପିଓଏସ୍‌ ମେଶିନ କିପରି ବ୍ୟବହାର ହେବ ସେ ନେଇ ତାଲିମ ଦିଆଯାଉଛି ବୋଲି କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଚାଷୀମାନେ ଡିଲରଙ୍କ ଠାରୁ ରିହାତି ଦରରେ ସାର ପାଉଛନ୍ତି। ଏଥିଯୋଗୁ ଅନେକ ସମୟରେ ସାରରେ ଜାଲିଆତି ହୋଇଥାଏ। ସାର ଯେଉଁ ମାନର ହେବା କଥା ତାହା ନ ହୋଇ ଭେଜାଲ ହୋଇଥାଏ। ଚାଷୀ ବିଲରେ ପକାଇଲେ ମଧ୍ୟ ତାହା କାମ ଦେଇ ନ ଥାଏ। ଫଳରେ ପ୍ରତ୍ୟେକ ବର୍ଷ ଜମିରେ ରାସାୟନିକ ସାର ପରିମାଣ ବଢି ବଢି ଛାଲିଛି। ୨୦୦୦ରେ ରାଜ୍ୟରେ ପ୍ରତି ହେକ୍ଟରରେ ୨୦ରୁ ୨୫ କେଜି ସାର ବ୍ୟବହାର କରାଯାଉଥିବା ବେଳେ ୨୦୧୯ରେ ପ୍ରତି ହେକ୍ଟରରେ ୬୨ରୁ ୬୩ କିଲୋ ପ୍ରୟୋଗ କରାଯାଉଛି। କେନ୍ଦ୍ର ସରକାର ଚାଷୀଙ୍କୁ ସହାୟତା କରିବାକୁ ରିହାତି ଦରରେ ସାର ଯୋଗାଇ ଦେବା ପାଇଁ ବହୁ କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ତାହାର ଫାଇଦା ଚାଷୀଙ୍କୁ ମିଳି ପାରୁ ନାହିଁ। ଏହାକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ସିଧାସଳଖ ରିହାତି ଦେବାକୁ ଆଧାର ସଂଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

ରାଜ୍ୟ ସାର ମାନ ନିୟନ୍ତ୍ରଣ କେନ୍ଦ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୨-୧୩ରେ ରାଜ୍ୟର ବିଭିନ୍ନ ଜିଲାରୁ ୧୧୫୪ ସାର ନମୁନା ସଂଗ୍ରହ କରାଯାଇଥିବା ବେଳେ ସେଥିରୁ ୩୮ଟି ନମୁନା କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ମାନର ନ ଥିଲା। ସେହିପରି ୨୦୧୩-୧୪ରେ ୬୯, ୨୦୧୪-୧୫ରେ ୧୧୩, ୨୦୧୫-୧୬ରେ ୧୮୧, ୨୦୧୬-୧୭ରେ ୧୬୩, ୨୦୧୭-୧୮ରେ ୨୨୨ ଏବଂ ୨୩୯ଟି ନମୁନା ନିର୍ଦ୍ଧାରିତ ମାନର ନ ଥିଲା। ବିଶେଷ କରି ଗଜପତି, ଭଦ୍ରକ, ଯାଜପୁର, ପୁରୀ, ଖୋର୍ଦ୍ଧା, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଆଦି ଜିଲାରେ ବହୁ ମାତ୍ରାରେ ନକଲି ସାର ବିକ୍ରି ହେଉଥିବା ପରୀକ୍ଷାରୁ ଜଣାପଡିଛି। ପ୍ରତ୍ୟେକ ବର୍ଷ ନକଲି ସାର ବିକ୍ରି ବୃଦ୍ଧି ପାଉଥିବା ଜଣାପଡିଛି। ଏ ବାବଦରେ କେନ୍ଦ୍ର ସରକାରଙ୍କୁ ଓଡ଼ିଶା ପାଇଁ ବାର୍ଷିକ ପ୍ରାୟ ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷତି ସହିବାକୁ ପଡୁଛି। ସାର ଜାଲିଆତି ରୋକିବା ସହିତ ଡିଲର ପଏଣ୍ଟରୁ ଚାଷୀଙ୍କୁ ସାର ଯୋଗାଇ ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଯେଉଁ ଡିଲର ପଏଣ୍ଟରେ ସାର ଗୁଣବତ୍ତା ଠିକ୍‌ ରହିବ ନାହିଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଉପନିର୍ବାଚନ: ୩୧୯ ବୁଥ୍‌ରେ ହେବ ୧୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ

ବରଗଡ଼ ଅଫିସ୍‌/ପଦ୍ମପୁର,୪।୧୨(ଡି.ଏନ୍‌.ଏ.): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ସୋମବାର ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ କରାଯିବ। ଏହାପୂର୍ବରୁ ସକାଳ ସାଢେ ୫ଟାରେ...

ଓଡ଼ିଶାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ: ‘ଦେଶର ସ୍ଥିତି ନେଇ ଗଭୀର ମର୍ମାହତ’

ଭୁବନେଶ୍ୱର,୨୬।୨(ବ୍ୟୁରୋ)/ପୁରୀ ଅଫିସ: ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାରଠାରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ମଙ୍ଗଳବାର ରାତି ପ୍ରାୟ...

୩ଜଣଙ୍କଠାରୁ ୧୧ଲକ୍ଷ ଠକେଇ

ଭୁବନେଶ୍ୱର,୧୭।୭ (ବ୍ୟୁରୋ): ରାଜଧାନୀରେ ପୁଣି ବଡ଼ଧରଣର ସାଇବର ଠକେଇ। ସାଇବର ଅପରାଧୀମାନେ ୩ଜଣଙ୍କଠାରୁ ୧୧ଲକ୍ଷ ଟଙ୍କା ଠକି ନେଇଛନ୍ତି। ଖାରବେଳନଗର ଥାନା ଅଞ୍ଚଳର ଜଣେ ବ୍ୟାଙ୍କ୍‌...

ଓଡ଼ିଶା ପାଇକ ରେଜିମେଣ୍ଟ ଗଠନ ଦାବି

ଭୁବନେଶ୍ୱର, ୨୫।୧(ବ୍ୟୁରୋ): ଦେଶର ସୁରକ୍ଷା କ୍ଷେତ୍ରରେ ପଞ୍ଜାବ ରେଜିମେଣ୍ଟ, ଗୁର୍ଖା ରେଜିମେଣ୍ଟ, ଆସାମ ରେଜିମେଣ୍ଟ ଆଦି ଗଠନ ହୋଇଛି। ହେଲେ ପ୍ରଥମ ସ୍ବାଧୀନତା ସଂଗ୍ରାମ ପାଇକ...

ମୁଖ୍ୟ ସଚିବଙ୍କ ସତ୍ୟବାଦୀ ଗସ୍ତ: ଉତ୍କଳମଣିଙ୍କ ଜନ୍ମପୀଠ ବିକାଶ ନେଇ ସମୀକ୍ଷା

ସାକ୍ଷୀଗୋପାଳ,୨୨ା୧୦(ଡି.ଏନ୍‌.ଏ.): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ପୁରୀ ଜିଲା ସତ୍ୟବାଦୀ ବ୍ଲକ ସୁଆଣ୍ଡୋ ଗ୍ରାମରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୫ କୋଟି ଟଙ୍କା ବ୍ୟୟରେ...

ଦେବାଶିଷଙ୍କୁ ମିଳିଲାନି ଗାର୍ଡ ଅଫ୍‌ ଅନର

ଭୁବନେଶ୍ୱର,୨୦।୬: ବରିଷ୍ଠ ଆଇପିଏସ୍‌ ଅଧିକାରୀ ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ଶେଷକୃତ୍ୟ ଶନିବାର କଟକ ଖାନ୍‌ନଗରସ୍ଥିତ ଶ୍ମଶାନରେ ସମ୍ପନ୍ନ ହୋଇଛି। ପୁଅ ପ୍ରତ୍ୟୟ ମୁଖାଗ୍ନି...

CORONAVIRUS UPDATE: ରାଜ୍ୟରେ ୪୩୪୦ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ରାଜ୍ୟରେ ପୁଣି ୪୩୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୫୧୭ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୮୨୩ଜଣ ଲୋକାଲ କେସ୍‌ ଥିବା...

ପାଳିତ ମା’ଙ୍କ ପାଖରୁ ଉଦ୍ଧାର ହେଲେ ନାବାଳିକା

ଭୁବନେଶ୍ୱର,୨୦।୬(ବ୍ୟୁରୋ): ୯ ବର୍ଷୀୟା ନାବାଳିକାକୁ ନେଇ ପାଳିତ ଦମ୍ପତି ଓ ଜନ୍ମିତ ମା’ବାପାଙ୍କ ମଧ୍ୟରେ ଲାଗିଥିବା ବିବାଦର ଅନ୍ତ ଘଟିବାକୁ ଯାଇଛି। ୪ ଦିନର କସରତ...

Advertisement
Archives

Model This Week