ସାଇକେଲ ଚଳାଇ ଶୁଟିଂ ସେଟ୍‌ରେ ପହଞ୍ଚିଲେ ଭାଇଜାନ: ରାସ୍ତାରେ କେହି ବି ଚିହ୍ନି ପାରିଲେନି ତାଙ୍କୁ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାଁଙ୍କ ସାଇକେଲ ସଉକକୁ କିଏ ବା ନ ଜାଣେ। ବହୁ ସମୟରେ ନିଜର ବିଳାସପୂର୍ଣ୍ଣ ଓ ଦାମିକିଆ କାର୍‌କୁ ଛାଡି ସେ ସାଇକେଲ୍‌ ଚଳାଉଥିବା ଦେଖିବାକୁ ମିଳେ। ବେଳେ ବେଳେ ଶୁଟିଂ ସେଟ୍‌ରୁ ଟିକେ ସମୟ କାଢ଼ି ସାଇକେଲ ଚଳାଇଥାନ୍ତି ସଲ୍ଲୁମିଆଁ। ଆଉ ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ବି ଜମି ଯାଇଥାଏ। ନିକଟରେ ସଲମାନ ପୁଣି ଥରେ ରାସ୍ତାରେ ସାଇକେଲ ଚଳାଇଥିବା ଦେଖିବାକୁ ମିଳିଛି। କିନ୍ତୁ ତାଙ୍କୁ କେହି ଚିହ୍ନିପାରି ନ ଥିବା ଜଣାପଡ଼ିଛି। ସୂଚନା ମୁତାବକ ବକ୍ସ ଅଫିସ୍‌ରେ ବଲିଉଡ୍‌ ଭାଇଜାନଙ୍କ ଫିଲ୍ମ ‘ଦବଙ୍ଗ-୩’ର ସଫଳତା ପରେ ଏବେ ତାଙ୍କର ଅପ୍‌ କମିଂ ଫିଲ୍ମ ‘ରାଧେ: ଦ ମୋଷ୍ଟ ଓ୍ବାଣ୍ଟେଡ୍‌ ଭାଇ’ର ଶୁଟିଂ ଆରମ୍ଭ ହୋଇଛି। ସଲମାନ ମୁମ୍ବାଇର ବାନ୍ଦ୍ରାରେ ରହୁଥିବା ବେଳେ ତାଙ୍କ ଶୁଟିଂ ସେଟ୍‌ ମହାଲକ୍ଷ୍ମୀରେ ଅବସ୍ଥିତ। ଦୁଇଟି ସ୍ଥାନର ଦୂରତା ଅଧିକ ଥିଲେ ମଧ୍ୟ ସଲମାନ ନିଜ କାର୍‌କୁ ଛାଡି ସାଇକେଲରେ ଶୁଟିଂ ସେଟ୍‌କୁ ଯାଇଥିଲେ। ଆଉ ତାଙ୍କ ପଛେ ପଛେ ସିକ୍ୟୁରିଟି କାର୍‌ ଯାଉଥିଲା। ସଲମାନ ରାସ୍ତାରେ କ୍ୟାପ୍‌ ପିନ୍ଧି ଯାଉଥିବା ବେଳେ କେହି ତାଙ୍କୁ ଚିହ୍ନି ପାରି ନ ଥିଲେ। ତେବେ ସଲମାନଙ୍କ ସାଇକେଲ ଚଳାଇବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ ଖୋଲିବା ପରେ ସମୁଦ୍ର କୂଳରେ ନଜର ଆସିଲେ ଶୈଫିନା

ମୁମ୍ବାଇ: କରୋନା ସଂକ୍ରମଣକୁ ନେଇ ଗତ ମାର୍ଚ୍ଚ ମାସ ଶେଷରୁ ମେ’ ମାସ ଶେଷ ପର୍ଯ୍ୟନ୍ତ ଜାରି ରହିଥିଲା ଲକ୍‌ଡାଉନ। ଏହି ସମୟରେ ବଲିଉଡ୍‌ର ସମସ୍ତ...

ଟ୍ରୋଲ ହେଲେ ତାହିରା, ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଉପରେ ବସି ଉଠାଇଥିଲେ ଫଟୋ

ମୁମ୍ବାଇ: ଅଭିନେତା ଆୟୁଷ୍ମାନ ଖୁରାନ୍ନାଙ୍କ ସ୍ତ୍ରୀ ତାହିରା କଶ୍ୟପଙ୍କୁ ସମାଲୋଚନା। ସେ ପୁଣି ଏକ ଫଟୋ ପାଇଁ। ତାହିରା ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଉପରେ ବସିଥିବା ବେଳର...

‘ସୁପର-୩୦’ର ବମ୍ପର ଓପନିଂ, ପ୍ରଥମ ଦିନରେ ରୋଜଗାର ୧୨ କୋଟି

ମୁମ୍ବାଇ: ଶୁକ୍ରବାର ପରଦାକୁ ଆସିଛି ସୁପରଷ୍ଟାର ହ୍ରିତିକ୍‌ ରୋଶନଙ୍କ ଫିଲ୍ମ ‘ସୁପର-୩୦’। ବିହାରର ଗଣିତ ଶିକ୍ଷକ ଆନନ୍ଦ କୁମାରଙ୍କ ବ୍ୟକ୍ତିଗତ ଜୀବନ ଉପରେ ପର୍ଯ୍ୟବସିତ ଫିଲ୍ମଟି...

ସତ୍ତେ ପେ ସତ୍ତାର ରିମେକ୍‌: ଅମିତାଭଙ୍କ ଭୂମିକାରେ ନଜର ଆସିବେ ଋତିକ

ମୁମ୍ବାଇ,୭।୬: ୧୯୮୨ର ଆଇ ରାଜ ଏନ୍‌ ସିପ୍ପିଙ୍କ ଫିଲ୍ମ ‘ସତ୍ତେ ପେ ସତ୍ତା’ର ରିମେକ୍‌ ହେବାକୁ ଯାଉଛି। ଏହି ନୂଆ ପ୍ରୋଜେକ୍ଟ ପାଇଁ ଫରାହ ଖାଁ...

ପ୍ରିୟଙ୍କାଙ୍କୁ ଭାରି ପଡ଼ିଲା ସମୁଦ୍ରକୂଳ ରୋମାନ୍ସ

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା କିଛିଦିନ ତଳେ ମିଆମୀରେ ତାଙ୍କ ଜନ୍ମଦିନ ପାଳିଥିଲେ। ଏହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଫଟୋରେ...

ରାତି ୧୨ଟାରେ ଚକୋଲେଟ ଖାଉଛନ୍ତି ଅମିତାଭ ବଚ୍ଚନ

ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ କରୋନାରୁ ସୁସ୍ଥ ହୋଇ ନିଜ ଚିର ପରିଚିତ ଶୈଳୀରେ ସୋସିଆଲ ମିଡିଆରେ ପୁଣି ସକ୍ରିୟ ହୋଇଛନ୍ତି। ନିକଟରେ ସେ ଚକୋଲେଟର...

ପ୍ରେଗ୍ନେଣ୍ଟ ଅଛି ବୋଲି କହି ଟ୍ରୋଲ୍‌ ହେଲେ ରାକ୍ଷୀ

ନୂଆଦିଲ୍ଲୀ: ବଲିଉଡ୍‌ ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ ସୋସିଆଲ୍‌ ମିଡିଆରେ କିଛି ନା କିଛି କୌତୁକ କରି ସବୁବେଳେ ସମାଲୋଚିତ ହୁଅନ୍ତି। ଦର୍ଶକ କୁହନ୍ତି ମୋଷ୍ଟ୍‌...

ଗୁମର ଖୋଲିଲେ ଶୈଫାଲୀ: ‘ବିଗ୍‌ ବସ୍‌’ ଘରେ ହୁଏ ଚୋରି

ବମ୍ବେ: ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ ବସ୍‌ର କ୍ରେଜ୍‌ ପୁଣି ଥରେ ଦର୍ଶକଙ୍କୁ ମତୁଆଲା କରିଛି। ସବୁଥର ଭଳି ଚଳିତ ଥର ମଧ୍ୟ ଶୋ’ ନିର୍ମାତା...

Coronavirus Update


Archives

Model This Week

Why Dharitri