Posted inଜାତୀୟ

‘ସାମ୍ବିଧାନିକ ଘୋଷଣା ହେଲେ ସିଏଏକୁ ରାଜ୍ୟ ବିରୋଧ କରିବା ସମସ୍ୟା ହେବ’

ନୂଆଦିଲ୍ଲୀ,୨୦ା୧(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ପ୍ରତ୍ୟାହାର ପାଇଁ ସଂକଳ୍ପନାମା ଗୃହୀତ କରାଇବା ପ୍ରତି ରାଜ୍ୟ ବିଧାନସଭାର ସାମ୍ବିଧାନିକ ଅଧିକାର। ତେବେ ଯଦି ସୁପ୍ରିମକୋର୍ଟ ଏହି ଆଇନକୁ ସାମ୍ବିଧାନିକ ଘୋଷଣା କରନ୍ତି ତେବେ ଏହାକୁ ବିରୋଧ କରିବା ରାଜ୍ୟଗୁଡ଼ିକ ପାଇଁ ସମସ୍ୟା ହେବ ବୋଲି ବରିଷ୍ଠ କଂଗ୍ରେସ ନେତା କପିଲ ଶିବଲ କହିଛନ୍ତି। ସିଏଏ ପାର୍ଲାମେଣ୍ଟରେ ଗୃହୀତ ହୋଇସାରିଥିବାରୁ ଏହାକୁ କାର୍ଯ୍ୟକାରୀ କରିବା ବ୍ୟତୀତ ରାଜ୍ୟଗୁଡ଼ିକ ପାଖରେ ଅନ୍ୟ ବିକଳ୍ପ ନାହିଁ ବୋଲି ଦିନକ ପୂର୍ବରୁ ଶିବଲ କହିଥିଲେ। ଏହି ଆଇନ ଅସାମ୍ବିଧାନିକ ବୋଲି ତାଙ୍କର ବିଶ୍ୱାସ ରହିଛି। ତେଣୁ ରାଜ୍ୟ ବିଧାନସଭା ସିଏଏ ବିରୋଧରେ ପ୍ରସ୍ତାବ ଗୃହୀତ କରାଇ ଏହାକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିପାରିବେ। ଯେତେବେଳେ ଏବଂ ଯଦି ସିଏଏକୁ ସର୍ବୋଚ୍ଚ ଅଦାଲତ ସାମ୍ବିଧାନିକ ଘୋଷଣା କରିବେ, ସେତେବେଳେ ଏହାକୁ ବିରୋଧ କରିବା ସମସ୍ୟା ହେବ। ତେବେ ବିରୋଧ ଜାରି ରହିବା ଆବଶ୍ୟକ ବୋଲି କଂଗ୍ରେସ ନେତା ଟୁଇଟ୍‌ କରିଛନ୍ତି।
ଶନିବାର କେରଳ ସାହିତ୍ୟ ଉତ୍ସବ (କେଏଲ୍‌ଏଫ୍‌)ରେ ଶିବଲଙ୍କ ମନ୍ତବ୍ୟକୁ ନେଇ କେରଳ, ରାଜସ୍ଥାନ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ସମେତ ଅଣଭାଜପା ଶାସିତ ରାଜ୍ୟଗୁଡ଼ିକ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଫଳରେ ସେ ରବିବାର ତାଙ୍କ ମତ ବଦଳାଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ ୩.୦: ମଦ କିଣିବା ପାଇଁ ଲାଇନ୍‌ ଲଗାଇଲେ ହେଲମେଟ୍‌, ବୋତଲ

ନୂଆଦିଲ୍ଲୀ,୮।୫: କରୋନା ମହାମାରୀ ସହ ମୁକାବିଲା ପାଇଁ ଦେଶରେ ଲକ୍‌ଡାଉନ ୩.୦ ଜାରି ରହିଛି। ତୃତୀୟ ପର୍ଯ୍ୟାୟର ଏହି ଲକ୍‌ଡାଉନରେ ସରକାର କେତେକ କଟକଣାକୁ କୋହଳ...

ରାଜଧାନୀରେ ଫେରୁଛି ଶାନ୍ତି, ବଢୁଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ,୨।୩: ଦିଲ୍ଲୀରେ ଉପୁଜିଥିବା ଦଙ୍ଗା ପରେ ଏବେ ଶାନ୍ତି ଫେରୁଛି, ସାଧାରଣ ଜୀବନଯାତ୍ରା ସ୍ବାଭାବିକ ହେବାରେ ଲାଗିଛି। ହେଲେ ଏହି ଦଙ୍ଗାରେ ମୃତକଙ୍କ ସଂଖ୍ୟାରେ ବୃଦ୍ଧି...

ସେପ୍ଟେମ୍ବର ୨୪ରେ ବିରାଟ କୋହଲିଙ୍କ ସହ କଥା ହେବେ ମୋଦି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୨।୯: ସେପ୍ଟେମ୍ବର ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅଭିନେତା ମିଲିନ୍ଦ ସୋମନଙ୍କ ସହ ଆଲୋଚନା କରିବେ।...

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ତୃତୀୟ ପର୍ଯ୍ୟାୟରେ ୧୭ ଆସନ ପାଇଁ ମତଦାନ

ରାଞ୍ଚି,୧୧।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ଗୁରୁବାର ୮ଟି ଜିଲାର ୧୭ଟି ଆସନ ପାଇଁ ସକାଳ ୭ଟା ଠାରୁ ମତଦାନ କରାଯିବ। ଶାନ୍ତିପୂର୍ଣ୍ଣ ମତଦାନ...

ପୃଥିବୀର ଘୂରିବା ବେଗ ଧିମା ହେଉଥିବାରୁ ଭୂମିକମ୍ପ ତୀବ୍ରତା ବଢୁଛି

ନୂଆଦିଲ୍ଲୀ: ପୃଥିବୀ ତା’ କକ୍ଷପଥରେ ୧୬୭୦ କିଲୋମିଟର ବେଗରେ ଘୂରୁଛି। ନାସାର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି, ପୃଥିବୀ ତା’ କକ୍ଷ ପଥରେ...

୬ ମାସ ପରେ ସୋମବାରଠାରୁ ଖୋଲିବ ପ୍ରେମର ପ୍ରତୀକ ତାଜ ମହଲ

ଆଗ୍ରା, ୨୦।୯: ସପ୍ତଦଶ ଶତାବ୍ଦୀର ପ୍ରେମର ପ୍ରତୀକ ତାଜ ମହଲ ଓ ଆଗ୍ରା କିଲ୍ଲା ୬ ମାସ ପରେ ସୋମବାରଠାରୁ ପୁଣିଥରେ ଖୋଲିବ। କରୋନା ମହାମାରୀ...

ସୀତାରାମନଙ୍କୁ ଘେରିଲେ ପିଏମ୍‌ସି ବ୍ୟାଙ୍କ୍‌ ଖାତାଧାରୀ: କହିଲେ, ଆମ ଟଙ୍କା ଦିଅ

ମୁମ୍ବାଇ,୧୦।୧୦: ପଞ୍ଜାବ ଓ ମହାରାଷ୍ଟ୍ର ସମବାୟ (ପିଏମ୍‌ସି) ବ୍ୟାଙ୍କ ଦୁର୍ନୀତି ମାମଲାକୁ ନେଇ ବ୍ୟାଙ୍କ୍‌ର ଖାତାଧାରୀମାନେ ଚିନ୍ତାରେ ପଡିଛନ୍ତି । ଗୁରୁବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା...

ଭିକ୍ଷୁ ଦାନକଲେ ୯୦ ହଜାର ଟଙ୍କା

ମଦୁରାଇ,୧୮।୮: କରୋନା ମହାମାରୀ ସହ ସାରା ବିଶ୍ୱ ଲଢେକ କରି ଚାଲିଥିବା ବେଳେ ଏହା ଏବେବି ତା’ର କାୟା ବିସ୍ତାର କରି ରଖିଛି। ଏହି କରୋନା...

Coronavirus Update

Archives

Model This Week

Why Dharitri