Posted inଜାତୀୟ

ସାରା ଦେଶରେ ଲାଗୁହେବ ଏନ୍‌ଆର୍‌ସି

ନୂଆଦିଲ୍ଲୀ,୧୯ା୯ : ଭାରତରେ ରହୁଥିବା ବେଆଇନ ପ୍ରବାସୀଙ୍କୁ ଚିହ୍ନଟ କରି ବିଦା କରାଯିବ। ଏଥିପାଇଁ କେନ୍ଦ୍ର ସରକାର ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ସାରା ଦେଶରେ ଲାଗୁ କରିବେ ବୋଲି ବୁଧବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହ ସୂଚନା ଦେଇଛନ୍ତି।
ରାଞ୍ଚତ୍ରେ ଏକ ହିନ୍ଦୀ ଖବରକାଗଜର କାର୍ଯ୍ୟକ୍ରମରେ ଯୋଗଦେଇ ଶାହ କହିଛନ୍ତି, ଜଣେ ଭାରତୀୟ ବେଆଇନ ଭାବେ ଆମେରିକା, ବ୍ରିଟେନ କି ରୁଷିଆରେ ରହିପାରିବେ ନାହିଁ। ତେବେ ଅନ୍ୟ ଦେଶର ନାଗରିକମାନେ ବିନା ବୈଧ ଦସ୍ତାବିଜରେ ଭାରତରେ କିପରି ରହିପାରିବେ। ଏଥିଲାଗି ସମଗ୍ର ଦେଶରେ ଏନ୍‌ଆର୍‌ସି କାର୍ଯ୍ୟକାରୀ କରିବା ଉଚିତ। ଆଗକୁ ବେଆଇନ ଭାବେ ରହୁଥିବା ଶରଣାର୍ଥୀଙ୍କୁ ଦେଶରୁ କିପରି ବାହାର କରାଯିବ ସେନେଇ ସେ ନିଜେ ଉଦ୍ୟମ କରିବେ ବୋଲି ଶାହ କହିଛନ୍ତି। ଆସାମ ପରେ ଏବେ ଦେଶର ଅବଶିଷ୍ଟ ରାଜ୍ୟଗୁଡ଼ିକରେ ଏହାକୁ ଲାଗୁ କରାଯାଇ ଏକ ଜାତୀୟ ନାଗରିକ ପଞ୍ଜିକା ପ୍ରସ୍ତୁତ କରାଯିବ। କାରଣ ଦେଶର ନାଗରିକମାନଙ୍କ ଏକ ତାଲିକା ରହିବା ଉଚିତ। ଆସାମ ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠି ଅଗଷ୍ଟ ୩୧ରୁ ଏନ୍‌ଆର୍‌ସି କାର୍ଯ୍ୟକାରୀ ହେଉଛି। ଏହା ଆସାମ ନାଗରିକ ପଞ୍ଜିକା ନୁହେଁ ବୋଲି ଶାହ ସ୍ପଷ୍ଟ କରିଛନ୍ତି। ସେହିପରି ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚତ୍ରୁ ୨୫୦ କି.ମି. ଦୂର ଜୋହରରେ ଭାଜପାର ଜନ ଆଶୀର୍ବାଦ ଯାତ୍ରାକୁ ସମ୍ବୋଧିତ କରି ଦଳର ଅଧ୍ୟକ୍ଷ ଶାହ ଜମ୍ମୁ-କଶ୍ମୀର ପ୍ରସଙ୍ଗରେ କହିଛନ୍ତି, ଏହା ହେଉଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ତା’ର ଅସଲ ସ୍ଥାନ ଦେଖାଇଦେଇଛନ୍ତି। ଭାଜପା ମୂଳରୁ ୩୭୦କୁ ବିରୋଧ କରିଆସିଛି। ଏହାକୁ ହଟାଯିବା ପରେ କଂଗ୍ରେସର ପେଟବ୍ୟଥା କାହିଁକି ହେଉଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ୩୭୦ ଉଚ୍ଛେଦକୁ ସମର୍ଥନ କରୁଛନ୍ତି କି ନାହିଁ ସେ ବିଧାନସଭା ନିର୍ବାଚନ ହେବାକୁ ଥିବା ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ହରିୟାଣାକୁ ଗଲେ ତାହା ସ୍ପଷ୍ଟ କରନ୍ତୁ।

ଏନ୍‌ଆର୍‌ସି ପାଇଁ ଆବଶ୍ୟକ ଦସ୍ତାବିଜ

ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)ରେ ନାମ ପଞ୍ଜୀକରଣ ପାଇଁ ନିମ୍ନଲିଖିତ ୧୦ ଦସ୍ତାବିଜ ବୈଧ।
୧. ଜମିଜମା ସଂକ୍ରାନ୍ତ ମାଲିକାନା ସ୍ବତ୍ୱର କାଗଜପତ୍ର ବା ପଟ୍ଟା
୨. ରାଜ୍ୟ ବାହାରୁ ଜାରି କରାଯାଇଥିବା ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର
୩. ଭାରତ ସରକାରଙ୍କ ପକ୍ଷରୁ ଜାରି ପାସ୍‌ପୋର୍ଟ
୪. ଭୋଟର ପରିଚୟପତ୍ର ବା କୌଣସି ସରକାରୀ କର୍ତ୍ତୃପକ୍ଷ ଜାରି କରିଥିବା ଲାଇସେନ୍ସ/ପ୍ରମାଣପତ୍ର
୫. ସରକାରୀ ନିଯୁକ୍ତି ପ୍ରମାଣପତ୍ର
୬. ବ୍ୟାଙ୍କ/ ଡାକଘରରେ ଖାତା
୭. କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ ଜାରି କରିଥିବା ଜନ୍ମ ପ୍ରମାଣପତ୍ର
୮. ବୋର୍ଡ/ବିଶ୍ୱବିଦ୍ୟାଳୟରୁ ଜାରି ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର
୯. କୋର୍ଟ ରେକର୍ଡ ବା ବିଚାର ବିଭାଗୀୟ କିମ୍ବା ରାଜସ୍ବ ଅଦାଲତର ଶୁଣାଣି ବେଳର ଦସ୍ତାବିଜ
୧୦. ଏଲ୍‌ଆଇସି ବୀମା ପଲିସି
ଜଣକ ପାଖରେ ଉପରୋକ୍ତ ଦସ୍ତାବିଜ ମଧ୍ୟରୁ କୌଣସି ଗୋଟିଏ ଥିଲେ ସେ ଆବେଦନପତ୍ର ସହ ତାକୁ ଦାଖଲ କରି ଏନ୍‌ଆର୍‌ସିରେ ସାମିଲ ହୋଇପାରିବେ। କିନ୍ତୁ ସମ୍ପୃକ୍ତ ଦସ୍ତାବିଜ ୧୯୭୧ ମାର୍ଚ୍ଚ ୨୪ ମଧ୍ୟରାତ୍ରି ସୁଦ୍ଧା ପ୍ରସ୍ତୁତ ହୋଇଥିବା ଜରୁରୀ। ଆସାମରେ ଏନ୍‌ଆର୍‌ସି ପ୍ରସ୍ତୁତି ଚାଲିଥିବାବେଳେ ରାଜ୍ୟ କୋଅର୍ଡିନେଟର ପ୍ରତୀକ ହାଜେଲା ମୋଟ ୧୫ଟି ଦସ୍ତାବିଜର ତାଲିକା ସୁପ୍ରିମକୋର୍ଟଙ୍କୁ ପ୍ରଦାନ କରିଥିଲେ। ସେଥିରୁ ଏହି ୧୦ ଦସ୍ତାବିଜକୁ ପରିଚୟପତ୍ରର ପ୍ରମାଣ ଭାବେ ଗ୍ରହଣ କରିବାକୁ ୨୦୧୮ ସେପ୍ଟେମ୍ବର ୫ରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ। ଏନ୍‌ଆର୍‌ସି ଅନୁସାରେ ୧୯୭୧ ମାର୍ଚ୍ଚ ୨୫ ପୂର୍ବରୁ ଭାରତକୁ ଆସିଥିବା ବାଂଲାଦେଶୀଙ୍କୁ ସ୍ଥାନୀୟ ନାଗରିକର ମାନ୍ୟତା ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷରେ ଜଣେ ମୁଖ୍ୟମନ୍ତ୍ରୀଙ୍କର ସମ୍ପତ୍ତି ବଢ଼ିଛି ୩ ଗୁଣା ଅନ୍ୟ ଜଣଙ୍କର ୭ ଗୁଣା…

ପଣଜୀ/ଡେରାଡୁନ୍‌,୧୩।୨: ଗତ ୫ ବର୍ଷରେ ୨୦୧୭ ପରେ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କର ସମ୍ପତ୍ତି ୩ ଗୁଣା ବୃଦ୍ଧି ପାଇଛି। ସେହିପରି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର...

ଡିସେମ୍ବର ୩୦ରେ ଟ୍ରାକ୍ଟର ରାଲି କରିବେ କୃଷକ!

ନୂଆଦିଲ୍ଲୀ,୨୭ ।୧୨: କୃଷି ଆଇନକୁ ଫେରାଇ ନେବାକୁ ଦାବି କରି ଦିଲ୍ଲୀ-ହରିୟଣାର ସିନ୍ଧୁ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ରବିବାର ଏହି ଆନ୍ଦୋଳନ...

ଏଯାଏ ୧୧୫ ପ୍ରଘଟ

ନୂଆଦିଲ୍ଲୀ,୨୩ା୭”ଇସ୍ରାଏଲର ଏନ୍‌ଏସ୍‌ଓ କମ୍ପାନୀ ଦ୍ୱାରା ପ୍ରସ୍ତୁତ ପେଗାସସ୍‌ ସ୍ପାଏଓ୍ବେରକୁ ନେଇ ବିଶ୍ୱବ୍ୟାପୀ ଝଡ଼ ବହୁଛି। ଏହି ଗୁପ୍ତଚରଗିରି ସଫ୍ଟଓ୍ବେର ଜରିଆରେ ରାଜନେତା, ଖବରଦାତା, ଅଧିକାର କର୍ମୀ,...

ଡ୍ରାଇଭର ସହ ଯୁକ୍ତିତର୍କ ପରେ ପୁଅକୁ ଗୁଳି କଲେ ବାପା

ମାଙ୍ଗାଲୋର,୬।୧୦: ବାପାଙ୍କ ଗୁଳି ମାଡ଼ରେ ଗୁରୁତର ହୋଇ ଜଣେ ୧୬ ବର୍ଷୀୟ ନାବାଳକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ବାପାଙ୍କ ନାମ ରାଜେଶ ପ୍ରଭୁ। ସେ ଏକ...

ଲକ୍ଷ୍ନୌରେ ମହିଳା ଡାକ୍ତର କରୋନା ପଜିଟିଭ୍‌

ଲକ୍ଷ୍ନୌ,୧୩।୪: ଉତ୍ତରପ୍ରଦେଶରେ କରୋନା ମାମଲା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଏହିକ୍ରମରେ ଲକ୍ଷ୍ନୌରେ ଜଣେ ମହିଳା ଡାକ୍ତର କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ଗତ...

ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀରେ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ, ୨୬।୧ : ସାଧାରଣତନ୍ତ୍ର ଦିବସ ଅବସରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀରେ ପହଞ୍ଚିବା ସହ ଶହୀଦ୍‌ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।...

ଜୁଲାଇରେ ୧୩ କୋଟିରୁ ଅଧିକ ଲୋକଙ୍କୁ ଦିଆଯାଇଛି ଟିକା: ସ୍ବାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ,୧।୮: ଜୁଲାଇ ମାସରେ ଦେଶରେ ୧୩ କୋଟିରୁ ଅଧିକ ଟିକା ଦିଆଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିଆ ଏକ ଟୁଇଟ...

ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ

ଶ୍ରୀନଗର,୧୮।୧: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଉତ୍ତେଜନା ଥମିବାର ନାଁ ଧରୁନି। ଶନିବାର ପାକିସ୍ତାନ ରାଜୌରୀ ଜିଲାର ନୌସେରା ଏବଂ ଲାମ୍‌ ସେକ୍ଟରରେ ଥିବା ଭାରତୀୟ...

Advertisement
Archives

Model This Week