ସର୍ବକାଳୀନ ରେକର୍ଡ ସ୍ତରରେ ସୁନା

ନୂଆଦିଲ୍ଲୀ,୭-୧: ସୋମବାର ସୁନା ଦର ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଛି। ଏହି ସମୟରେ ୧୦ ଗ୍ରାମ ପିଛା ସୁନା ଦର ୪୧,୭୩୦ ଟଙ୍କା ସ୍ତରରେ ରହିଛି। ଗୋଟିଏ ଦିନରେ ସୁନା ୭୨୦ ଟଙ୍କା ବୃଦ୍ଧି ଘଟିଥିବା ଜଣାପଡିଛି। ଦେଶ ତଥା ଅନ୍ତର୍ଜାତୀୟ ସ୍ତରରେ ଶେୟାର ବଜାର କାରବାର ମାନ୍ଦା ରହିବା ଯୋଗୁ ସୁନା ପ୍ରତି ଲୋକଙ୍କର ଚାହିଦା ବଢିଛି ବୋଲି ଏଚ୍‌ଡିଏଫ୍‌ସି ସିକ୍ୟୁରିଟି ପକ୍ଷରୁ ସୂଚନା ଦିଆଯାଇଛି। ଏହି ସମୟରେ ରୁପା ଦାମ ମଧ୍ୟ ବଢିଛି। ରୁପା ଦର ୧,୧୦୫ ଟଙ୍କା ବଢିଥିବା ବେଳେ କିଲୋ ପ୍ରତି ଏହାର ଦର ୪୯,୪୩୦ ଟଙ୍କା ରହିଛି। ଏହାର ପୂର୍ବ ଟ୍ରେଡରେ ରୁପା ଦର କିଲୋ ପ୍ରତି ୪୮,୩୨୫ ଟଙ୍କା ରହିଥିଲା। ସେହିଭଳି ପୂର୍ବ ଟ୍ରେଡରେ ସୁନା ଦାମ ୪୧,୦୧୦ ଟଙ୍କାରେ ବନ୍ଦ ହୋଇଥିଲା। ଇରାନ-ଆମେରିକା ମଧ୍ୟରେ ଯୁଦ୍ଧ ଆଶଙ୍କା, ଡଲାର ତୁଳନାରେ ଟଙ୍କା ମୂଲ୍ୟ ଖସିବା ଏବଂ ଅନ୍ତର୍ଜାତୀୟ ବଜାରରେ ସୁନା ଦର ବଢିବା ଯୋଗୁ ଭାରତ ବଜାର ଉପରେ ଏହାର ପ୍ରଭାବ ପଡିଥିବା ଏଚ୍‌ଡିଏଫ୍‌ସି ସିକ୍ୟୁରିଟିର ପିସିିଜି ଆଡଭାଇଜରି ମୁଖ୍ୟ ଦେବାର୍ଷ ଭାକିଲ କହିଛନ୍ତି। ବିଶ୍ୱ ବଜାରରେ ସୁନା କାରବାର ଆଉନ୍ସ ପ୍ରତି ୧୫୭୫ ଡଲାର ଛୁଇଁଛି। ସେହିଭଳି ରୁପା ୧୮.୩୪ ପ୍ରତି ଆଉନ୍ସ ରହିଛି। ସୋମବାର ପୂର୍ବାହ୍ନରେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ୩୧ ପଇସା ଖସିଥିବା ଦେଖାଯାଇଥିଲା। ଫଳରେ ଡଲାର ତୁଳନାରେ ଟଙ୍କା ୭୨.୧୧ ସ୍ତରକୁ ଖସି ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୋଡାଫୋନ-ଆଇଡିଆରୁ ଅଂଶଧନ କିଣିବ ଗୁଗୁଲ୍‌

ମୁମ୍ବାଇ,୨୯।୫: ଟେଲିକମ୍‌ ସେବା ପ୍ରଦାନକାରୀ କମ୍ପାନୀ ଭୋଡାଫୋନ-ଆଇଡିଆରୁ ୫%ଅଂଶଧନ କିଣିବାକୁ ଲକ୍ଷ୍ୟ ରଖିଛି ଆମେରିକାର ଅଗ୍ରଣୀ ସଫ୍ଟଓ୍ବାର କମ୍ପାନୀ ଗୁଗୁଲ୍‌ । ଗତ କିଛି ବର୍ଷ...

ଫକ୍ସୱାଗନ୍‌ର ନୂଆ ସେଲ୍‌ସ ଆଣ୍ଡ ସର୍ଭିସ୍‌ ଟଚ୍‌ ପଏଣ୍ଟ

ଭୁବନେଶ୍ୱର,୨୧।୧: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଫକ୍ସୱାଗନ୍‌ ପାସେଞ୍ଜର କାର୍‌ସ ଇଣ୍ଡିଆର ସ୍ବୀକୃତିପ୍ରାପ୍ତ ଡିଲର ଓଏସ୍‌ଏଲ୍‌ ଆନୁକୂଲ୍ୟରେ ସ୍ଥାନୀୟ ପାହାଳଠାରେ ନୂତନ ସେଲ୍‌ସ ଟଚ୍‌ ପଏଣ୍ଟ...

ଘରୁ କାମ କରିବେ ଫୋର୍ଡର ୧୦ ହଜାର କର୍ମଚାରୀ

ମୁମ୍ବାଇ,୧୮-୩: କରୋନା ଯୋଗୁ ଅଟୋମୋବାଇଲ ଶିଳ୍ପରେ ପ୍ରତିଷେଧମୂଳକ ବ୍ୟବସ୍ଥା ଆରମ୍ଭ ହୋଇଛି। ଆମେରିକା ଭିତ୍ତିକ ପ୍ରମୁଖ ଅଟୋମୋବାଇଲ କମ୍ପାନୀ ଫୋର୍ଡ ଏହାର ୧୦ ହଜାର କର୍ମଚାରୀଙ୍କୁ...

ଓଡ଼ିଶାରେ ଜିଓ ଫାଇବର ୧ ନମ୍ବର

ଭୁବନେଶ୍ୱର,୧୭।୫: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓର ହାଇସ୍ପିଡ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ପ୍ରଦାନକାରୀ ସଂସ୍ଥା ଜିଓ ଫାଇବର ଓଡ଼ିଶାରେ କ୍ରମାଗତ ଭାବେ ୧ ନମ୍ବର...

ହୋଣ୍ଡା ଟୁହ୍ବିଲର୍ସର ନୂଆ ହର୍ନେଟ ୨.୦

ନୂଆଦିଲ୍ଲୀ,୨୮।୮: ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ଲିମିଟେଡ ଭାରତ ବଜାରରେ ଏହାର ନୂଆ ହର୍ନେଟ ୨.୦ ମଡେଲଟିକୁ ଶୁଭାରମ୍ଭ କରିଛି। ନୂଆ ଯାନଟିରେ...

ଭତ୍ତା ସହ ସ୍କିଲ୍‌ ଟ୍ରେନିଂ ନେବେ ୫ କୋଟି ଏମ୍‌ଜିଏନଆର୍‌ଇଜିଏ ଶ୍ରମିକ

ନୂଆଦିଲ୍ଲୀ,୧୭-୭: କେନ୍ଦ୍ର ସରକାର ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନାରେ ସାମିଲ ୫ କୋଟି ଶ୍ରମିକଙ୍କୁ ଦକ୍ଷିତା ପ୍ରଶିକ୍ଷଣ ଦେବେ। ସେମାନଙ୍କୁ ଯେପରି ଉନ୍ନତ ରୋଜଗାର ମିଳିବ ସେଥିପାଇଁ ସେମାନଙ୍କର...

‘ଭାଷା ବ୍ୟବହାରରେ ଲିପିର ଆବଶ୍ୟକତା ନ ଥାଏ’

ଭୁବନେଶ୍ୱର,୨୭।୧୧: ସେଞ୍ଚୁରିଆନ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (ସିୟୁଟିଏମ୍‌) ବା ସେଞ୍ଚୁରିଅନ୍‌ ବିଶ୍ୱବିଦ୍ୟାଳୟ ଓଡ଼ିଶା ଓ ଲିଙ୍ଗୁଇଷ୍ଟିକ୍‌ ସୋସାଇଟି ଅଫ୍‌ ଇଣ୍ଡିଆର ମିଳିତ ସହଯୋଗରେ...

ଟିପିସିଓଡିଏଲ୍‌ ଏସ୍‌ଡିସିର ଶୁଭାରମ୍ଭ

କଟକ,୩।୧: ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ସୋମବାର ସ୍ଥାନୀୟ ବାଦାମବାଡ଼ିଠାରେ ଏକ ଅତ୍ୟାଧୁନିକ ଦକ୍ଷତା ବିକାଶ କେନ୍ଦ୍ର (ଏସ୍‌ଡିସି)ର ଶୁଭାରମ୍ଭ କରାଯାଇଛି।...

Advertisement
Archives

Model This Week