ସାଇରସ ମିସ୍ତ୍ରିଙ୍କୁ ଝଟକା;ଏନ୍‌ସିଏଲ୍‌ଏଟି ରାୟକୁ ସୁପ୍ରିମକୋର୍ଟଙ୍କ ରହିିତାଦେଶ

 

ନୂଆଦିଲ୍ଲୀ,୧୧-୧ : ଟାଟାସନ୍ସର ଅଧ୍ୟକ୍ଷ ପଦବୀରେ ଅବସ୍ଥାପିତ ହେବା ନେଇ ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ସାଇରସ ମିସ୍ତ୍ରିଙ୍କ ସପକ୍ଷରେ ଡିସେମ୍ବର ୧୮ରେ ନ୍ୟାଶନାଲ କମ୍ପାନୀ ଲ ଆପିଲେଟ ଟ୍ରିବ୍ୟୁନାଲ (ଏନ୍‌ସିଏଲ୍‌ଏଟି) ରାୟ ଦେଇଥିଲେ। ଏହି ରାୟକୁ ସୁପ୍ରିମକୋର୍ଟ ଶୁକ୍ରବାର ରହିତାଦେଶ ଦେଇଛନ୍ତି। ଫଳରେ ମିସ୍ତ୍ରିଙ୍କୁ ଏହି ମାମଲାରେ ଝଟକା ଲାଗିଛି। ମିସ୍ତ୍ରିଙ୍କ ସପକ୍ଷରେ ଟ୍ରିବ୍ୟୁନାଲ ରାୟ ଦେବା ସହ ଟାଟାସନ୍ସକୁ ଏକ ଘରୋଇ କମ୍ପାନୀରେ ପରିବର୍ତ୍ତନ ଏବଂ ଅଧ୍ୟକ୍ଷ ପଦବୀରେ ଏନ୍‌.ଚନ୍ଦ୍ରଶେକରନ୍‌ଙ୍କ ନିଯୁକ୍ତିକୁ ବେଆଇନ ବୋଲି କହିଥିଲେ। ଏହି ରାୟ ବିରୋଧରେ ଚ୍ୟାଲେଞ୍ଜ କରିବା ଲାଗି ଟାଟାସନ୍ସକୁ ଗୋଟିଏ ମାସ ସମୟ ଦିଆଯାଇଥିଲା। ଉକ୍ତ ମାମଲାରେ ଟାଟା ସନ୍ସ, ଗ୍ରୁପର ସେବା ନିବୃତ୍ତ ଅଧ୍ୟକ୍ଷ ରତନ ଟାଟା ଏବଂ ଟିିସିଏସ୍‌ ପ୍ରମୁଖ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଥିଲା। ଏହାର ଶୁଣାଣି ଶୁକ୍ରବାର ହୋଇଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାରେ ବିସ୍ତୃତ ଶୁଣାଣି କରିବାକୁ କହିଛନ୍ତି। ମୁଖ୍ୟ ବିଚାରପତି ଏସ୍‌.ଏ.ବୋବଡେ, ଜଷ୍ଟିସ ବି.ଆର୍‌. ଗଭାଇ, ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ଗଠିତ ଖଣ୍ଡପୀଠ ଉକ୍ତ ମାମଲାରେ ଶୁଣାଣି କରିଛନ୍ତି।
ଏକ ବିବାଦୀୟ ସ୍ଥିତିରେ ୨୦୧୬ ଅକ୍ଟୋବର ମିସ୍ତ୍ରିଙ୍କୁ ଟାଟାସନ୍ସ ଅଧ୍ୟକ୍ଷ ପଦବୀରୁ ହଟାଯାଇଥିଲା। ଏହାକୁ ବିରୋଧ କରି ସେ ପ୍ରଥମେ ନ୍ୟାଶନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ(ଏନ୍‌ସିଏଲ୍‌ଟି)ଙ୍କ ଦ୍ୱାରସ୍ଥ ହୋଇଥିଲେ। ସେଠାରେ ମାମଲା ଟାଟା ଗ୍ରୁପ ସମକ୍ଷରେ ଯାଇଥିଲା। ଏହା ବିରୋଧରେ ମିସ୍ତ୍ରି ପରେ ଏନ୍‌ସିଏଲ୍‌ଏଟିଙ୍କ ଦ୍ୱାରସ୍ଥ ହେଲେ ଯେଉଁଠାରେ ରାୟ ତାଙ୍କ ସପକ୍ଷରେ ଯାଇଥିଲା। ହେଲେ ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବାକୁ ଟାଟା ଗ୍ରୁପକୁ କୁହାଯାଇଥିଲା। ଯେଉଁଠାରେ ଏନ୍‌ସିଏଲ୍‌ଏଟି ରାୟକୁ ରହିତାଦେଶ ଦିଆଯାଇଛି। ଟାଟା ଗ୍ରୁପ ଅଧ୍ୟକ୍ଷ ପଦବୀକୁ ଫେରିବା ନେଇ କୌଣସି ଆଗ୍ରହ ନ ଥିବା ମିସ୍ତ୍ରି ଗତ ସପ୍ତାହରେ କହିଥିଲେ। ଅଳ୍ପ ସଂଖ୍ୟକ ଅଂଶୀଦାରଙ୍କ ସ୍ବାର୍ଥକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନେଇଥିବା ମିସ୍ତ୍ରି କହିଥିଲେ। ସାଇରସ ମିସ୍ତ୍ରି ସାପୁରଜୀ ପାଲୋନଜୀ ପରିବାରର ହୋଇଥିବା ବେଳେ ୨୦୧୨ରେ ରତନ ଟାଟାଙ୍କ ସ୍ଥାନରେ ଟାଟାସନ୍ସର କାର୍ଯ୍ୟକାରୀ ଅଧ୍ୟକ୍ଷ ପଦବୀରେ ଅବସ୍ଥାପିତ ହୋଇଥିଲେ। ଏହି ପଦବୀ କାରଣରୁ ସେ ଟାଟା ମୋଟର୍ସ, ଟାଟା ପାଓ୍ବାର ଭଳି ଗ୍ରୁପର ସମସ୍ତ ସୂଚୀଭୁକ୍ତ କମ୍ପାନୀଗୁଡିକରେ ପ୍ରମୁଖ ସ୍ଥାନରେ ରହିଥିଲେ। ଟାଟାସନ୍ସରେ ସାଇରସ ମିସ୍ତ୍ରିଙ୍କ ପରିବାରର ୧୮% ଅଂଶଧନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାକ୍‌ସିନ ଆଶାରେ ଉଛୁଳିଲା ସାରା ବିଶ୍ୱର ଷ୍ଟକ୍‌ ବଜାର

ନ୍ୟୁୟର୍କ: କରୋନା ଭୂତାଣୁକୁ ପ୍ରତିହତ କରିବାର ଭାକ୍‌ସିନ ଆସିବା ନେଇ ବର୍ତ୍ତମାନ ଆଶା ଦୃଢ଼ୀଭୂତ ହୋଇଛି। ଏହି କାରଣ ଯୋଗୁ ସାରା ବିଶ୍ୱରେ ଷ୍ଟକ୍‌ ବଜାରଗୁଡିକରେ...

ଉତ୍କଳ କି କଳା ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର,୧।୪: ଟାଟା ଟି’ର ବିବିଧ ପୋର୍ଟଫୋଲିଓର ପ୍ରମୁଖ ବ୍ରାଣ୍ଡ୍‌ ଟାଟା ଟି ପ୍ରିମିୟମ୍‌-ଦେଶ କି ଚାଏ ପକ୍ଷରୁ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ପାଳନ କରିବା...

ମୋବାଇଲ ଆପ୍‌ର ଶୁଭାରମ୍ଭ: ଚାଷୀଙ୍କୁ ଭଡ଼ାରେ ଟ୍ରାକ୍ଟର ଯୋଗାଇବେ ସରକାର

ନୂଆଦିଲ୍ଲୀ,୨୪-୯: କାର୍‌, ବାଇକ ଭଳି ଏଣିକି ଟ୍ରାକ୍ଟର ଓ ଅନ୍ୟାନ୍ୟ କୃଷି ଯନ୍ତ୍ରପାତିକୁ ଭଡ଼ାରେ ଆଣିହେବ। ଏଥିଲାଗି ସରକାରୀ ସ୍ତରରେ ବ୍ୟବସ୍ଥା ହୋଇଛି। ଏନେଇ କେନ୍ଦ୍ର...

ଫି ପେମେଣ୍ଟ ସେବା ଦେଉଛି ଫାଇନାନ୍ସପିୟର

ନୂଆଦିଲ୍ଲୀ,୧୬।୧୦: ଦେଶର ପ୍ରମୁଖ ଫିନ୍‌ଟେକ କମ୍ପାନୀ ଫାଇନାନ୍ସପିୟର ଏକ ଅଭିନବ ତଥା ବିଭିନ୍ନ ପ୍ରକାରର ଦେୟ ସମାଧାନ ପ୍ରଦାନ କରିଥାଏ। ବିଶେଷକରି ମାତାପିତା ଶୂନ୍ୟ ଅତିରିକ୍ତ...

ମହିନ୍ଦ୍ରା ପକ୍ଷରୁ ନେମୋ ଡ୍ରାଇଭର ଆପ୍‌ର ଶୁଭାରମ୍ଭ

ନୂଆଦିଲ୍ଲୀ,୧୯।୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ତଥା ମହିନ୍ଦ୍ରା ଗ୍ରୁପ୍‌ର ସହଯୋଗୀ ସଂସ୍ଥା ମହିନ୍ଦ୍ରା ଇଲେକ୍ଟ୍ରିକ୍‌ ମୋବିଲିଟି ଲିମିଟେଡ୍‌ ପକ୍ଷରୁ ଏକ ସ୍ବତନ୍ତ୍ର ଡ୍ରାଇଭର ଆପ୍‌...

୫ ଲକ୍ଷ କୋଟି ଡଲାର ଅର୍ଥନୀତି ;ଲକ୍ଷ୍ୟ ପୂରଣ ଲାଗି ଆବଶ୍ୟକ୯% ଅଭିବୃଦ୍ଧି

ନୂଆଦିଲ୍ଲୀ,୫-୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଅର୍ଥନୀତିକୁ ୫ ଲକ୍ଷ କୋଟି ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ତେବେ ଏଥିପାଇଁ କ୍ରମାଗତ ୯ ପ୍ରତିଶତ...

ଯାତ୍ରୀଙ୍କୁ ଦିଆଯାଉଥିବା କମ୍ବଳକୁ ପ୍ରତିଦିନ ସାନିଟାଇଜ୍‌ କରିବ ରେଲଓ୍ବେ

ନୂଆଦିଲ୍ଲୀ,୧୪।୩: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ ରେଲଓ୍ବେ ପକ୍ଷରୁ ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। ଯାତ୍ରୀଙ୍କୁ ଦିଆଯାଉଥିବା କମ୍ବଳକୁ ପ୍ରତିଦିନ ସାନିଟାଇଜ୍‌ କରିବା ଲାଗି...

୧୦୦ ବିଲିୟନ କ୍ଲବରେ ଅମ୍ବାନୀ

ନୂଆଦିଲ୍ଲୀ,୧୦।୧୦: ଏସିଆର ସବୁଠୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଟେସ୍‌ଲାର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଏଲନ ମସ୍କ ଓ ଆମାଜନ...

Advertisement
Archives

Model This Week