ସାବିତ୍ରୀ ଅମାବାସ୍ୟା, ଇଦୁଲଫିତରକୁ ନେଇ ଜିଲାରେ ଉତ୍ସାହ: ମନ୍ଦିର, ମସଜିଦ୍‌ରେ ୧୪୪ ଧାରା

ଜଗତ୍‌ସିଂହପୁର ଅଫିସ,୨୧ା୫: ଶୁକ୍ରବାର ହେଉଛି ସାବିତ୍ରୀ ବ୍ରତ। ଏନେଇ ଜଗତ୍‌ସିଂହପୁର ଜିଲାରେ ଗୁରୁବାର ବିଶେଷ ଉତ୍ସାହ ଦେଖିବାକୁ ମିଳିଛି। ଲୋକେ ଜଗତ୍‌ସିଂହପୁର ସହର ସମେତ ଜିଲାର ବିଭିନ୍ନ ପ୍ରାନ୍ତରେ ବ୍ରତ ସାମଗ୍ରୀ, ଫଳ ଆଦି କିଣିବା ପାଇଁ ଭିଡ ଜମାଇଥିଲେ। ଅନୁରୂପ ଭାବେ ମୁସଲିମ୍‌ ସମ୍ପ୍ରଦାୟର ଲୋକେ ଇଦ୍‌-ଉଲ୍‌-ଫିତର ପାଳନ ନେଇ ଲାଛା ସିମେଇ ସହ ଅତର ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ ଭିଡ କରୁଛନ୍ତି। ୨ଟି ସମ୍ପ୍ରଦାୟର ବଡ ପର୍ବ ପାଳନକୁ ଦୃଷ୍ଟିରେ ସହର, ବଜାର ଚଳଚଞ୍ଚଳ ହୋଇପଡିଛି। ତେବେ ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜିଲାରେ ୧୪୪ ଧାରା ଜାରି କରିଛନ୍ତି। ସାବିତ୍ରୀ ବ୍ରତ ନେଇ ଶୁକ୍ରବାର ଓ ଇଦ୍‌-ଉଲ୍‌-ଫିତର ଉପଲକ୍ଷେ ଆସନ୍ତା ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ଏହି ନିୟମ କଡାକଡି ପାଳନ କରାଯିବ ବୋଲି ଏସ୍‌ପି ପ୍ରକାଶ ଆର୍‌ ସୂଚନା ଦେଇଛନ୍ତି।
କରୋନା ସଂକ୍ରମଣକୁ ନେି ଲକ୍‌ଡାଉନ୍‌ ଜାରି ରହିଛି। କିନ୍ତୁ ଶୁକ୍ରବାର ସାବିତ୍ରୀ ବ୍ରତ ପାଳନ ହେବାର ଥିବାରୁ ଜଗତ୍‌ସିଂହପୁର ସହରରେ ଫଳ, ପୂଜା ସାମଗ୍ରୀ ଓ ଅନ୍ୟ ଦୋକାନଗୁଡିକରେ ପ୍ରବଳ ଭିଡ ହୋଇଥିଲା। ଏଭଳି ପରିବେଶ ସୃଷ୍ଟି ହୋଇଥିଲା ଯଦ୍ଦ୍ବାରା ଲୋକେ ସାମାଜିକ ଦୂରତା କଥା ଭୂଲି ଯାଇଥିଲେ। ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦୋକାନୀମାନେ ସେଓ, ଅଙ୍ଗୁର, ଡାଳିମ୍ବ, ପଣସ, ସପୁରୀ, କଦଳୀ, ଜାମୁ, ଖଜୁରୀ, କେନ୍ଦୁ, ଲିଚୁ ଓ ନଡିଆ ଆଦି ଫଳ ଚଢା ଦରରେ ବିକ୍ରି କରିଥିଲେ। କାରବାରରୁ ଜଣାଯାଇଥିଲା ଶୁକ୍ରବାର ବିଭିନ୍ନ ଦେବଦେବୀ ମନ୍ଦିରରେ ପ୍ରବଳ ଭିଡ ହେବ। ଭିଡ ହେଲେ କରୋନା ସଂକ୍ରମଣ ହେବାର ଆଶଙ୍କା କରି ଜିଲା ପ୍ରଶାସନ ୧୪୪ ଧାରା ଜାରି କରିବାକୁ ନିଷ୍ପତ୍ତି ନେଇଛି। ଏହିଦିନ ଜିଲାର ସମସ୍ତ ଦେବଦେବୀ ମନ୍ଦିର ଓ ଏହାର ଆଖପାଖ ଅଞ୍ଚଳରେ ଏହି ଧାରା ବଳବତ୍ତର ରହିବ। ମନ୍ଦିର ଓ ଆଖପାଖ ଅଞ୍ଚଳରେ ୪ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ। ଏଥିସହ ଅନ୍ୟ କୌଣସି ସ୍ଥାନରେ ମଧ୍ୟ ଅଧିକ ଲୋକ ଏକତ୍ରିତ ହୋଇ ପୂଜାପାଠ କରିବା ଉପରେ କଟକଣା ଜାରି କରାଯାଇଛି। ଇଦ୍‌-ଉଲ୍‌-ଫିତର ପାଳନ ଅବସରରେ ଜିଲାର ସମସ୍ତ ମସଜିଦ୍‌ ଓ ଇଦ୍‌ଗା ପଡିଆ ପରିସର ଓ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। କେହି ମସଜିଦ୍‌ ଓ ଇଦ୍‌ଗା ପଡିଆରେ ଏକତ୍ରିତ ହୋଇ ସମୂହ ପ୍ରାର୍ଥନା କରିପାରିବେ ନାହିଁ। ଏହି ଧାରା ୨୪ରୁ ୨୬ ତାରିଖ ପର୍ଯ୍ୟ ବଳବତ୍ତର ରହିବ। ଏ ସମ୍ପର୍କରେ ସ୍ଥାନୀୟ କେତେଜଣ ଲୋକ କହିଛନ୍ତି, ସହରରେ ରାତିରେ କଫ୍ୟୁ ଜାରି କରାଯାଇଛି। କିନ୍ତୁ ଲୋକେ ବେଧଡକରେ ଯାତାୟାତ କରୁଛନ୍ତି। ଦିନରେ ବଜାରରେ ପ୍ରବଳ ଗହଳି ସାଙ୍ଗକୁ ସାମାଜିକ ଦୂରତା ରହୁନି। ଲୁଗା, ପାନ ଦୋକାନଠାରୁ ଆରମ୍ଭ କରି ଏକାଧିକ ଦୋକାନ ଖୋଲିବା ଉପରେ କଟକଣା ଜାରି କରାଯାଇଛି। କିନ୍ତୁ ସବୁ ଦୋକାନ ଅବାଧରେ ଖୋଲୁଛି। ପୋଲିସ, ପ୍ରଶାସନ ଏ କ୍ଷେତ୍ରରେ ଧ୍ୟାନ ଦେଉନି। କେବଳ ଉପରଠାଉରିଆ ଭାବେ ୧୪୪ ଧାରା ଜାରି, ସାମାଜିକ ଦୂରତା ବଜାୟ ରଖିବା କଥା କହି ବାହା ବାହା ନେବାକୁ ଚେଷ୍ଟା କରୁଛି, ଯାହାକି କରୋନା ଭଳି ମହାମାରୀକୁ ପ୍ରତିହତ କରିହେବ ନାହିଁ। ଲୋକେ ମଧ୍ୟ ସଚେତନ ନ ହେବା ଭବିଷ୍ୟତ ପାଇଁ ବିପଦ ଘନେଇ ଆସୁଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଢିଙ୍କିଆରେ ବୁଥ୍‌ ହେବନି

କୁଜଙ୍ଗ,୧୧ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମତଦାନ ପାଇଁ ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ ଗାଁରେ କୌଣସି ବୁଥ୍‌ ହେବ ନାହିିଁ। ଏହି ଗାଁର ୬ଟି ବୁଥ୍‌କୁ...

ଜଗତ୍‌ସିଂହପୁର ଜିଲାରେ ମଧ୍ୟାହ୍ନ ଭୋଜନ କେଳେଙ୍କାରୀ: ୫ ବ୍ଲକରେ ୬୧ ଲକ୍ଷ ଟଙ୍କାର ଚାଉଳ ଗାଏବ

ଜଗତ୍‌ସିଂହପୁର ଅଫିସ, ୩ା୭-ଜଗତ୍‌ସିଂହପୁର ଜିଲାରେ ମଧ୍ୟାହ୍ନ ଭୋଜନ (ଏମ୍‌ଡିଏମ୍‌) କେଳେଙ୍କାରୀକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଜିଲାର ମୋଟ ୮ ବ୍ଲକ ମଧ୍ୟରୁ ୫ଟିରେ...

ରହସ୍ୟ ଘେରରେ ବ୍ଲାକ୍‌ରୋଜ ଜାହାଜ ବୁଡ଼ି ଘଟଣା

ପାରାଦୀପ,୯ା୯(ସ୍ବ.ପ୍ର.): ପାରାଦୀପ ବନ୍ଦର ପାଇଁ କଳଙ୍କିତ ଦାଗ ଛାଡି ଯାଇଥିବା ବ୍ଲାକ୍‌ରୋଜ ଜାହାଜ ବୁଡିବା ଘଟଣା ଶୁକ୍ରବାର ୧୪ ବର୍ଷରେ ପହଞ୍ଚିଛି। ସମୁଦ୍ରର ଯେଉଁ ସ୍ଥାନରେ...

କୋହଳ ହେଲା ଉକ୍‌ଡାଉନ ନିୟମ: ଜବରଦଖଲରେ ଥିବା ଦୋକାନ ବନ୍ଦ ରହିବ

ଜଗତ୍‌ସିଂହପୁର ଅଫିସ, ୨୭ା୪: ନିକଟରେ ରାଜ୍ୟ ସରକାର ଲକ୍‌ଡାଉନ୍‌ ନିୟମରେ କେତେକ କୋହଳ କରିଛନ୍ତି। ବିଶେଷକରି କେତେକ ଦୋକାନ, ବଜାର ଖୋଲା ରଖିବା ସଂକ୍ରାନ୍ତରେ ଘୋଷଣା...

ଶାରଳା ପୀଠରେ ଅବ୍ୟବସ୍ଥା: ଖୋଲାଖୋଲି ଚାଲିଛି ଶୋଷଣ, ଶ୍ରଦ୍ଧାଳୁ ଅସନ୍ତୁଷ୍ଟ

ଜଗତ୍‌ସିଂହପୁର ଅଫିସ,୭।୭: ଜଗତ୍‌ସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ଶାରଳା। ମା’ଙ୍କ ମନ୍ଦିର କେବଳ ଜିଲାରେ ନୁହେଁ, ସମଗ୍ର ଦେଶରେ ପ୍ରସିଦ୍ଧି ଲାଭ କରିଛି। ତେଣୁ ପ୍ରତ୍ୟହ...

ମହିଳାଙ୍କ ପାଇଁ ୫୦%ରୁ ଊର୍ଦ୍ଧ୍ୱ ଆସନ ସଂରକ୍ଷିତ

ପାରାଦୀପ, ୧୦।୧୧(ସ୍ବ.ପ୍ର.): ପାରାଦୀପ ପୌର ନିର୍ବାଚନ ପାଇଁ ମଙ୍ଗଳବାର ଚିଠା ସଂରକ୍ଷଣ ତାଲିକା ଘୋଷଣା କରାଯାଇଛି। ଜିଲାପାଳ ପାରୁଲ ପଟଓ୍ବାରିଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ସମସ୍ତ...

୧୭ ବର୍ଷ ପରେ ବେଆଇନ ଚକ ମଡ଼ାଣ ଷଡ଼ଯନ୍ତ୍ର

ଜଗତ୍‌ସିଂହପୁର ଅଫିସ୍‌, ୨୫।୧ ଜଗତ୍‌ସିଂହପୁର ଜିଲାରେ ଚକ ପ୍ରସ୍ତୁତିରେ ବ୍ୟାପକ ତ୍ରୁଟି ହୋଇଛି। କେତେଜଣ ମୁଷ୍ଟିମେୟ ଜମି ମାଲିକ, ରାଜନେତା ଚଞ୍ଚକତା କରି ମୂଲ୍ୟବାନ ଜମି...

ପ୍ରେମିକ ରାଜା ହତ୍ୟାକାରୀ: ବିବାହ କରିବାକୁ ଅମଙ୍ଗ ହେବାରୁ ନୀହାରିକାଙ୍କୁ ହତ୍ୟା

ଜଗତ୍‌ସିଂହପୁର ଅଫିସ,୨୧।୯: ନର୍ସ ନୀହାରିକା ପାତ୍ର ହତ୍ୟା ମାମଲାର ପର୍ଦ୍ଦାଫାଶ ହୋଇଛି। ପ୍ରେମିକ ତଥା ହାଜିପୁରର କିଶୋର ଚନ୍ଦ୍ର ଆଞ୍ଚଲ(ରାଜା) ହିଁ ହତ୍ୟାକାରୀ। ଏନେଇ ଶନିବାର...

Advertisement
Archives

Model This Week