ସାରା ବିଶ୍ୱରେ ବଢ଼ିପାରେ ଋଣ ସଙ୍କଟ

ନୂଆଦିଲ୍ଲୀ,୧୪।୪: କରୋନା ପାଇଁ ସାରା ବିଶ୍ୱରେ ଋଣ ସଙ୍କଟ ଆହୁରି ଉତ୍କଟ ହେବ ବୋଲି ପୂର୍ବାନୁମାନ କରାଯାଇଛି। ବିଶ୍ୱର ବିଭିନ୍ନ ଅର୍ଥ ବ୍ୟବସ୍ଥା ପାଇଁ ଏଭଳି ସମସ୍ୟା ଆସିବା ନେଇ ଏକ ରିପୋର୍ଟରେ ଉଲ୍ଲେଖ ରହିଛି। ସୁଇଜରଲାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ ବ୍ୟାଙ୍କ ଅଫ୍‌ ଇଣ୍ଟରନ୍ୟାଶନାଲ ସେଟେଲମେଣ୍ଟ (ବିଆଇଏସ୍‌) ଏହାର ରିପୋର୍ଟରେ କହିଛି ଯେ, ବିଦେଶୀ ମୁଦ୍ରା ବଜାରରେ ଡଲାର ସ୍ବାପ୍‌(ଅଦଳବଦଳ)ର ପ୍ରିମିୟମ କିମ୍ବା ସୁଧ ଏବେ ଐତିହାସିକ ଉଚ୍ଚ ସ୍ତରରେ ରହିଛି। ରିପୋର୍ଟରେ କୁହାଯାଇଛି ଯେ, ଡଲାରର ସ୍ବାପ୍‌ ଦର ବଢ଼ିବା ଏହି ପ୍ରସଙ୍ଗକୁ ସଙ୍କେତ ଦେଉଛି, ଭବିଷ୍ୟତରେ ଡଲାର ଅଧିକ ଶକ୍ତିଶାଳୀ ହେବା ସମ୍ଭାବନା ଉପୁଜିଛି। ସରକାର,କମ୍ପାନୀ ତଥା ନିବେଶକ ବିନିମୟ ଦର ଉପରେ ଉତ୍ଥାନ ପତନର ବିପଦରୁ ବଞ୍ଚିବା ଲାଗି ଏବେ ଜରୁରୀ ବିଚାର କରୁଛନ୍ତି। ଡଲାର ସ୍ବାପିଂ ବଢିବା ଯୋଗୁ ସରକାର, କମ୍ପାନୀ ଏବଂ ଅନ୍ୟ ଋଣ ନେଇଥିବା ବ୍ୟକ୍ତି ବିଶେଷଙ୍କ ଉପରେ ସୁଧ ହାରର ବୋଝ ସେହିଭଳି ବଢିବ। ମୋଟାମୋଟି ଭାବେ ବିଚାରକଲେ ସାରା ବିଶ୍ୱ ଉପରେ ବିତ୍ତୀୟ ସମସ୍ୟା ବଢ଼ିବା ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। କାରଣ ଅଦଳବଦଳ ମୂଲ୍ୟ ବଢିଲେ ଦେଶଗୁଡିକ ଉପରେ ଏହାର ପ୍ରଭାବ ପରିଲକ୍ଷିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଗୀତମ୍‌ରେ ଏମ୍‌ବିବିଏସ୍‌ ନାମଲେଖା

ବିଶାଖାପାଟଣା,୧୮-୬:ଗୀତମ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନସେସ୍‌ ଆଣ୍ଡ ରିସର୍ଚ୍ଚ( ଜିଆଇଏମ୍‌ଏସ୍‌ ଆର୍‌)ରେ ଏମ୍‌ବିବିଏସ୍‌ ନାମଲେଖା ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଗୀତମ ଡିମ୍‌ଡ ୟୁନିଭର୍ସିଟିର ମେଡିକାଲ...

ଭାରତ ଗସ୍ତ ପୂର୍ବରୁ ଜୁକେର ବର୍ଗଙ୍କୁ ପ୍ରଶଂସା କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୧୫।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି। ଏହା ପୂୂର୍ବରୁ ସେ ଟୁଇଟ୍‌ କରି ଫେସବୁକ୍‌ ସଂସ୍ଥାପକ ଜୁକେର ବର୍ଗଙ୍କୁ...

ଆଇଏମ୍‌ଓ କାଉନ୍‌ସିଲକୁ ଭାରତ ପୁନଃନିର୍ବାଚିତ

ଲଣ୍ଡନ,୧୨|୧୨: ଅନ୍ତର୍ଜାତୀୟ ସାମୁଦ୍ରିକ ସଂଗଠନ (ଆଇଏମ୍‌ଓ)ର ୨୦୨୨-୨୩ ଦ୍ୱିବାର୍ଷିକ କାଉନ୍‌ସିଲକୁ ଭାରତ ସଦସ୍ୟ ଭାବେ ପୁନଃନିର୍ବାଚିତ ହୋଇଛି। ଆଇଏମ୍‌ଓ ମୁଖ୍ୟାଳୟ ଲଣ୍ଡନଠାରେ ଗତ ୬ ତାରିଖରୁ ୧୫...

ଗୁଗଲ୍‌ ମ୍ୟାପ୍‌ରେ ମୁଣ୍ଡବିହୀନ ମଣିଷ

ନ୍ୟୁୟର୍କ,୧୬।୪: ଗୁଗଲ୍‌ ମ୍ୟାପ୍‌ ହେଉଛି ଏପରି ଏକ ସ୍ଥାନ, ଯେଉଁଠି ଆକସ୍ମିକ (କିମ୍ବା ଉଦ୍ଦେଶ୍ୟବିହୀନ) ଭାବେ ବିସ୍ମିତ କରିଦେବା ଭଳି ଅନେକ ଆବିଷ୍କାର ହୋଇଥାଏ। ଆମେରିକାର...

ଯୁଦ୍ଧରେ ଅର୍ଥନୀତି ପ୍ରଭାବିତ

ବ୍ୟାଙ୍କକ୍‌,୨୦।୧୧: ୟୁକ୍ରେନ୍‌ ଉପରେ ରୁଷିଆ ଚଳାଇଥିବା ଯୁଦ୍ଧର ପରିସମାପ୍ତି ଲାଗି ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ନେତାମାନେ ଆହ୍ବାନ ଦେଇଛନ୍ତି। କ୍ଷେତ୍ରୀୟ ଅର୍ଥନୀତିକୁ ଦୀର୍ଘମିଆଦୀ ଅଭିବୃଦ୍ଧି ଦିଗରେ...

ଚାହିଦା ବଢ଼ାଇବ ସ୍କ୍ରାପେଜ୍‌ ପଲିସି

ସଫଳତାର ଅର୍ଥ ବ୍ୟକ୍ତିଠୁ ବ୍ୟକ୍ତି ଭିନ୍ନ ହୋଇଥାଏ। ଏହା ରାତାରାତି ଆସେ ନାହିଁ। ଏଥିପାଇଁ ସ୍ବପ୍ନ ଲୋଡ଼ା, ଯାହା ରାତିରେ ଶୋଇବାକୁ ଦେବ ନାହିଁ। ଏକ...

ମହାଭିଯୋଗ ଯାଞ୍ଚ୍‌ର ପ୍ରାଥମିକ ରିପୋର୍ଟ: ଟ୍ରମ୍ପ୍‌ ଦୋଷୀ

ଓ୍ବାଶିଂଟନ,୪।୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ୍‌ଙ୍କ ବିରୋଧରେ ଅଣାଯାଇଥିବା ମହାଭିଯୋଗର ଯାଞ୍ଚ୍‌ ଜାରି ରହିଛି। ଇତିମଧ୍ୟରେ ଆମେରିକା ସଦନର ନ୍ୟାୟିକ କମିଟି ପକ୍ଷରୁ ଯାଞ୍ଚ୍‌ର ପ୍ରାଥମିକ...

ହତ୍ୟାକାରୀଙ୍କୁ କ୍ଷମାଦେଲେ ଖାଶୋଗୀଙ୍କ ପରିବାର

ରିୟାଧ,୨୩ା୫(ଆଇଏଏନ୍‌ଏସ୍‌): ସୌଦି ଖବରଦାତା ଜମାଲ ଖାଶୋଗୀଙ୍କ ହତ୍ୟାକାରୀମାନଙ୍କୁ ତାଙ୍କ ପରିବାର ପକ୍ଷରୁ କ୍ଷମା କରିଦିଆଯାଇଛି। ଖାଶୋଗୀଙ୍କ ପୁଅ ସଲାହଙ୍କ ଟୁଇଟର ଆକାଉଣ୍ଟରେ ଏହା ପୋଷ୍ଟ କରାଯାଇଛି।...

Advertisement
Archives

Model This Week