ସର୍ବାଧିକ ସର୍ଚ୍ଚ ପ୍ରଶ୍ନ ‘ସେଲ୍ଫ କେୟାର’

ନୂଆଦିଲ୍ଲୀ: ବିଶ୍ୱ ମହାମାରୀ କରୋନା ଚିକିତ୍ସା ପାଇଁ ଔଷଧ ନ ଥିବାରୁ ଡାକ୍ତର, ବିଶେଷଜ୍ଞମାନେ ନିଜ ନିଜ ଶରୀରର ଯତ୍ନ ନେବା ଉପରେ ଗୁରୁତ୍ୱ ଦେଉଛନ୍ତି। ଉପଯୁକ୍ତ ସମୟରେ ଏବଂ ସନ୍ତୁଳିତ ଖାଦ୍ୟ ଖାଇବା, ଠିକ୍‌ ସମୟରେ ଶୋଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଏହି ଭୟଙ୍କର ରୋଗର ପ୍ରତିଷେଧକ ନ ଥିବାରୁ ଏବେ ରୋଗ ପ୍ରତିରୋଧକ ଶକ୍ତି ମଜଭୁତ କରିବାକୁ ବିଭିନ୍ନ ଉପାୟ ଆପଣାଇବା ଲାଗି ମଧ୍ୟ କୁହାଯାଉଛି। ତେବେ ଏ ସବୁ ବିଷୟରେ ଅଧିକ ଜ୍ଞାନ ଆହରଣ କରିବାକୁ ଲୋକେ ସର୍ଚ୍ଚ ଇଞ୍ଜିନ ଗୁଗଲକୁ ସାଥୀ କରିଛନ୍ତି। ବର୍ତ୍ତମାନ ସମୟରେ ‘ସେଲ୍ଫ କେୟାର’ (ସ୍ବଂୟ ଯତ୍ନ) କିପରି ନେଇପାରିବା ସେନେଇ ଲୋକେ ଗୁଗଲରେ ସର୍ଚ୍ଚ କରୁଛନ୍ତି। ଏହି ପ୍ରଶ୍ନ ବର୍ତ୍ତମାନ ସମୟରେ ସର୍ବାଧିକ ଥର ସର୍ଚ୍ଚ କରାଯାଇଥିବା ନେଇ ଗୁଗଲ ପକ୍ଷରୁ ସୂଚନା ଦିଆଯାଇଛି।
ଗୁଗଲ ଏହାର ସର୍ବୋଚ୍ଚ ସନ୍ଧାନଗୁଡିକ ସମ୍ପର୍କରେ ସୂଚନା ଦେଇ କହିଛି, ଲୋକେ ଏବେ ଶାରୀରିକ ସୁସ୍ଥତା ସମ୍ପର୍କିତ ପ୍ରଶ୍ନ ଅଧିକ ମାତ୍ରାରେ ସର୍ଚ୍ଚ କରୁଛନ୍ତି। ସେଥିମଧ୍ୟରେ ସେଲ୍ଫକେୟାର, ବ୍ରିଦିଂ ଏକ୍ସରସାଇଜ୍‌ ବା ଶ୍ୱାସକ୍ରିୟାଜନିତ ବ୍ୟାୟାମ, ମେଡିକେଶନ, କିପରି ମନକୁ ଶାନ୍ତ ରଖିବା, ଟାଇମ୍‌ ପାସ୍‌ କରିବାର ଉପାୟ ଆଦି ଅଧିକ ଥର ସର୍ଚ୍ଚ ଲିଷ୍ଟରେ ରହିଛି। କରୋନା ଯୋଗୁ ସୀମିତ ସ୍ଥାନ ମଧ୍ୟରେ ଜୀବନ ଅଟକି ଯାଇଥିବାରୁ ଲୋକଙ୍କ ଜୀବନଶୈଳୀ ପ୍ରଭାବିତ ହୋଇଛି। ଏସବୁ ଯେପରି ସ୍ବାସ୍ଥ୍ୟ ଉପରେ ପ୍ରଭାବ ନ ପକାଏ, ସେଥିପ୍ରତି ଅଧିକାଂଶ ଲୋକେ ସଚେତନ ହେବାକୁ ଚେଷ୍ଟା କରୁଛନ୍ତି। ତେଣୁ ସେମାନଙ୍କ ମନରେ ଆସୁଥିବା ଏ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ଗୁଗଲରେ ସର୍ଚ୍ଚ କରୁଛନ୍ତି। ସେହିପରି ନିଜକୁ କିପରି ସଙ୍ଗଠିତ କରିହେବ, ଘର ସଜାଇବା ଶୈଳୀ ମଧ୍ୟ ଏହି ସର୍ଚ୍ଚ ତାଲିକାରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳକଙ୍କ ଅଭିଭାବିକା ହୋଇପାରିବେନି ମୁସଲମାନ ମା’

କୋଚି, ୮ା୭:ଜଣେ ମୁସଲମାନ ମହିଳା ତାଙ୍କ ନାବାଳକ/ନାବାଳିକା ପିଲାଙ୍କ ଅଭିଭାବିକା ହୋଇପାରିବେ ନାହିଁ ବୋଲି କେରଳ ହାଇକୋର୍ଟ କହିଛନ୍ତି। ଅନୁରୂପ ମାମଲାଗୁଡ଼ିକରେ ସୁପ୍ରିମକୋର୍ଟ ଦେଇଥିବା ରାୟ...

ଖୁସି ଖବର: ଡେଲ୍ଟା ପ୍ଲସ ଭାରିଏଣ୍ଟ ପାଇଁ ଭଲ କାମ କରିବ ଜନସନ ଆଣ୍ଡ ଜନସନ ଭ୍ୟାକ୍ସିନ!

ୱାଶିଂଟନ,୨ ।୭: କରୋନା ଭାଇରସର ନୂଆ ଡେଲ୍ଟା ପ୍ଲସ ଭାରିଏଣ୍ଟ ଏବେ ବିଶ୍ୱପାଇଁ ଚିନ୍ତାର କାରଣ ପାଲଟି ଯାଇଛି । ଏହା ଏମିତି ଏକ ଭାରିଏଣ୍ଟ...

ଗଞ୍ଜାମ ପୋଲିସ ପକ୍ଷରୁ ମାସ୍କ ପାଇଁ ୧.୫୬ ଲକ୍ଷ ଜରିମାନା ଆଦାୟ

ଛତ୍ରପୁର, ୨୮।୭(ଡି.ଏନ୍‌.ଏ.): କରୋନା ମୁକାବିଲା ନେଇ ଗଞ୍ଜାମ ପୋଲିସ ତଥା ପ୍ରଶାସନ ପକ୍ଷରୁ କୋଭିଡ୍‌ ନିୟମକୁ କଡ଼ାକଡ଼ି କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହି...

କଠୋର ହେଲେ ଠାକ୍‌ରେ

ମୁମ୍ବାଇ/ଗୁଆହାଟୀ/ନୂଆଦିଲ୍ଲୀ,୨୫ା୬: ଶିବସେନାର ଦୁଇ ନମ୍ବର ନେତା ଏକନାଥ ସିନ୍ଧେ ଭାଜପା ଶାସିତ ଆସାମର ଏକ ହୋଟେଲରେ ବିଦ୍ରୋହୀ ବିଧାୟକମାନଙ୍କୁ ଧରି ମହାରାଷ୍ଟ୍ର ଦଖଲ ପାଇଁ ରଣନୀତି...

ଚାଇନାର ମିଥ୍ୟା ପ୍ରଚାର: ଭାରତ ଯୋଗୁ ବ୍ୟାପିଛି କରୋନା

ବେଜିଂ,୨୮।୧୧: ଚାଇନା ଏବେ ଭାରତ ବିରୋଧରେ ମିଥ୍ୟା ପ୍ରଚାର ଆରମ୍ଭ କରିଛି। ଉହାନ ସହର କରୋନାର ଏନ୍ତୁଡ଼ିଶାଳ ପାଲଟିଥିବାବେଳେ ଚାଇନା ଭାରତରୁ କରୋନାର ସଂକ୍ରମଣ ପୃଥିବୀରେ...

୧୯୯୧ର ରାଜନୈତିକ ଡ୍ରାମା ମନେ ପକାଇଦେଲା ଶରଦ ପାଓ୍ବାରଙ୍କ ଏନ୍‌ସିପି…

ମୁମ୍ବାଇ,୨୩।୧୧: ସମ୍ପ୍ରତି ମହାରାଷ୍ଟ୍ରରେ ହୋଇଥିବା ରାଜନୈତିକ ସ୍ଥିତି ୧୯୯୧ରେ କେନ୍ଦ୍ରରେ ଅବସ୍ଥା ସହିତ ମେଳ ଖାଉଛି। ସେତେବେଳେ ପ୍ରଧାନମନ୍ତ୍ରୀ ଡୋର ଧରିବା ନେଇ ହୋଇଥିବା ଡ୍ରାମାରେ...

ମୋଦିଙ୍କୁ ଭେଟିବା ପୂର୍ବରୁ ଯଶୋଦାବେନଙ୍କୁ ଭେଟିଲେ ମମତା

କୋଲକାତା,୧୮।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବାକୁ ଦିଲ୍ଲୀ ଯାଇଥିଲେ। ହେଲେ ସେ ମୋଦିଙ୍କୁ ଭେଟିବା ପୂର୍ବରୁ ତାଙ୍କ ପତ୍ନୀ...

ଦେଖାଇଲେ ଏମିତି ଯାଦୁ, ହସି ହସି ଗଡ଼ିଗଲା ସିମ୍ପାଞ୍ଜି

ଦୈନନ୍ଦିନ ସୋସିଆଲ ମିଡିଆରେ କିଛିନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

Advertisement
Archives

Model This Week