Posted inଜାତୀୟ

ସାଧାରଣତନ୍ତ୍ର ଦିବସରେ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର: ବିଏସ୍‌ଏଫ୍‌ ପକ୍ଷରୁ ‘ଅପରେଶନ୍‌ ଥଣ୍ଡା ପବନ’ ଆରମ୍ଭ

ନୂଆଦିଲ୍ଲୀ,୨୨।୧: ସାଧାରଣତନ୍ତ୍ର ଦିବସରେ ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଷଡ଼ଯନ୍ତ୍ର ରଚିଛି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ବିଏସ୍‌ଏଫ୍‌ ପକ୍ଷରୁ ଭାରତ-ପାକିସ୍ତାନ ସୀମାରେ ଅପରେଶନ୍‌ ଥଣ୍ଡା ପବନ’ ଆରମ୍ଭ ହୋଇଛି। ସୀମାରେ ୧୫ ଦିନ ପାଇଁ ହାଇ ଆଲର୍ଟ ଜାରି କରାଯାଇଛି। ୬ଟି ଉପାୟରେ ଆତଙ୍କବାଦୀ ଆକ୍ରମଣ ଲାଗି ଆଇଏସ୍‌ଆଇ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରିଥିବା ଗୋଇନ୍ଦା ବିଭାଗ ପକ୍ଷରୁ ରିପୋର୍ଟ ଜାରି ହୋଇଛି। ପ୍ରଥମତଃ ଅସ୍ତ୍ର ବିରତି ଉଲ୍ଲଂଘନ ଆଳରେ ଆଫଗାନୀ ଏବଂ ତାଲିବାନୀ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ପାଇଁ ଆଇଏସ୍‌ଆଇ ଯୋଜନା କରିଛି। ସେହିପରି ପାକିସ୍ତାନୀ ଡ୍ରୋନ୍‌ ଦ୍ୱାରା ପଞ୍ଜାବ ଏବଂ ରାଜସ୍ତାନରେ ଅସ୍ତ୍ରଶସ୍ତ୍ର ପହଞ୍ଚାଇବା ଲାଗି ମଧ୍ୟ ଊଦ୍ୟମ କରାଯିବାର ଆଶଙ୍କା ରହିଥିବା ଗୋଇନ୍ଦା ରିପୋର୍ଟରେ ଦର୍ଶାଯାଇଛି। ଅଟାରୀ ସୀମା, ହୁସୈନିବାଲା ସୀମା ଏବଂ କରତାରପୁର କରିଡୋର ଦେଇ ଆତଙ୍କବାଦୀ ଅନୁପ୍ରବେଶ କରାଯିବାର ଉଦ୍ୟମ ମଧ୍ୟ ଆଇଏସ୍‌ଆଇ କରିବ ବୋଲି ଆଶଙ୍କା କରାଯାଉଛି। ଜମ୍ମୁର ୧୩ଟି ଛୋଟ ନାଳ ଏବଂ ୩ ବଡ଼ ନଦୀ ପଥ ଦେଇ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଯିବା ଉଦ୍ୟମ ନେଇ ସତର୍କ ସୂଚନା ଜାରି ହୋଇଛି। ସେହିପରି ଗୁଜରାଟର ହରାମି ନାଳ ମଧ୍ୟ ଦେଇ ଲଶ୍କର-ଇ-ତୋଏବା ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ଳାଗି ଆଇଏସ୍‌ଆଇ ଯୋଜନା କରିଥିବା ଗୋଇନ୍ଦା ରିପୋର୍ଟରେ ପ୍ରକାଶ ପାଇଛି। ସୁରକ୍ଷା ଦୃଷ୍ଟିରୁ ଏସବୁ ସ୍ଥାନରେ ଅତିରିକ୍ତ ଯବାନଙ୍କୁ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପରୁ ଛୁଇଁଲେ ବି ଉତ୍ପୀଡ଼ନ

ନୂଆଦିଲ୍ଲୀ,୧୯ା୧୧:ଜଣେ ୧୨ ବର୍ଷୀୟା ବାଳିକାଙ୍କୁ ୩୯ ବର୍ଷୀୟ ଅଭିଯୁକ୍ତ ଖାଦ୍ୟ ଦେବା ବାହାନାରେ ନିଜ ଘରକୁ ନେଇ ଯୌନ ଉତ୍ପୀଡ଼ନ କରିଥିଲେ। ଏହି ମାମଲାରେ ସେସନ୍ସ...

ନଏଡାରେ ଆରମ୍ଭ ହେଲା ଫିଙ୍କ୍‌ ଟଏଲେଟ

ନଏଡା,୨।୮: ମହିଳାଙ୍କ ସୁବିଧା ପାଇଁ ଦିଲ୍ଲୀର ନଏଡାର ସେକ୍ଟର-୫୦ ସ୍ଥିତ ଏକ ମାର୍କେଟରେ ପିଙ୍କ ଟଏଲେଟ ଆରମ୍ଭ ହୋଇଛି। ଗୁରୁବାର ନଏଡା ପ୍ରଶାସନର ଅଧ୍ୟକ୍ଷ ଆଲୋକ...

ହିଂସା ମାମଲାକୁ ନେଇ କୃଷକ ନେତାଙ୍କୁ ନୋଟିସ ଜାରି କଲା ଦିଲ୍ଲୀ ପୋଲିସ!

ନୂଆଦିଲ୍ଲୀ,୨୯ ।୧: ରାଜଧାନୀ ଦିଲ୍ଲୀରେ ୨୬ ଜାନୁୟାରୀରେ ହୋଇଥିବା ହିଂସା ମାମଲାକୁ ନେଇ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ପ୍ରାୟ ୧୨ ଜଣ କୃଷକ ନେତାଙ୍କୁ ନୋଟିସ...

ଆରମ୍ଭ ହୋଇଗଲାଣି ତୃତୀୟ ଲହର

ମୁମ୍ବାଇ, ୩୦।୧୨: କୋଭିଡ୍‌-୧୯ ମହାମାରୀର ତୃତୀୟ ଲହର ଦିଲ୍ଲୀ ଓ ମୁମ୍ବାଇରେ ଆରମ୍ଭ ହୋଇଯାଇଥିବା ମହାରାଷ୍ଟ୍ର କୋଭିଡ୍‌ ଟାସ୍କଫୋର୍ସର ଜଣେ ସଦସ୍ୟ କହିଛନ୍ତି। ଦିଲ୍ଲୀ, ମୁମ୍ବାଇର...

କରୋନା ନେଇ ପିଲାଙ୍କଠାରେ ଦେଖାଯାଉଛି ଏଭଳି ଲକ୍ଷଣ…

ବେଙ୍ଗାଲୁରୁ,୨୯।୪: କରୋନା ସଂକ୍ରମଣ ଯୋଗୁ ଦିନକୁ ଦିନ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ଯୋଗୁ ପିଲାଙ୍କ ମଧ୍ୟରେ ବହୁ ଅସ୍ବାଭାବିକ...

ଲାକ୍ଷାଦ୍ୱୀପର ୧୫ ଭାଜପା ନେତାଙ୍କ ଇସ୍ତଫା

କୋଚି, ୧୩।୬: ଅଭିନେତ୍ରୀ ତଥା ମଡେଲ ଆଇଶା ସୁଲତାନାଙ୍କ ବିରୋଧରେ ଦେଶଦ୍ରୋହ ମାମଲାକୁ ବିରୋଧ କରି ଲାକ୍ଷାଦ୍ୱୀପ ଭାଜପା ସାଧାରଣ ସମ୍ପାଦକ ଅବଦୁଲ ହମିଦ ମୁଲ୍ଲିପୁଝାଙ୍କ...

କେଦାରନାଥରେ ରୁଦ୍ରାଭିଷେକ କଲେ ମୋଦି

ରୁଦ୍ରପ୍ରୟାଗ,୫ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳେ ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗ ଜିଲାର କେଦାରନାଥ ମନ୍ଦିରରେ ପହଞ୍ଚିଛନ୍ତି । ସେଠାରେ ସେ ଆଳତି କରିବା ସହ...

୫ ବର୍ଷରେ ଜଣେ ମୁଖ୍ୟମନ୍ତ୍ରୀଙ୍କର ସମ୍ପତ୍ତି ବଢ଼ିଛି ୩ ଗୁଣା ଅନ୍ୟ ଜଣଙ୍କର ୭ ଗୁଣା…

ପଣଜୀ/ଡେରାଡୁନ୍‌,୧୩।୨: ଗତ ୫ ବର୍ଷରେ ୨୦୧୭ ପରେ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତଙ୍କର ସମ୍ପତ୍ତି ୩ ଗୁଣା ବୃଦ୍ଧି ପାଇଛି। ସେହିପରି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର...

Advertisement
Archives

Model This Week