ସାଇକେଲ୍‌ ମେକାନିକ୍‌ଙ୍କଠାରୁ କରଜ କରିଛନ୍ତି ଭାଇଜାନ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାଁଙ୍କ କଥା କିଏ ବା ନ ଜାଣେ। ବଲିଉଡ୍‌ ହେଉ କି ତାଙ୍କ ପ୍ରଶଂସକ ସମସ୍ତଙ୍କ ହୃଦୟରେ ସେ ରାଜ କରିଥାନ୍ତି। ଫିଲ୍ମ ହେଉ ବା ସମାଜ ସେବା ପାଇଁ ସଲମାନ ସବୁବେଳେ ପ୍ରଶଂସା ପାଇଥାନ୍ତି। ସେହିପରି ଦେଶରେ ସବୁଠାରୁ ଅଧିକ ଆୟ କରୁଥିବା ସେଲିବ୍ରିଟିଙ୍କ ମଧ୍ୟରୁ ସେ ଅନ୍ୟତମ। ସମାଜ ସେବା ପାଇଁ ସବୁବେଳେ ତତ୍ପର ଥିବା ବେଳେ ପ୍ରାୟ ସମୟରେ ସେ ସାହାଯ୍ୟ ଲୋଡୁଥିବା ବ୍ୟକ୍ତିଙ୍କୁ ସହାୟତାର ହାତ ବଢ଼ାଇଥାନ୍ତି। ହେଲେ ଜାଣିଛନ୍ତି କି, ଏହି ସୁପରଷ୍ଟାର ଜଣେ ବ୍ୟକ୍ତିଙ୍କଠାରୁ କରଜ କରିଥିବା କଥା। ଆଜ୍ଞା ହଁ, ସଲମାନ ଜଣେ ସାଇକେଲ ମେକାନିକ୍‌ଙ୍କଠାରୁ ୧.୨୫ଟଙ୍କା କରଜ କରିଛନ୍ତି। ଯାହା ଏବେ ପର୍ଯ୍ୟନ୍ତ ପରିଶୋଧ କରିନାହାନ୍ତାନ୍ତି। ନିକଟରେ ଉମଙ୍ଗ ୨୦୨୦ର ଏକ କାର୍ଯ୍ୟକ୍ରମରେ ସଲମାନ ଯୋଗଦେଇଥିବା ବେଳେ ଏହି କରଜ କଥା କହିଛନ୍ତି। ସେ କହିଛନ୍ତି, ଏକଦା ସେ ଶଟର୍‌ସ ପିନ୍ଧି ସାଇକେଲ୍‌ରେ ବାହାରକୁ ଯାଇଥିଲେ। ସେହି ସମୟରେ ତାଙ୍କର ସାଇକେଲ୍‌ ଖରାପ ହୋଇଯାଇଥିଲା। ହେଲେ ତାଙ୍କ ପାଖରେ ଟଙ୍କା ନ ଥିଲା। ସେ ସାଇକେଲ ମେକାନିକ୍‌ଙ୍କୁ ଏହାକୁ ସଜାଡିବାକୁ କହିବା ସହ ପରେ ଟଙ୍କା ଦେଇଦେବେ ବୋଲି କହିଥିଲେ। ସେତିକି ବେଳକୁ ବୃଦ୍ଧ ମେକାନିକ୍‌ ଜଣକ କହିଥିଲେ, ତମେ ସବୁବେଳେ ସେମିତି କର। ପିଲାବେଳେ ବି ପରେ ଟଙ୍କା ଦେଇଦେବି କହି ଆଜିଯାଏଁ ୧.୨୫ଟଙ୍କା ଦେଇନାହଁ। ସଲମାନ ଏହା ଶୁଣି ଲଜ୍ଜିତ ଅନୁଭବ କରିଥିଲେ। ଏହାପରେ କରଜ ଥିବା ଟଙ୍କାକୁ ଉକ୍ତ ମେକାନିକ୍‌ଙ୍କୁ ଦେଇଥିଲେ। ହେଲେ ସେ ନେବାକୁ ମନା କରିଦେଇଥିଲେ ବୋଲି ସଲମାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

୧୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଜାଣନ୍ତୁ କାହା ଉପରେ ବାଜିଲା ମୋହର

ଭୁବନେଶ୍ୱର, ୧୩।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ…

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଆସିଲା ବଡ଼ ଖବର, ଏଟିଏମ୍‌ ସାମ୍ନାରେ ପୁଣି ଲାଗିପାରେ ଲମ୍ବା ଲାଇନ୍! ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୧୪ା୭: ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣା ସମେତ ଦେଶର ଅନେକ ରାଜ୍ୟରେ ATM କ୍ୟାସ୍ ରିଫିଲ୍ କର୍ମଚାରୀମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଏହି ଧର୍ମଘଟ କାହିଁକି…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri