ସାନିଟାଇଜର,ଭେଣ୍ଟିଲେଟର ରପ୍ତାନି ବନ୍ଦ

ନୂଆଦିଲ୍ଲୀ,୨୫-୩: ସମସ୍ତ ପ୍ରକାରର ସାନିଟାଇଜର ଏବଂ ଭେଣ୍ଟିଲେଟର ରପ୍ତାନିକୁ ତୁରନ୍ତ ଭିତ୍ତିରେ ବନ୍ଦ କରିବାକୁ କେନ୍ଦ୍ର ସରକାର ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। କରୋନା ବ୍ୟାପୁଥିବାରୁ ଏହାକୁ ଧ୍ୟାନରେ ରଖି ସରକାର ପଦକ୍ଷେପ ଗ୍ରହଣ କରିଥିବା ବିଦେଶୀ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫ୍‌ଟି) ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି। ସମସ୍ତ ପ୍ରକାରର ଭେଣ୍ଟିଲେଟର ସହ ଆର୍ଟିଫିସିଆଲ ରେସ୍ପିରେଟୋରୀ ଆପାରଟସ୍‌ କିମ୍ବା ଯେକୌଣସି ବ୍ରିଦିଂ ଆପ୍ଲାଏନ୍ସ ଏବଂ ଡିଭାଇସକୁ ଏହା ମଧ୍ୟରେ ସାମିଲ କରାଯାଇଛି। ଗତ ସପ୍ତାହରେ କିଛି ଭେଣ୍ଟିଲେଟର ରପ୍ତାନି ଉପରେ ସରକାର କଟକଣା ଲଗାଇଥିଲେ। ଏହାବାଦ ଡିସ୍ପୋଜେବଲ ମାସ୍କ, ସର୍ଜିକାଲ ମାସ୍କ, ମାସ୍କ ପ୍ରସ୍ତୁତି ଟେସ୍କଟାଇଲ ର’ ମାଟେରିଆଲକୁ ମଧ୍ୟ ଏହା ମଧ୍ୟରେ ସାମିଲ ରହିଥିଲା। କରୋନା ଲାଗି ବଜାରରେ ସାନିଟାଇଜର ଏବଂ ଫେସ୍‌ ମାସ୍କର ଏବେ ଅଭାବ ରହିଥିବାରୁ ବଜାର ସ୍ଥିତିକୁ ଠିକ୍‌ ରଖିବା ଲାଗି ସରକାର ଏଭଳି ପଦକ୍ଷେପ ନେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ହେଲା ଇଲେକଟ୍ରୋନିକ୍ସ ପ୍ରଡକ୍ଟ

ନୂଆଦିଲ୍ଲୀ,୨୯।୬ : ଚାଇନା ସାମଗ୍ରୀ ଉପରେ ଭାରତ ବର୍ତ୍ତମାନ ନିର୍ଭରଶୀଳ ଥିବାରୁ ଚାହିଁଲେ ମଧ୍ୟ ରାତାରାତି ଏହାକୁ ନିଷେଧ କରି ପାରୁନାହିଁ। ଗଲଓ୍ବାନ ଘାଟିରେ ଚାଇନା...

ଅଭିବୃଦ୍ଧିକୁ ଝଟକା ଦେବ କରୋନା

ନୂଆଦିଲ୍ଲୀ,୨୦-୩: କରୋନା ମହାମାରୀର ପ୍ରଭାବ ଦେଶର ଅଭିବୃଦ୍ଧିକୁ ଝଟକା ଦେବ। ବ୍ୟବସାୟ, ହୋଟେଲ ଶିଳ୍ପ, ପରିବହନ ଏବଂ ଯୋଗାଯୋଗ କ୍ଷେତ୍ର ଏହି ମହାମାରି ଦ୍ୱାରା ଗଭୀର...

ମହିନ୍ଦ୍ରାକୁ ସମ୍ପତ୍ତି ବିକି ଦେଶ ଛାଡ଼ିବ ଫୋର୍ଡ

ନୂଆଦିଲ୍ଲୀ,୨୬ା୯: ଅଟୋ ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥା ତଥା ପ୍ରତିଯୋଗିତାର ସମ୍ମୁଖୀନ ହୋଇ ନ ପାରିବା କାରଣରୁ ଫୋର୍ଡ ମୋଟର କମ୍ପାନୀ ଭାରତ ଛାଡ଼ିବାକୁ ନିଷ୍ପତ୍ତି ନେଇଛି।...

୯ ମିନିଟ୍‌ର ଲାଇଟ୍ ଅଫ୍‌: ପାୱାର ଗ୍ରୀଡ୍ ବ୍ଲାକ୍‌ଆଉଟ୍ ହେବା ଆଶଙ୍କା !

ନୂଆଦିଲ୍ଲୀ, ୪ ।୪: କରୋନା ସଂକ୍ରମଣ ବିରୋଧରେ ଏକଜୁଟ ହେବା ପାଇଁ ରବିବାର ରାତ୍ର ୯ଟାଠାରୁ ୯ ମିନିଟ୍ ପାଇଁ ଲାଇଟ୍ ଅଫ୍ କରି ଦୀପ,...

ପାସେଞ୍ଜର ଯାନ ବିକ୍ରି ୫୧% କମିଲା

ନୂଆଦିଲ୍ଲୀ,୧୪।୪: ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ ପାଇଁ ପାସେଞ୍ଜର ଯାନ ବିକ୍ରି ୫୧% କମିଛି। ସଂକ୍ରମଣ ଭୟରେ ଲୋକମାନେ ଏବେ ଘରୁ ବାହାରକୁ ବାହାରୁ...

ଜୁଲାଇରେ ଗାଡ଼ି ବିକ୍ରି ୧୯ବର୍ଷର ସର୍ବନିମ୍ନ ସ୍ତରରେ

ନୂଆଦିଲ୍ଲୀ,୧୪-୮: ଅଟୋ ସେକ୍ଟରରେ ମାନ୍ଦାବସ୍ଥା ମାଡ ବଢ଼ିଚାଲିଛି। ଏହା କେବେ ରୋକିବ କେହି କହିପାରୁନାହାନ୍ତି। ଏହାରି ଭିତରେ ଜୁଲାଇରେ ଗାଡ଼ି ବିକ୍ରି ୧୯ ବର୍ଷର ସର୍ବନିମ୍ନ...

ଇନ୍‌ଫୋସିସ୍‌କୁ ସେପ୍ଟେମ୍ବର ୧୫ ଯାଏ ମହଲତ

ନୂଆଦିଲ୍ଲୀ,୨୪।୮ ନୂଆ ଆୟକର ଇ-ଫାଇଲିଂ ପୋର୍ଟାଲରେ ବିଭିନ୍ନ ସମସ୍ୟା ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ଟିକସଦାତା ଏ ନେଇ ବାରମ୍ବାର ସରକାରଙ୍କ ନିବେଦନ କରିବା ପରେ...

ସୁନା @ ୩୮,୮୨୦ ଟଙ୍କା

ନୂଆଦିଲ୍ଲୀ,୨୨।୮: ସୁନା ଓ ରୁପା ଦର କ୍ରମାଗତ ରେକର୍ଡ କରିଚାଲିଛି। ଦୈନିକ ଏହା ନୂଆ ସର୍ବୋଚ୍ଚ ସ୍ତର ପାର୍‌ କରୁଛି। ବୁଧବାର ବଜାର ବନ୍ଦ ହେବା...

Advertisement


Archives

Model This Week