ସଶସ୍ତ୍ର ଡକାୟତି: ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ନଗଦ ଟଙ୍କା, ୨ ବାଇକ ଲୁଟ୍‌

ଓଡ଼ଗାଁ, ୧୩।୮(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ଗୋଠଣ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଛି। ୪ରୁ ୫ ଡକାୟତ ଗାଁ ମୁଣ୍ଡରେ ରହୁଥିବା ଭଗବାନ ଷଡ଼ଙ୍ଗୀଙ୍କ ଘରେ ପଶି ପରିବାରଙ୍କୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଭୟଭୀତ କରାଇଥିଲେ। ପ୍ରାୟ ୨୦୦ ଗ୍ରାମ୍‌ର ସୁନା ଅଳଙ୍କାର, ନଗଦ ୩୦ ହଜାର ଟଙ୍କା, ୨ ବାଇକ୍‌ ସହ କେତେକ ବଢ଼େଇ ସରଞ୍ଜାମ ଲୁଟି ନେଇଛନ୍ତି। ଏହାସହ ତାଙ୍କ ଘରେ ଥିବା ଏକ ଦୋକାନରୁ ଘିଅ, ଅମୁଲ ଭଳି କେତେକ ସାମଗ୍ରୀ ନେଇଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଭଗବାନଙ୍କ ଅଭିଯୋଗ ଅନୁସାରେ ନଂ. ୧୨୪/୧୯ରେ ଏକ ମାମଲା ରୁଜୁ କରିବାସହ ଘଟଣାସ୍ଥଳ ପରିଦର୍ଶନକରି ଫେରିଥିବା ତଦନ୍ତକାରୀ ଅଧିକାରୀ ଆଇଆଇସି ଜ୍ୟୋତିପ୍ରକାଶ ପଣ୍ଡା ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ନାଲ୍‌କୋ ସିପିପିରେ ଅଗ୍ନିକାଣ୍ଡ : ବ୍ୟାପକ କ୍ଷୟକ୍ଷତି

ତାଳଚେର,୨୫।୧୦(ନି.ପ୍ର.): ନାଲ୍‌କୋ ସିପିପି ପ୍ଲାଣ୍ଟର ୫ ୟୁନିଟ୍‌ରେ ଶୁକ୍ରବାର ସକାଳେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷତି ହୋଇଛି। ସର୍ଟ ଶର୍କିଟି ଯୋଗୁ ଏହି ନିଆଁ ଲାଗିଥିବା...

ନୀରୋଗ ଜୀବନର ସୂତ୍ର ‘ଗୋମୂତ୍ର’

ବନ୍ତଳା, ୧୯ା୭ (ଦିନେଶ ଦେହୁରୀ): ସାଧାରଣତଃ କ୍ଷୀର ପାଇଁ ଅନେକେ ଗୋପାଳନ କରୁଛନ୍ତି। ସେମାନେ ଜାଣିନାହାନ୍ତି ଗୋ ସମ୍ପଦର ଅଧିକ ବ୍ୟବହାର କି ଉପକାର। ସେଥିପାଇଁ ଗୋମୂତ୍ର...

ବାଘ ଆକ୍ରମଣରେ ବଳଦ ମୃତ, ଲୋକେ ଆତଙ୍କିତ

ରାଇରଙ୍ଗପୁର,୨୪ା୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ସବ୍‌ଡିଭିଜନ ବିଶୋଇ ରେଞ୍ଜ ସରଗଡ଼ା ରିଜର୍ଭ ଜଙ୍ଗଲରେ ବାଘ ଆକ୍ରମଣରେ ଏକ ବଳଦର ମୃତ୍ୟୁ ଘଟିଛି। ଗ୍ରାମପାର୍ଶ୍ୱ ଜଙ୍ଗଲରେ ବାଘର...

କ୍ବାରାଣ୍ଟାଇନ୍‌ ସେଣ୍ଟର ପରିଦର୍ଶନ କଲେ ବିଧାୟକ

ବଡ଼ସାହି,୬ା୫(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକରେ ଥିବା ବିଭିନ୍ନ କ୍ବାରାଣ୍ଟାଇନ୍‌ ସେଣ୍ଟରକୁ ବଡ଼ସାହି ବିଧାୟକ ସନାତନ ବିଜୁଳି ମଙ୍ଗଳବାର ପରିଦର୍ଶନ କରିଛନ୍ତି। ରାଜ୍ୟ ବାହାରୁ ଫେରୁଥିବା ଲୋକମାନଙ୍କୁ...

ସେବା ମନ୍‌ଭାବ ଆଘେ ହାରମାନିଛେ ବଏସ୍‌

ବିନିକା,୧।୨(ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିନ୍ଦୁରପୁର ପଁଚେତ୍‌ ଗଣେଶପୁରର ହଲକାପୁର ଗଁାର ଲକ୍ଷୀନ୍ଦ୍ର କାଣ୍ଡ(୭୫)। ପରିବାର କହେଲେ ମାଏକିନା ଉକିଆ(୭୦) ଆର ପୁଓ ଈଶ୍ୱର(୩୨)କୁଁ...

ଲାଖବିନ୍ଧା ପ୍ରତିଯୋଗିତା

ଉଦଳା,୧୦ା୧୦(ଡି.ଏନ୍‌.ଏ.)- ଉଦଳା ସହରାଞ୍ଚଳରେ ଦେବୀ ଦୁର୍ଗାଙ୍କର ସମସ୍ତ ପୂଜାର୍ଚ୍ଚନା ରୀତିନୀତି ଅନୁଯାୟୀ ଶେଷ ହୋଇଛି ା ଦଶହରାରେ ବିଶେଷ ଆକର୍ଷଣ ଥିଲା ଲାଖବିନ୍ଧା ପ୍ରତିଯୋଗିତା ା...

କାନ୍ଥ ପଡ଼ି ୨ ଜଣଙ୍କ ଜୀବନ ଗଲା

ରସୁଲପୁର,୨୪ା୬(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅତଲାପୁର ପଞ୍ଚାୟତ ବାଲିପାଟଣା ଗ୍ରାମରେ ସକାଳୁ ଘର କାମ କରୁଥିବାବେଳେ କାନ୍ଥ ପଡ଼ି ଘରମାଲିକଙ୍କ ସମେତ ଜଣେ ଶ୍ରମିକଙ୍କ...

୧୯ ବର୍ଷ ସଂଘର୍ଷ, ତଥାପି ମିଳିନି ନ୍ୟାୟ

ସମ୍ବଲପୁର,୨।୬(ବ୍ୟୁରୋ):ଦୀର୍ଘ ୧୯ ବର୍ଷ ସଂଘର୍ଷ ପରେ ମଧ୍ୟ ରାଜ୍ୟ ସରକାରଙ୍କ ଦେବୋଦତ୍ତର ବିଭାଗରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁଥିବା ସମ୍ବଲପୁର ଠେମରା ଗ୍ରାମର...

Play 250+ Trending Games
Archives

Model This Week

Why Dharitri