Posted inଭଦ୍ରକ

ସରିଲା ରାଜ୍ୟସ୍ତରୀୟ ଯୁବ ମହୋତ୍ସବ

ଭଦ୍ରକ ଅଫିସ, ୨୨।୧୨- ଭଦ୍ରକ ନେହେରୁ ଷ୍ଟାଡିୟମରେ ଚାଲିଥିବା ରାଜ୍ୟସ୍ତରୀୟ ଯୁବ ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସଭାରେ ୧୮ଟି ବିଭାଗରେ ୩ଟି ଲେଖାଏ ପୁରସ୍କାର ପ୍ରଦାନ କରାଯାଇଥିଲା। କୃତୀ ଜିଲାର ପ୍ରତିଯୋଗୀଙ୍କୁ ଅତିଥି ପୁରସ୍କୃତ କରିଥିଲେ। ଏଥିରେ କୃତୀ ପ୍ରତିଯୋଗୀମାନେ ଜାତୀୟସ୍ତରୀୟ ଯୁବ ମହୋତ୍ସବରେ ଅଂଶଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଛି। ଅତିଥି ଭାବେ ଆଇଜି ଦୀପ୍ତେଶ ପଟ୍ଟନାୟକ, ଏମ୍‌ପି ମଞ୍ଜୁଲତା ମଣ୍ଡଳ, ବିଧାୟକ ପ୍ରଫୁଲ୍ଲ ସାମଲ, ବିଷ୍ଣୁବ୍ରତ ରାଉତରାୟ ଓ ସଞ୍ଜୀବ ମଲ୍ଲିକ, ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ନିବେଦିତା ଆଚାର୍ଯ୍ୟ, ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ର, ଜିଲାପରିଷଦ ଅଧ୍ୟକ୍ଷ ଦ୍ୱିଜବର ରାଉତ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ସହାୟକ ଜିଲାପାଳ ସୌମ୍ୟଶ୍ରୀ ପାଣିଗ୍ରାହୀ। ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରାଜେନ୍ଦ୍ର କୁମାର ପଣ୍ଡା ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କୁ ବିଭ୍ରାନ୍ତ କରୁଛି ଭୁଲ୍‌ ସୂଚନା

ପଦ୍ମପୁର, ୪।୧୨(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ବିଭିନ୍ନ ରାସ୍ତା ନିର୍ମାଣ କରୁଥିବା ପୂର୍ତ୍ତ ବିଭାଗ ଭୁଲ୍‌ ଓ ବିଭ୍ରାନ୍ତକର ତଥ୍ୟ ପ୍ରଦର୍ଶନ କରାଇ ଲୋକଙ୍କୁ ହଇରାଣ...

୧୪ ଗୋରୁ ସହ ଭ୍ୟାନ୍‌ ଜବତ

ଭଦ୍ରକ ଅଫିସ, ୨୦ା୬- ଭଦ୍ରକ ଜିଲା ଚରମ୍ପା ବରାଳପୋଖରୀ ଅଞ୍ଚଳରୁ ଶୁକ୍ରବାର ବେଆଇନ ଗୋଚାଲାଣ ବେଳେ ଟାଉନ ଥାନା ପୋଲିସ ୧୪ଟି ଗୋରୁ ସହ ଏକ...

ଖାଇବାକୁ ଦିଆଯାଇ ନ ଥିବା ଅଭିଯୋଗ: ୧୬ନଂ ଜାତୀୟ ରାଜପଥ ଅବରୋଧ କଲେ ପ୍ରବାସୀ ଓଡ଼ିଆ

ଭଦ୍ରକ ଅଫିସ,୧୬।୫ – ଶନିବାର ପୂର୍ବାହ୍ନରେ ୧୬ନଂ ଜାତୀୟ ରାଜପଥ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ପ୍ରବାସୀମାନେ ଶନିବାର ରାସ୍ତା ଅବରୋଧ କରିଥିବା ସୂଚନା ମିଳିଛି।...

ଗାଁମୁଣ୍ଡକୁ ଫେରିଛି ସବୁଜିମା

ବନ୍ତ,୨୫।୧୨(ସ୍ବ.ପ୍ର.)-ଗଛ ଓ ପ୍ରକୃତି ଭଗବାନଙ୍କ ବରଦାନ। ଏହାର ସୁରକ୍ଷା ବିନା ପରିବେଶରେ ସନ୍ତୁଳନ ବଜାୟ ରଖିବା ଅସମ୍ଭବ। ଏ ନେଇ ବିଭିନ୍ନ ସ୍ତରରେ ସଚେତନତା ସୃଷ୍ଟି...

ଫଳକରେ ଶହୀଦ ପୀଠ ଭାଗ୍ୟ

ବାସୁଦେବପୁର, ୯।୮ (ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକର ରକ୍ତତୀର୍ଥ ଇରମ ଶହୀଦ ପୀଠର ଉନ୍ନତୀକରଣ କେବଳ ରାଜ୍ୟ ସଂସ୍କୃତି ପର୍ଯ୍ୟଟନ ବିଭାଗର ଫଳକରେ...

ଘରକୁ ଫେରିଲେ ଅର୍ଚ୍ଚନା

ଭଦ୍ରକ ଅଫିସ,୧୦ା୩: ରୁଷ୍‌ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ସେମାନେ ଅତ୍ୟନ୍ତ ଭୟଭୀତ ଅବସ୍ଥାରେ ଥିଲେ। ତାଙ୍କ ସହ ଓଡ଼ିଶାରୁ ଶତାଧିକ...

ଡାକ୍ତର ଫେରାଇଦେବା ପରେ ମେଡିକାଲ ବାରଣ୍ଡାରେ ପ୍ରସବ କଲେ ମହିଳା

ଭଦ୍ରକ ଅଫିସ,୧୪ା୧୦: ଡାକ୍ତର ଫେରାଇଦେବା ପରେ ମେଡିକାଲ ବାରଣ୍ଡାରେ ପ୍ରସବ କଲେ ଜଣେ ମହିଳା। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ଚିକିତ୍ସାଳୟରେ।...

ଭଦ୍ରକ ପୌରପାଳିକାରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌

ଭଦ୍ରକ ଅଫିସ, ୨୭।୧୨: ଭଦ୍ରକ ପୌରପାଳିକାରେ ଫେରିଛି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ବ୍ୟବସ୍ଥା। ଗତ ୧୮ ତାରିଖରେ ସାଉଦି ଆରବରୁ ଫେରିଥିବା ଜଣେ ଯୁବକ କରୋନା ପଜିଟିଭ୍‌...

Advertisement
Archives

Model This Week