Posted inଜାତୀୟ

ସାଧାରଣ ନିର୍ବାଚନ ତଥ୍ୟରେ ଅମେଳ: ସୁପ୍ରିମକୋର୍ଟ ଗଲା ଏଡିଆର୍‌

ନୂଆଦିଲ୍ଲୀ,୨୧।୧୧(ଆଇଏଏନ୍‌ଏସ୍‌): ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ସମ୍ପର୍କିତ ତଥ୍ୟରେ ତାଳମେଳ ନ ଥିବା ଦର୍ଶାଇ ବେସରକାରୀ ସଙ୍ଗଠନ (ଏନ୍‌ଜିଓ) ବୁଧବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆସୋସିଏଶନ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌(ଏଡିଆର୍‌) ପକ୍ଷରୁ ଦାଏର ପିଟିଶନରେ ଉଲ୍ଲେଖ କରାଯାଇଛି ଯେ, ନିର୍ବାଚନ କମିଶନ(ଇସି)ଙ୍କ ପକ୍ଷରୁ ଦିଆଯାଇଥିବା ୩୪୭ ଲୋକ ସଭା ଆସନର ମତଦାତାଙ୍କ ସଂଖ୍ୟା ଓ ଗଣତି କରାଯାଇଥିବା ଭୋଟ ସଂଖ୍ୟା ସମ୍ପର୍କିତ ତଥ୍ୟରେ ଗୁରୁତର ତ୍ରୁଟି ରହିଛି। ତେଣୁ ସାଧାରଣ ନିର୍ବାଚନ ଓ ଭବିଷ୍ୟତରେ ହେବାକୁ ଥିବା ସମସ୍ତ ନିର୍ବାଚନରେ ଫଳାଫଳ ସମ୍ପର୍କିତ ସୂଚନା ବୈଧାନିକ ଫର୍ମ ୧୭ସି, ୨୦, ୨୧ସି, ୨୧ଡି ଏବଂ ୨୧ଇ’ରେ ସାର୍ବଜନୀନ କରିବା ପାଇଁ ଇସିଙ୍କୁ ନିର୍ଦ୍ଦେଶ ଦେବା ଲାଗି ଅନୁରୋଧ କରାଯାଇଛି। ତେବେ ଲୋକ ସଭା ନିର୍ବାଚନ ଫଳ ଓ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରାଯାଉନାହିଁ ବୋଲି ନିର୍ବାଚନୀ ସଂସ୍କାର କ୍ଷେତ୍ରରେ କାର୍ଯ୍ୟରତ ଏଡିଆର୍‌ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତେଲଙ୍ଗାନାରେ ୩୨ ଡାକ୍ତର କରୋନା ସଂକ୍ରମିତ

ହାଇଦ୍ରାବାଦ,୪।୬: ଓସମାନିଆ ମେଡିକାଲ କଲେଜ ସହ ସହବଦ୍ଧ ଥିବା ହସ୍ପିଟାଲରେ ପାଖାପାଖି ୩୨ ଜଣ ଡାକ୍ତର କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି। ଗୁରୁବାର ତେଲଙ୍ଗାନା-ଜୁନିୟର ଡକ୍ଟରର୍ସ...

ମୁମ୍ବାଇ କୋଠା ଭୁଶୁଡିବା ଘଟଣା: ୧୨ ମୃତ, ଏବେ ବି ଅନେକ ଲୋକ ଫଶିଛନ୍ତି

ମୁମ୍ବାଇ, ୧୬।୭: ଲଗାଣ ବର୍ଷା ଯୋଗୁ ମୁମ୍ବାଇର ଜନଗହଳିପୂର୍ଣ୍ଣ ଡୋଙ୍ଗ୍ରୀ ଅଞ୍ଚଳରେ ଏକ ୪ ମହଲା କୋଠା ଭୁଶୁଡି ପଡିଛି। ମଧ୍ୟାହ୍ଣ ସମୟରେ ଘଟିଥିବା ଏହି...

ପିତାଙ୍କ ପରେ କରୋନାକୁ ହରାଇଲେ ପୁଅ

ଗାଜିଆବାଦ,୨୦।୩: ଦେଶରେ ମହାମାରୀ କରୋନା ଭାଇରସ୍‌ ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି। ଭାରତରେ ଏପର୍ଯ୍ୟନ୍ତ କରୋନାରେ ୨୦୦ରୁ ଊର୍ଦ୍ଧ୍ୱ ଲୋକ ସଂକ୍ରମିତ ହୋଇଥିବା ବେଳେ ଏଥିରେ...

କଂଗ୍ରେସରେ ସାମିଲ ହୋଇପାରନ୍ତି ପିକେ

ନୂଆଦିଲ୍ଲୀ,୨୯।୭: ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସରେ ସାମିଲ ହୋଇପାରନ୍ତି। ଗତ କିଛି ଦିନରୁ ଏନେଇ ରାଜନୈତିକ ଚର୍ଚ୍ଚା ଲାଗିରହିଛି। ନିକଟରେ ପ୍ରଶାନ୍ତ କିଶୋର କଂଗ୍ରେସର...

କରୋନା ମୃତକଙ୍କ ସଂସ୍କାର କରୁଛନ୍ତି ଚା’ବାଲା: ସୋସିଆଲ ମିଡିଆରେ ଭାଇରାଲ

ନୂଆଦିଲ୍ଲୀ,୨୧।୮: କରୋନା ଭାଇରସ ସଂକ୍ରମଣ ଏବେ ସମସ୍ତଙ୍କୁ ଭୟଭୀତ କରି ରଖିଛି। କାରଣ ସଂକ୍ରମିତଙ୍କୁ ଛୁଇଁଦେଲେ ଏହା ସୁସ୍ଥ ବ୍ୟକ୍ତିଙ୍କ ଶରୀରକୁ ଚାଲି ଯାଉଥିବାରୁ ଲୋକେ...

ଜୁଡିସିଆଲ ଭିଷ୍ଟା ଉପରେ ନିଷ୍ପତ୍ତି ଜଣାଅ

ନୂଆଦିଲ୍ଲୀ,୨୬।୪: ସୁପ୍ରିମକୋର୍ଟ ଭଲ ଭାବେ କାର୍ଯ୍ୟ କରିବା ଲାଗି ‘ଜୁଡିସିଆଲ୍‌ ଭିଷ୍ଟା ନିର୍ମାଣ ଉପରେ ସର୍ବୋଚ୍ଚ ଅଦାଲତ ସୋମବାର କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଜାଣିବାକୁ ଚାହିଁଛନ୍ତି।...

ପୁଣି ରୋଷେଇ ଘରେ ମହଙ୍ଗା ମାଡ: ପ୍ରତି ୟୁନିଟ୍‌ ପିଛା ୨.୬୩ ଟଙ୍କା ବଢ଼ିଲା ପିଏନ୍‌ଜି

ନୂଆଦିଲ୍ଲୀ,୫।୮: ଗତ କିଛି ଦିନରୁ ଦେଶରେ ଲଗାତର ଭାବେ ଦରବୃଦ୍ଧି ପାଇବାରେ ଲାଗିଛି। ଯାହା ଲୋକଙ୍କ ନିଦ ହଜାଇ ଦେଇଛି। ଇତିମଧ୍ୟରେ ଦିଲ୍ଲୀବାସୀଙ୍କୁ ପୁଣିଥରେ ଆଉ...

ଭରଣପୋଷଣ ପାଇଁ ସ୍ବାମୀଙ୍କୁ ସ୍ତ୍ରୀ ଦେବେ ଟଙ୍କା

ଲକ୍ଷ୍ନୌ, ୨୪।୧୦: ଉତ୍ତରପ୍ରଦେଶର ମୁଜାଫରନଗର ଜିଲାର ପରିବାର କୋର୍ଟ ଏକ ବଡ଼ ରାୟ ଶୁଣାଇଛନ୍ତି। ସ୍ତ୍ରୀ ସ୍ବାମୀଙ୍କୁ ଭରଣପୋଷଣ ପାଇଁ ଟଙ୍କା ଦେବେ ବୋଲି କୋର୍ଟ...

Advertisement
Archives

Model This Week