ସାନତିହାଡ଼ା ଗ୍ରାମରେ ଅଭାବନୀୟ ଘଟଣା: ସ୍ତ୍ରୀଙ୍କୁ ହତ୍ୟା ପରେ ଜାଳିଦେଲେ

ଜଗତ୍‌ସିଂହପୁର ଅଫିସ,୨୬ା୧୦: ଜଗତ୍‌ସିଂହପୁର ଥାନା ଅଧୀନ ସାନତିହାଡ଼ା ଗ୍ରାମରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ରଶ୍ମିତା ରାଉତ ନାମ୍ନୀ ମହିଳାଙ୍କୁ ତାଙ୍କ ସ୍ବାମୀ ରୁଦ୍ରପ୍ରସନ୍ନ ହତ୍ୟା କରିବା ପରେ ପେଟ୍ରୋଲ ଢାଳି ଜାଳି ଦେଇଛନ୍ତି। ଏନେଇ ରଶ୍ମିତାଙ୍କ ବାପା ପ୍ରଶାନ୍ତ ଖଟୁଆ ଶୁକ୍ରବାର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଦଫା ୪୯୮(ଏ)/୩୦୨/୨୦୧ ଆଇପିସିରେ ମାମଲା ନଂ-୩୬୨/୧୯ ରୁଜୁ କରିବା ସହ ରୁଦ୍ରପ୍ରସନ୍ନଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ଶନିବାର କଟକ ବଡ ଡାକ୍ତରଖାନା ନିଆଯିବ ବୋଲି ଆଇଆଇସି ରଜନୀକାନ୍ତ ମିଶ୍ର କହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ରଶ୍ମିତା ଓ ରୁଦ୍ରପ୍ରସନ୍ନଙ୍କ ୯ ବର୍ଷ ହେବ ବିବାହ ହୋଇଥିଲା। ସେମାନଙ୍କ ୮ ବର୍ଷର ଏକ ପୁତ୍ର ସନ୍ତାନ ଅଛି। ସାନ ଭାଇ ବ୍ରହ୍ମପୁରରେ ରହୁଥିବାବେଳେ ବଡ଼ ଭାଇ ରୁଦ୍ରମାଧବ ତାଙ୍କ ସହ ଗାଁରେ ରହୁଛନ୍ତି। ତେଣୁ ରୁଦ୍ରପ୍ରସନ୍ନ ଓ ରୁଦ୍ରମାଧବ ଭିନ୍ନ ହୋଇଥିଲେ ସୁଦ୍ଧା ଘର ତଳ ମହଲାରେ ଅଲଗା ରହୁଛନ୍ତି। ଦୁଇ ଭାଇ ଘରଠାରୁ ପାଖାପାଖି ୪୦/୫୦ ମିଟର ଦୂରରେ ପୃଥକ କୁକୁଡ଼ା ଫାର୍ମ କରିଥିଲେ। ଫନୀ ବାତ୍ୟାରେ ରୁଦ୍ରପ୍ରସନ୍ନଙ୍କ ଫାର୍ମ ଭାଙ୍ଗିଯାଇଛି। କିନ୍ତୁ ରୁଦ୍ରମାଧବଙ୍କ ଫାର୍ମ ଭଲ ରହିଛି। ରୁଦ୍ରମାଧବ ଦମ୍ପତିଙ୍କ ସନ୍ତାନସନ୍ତତି ନାହିଁ। ସେମାନେ ରାତିରେ ଫାର୍ମକୁ ଶୋଇବାକୁ ଯାଆନ୍ତି। ସାଙ୍ଗରେ ରୁଦ୍ରପ୍ରସନ୍ନଙ୍କ ୮ ବର୍ଷର ପୁଅକୁ ଅନେକ ସମୟରେ ନେଇଯାନ୍ତି। ଗୁରୁବାର ରୁଦ୍ରପ୍ରସନ୍ନଙ୍କ ପୁଅକୁ ଧରି ରୁଦ୍ରମାଧବ ଦମ୍ପତି ଶୋଇବାକୁ ଯାଇଥିଲେ। ଶୁକ୍ରବାର ସକାଳେ ରୁଦ୍ରମାଧବ ଘରକୁ ଫେରିଲା ପରେ ଏହି ଘଟଣା ଦେଖିଥିଲେ। ତେଣୁ ରଶ୍ମିତାଙ୍କ ମୃତ୍ୟୁ ଖବର ତୁରନ୍ତ ଥାନାକୁ ଯାଇ କହିବାକୁ ରୁଦ୍ରପ୍ରସନ୍ନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରୁଦ୍ରପ୍ରସନ୍ନ ଥାନାରେ ପହଞ୍ଚତ୍ ତାଙ୍କ ସ୍ତ୍ରୀ ଆତ୍ମହତ୍ୟା କରିଥିବା କହିଥିଲେ। ରାତିରେ ପାଟିତୁଣ୍ଡ ହେବାରୁ ସ୍ତ୍ରୀ ପେଟ୍ରୋଲ, କିରୋସିନ ଢାଳି ଆତ୍ମହତ୍ୟା କରିଛନ୍ତି ବୋଲି ସଫେଇ ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ଲା ପରେ ଆତ୍ମହତ୍ୟା ନୁହେଁ, ହତ୍ୟା କରାଯାଇଥିବା ସନ୍ଦେହ କରିଥିଲା। ହତ୍ୟାପରେ ଆତ୍ମହତ୍ୟା ରୂପ ଦେବା ପାଇଁ ରୁଦ୍ରପ୍ରସନ୍ନ ମୃତଦେହ ଘର ଆଗ ଅଗଣାରେ ରଖି ପୋଡି ଦେବାକୁ ଯୋଜନା କରିଥିଲେ। ବର୍ଷା ହେଉଥିବାରୁ ଏଥିରେ ବାଧା ଉପୁଜିଥିଲେ ସୁଦ୍ଧା ଲକ୍ଷ୍ୟ ପୂରଣରେ ଆପାତତଃ ସଫଳ ହୋଇଥିଲେ। କିଛି ଦିନ ପୂର୍ବରୁ ରଶ୍ମିତା ତାଙ୍କର କେହି ବନ୍ଧୁଙ୍କ ସହ କଥା ହେବାକୁ ନେଇ କୁଆଡେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି କଥାକୁ ନେଇ ରଶ୍ମିତାଙ୍କ ଉପରେ ରୁଦ୍ରପ୍ରସନ୍ନ ସନ୍ଦେହ କରି ଏଭଳି କାଣ୍ଡ ଘଟାଇଥିବା କୁହାଯାଉଛି। ଅଧିକ ତଦନ୍ତ ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲାଷ୍ଟିଂ କରି ମାଛ ଧରିବାକୁ ବିରୋଧ

ସୋନପୁର,୨।୧୧(ନି.ପ୍ର.): ମହାନଦୀରୁ ମାଛ, ଚିଙ୍ଗୁଡି ଧରିବା ପାଇଁ ଚାଲିଛି ବେଆଇନ ବ୍ଲାଷ୍ଟିଂ ଓ କୀଟନାଶକ ପ୍ରୟୋଗ। ମୁଷ୍ଟିମେୟ ଅଣପାରମ୍ପରିକ ମତ୍ସ୍ୟଜୀବୀ ସୁବିଧାରେ ମାଛ ଧରିବା ପାଇଁ ନଦୀଗର୍ଭରେ...

ପାନବରଜ ଭାଙ୍ଗିଲେ ୫ଲକ୍ଷ ଜରିମାନା

କୁଜଙ୍ଗ,୧୧।୧(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲା ଏରସମା ତହସିଲ ଅନ୍ତର୍ଗତ ଢିଙ୍କିଆ ଚାରିଦେଶରେ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପ ନିମନ୍ତେ ସହମତି ଭିତ୍ତିରେ ପାନବରଜ ଭଙ୍ଗା ଚାଲଛି। ଯେଉଁମାନେ କମ୍ପାନୀ ସପକ୍ଷରେ...

କେନ୍ଦୁଝରରେ ୪ରୁ ୩ ପୌର ପରିଷଦ ହାତେଇଲା ବିଜେଡି

କେନ୍ଦୁଝର,୨୬ା୩(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ପୌର ନିର୍ବାଚନ ଫଳାଫଳ ଶନିବାର ଘୋଷଣା ହୋଇଛି। ଜିଲାର ତିନୋଟି ପୌରପାଳିକା ଓ ଗୋଟିଏ ଏନ୍‌ଏସିରେ ନିର୍ବାଚନ ହୋଇଥିଲା। ବିଜେଡି ତିନୋଟି...

କପିଳାସ ଅଭୟାରଣ୍ୟରୁ ବନ୍ୟଜନ୍ତୁ ଶିକାର: ଶିକ୍ଷକଙ୍କୁ ବାନ୍ଧିଲା ବନବିଭାଗ

ଢେଙ୍କାନାଳ ଅଫିସ, ୭।୧୨: ଢେଙ୍କାନାଳ ଜିଲା କପିଳାସ ଅଭୟାରଣ୍ୟ ଓ କଙ୍କଡ଼ାହାଡ ଥାନା କଳସପୁର ଅଞ୍ଚଳ ବନବିଭାଗ ପକ୍ଷରୁ ରବିବାର ବିଳମ୍ବିତ ରାତିରେ ଚଢ଼ାଉ କରାଯାଇଥିଲା।...

ସଂକ୍ରମିତ ସେବାୟତଙ୍କୁ ଶ୍ରୀମନ୍ଦିର ମନା

ପୁରୀ ଅଫିସ,୩୦ା୯: କରୋନା ସଂକ୍ରମିତ ସେବାୟତ କିମ୍ବା କର୍ମଚାରୀ କେହି ବି ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ନାହିିଁ। ଯଦି କେହି ଏହାକୁ ଅବମାନନା କରନ୍ତି ତେବେ...

କାଷ୍ଠ ଅର୍କକ୍ଷେତ୍ର: ବିରଞ୍ଚି ନାରାୟଣ ମନ୍ଦିର

ବୁଗୁଡ଼ା,୧୭ା୩(ଡି.ଏନ.ଏ.): ପ୍ରସ୍ତରର କାରୁକାର୍ଯ୍ୟରେ ନିର୍ମିତ ବିଶ୍ୱପ୍ରସିଦ୍ଧ କୋଣାର୍କର ସୂର୍ଯ୍ୟମନ୍ଦିର ପ୍ରଥମ ଅର୍କକ୍ଷେତ୍ର ହୋଇଥିବା ବେଳେ ଗଞ୍ଜାମ ଜିଲା ବୁଗୁଡ଼ାରେ କାଷ୍ଠ କାରୁକାର୍ଯ୍ୟରେ ନିର୍ମିତ ସୂର୍ଯ୍ୟ ଅର୍ଥାତ୍‌...

ମାଲକାନଗିରି ଜିଲାର ୬ ବ୍ଲକ ଡେଙ୍ଗୁ କବଳିତ

ମାଲକାନଗିରି, ୧୭।୮(ସ୍ବ.ପ୍ର.): ମାଲକାନଗିରି ଜିଲ୍ଲାରେ ଗତ କିଛି ମାସ ଧରି କ୍ରମାଗତ ଭାବେ ଡେଙ୍ଗୁ ରୋଗୀ ଚିହ୍ନଟ ହେବାରେ ଲାଗିଛି। ଜିଲାର ୬ଟି ବ୍ଲକରେ ଡେଙ୍ଗୁରୋଗୀ...

ଘରେ ବସି ପାଇବେ ଲର୍ନିଂ ଲାଇସେନ୍ସ

ଭୁବନେଶ୍ୱର,୧୦।୨(ବ୍ୟୁରୋ): ମୋବାଇଲ ଆପ୍‌ ଜରିଆରେ ଏଣିକି ମିଳିପାରିବ ଲର୍ନିଂ ଲାଇସେନ୍ସ। ପ୍ରଥମ ଥର ପାଇଁ ଓଡ଼ିଶାରେ ଏହି ସେବା ଆରମ୍ଭ ହୋଇଛି। ଆରଟିଓକୁ ପେପର୍‌ ଲେସ୍‌...

Advertisement
Archives

Model This Week