ସାନିଟାଇଜର ପ୍ରସ୍ତୁତି ଲାଗି ଅଧିକ କମ୍ପାନୀଙ୍କୁ ଅନୁମତି

ନୂଆଦିଲ୍ଲୀ,୨୭। ୩: କରୋନା ପାଇଁ ଏବେ ସାରା ଦେଶରେ ସାନିଟାଇଜର ଚାହିଦା ପ୍ରବଳମାତ୍ରାରେ ବୃଦ୍ଧି ଘଟିଛି। ଏବେ ଲକ୍‌ଡାଉନ ଚାଲିଥିବା ବେଳେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ଲାଭ କରିବାକୁ ଯେଭଳି କୌଣସି ଅସୁବିଧା ସାମ୍ନା ନ କରନ୍ତି ତାକୁ ସରକାର ବିଚାର କରୁଛନ୍ତି। ସାନିଟାଇଜର ଚାହିଦାକୁ ନଜରରେ ରଖି ୫୦୦ରୁ ଅଧିକ କମ୍ପାନୀ ଏବଂ ୧୦୦ ବିଶୋଧନାଗାରଙ୍କୁ ଏହା ପ୍ରସ୍ତୁତ କରିବା ଲାଗି ସରକାର ଅନୁମତି ଦେଇଛନ୍ତି। ରାଜ୍ୟ ସରକାରଙ୍କ ଅଧିନସ୍ଥ ଅବକାରୀ ଓ କେନ୍‌ ଆୟୁକ୍ତ, ଔଷଧ ନିୟନ୍ତ୍ରକ ଏବଂ ଜିଲାପାଳମାନଙ୍କୁ ସାନିଟାଇଜର ଲାଗି ଆବଶ୍ୟକ ଇଥାନଲ ଉପରେ କଟକଣା ଉଠାଇ ଦେବା ଲାଗି ପରାମର୍ଶ ଦିଆଯାଇଛି। ଯେଉଁ ବିଶୋଧନାଗାର ଏବଂ ଚିନିକଳମାନେ ଅଧିକ ସାନିଟାଇଜର ପ୍ରସ୍ତୁତି କରିପାରିବେ ସେଗୁଡିକୁ ପ୍ରୋତ୍ସାହିତ କରାଯାଉଛି। ଉତ୍ପାଦନ ବଢାଇବା ଲାଗି ଏହି ସଂସ୍ଥାଗୁଡିକୁ ପରାମର୍ଶ ଦିଆଯାଇଛି। ଏବେ ସୁଦ୍ଧା ୪୫ ବିଶୋଧନାଗାର ଏବଂ ୫୬୪ଟି ଅନ୍ୟାନ୍ୟ ପ୍ରସ୍ତୁତକାରୀ କମ୍ପାନୀଙ୍କୁ ସାନିଟାଇଜର ପ୍ରସ୍ତୁତ କରିବାକୁ କୁହାଯାଇଛି। ଆଉ ୨ ଦିନ ମଧ୍ୟରେ ଅଧିକ ୫୫ ବିଶୋଧନାଗାରକୁ ସରକାର ଅନୁମତି ପ୍ରଦାନ କରିବେ ବୋଲି ଜଣାପଡିଛି। ଏବେ କିଛି କମ୍ପାନୀ ସାନିଟାଇଜର ଉତ୍ପାଦନ କରୁଥିବା ବେଳେ ଆଉ କିଛି ସପ୍ତାହେ ମଧ୍ୟରେ ଉତ୍ପାଦନ ଆରମ୍ଭ କରିବେ। ସୁଲଭ ମୂଲ୍ୟରେ ଲୋକଙ୍କୁ ସାନିଟାଇଜର ଯୋଗାଣ ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଥିବା ସରକାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଭେମ୍ବରରେ ୧୭ ଦିନ ବ୍ୟାଙ୍କ ଛୁଟି

ଚଳିତ ବର୍ଷ ନଭେମ୍ବର ମାସ ଆରମ୍ଭରୁ ସାରା ଦେଶରେ ପର୍ବପର୍ବାଣି ଓ ସରକାରୀ ଛୁଟିକୁ ନଜରରେ ରଖି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଆର୍‌ବିଆଇ) ପକ୍ଷରୁ...

ଚଳିତ ବର୍ଷ ୩ ଟ୍ରିଲିୟନ ଡଲାର ଛୁଇଁବ ଅର୍ଥନୀତି

ନୂଆଦିଲ୍ଲୀ,୬-୭: ଚଳିତ ଆର୍ଥତ୍କ ବର୍ଷରେ ଦେଶର ଅର୍ଥନୀତି ୩ ଟ୍ରିଲିୟନ ଡଲାର ଛୁଇଁବ। ଆଗାମୀ ଦିନରେ ଦେଶର ଅର୍ଥ ବ୍ୟବସ୍ଥାକୁ ୫ ଟ୍ରିଲିୟନ ଡଲାର ବିଶିଷ୍ଟ...

ଟ୍ରେନ୍‌ ସେବା ସ୍ବାଭାବିକ ନେଇ ରେଲଓ୍ବେର ସ୍ପଷ୍ଟୀକରଣ

ନୂଆଦିଲ୍ଲୀ: ଏପ୍ରିଲ ମାସରେ ନିର୍ଦ୍ଦିଷ୍ଟ ତାରିଖ ସହ ଦେଶରେ ଯାତ୍ରୀବାହୀ ଟ୍ରେନ୍‌ ପୂର୍ଣ୍ଣମାତ୍ରାରେ ଚଳାଚଳ କରିବାକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। କିଛି ଦିନ...

ପାର୍ଲାମେଣ୍ଟରେ ବିଲ୍‌ ଗୃହୀତ : ଆମେରିକାରେ ଗ୍ରୀନ୍‌ କାର୍ଡ ସୀମା ହଟିବ

ଓ୍ବାଶିଂଟନ,୧୨।୭:  ଗ୍ରୀନ୍‌ କାର୍ଡ ଜାରି ରଖିବାର ବର୍ତ୍ତମାନର ୭ ପ୍ରତିଶତ ସୀମାକୁ ହଟାଇବା ଲାଗି ଆଗତ ଏକ ବିଲ୍‌କୁ ଆମେରିକା ପାର୍ଲାମେଣ୍ଟ ବୁଧବାର ଅନୁମୋଦନ କରିଛି।...

ହ୍ବାଟ୍ସଆପ୍‌ ପେମେଣ୍ଟ ସର୍ଭିସ;ସମ୍ଭାବ୍ୟ ବିପଦ ନେଇ ସରକାର ଚିନ୍ତାରେ

ନୂଆଦିଲ୍ଲୀ,୨୭-୭: ହ୍ବାଟ୍ସଆପ୍‌ ପକ୍ଷରୁ ଚଳିତ ବର୍ଷ ଶେଷାର୍ଦ୍ଧରେ ଭାରତରେ ପେମେଣ୍ଟ ସର୍ଭିସ ଆରମ୍ଭ କରାଯିବ ବୋଲି ଘୋଷଣା କରାଯାଇଛି। ଫେସ୍‌ବୁକ୍‌ର ସହାୟକ କମ୍ପାନୀ ପକ୍ଷରୁ ଆରମ୍ଭ...

ଆଇଟି ସେକ୍ଟରରେ ଦରମା ତାରତମ୍ୟ;କର୍ମଚାରୀଙ୍କଠୁ ୪୫୫ ଗୁଣା ଅଧିକ ପାଆନ୍ତି ଓ୍ବିପ୍ରୋ ସିଇଓ

ନୂଆଦିଲ୍ଲୀ,୨୭-୭: ଦେଶର ସୂଚନା ପ୍ରଯୁକ୍ତି(ଆଇଟି) କ୍ଷେତ୍ରରେ ଶୀର୍ଷ କମ୍ପାନୀଗୁଡ଼ିକର ସିଇଓ ତଥା କର୍ମଚାରୀଙ୍କ ମଧ୍ୟରେ ବେତନ ତାରତମ୍ୟ କ୍ରମାଗତ ବଢ଼ିଚାଲିଛି। ଆର୍ଥିକ ବର୍ଷ ୨୦୧୮-୧୯ରେ ଏହି...

ଆଲ୍‌କହଲ ହ୍ୟାଣ୍ଡ ସାନିଟାଇଜର ରପ୍ତାନି ବ୍ୟାନ୍‌

ନୂଆଦିଲ୍ଲୀ,୭।୫:ଆଲ୍‌କହଲ ଭିତ୍ତିକ ହ୍ୟାଣ୍ଡ ସାନିଟାଇଜର ରପ୍ତାନିକୁ ସରକାର ନିଷେଧ କରିଛନ୍ତି। ବର୍ତ୍ତମାନ କରୋନାର ପ୍ରକୋପ ବୃଦ୍ଧି ହେଉଥିବାରୁ ଉପଲବ୍ଧତା ବଢ଼ାଇବା ଲାଗି ଏଭଳି ପଦକ୍ଷେପ ଗ୍ରହଣ...

୧୬.୭% କମିଲା ଶିଳ୍ପ ଉତ୍ପାଦନ

ନୂଆଦିଲ୍ଲୀ,୧୩।୫: ଦେଶର ଶିଳ୍ପ କ୍ଷେତ୍ର ଉତ୍ପାଦନ ମାର୍ଚ୍ଚ ମାସରେ ୧୬.୭% କମିଛି। ଲକ୍‌ଡାଉନ ଯୋଗୁ ଖଣି,ମାନୁଫାକ୍ଚରିଂ ଏବଂ ଇଲେକ୍ଟ୍ରିସିଟି କ୍ଷେତ୍ରର ଉତ୍ପାଦନ କମିଥିବାରୁ ଏଭଳି ସ୍ଥିତି...

Advertisement
Archives

Model This Week