ସାଇକେଲରେ ଅଫିସ୍‌ ଆସିଲେ ଅଧିକାରୀ, କର୍ମଚାରୀ

ଭୁବନେଶ୍ୱର, ୧୪ା୧୨ (ବ୍ୟୁରୋ): ସହରାଞ୍ଚଳ ପରିବେଶକୁ ଯାନବାହନ ପ୍ରଦୂଷଣରୁ ମୁକ୍ତ ରଖିବାକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ), ଭୁବନେଶ୍ୱର ମହାନଗର ନିଗମ(ବିଏମସି) ଏବଂ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ (ବିଏସ୍‌ସିଏଲ୍‌) ପକ୍ଷରୁ ଏକ ଭଲ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ୩ ସଂସ୍ଥାର ଅଧିକାରୀ ଓ କର୍ମଚାରୀମାନେ ପ୍ରତି ଶୁକ୍ରବାର ନିଜ ମୋଟରସାଇକେଲ କିମ୍ବା ୪ ଚକିଆ ଯାନବାହନ ଧରି ନ ଆସିବାକୁ ସମ୍ପୃକ୍ତ କାର୍ଯ୍ୟାଳୟଗୁଡ଼ିକ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ସେହି ଅନୁଯାୟୀ ଶୁକ୍ରବାର ସକାଳ ୧୦ଟା ୩୦ ମିନିଟରେ ବିଡିଏ ଉପାଧ୍ୟକ୍ଷ, ବିଏମସି କମିଶନର ତଥା ବିଏସ୍‌ସିଏଲ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରେମଚନ୍ଦ୍ର ଚୌଧୁରୀ ସାଇକେଲ ଯୋଗେ ବିଏମସି କାର୍ଯ୍ୟାଳୟକୁ ଯାଇଥିଲେ। କାର୍ଯ୍ୟାଳୟର କର୍ମଚାରୀମାନେ ମଧ୍ୟ ଗାଡି ଆଣି ନ ଥିବା ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରୁ କେତେଜଣ ସାଇକେଲରେ ଆସିଥିବା ବେଳେ ଅନ୍ୟ କେତେ ଜଣ ମୋ ବସରେ ଆସିଥିବା ଦେଖା ଯାଇଥିଲା।
ପ୍ରେମଚନ୍ଦ୍ର କହିଛନ୍ତି ଯେ ସହରର ପରିବେଶ ବେଳକୁ ବେଳ ପ୍ରଦୂଷଣ ହେବାରେ ଲାଗିଛି। ଆଗାମୀ ଦିନରେ ଏହା ଆହୁରି ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ। ଆମେମାନେ ଯଦି ସାଇକେଲରେ ଯିବା ଆସିବା କରିବା ତେବେ ଏହା ଜନସାଧାରଣଙ୍କ ଉପରେ ପ୍ରଭାବ ପକାଇବ। କର୍ମଚାରୀମାନଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। ମୁଁ ସବୁ ଦିନ ସାଇକେଲ ଚଲାଏ। ସମସ୍ତେ ସାଇକେଲ ଚଲାଇଲେ ପରିବେଶ ଭଲ ରହିବ। ଆମେ ଯେହେତୁ ସହରର କର୍ତ୍ତୃପକ୍ଷ ପ୍ରଥମେ ଆମକୁ ପଦକ୍ଷେପ ନେବା ଦରକାର। ମୋ ସାଇକେଲ ଯୋଜନାରେ ଏଣିକି ଆଉ ଭିନ୍ନ ଭିନ୍ନ ଆପ୍‌ ନ କରି ଗୋଟିଏ ଆପ୍‌ କରାଯିବ। ଲୋକମାନଙ୍କୁ ସାଇକେଲ ବୁକିଂ କରିବାକୁ ସହଜ ହେବ ବୋଲି ପ୍ରେମଚନ୍ଦ୍ର କହିଛନ୍ତି। ନିର୍ଦ୍ଦେଶନାମା ଅନୁଯାୟୀ ବିଡିଏ, ବିଏମସି ଏବଂ ବିଏସସିଏଲ କର୍ମଚାରୀମାନେ ବିନା ଗାଡିରେ କାର୍ଯ୍ୟାଳୟକୁ ଆସିଥିଲେ। କାର୍ଯ୍ୟାଳୟ ପରିସରରେ ମଧ୍ୟ କୌଣସି ଯାନବାହନ ଦେଖାଯାଇ ନ ଥିଲା। ଏପରିକି କାର୍ଯ୍ୟାଳୟଗୁଡିକର ପାର୍କିଂ ଅଞ୍ଚଳକୁ ମଧ୍ୟ କୌଣସି ଯାନବାହନ ଛଡା ଯାଇ ନ ଥିଲା। ସୁରକ୍ଷା କର୍ମୀମାନେ କର୍ମଚାରୀଙ୍କ ବ୍ୟତୀତ କାର୍ଯ୍ୟାଳୟକୁ ଆସୁଥିବା ବାହାର ଲୋକମାନଙ୍କ ଗାଡିକୁ ମଧ୍ୟ ଛାଡି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲାରେ ସାରଦା ନାୟକ ଆଗୁଆ

ରାଉରକେଲା ଅଫିସ,୨୩।୫: ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ରାଉରକେଲା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସାରଦା ନାୟକ ଆଗୁଆ ରହିଛନ୍ତି। ସାରଦା ୨୧୭୧ ଭୋଟ...

ଘରୋଇକରଣ ହେବ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର

ଭୁବନେଶ୍ୱର,୨୭।୧୦(ବ୍ୟୁରୋ): ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଖୁବଶୀଘ୍ର ଘରୋଇକରଣ ହେବା ନେଇ ଏଏଆଇ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୁବନେଶ୍ୱର ସମେତ ୧୩ଟି ପ୍ରମୁଖ ବିମାନବନ୍ଦରର...

ମେଳି କରି ଭୋଟ ଦେବାକୁ ଶପଥ କରାଇଲେ ବିଧାୟକଙ୍କ ପୁଅ

ମାଲକାନଗିରି,୧୭ା୨(ଡି.ଏନ୍‌.ଏ.): ଗଣତନ୍ତ୍ରିକ ରାଷ୍ଟ୍ରରେ ଭୋଟ ଦେବାର ଅଧିକାର ସମସ୍ତଙ୍କର ରହିଛି। ଜଣେ ଭୋଟର କୌଣସି ଚାପ କିମ୍ବା ଅର୍ଥ ଲୋଭର ନ ପଡି ନିଜ ଇଚ୍ଛାରେ...

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୨୩୩କୁ ବୃଦ୍ଧି

ସୋର,୩।୬(ଡି.ଏନ.ଏ): ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଭୟଙ୍କର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୩୩ରେ ପହଞ୍ଚତ୍ଛି। ଏଥିସହ ଆହତଙ୍କ ସଂଖ୍ୟା...

ଲାବଣ୍ୟଦେଈପୁର ଓ ଶରତ ପଞ୍ଚାୟତବାସୀଙ୍କ ବିକ୍ଷୋଭ

କପ୍ତିପଦା,୧୨ା୧୧(ଡି.ଏନ.ଏ)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ଶରତ ଓ ଲାବଣ୍ୟଦେଈପୁର ପଞ୍ଚାୟତବାସୀ ବିଭିନ୍ନ ଦାବି ନେଇ ସୋମବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ...

ଦୁଆରଶୁଣି ଘାଟିରେ ବସ୍‌-ଟ୍ରକ ମୁହାଁମୁହିଁ: ଜଣେ ମୃତ, ୩ ଗୁରୁତର

ବାରିପଦା ଅଫିସ,୩୦।୪: ମୟୂରଭଞ୍ଜ ଜିଲା ବାଙ୍ଗିରୀପୋଷୀ ଥାନା ଅଧୀନ ଦୁଆରଶୁଣି ଘାଟିରେ ଶନିବାର ବସ୍‌-ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଏଥିେରେ ଜଣେ ବସ୍‌ ଯାତ୍ରୀଙ୍କ ମୃତ୍ୟୁ...

ଆଜି ସାନି ମତଦାନ

ପାରଳାଖେମୁଣ୍ଡି,୨୫ା୨(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ଉନ୍ନୟନ ଅଧିକାରୀ ତଥା ବ୍ଲକ ନିର୍ବାଚନ ଅଧିକାରୀଙ୍କ ରିପୋର୍ଟ ଅନୁସାରେ ପୁନଃ ମତଦାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ଜିଲାପାଳ...

ରାଇସ ମିଲ୍‌ ବିମ୍‌ ପଡ଼ି ୨ ଶ୍ରମିକଙ୍କ ଜୀବନ ଗଲା

ନୟାଗଡ଼ ଅଫିସ,୧୬ା୧: ନୟାଗଡ଼ ଜିଲା ଓଡ଼ଗାଁ ଥାନା ଅନ୍ତର୍ଗତ ରୋହିବାଙ୍କସ୍ଥିତ ଏକ ରାଇସ୍‌ ମିଲ୍‌ରେ ଅଘଟଣ ଘଟିଛି। ବିମ୍‌ ପଡ଼ିବାରୁ ୨ ଶ୍ରମିକଙ୍କ ଜୀବନ ଯାଇଛି।...

Advertisement
Archives

Model This Week