Posted inଜାତୀୟ

ସାଧୁ-ମହାତ୍ମା ବେଶରେ ବୁଲୁଛନ୍ତି ପାକିସ୍ତାନୀ ଏଜେଣ୍ଟ୍‌, ଚେତାବନୀ ଜାରି କଲା ଭାରତୀୟ ସେନା

ନୂଆଦିଲ୍ଲୀ,୧୦।୧୧: ନକଲି ବାବା ଏବଂ ଆଧ୍ୟାତ୍ମିକ ଗୁରୁଙ୍କଠାରୁ ସାବଧାନ ରହିବାକୁ ଚେତାବନୀ ଜାରି କରିଛି ଭାରତୀୟ ସେନା। ପାକିସ୍ତାନ ଗୋଇନ୍ଦା ଅପରେଟର(ପିଆଇଓ)ମାନେ ସାଧୁ-ମହାତ୍ମା ବେଶରେ ବୁଲୁଛନ୍ତି, ବିଭିନ୍ନ ପ୍ରକାର ଲୋଭନୀୟ କଥା କହି ସେମାନେ ସେନା କର୍ମଚାରୀଙ୍କଠାରୁ ଗୋପନୀୟ ତଥ୍ୟ ହାସଲ କରିବାକୁ ଚେଷ୍ଟା କରିପାରନ୍ତି। ଆଇଏସଆଇର ଏହା ନୂଆ ଫର୍ମୁଲା, ଏହାଠାରୁ ଯଥାସମ୍ଭବ ଦୂରେଇ ରହିବା ଆବଶ୍ୟକ ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି। ପାକିସ୍ତାନୀ ଏଜେଣ୍ଟମାନେ ସୋସିଆଲ ମିଡିଆ ପ୍ଲାଟଫର୍ମ ଯଥା ହ୍ବାଟ୍ସଆପ୍‌ ଏବଂ ସ୍କାଇପେ ଜରିଆରେ ଭାରତୀୟ ସୈନିକଙ୍କୁ ନିଜ ଜାଲରେ ଫସାଇବାକୁ ଚେଷ୍ଟା କରୁଛନ୍ତି। ଏପରିକି ମହିଳାଙ୍କ ନାଁରେ ପ୍ରୋଫାଇଲ୍‌ ପ୍ରସ୍ତୁତ କରି ଚାଟିଂ କରୁଛନ୍ତି। ତେଣୁ ସୈନିକମାନେ ସତର୍କ ରହିବା ଆବଶ୍ୟକ ବୋଲି ସେନା ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେରଳ ହାତୀ ମୃତ୍ୟୁ ମାମଲା: ରାଜ୍ୟକୁ କେନ୍ଦ୍ର ମାଗିଲା ରିପୋର୍ଟ

ନୂଆଦିଲ୍ଲୀ,୪।୬: କେରଳରେ କେତେଜଣ ଦୁର୍ବୁତ୍ତ ଗର୍ଭବତୀ ହାତୀକୁ ବାଣଭର୍ତ୍ତି ଥିବା ସପୁରୀ ଖୁଆଇବା ଘଟଣା ଏବେ ଚର୍ଚ୍ଚାର ପରିସରକୁ ଆସିଯାଇଛି। ଏମିତିକି କେନ୍ଦ୍ର ପରିବେଶ ମନ୍ତ୍ରୀ...

ତେଲେଙ୍ଗାନା ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ

ଚଣ୍ଡିଗଡ଼,୨୯।୮: ହରିୟାଣାର ବଲ୍ଲଭଗଡ଼ର ଆସୋଟିଠାରେ ତେଲେଙ୍ଗାନା ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ ଘଟିଛି। ଗୁରୁବାର ସକାଳ ୭ଟା ୪୩ରେ ଏକ୍ସପ୍ରେସ୍‌ର ବ୍ରେକ୍‌ ବାଉଣ୍ଡିଙ୍ଗ୍‌ରେ ନିଆଁ ଲାଗିଥିବା ରେଳବିଭାଗ ପକ୍ଷରୁ...

ଚାଷୀଙ୍କୁ ବାକିରେ ମିଳିବ ପେଟ୍ରୋଲ, ଡିଜେଲ୍‌: ଫସଲ ଅମଳ ପରେ ହେବ ଟଙ୍କା ପୈଠ

ଚଣ୍ଡିଗଡ଼,୩୦।୫: ପଞ୍ଜାବ ସରକାର ଚାଷୀଙ୍କ ପାଇଁ ଆଣିଛନ୍ତି ନୂଆ ଯୋଜନା। ଏହି ଯୋଜନାରେ ଚାଷୀଙ୍କୁ ବାକିରେ ଆବଶ୍ୟକ ପେଟ୍ରୋଲ ଓ ଡିଜେଲ ଯୋଗାଇ ଦିଆଯିବ। ଫସଲ...

ଦିଲ୍ଲୀ ହସ୍ପିଟାଲର ୩୧ କର୍ମଚାରୀଙ୍କୁ କରୋନା

ନୂଆଦିଲ୍ଲୀ,୨୬।୪(ପି.ଟି.): ଦିଲ୍ଲୀର ବାବୁ ଜଗଜ୍ଜୀବନ ରାମ ହସ୍ପିଟାଲରେ ୧୧ ଡାକ୍ତରଙ୍କ ସମେତ ୩୧ କର୍ମଚାରୀ କରୋନାରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ଏଲ୍‌ଏନ୍‌ଜେପି...

କୋର୍ଟ ପରିସରରେ ବାର କାଉନସିଲର ମୁଖ୍ୟଙ୍କୁ ହତ୍ୟା

ଆଗ୍ରା,୧୨।୬: ଦୁଇ ଦିନ ତଳେ ଉତ୍ତର ପ୍ରଦେଶ ବାର କାଉନସିଲର ମୁଖ୍ୟ ଭାବେ ନିର୍ବାଚିତ ହୋଇଥିବା ଦରଭେଶ ଯାଦବଙ୍କୁ ବୁଧବାର ସର୍ବସମ୍ମୁଖରେ ଗୁଳି କରି ହତ୍ୟା...

କରୋନାରେ ସଂକ୍ରମିତ ହେଲେ ପୋଲିସ ଅଧିକାରୀ

ଭୋପାଳ,୭।୪: କରୋନା ସଂକ୍ରମଣକୁ ନେଇ ସାରା ଦେଶରେ ଲକଡାଉନ୍‌ ଘୋଷଣା କରାଯିବା ସମୟରେ କିନ୍ତୁ କାର୍ଯ୍ୟରେ ହେଳା କରୁ ନାହାନ୍ତି ପୋଲିସ। ଡାକ୍ତର, ନର୍ସଙ୍କ ପରି...

ସେଣ୍ଟ୍ରାଲ ଜେଲ୍‌ରେ ୩୫୯ କଏଦୀ କରୋନା ପଜିଟିଭ୍‌

ଥିରୁଭାନନ୍ତପୁରମ,୧୬।୮: କେରଳର ଥିରୁଭାନନ୍ତପୁରମରେ ଥିବା ସେଣ୍ଟ୍ରାଲ ଜେଲରେ ଗତ ସପ୍ତାହ ମଧ୍ୟରେ ୩୫୦ରୁ ଅଧିକ କଏଦୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଜଣେ ବିଚାରାଧୀନ କଏଦିଙ୍କ କରୋନାରେ...

ଏମ୍‌ପିଙ୍କ ନିଲମ୍ବନ ନେଇ ଗର୍ଜିଲେ ଦିଦି: ଲୋକତନ୍ତ୍ରର ହତ୍ୟା କରିଛି ଭାଜପା

କୋଲକାତା, ୨୧।୯: କୃଷି ବିଧେୟକ ନେଇ ରାଜ୍ୟ ସଭାରେ ବିରୋଧୀ ଦଳ ସଦସ୍ୟଙ୍କ ହଙ୍ଗାମା ପରେ ସୋମବାର ୮ ଏମ୍‌ପିଙ୍କୁ ନିଲମ୍ବିତ କରାଯିବା ଘଟଣା ନେଇ...

Coronavirus Update


Archives

Model This Week

Why Dharitri