ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ: ନକଲି ଶିକ୍ଷକ ଛାନିଆ

ବୌଦ୍ଧ,୧୧।୯(ସ୍ବ.ପ୍ର): ରାଜ୍ୟରେ ଜାଲ ସାର୍ଟିଫିକେଟ ବଳରେ ଶିକ୍ଷକତା କରୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଛି। ଏ ନେଇ ସାରା ରାଜ୍ୟରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ମୁତାବକ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ବୌଦ୍ଧ ଜିଲାରେ ମଧ୍ୟ ୧୧ ତାରିଖରେ ଏହି ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ଯାଞ୍ଚ କାମ ଗୁରୁବାର ମଧ୍ୟ କରାଯିବ । ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲା ଶିକ୍ଷା ଅଧିକାରୀ, ଜିଲା ପ୍ରକଳ୍ପ ସଂଯୋଜକ ଓ ଜିଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟମାଳ ବିଇଓ ଏହି ଯାଞ୍ଚ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଜିଲାର ତିନୋଟି ବ୍ଲକରେ ୨୦୧୧ ମସିହା ଠାରୁ ନିୟୋଜିତ ହୋଇଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ମୂଳ ପ୍ରମାଣପତ୍ର ଯାଞ୍ଚ କରାଯାଉଛି । ପ୍ରଥମ ଦିବସରେ ସମୁଦାୟ ୩୫୦ ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଡକାଯାଇଥିବାବେଳେ ୩୪୬ ଜଣ ନିଜ ନିଜ ପ୍ରମାଣପତ୍ର ଧରି ଉପସ୍ଥିତ ହୋଇଥିଲେ । ୪ ଜଣ ଅନୁପସ୍ଥିତ ଥିଲେ। ସେହିପରି ଗୁରୁବାର ଯାଞ୍ଚ ପ୍ରକ୍ରିୟାର ଶେଷ ଦିବସରେ ୪୫୦ ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ପ୍ରମାଣପତ୍ର ଧରି ଆସିବାକୁ ଡକାଯାଇଥିବା ଜଣାପଡିଛି। ଏହି ପ୍ରକ୍ରିୟା ଶେଷ ହେବା ପରେ ଜିଲାରେ କେତେଜଣ ନକଲି ଶିକ୍ଷକ ରହିଛନ୍ତି ଜଣାପଡିବ । ତେବେ ଆଜିର ଯାଞ୍ଚ ପ୍ରକ୍ରିୟାରେ ଅନୁପସ୍ଥିତ ଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ପକ୍ଷରୁ ପୂର୍ବରୁ ଦାଖଲ କରାଯାଇଥିବା ପ୍ରମାଣପତ୍ର ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି। ଆହୁରି ମଧ୍ୟ ଯାଞ୍ଚ ପୂର୍ବରୁ କଣ୍ଟମାଳ ବ୍ଲକର ଜଣେ ଶିକ୍ଷକ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେବା ଜାଣି କିଛି ଦିନ ପୂର୍ବରୁ ଇସ୍ତଫା ଦେଇଥିବା ଜଣାପଡିଛି । କିନ୍ତୁ ଏ ନେଇ ଜିଲା ଶିକ୍ଷା ବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଠାରୁ ୨ଲକ୍ଷ ଝାମ୍ପିନେଲେ ଦୁର୍ବୃତ୍ତ

ଦାରିଙ୍ଗବାଡ଼ି,୧୮।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବା ଥାନା ଅନ୍ତର୍ଗତ ଦାରିଙ୍ଗବାଡ଼ି ଷ୍ଟେଟ ବ୍ୟାଙ୍କ ନିକଟରୁ ବୁଧବାର ପୂର୍ବାହ୍ନରେ ୨ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା ଥାନାରେ ଅଭିଯୋଗ ହୋଇଛି...

ଲିଭୁନି ନିଆଁ, ଅସୁରକ୍ଷିତ ଅବସ୍ଥାରେ ଚାଲୁଛି କାମ

କେନ୍ଦୁଝର,୧୬ା୩(ସ୍ବ.ପ୍ର.): କେନ୍ଦୁଝରଗଡ଼ ପୌରପାଳିକା ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରରେ ବୁଧବାର ଲାଗିଥିବା ନିଆଁ ଲିଭୁନାହିଁ। ଫଳରେ ଚାରିଆଡ଼େ ପ୍ରଦୂଷଣ ବ୍ୟାପୁଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।...

ବ୍ୟାଙ୍କରେ ରହୁନି ସାମାଜିକ ଦୂରତା:ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ଗଞ୍ଜାମ,୧।୬(ଡି.ଏନ୍‌.ଏ.): ଗଞ୍ଜାମ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି। ଦ୍ୱିତୀୟ ଲହରରେ ଏହି ସହରରୁ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ...

କରୋନା ଆତଙ୍କ ସମୟରେ କଳାବଜାରୀ, ଚଢାଉ କଲା ପ୍ରଶାସନ

ବଲାଙ୍ଗୀର ଅଫିସ, ୨୬ା୩-  କରୋନା ଆତଙ୍କକୁ ନେଇ ବିଶ୍ୱସ୍ତରରୁ ଗାଁ ଯାଏ ଜନସାଧାରଣ ଆତଙ୍କିତ ଅବସ୍ଥାରେ ଥିବାବେଳେ କେତେକ ଅସାଧୁ ବେପାରୀ ବିଭିନ୍ନ ପ୍ରକାର ଖାଦ୍ୟଦ୍ରବ୍ୟ,...

ବିଜେପୁରରେ ବିଜେଡିର ମହିଳା ସମାବେଶ : ଏଯାବତ୍‌ ଘୋଷଣା ହୋଇନାହିଁ ଦଳୀୟ ପ୍ରାର୍ଥୀଙ୍କ ନାମ

ବରଗଡ଼ ଅଫିସ,୨୭।୯: ବରଗଡ଼ ଜିଲା ବିଜେପୁରରେ ଶୁକ୍ରବାର ବିଜେଡିର ମହିଳା ସମାବେଶ ଅନୁଷ୍ଠିତ ହୋଇଛି। ନୂଆଖାଇ ଭେଟ୍‌ଘାଟ ଅବସରରେ ଏହି ସମାବେଶ ଆୟୋଜନ କରାଯାଇଥିବା ଦଳ...

ଯୁକ୍ତ୨ ନାମଲେଖା ଆରମ୍ଭ

ଭୁବନେଶ୍ୱର, ୨୨।୯(ବ୍ୟୁରୋ): ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଓ ସଂସ୍କୃତ ବିଭାଗରେ ନାମଲେଖା ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କରେ...

ଧସିଲା ବୈତରଣୀ ନଦୀବନ୍ଧ

ଭଦ୍ରକ ଅଫିସ, ୩୧।୫- ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ହସିନାବାଦ ପଞ୍ଚାୟତ ଉପର ଅସ୍ତକ ଗ୍ରାମ ନିକଟରେ ରବିବାର ରାତିରେ ବୈତରଣୀର ୩୦ ଫୁଟ...

ମା’ଙ୍କ ମୃତ୍ୟୁ ପରେ ଶିଶୁକନ୍ୟାଙ୍କୁ ବିକ୍ରି

କୋରାପୁଟ ,୧୨ା୨: କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରୁ ଶୁକ୍ରବାର ଏକ ଶିଶୁ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଶିଶୁକନ୍ୟାଙ୍କ...

Advertisement
Archives

Model This Week