ସହାୟତା ଅପେକ୍ଷାରେ ‘ପ୍ରମିଳା’

ରାଇସୁଆଁ/କେନ୍ଦୁଝର, ୨୫।୯(ଡି.ଏନ.ଏ./ସ୍ବ.ପ୍ର.)-ସରକାର ଗରିବ ଅସହାୟଙ୍କ ଥଇଥାନ ପାଇଁ ଯୋଜନା ପରେ ଯୋଜନା କରିଚାଲିଛନ୍ତି। ମାତ୍ର ପ୍ରଶାସନିକସ୍ତରରେ ମନୋଭାବର ଅଭାବ ଯୋଗୁ ବହୁ ଗରିବ ଅସହାୟ ସରକାରଙ୍କ ବହୁ ଜନକଲ୍ୟାଣ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏହିପରି ଜଣେ ଅସହାୟ ନିରାଶ୍ରୟ ହେଉଛନ୍ତି କେନ୍ଦୁଝର ଜିଲା ମହାଦେଈଯୋଡ଼ା ପଞ୍ଚାୟତର ରନ୍ଥମରା ଗ୍ରାମର ପ୍ରମିଳା ମୁଣ୍ଡା। ପ୍ରମିଳା ମୁଣ୍ଡାଙ୍କ ସ୍ବାମୀ ବହୁ ଦିନ ଅଜଣା ରୋଗରେ ପଡି ଶେଷରେ ୨ମାସ ପୂର୍ବରୁ ମୃତ୍ୟୁବରଣ କରିଛନ୍ତି। ତାଙ୍କର ୨ ସନ୍ତାନ ରହିଛନ୍ତି। ଜଣେ ୧୨ ବର୍ଷର ହୋଇ ଥିବାବେଳେ ଅନ୍ୟଜଣେ ୧୦ବର୍ଷର। ସ୍ତ୍ରୀ ପ୍ରମିଳା ଦିନ ମଜୁରି କାମ କରି ସ୍ବାମୀଙ୍କ ଚିକିତ୍ସା କରୁଥିଲେ। ଏବେ ସ୍ବାମୀଙ୍କ ମୃତ୍ୟୁ ପରେ ସେହିପରି ଅଜଣା ରୋଗରେ ସେ ପୀଡିତ ହୋଇ ଶଯ୍ୟାଶାୟୀ ହୋଇ ଯନ୍ତ୍ରଣାରେ ପଡିରହିଛନ୍ତି ଖଟିଆରେ। ପ୍ରମିଳାଙ୍କୁ ଘଟଗାଁ ମେଡିକାଲରେ ଚିକିତ୍ସିତ କରାଉଥିଲେ ମାତ୍ର କିଛି ପରିବର୍ତ୍ତନ ନ ହେବାରୁ ତାଙ୍କୁ ଡାକ୍ତର କେନ୍ଦୁଝର ମେଡିକାଲରେ ଭର୍ତ୍ତି କରିଥିଲେ, ମାତ୍ର କେନ୍ଦୁଝର ଡାକ୍ତର ମଧ୍ୟ ରୋଗ ଚିହ୍ନଟ କରି ନ ପାରିବାରୁ ତାଙ୍କୁ ଡାକ୍ତର କଟକ ନେବା ପାଇଁ କହିଛନ୍ତି। ଅସହାୟ ପ୍ରମିଳା ଅତି ଗରିବ ହୋଇଥିବାରୁ କଟକ ଯିବାକୁ ସେ ସମ୍ପୂର୍ଣ୍ଣ ଅକ୍ଷମ। ଅନ୍ୟପଟେ, ପ୍ରମିଳାଙ୍କ ଖବର ପାଇବା ପରେ ପ୍ରଶାସନ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରିବା ସହ କଟକ ବଡ ମେଡିକାଲକୁ ପଠାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ତେବେ ଏହା କେତେଦୂର ପୂରା ହେଉଛି ତାହା ଦେଖିବାକୁ ପଡ଼ିବ ବୋଲି ସ୍ଥାନୀୟବାସୀ କହିଛନ୍ତି। କାରଣ ପୂର୍ବରୁ ମଧ୍ୟ ତାଙ୍କୁ ଏପରି ସହାୟତାର ମିଥ୍ୟା ପ୍ରତିଶ୍ରୁତି ମିଳିଥିଲା ତେବେ ତାଙ୍କୁ ତୁରନ୍ତ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।
ଫଟୋ-


Enter your email to get our daily news in your inbox.

All Right Reserved By Dharitri.Com

ଓଲଟି ପଡ଼ିଲା ଯାତ୍ରୀବାହୀ ଅଟୋ

ଦେବଗଡ,୨୬।୩(ଡି.ଏନ.ଏ.): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ଅଧୀନ ଖିଲେଇ ଗ୍ରାମରେ ଏକ ଯାତ୍ରୀବାହୀ ଅଟୋ ଓଲଟି ପଡିଛି। ସେଥିରେ ବସିଥିବା ୪ ଜଣ ମହିଳାଙ୍କ ସମେତ...

ଅଜଣା ରୋଗରେ ୨୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ନୂଆପଡା ଅଫିସ/କୋମନା,୭।୯(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ଟିକ୍ରାପଡା ଗାଁରେ ଏକ ଅଜଣା ରୋଗରେ ୨୫ରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିବା ଖବର ମିଳିଛି...

୩ ବର୍ଷ ହେଲା ଶଯ୍ୟାରେ ସନ୍ତୋଷ

ହିନ୍ଦୋଳ, ୨୮।୭(ଡି.ଏନ୍‌.ଏ.) – ସାଇକେଲରେ କାମକୁ ଯାଉଥିବାବେଳେ ଭାରସାମ୍ୟ ହରାଇ କାଦୁଅ ରାସ୍ତାରେ କଚାଡ଼ି ହୋଇ ପଡ଼ିଲେ। ଅଣ୍ଟାରେ ଲାଗିଥିବା ଆଘାତ ଶରୀରକୁ ଅଚଳ କରିଦେଲା।...

ତହସିଲଦାରଙ୍କ ନାଁରେ ମାମଲା, ଲିଜ୍‌ଧାରୀ ଗିରଫ

ବାରିପଦା ଅଫିସ,୩।୫ ମୟୂରଭଞ୍ଜ ଜିଲା ବଡ଼ସାହି ତହସିଲ ଅଧୀନ ଆରପଟା ଓ ଡିଙ୍ଗିରା ବାଲି ସଇରାତରୁ ବେଆଇନ ବାଲି ଉତ୍ତୋଳନ ଘଟଣା ଭିନ୍ନମୋଡ଼ ନେଇଛି। ଜାତୀୟ...

ଲୁଟେରା ଗ୍ୟାଙ୍ଗର ୬ ଗିରଫ: ଚୋରି ସୁନା ଫେରାଇଲା ପୋଲିସ

ରାୟଗଡା ଅଫିସ,୧୦।୨: ରାୟଗଡ଼ା ପୋଲିସକୁ ଏକ ସଫଳତା ମିଳିଛି । ଗତ ଜାନୁୟାରୀ ୧ ଏବଂ ୬ ତାରିଖ ଓ ୨୦୨୨ ଜୁଲାଇ ୧୬ରେ ହୋଇଥିବା...

ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ଉଡ଼ିଲା ବୋଲେରୋ,ଜଣେ ମୃତ, ୭ ଆହତ

ମାଲକାନଗିରି,୫ା୮(ଡି.ଏନ୍‌.ଏ.): ମାଲକାନଗିରି-ଛତିଶଗଡ଼ ସୀମା ଦାନ୍ତଓ୍ବୋଡାରେ ଗୁରୁବାର ସକାଳେ ମାଓବାଦୀ ତାଣ୍ଡବ ଦେଖିବାକୁ ମିଳିଛି। ମାଓବାଦୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ଆଇଡି ବିସ୍ଫୋରଣ ହୋଇଛି। ଫଳରେ ଜଣଙ୍କର...

ଆନନ୍ଦପୁର ପୌର ପରିଷଦ କାର୍ଯ୍ୟାଳୟରେ ଉତ୍ତେଜନା: ଯନ୍ତ୍ରୀ-ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ଧସ୍ତାଧସ୍ତି

ଆନନ୍ଦପୁର,୨୭ା୫(ସ୍ବ.ପ୍ର.): ଆନନ୍ଦପୁର ପୌରପରିଷଦ କାର୍ଯ୍ୟାଳୟରେ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀଙ୍କ ସହିତ ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାଙ୍କ ବଚସା ପରେ ଧସ୍ତାଧସ୍ତି ହୋଇଛି। ଫକୀରପୁର ୮ ନଂ....

ରଫାଦଫା ପାଇଁ ସୋମାଲିକାଙ୍କୁ ଧମକ

ଜଗତ୍‌ସିଂହପୁର ଅଫିସ, ୨୨ା୨: ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସଙ୍କ ପ୍ରେମ ସମ୍ପର୍କ ଓ ବିବାହ ପ୍ରତିଶ୍ରୁତି ମାମଲା ଦିନକୁ ଦିନ ଜଟିଳ ରୂପ ନେବାରେ ଲାଗିଛି।...

Advertisement
Archives

Model This Week