ସରିଲା ବାଲିଯାତ୍ରା: ପୁଣି ଆସନ୍ତା ବର୍ଷକୁ ଅପେକ୍ଷା

କଟକ ଅଫିସ, ୨୧।୧୧: ୯ ଦିନ ଧରି ଚାଲିଥିବା ଐତିହାସିକ କଟକ ବାଲିଯାତ୍ରା ବୁଧବାର ଶେଷ ହୋଇଛି। ଏଥିରେ ୫ ଲକ୍ଷ ଲୋକଙ୍କ ସମାଗମ ହୋଇଥିବାବେଳେ ୯ ଦିନରେ ୫୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର କାରବାର ହୋଇଥିବା ପ୍ରାରମ୍ଭିକ ଆକଳନ କରାଯାଇଛି। ତନ୍ମଧ୍ୟରୁ କେବଳ ଓର୍‌ମାସ୍‌ ୮ ଦିନରେ ୧୧ କୋଟି ଟଙ୍କାର କାରବାର କରିଥିବା ଜଣାପଡ଼ିଛି। ଶେଷ ଦିନରେ ପ୍ରବଳ ଭିଡ଼ ସାଙ୍ଗକୁ ଜିନିଷପତ୍ର କିଣାବିକା ଜୋରଦାର ଚାଲିଥିଲା। ବିଭିନ୍ନ ଫାଷ୍ଟଫୁଡ ଷ୍ଟଲ୍‌ରେ ମଧ୍ୟ ଭଲ ବ୍ୟବସାୟ ହୋଇଥିଲା। ବିଭିନ୍ନ ଷ୍ଟଲ୍‌ରେ ନାନା ଅଫରର ଲୋଭ ଦେଖାଇଥିଲେ ବ୍ୟବସାୟୀ। ଆଇସ୍‌କ୍ରିମଠାରୁ ଆରମ୍ଭକରି ବିଭିନ୍ନ ପ୍ରକାର ମସଲା ଆଇଟମ୍‌, ବିଭିନ୍ନ ସାମଗ୍ରୀ ଲୋକେ କିଣାକିଣି କରି ନେଉଥିଲେ। ଛୋଟ ପିଲାଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଦୋଳି ଖେଳିବାର ମଜା ଉଠାଇଥିଲେ। ଏବେ ପୁଣି ଶାନ୍ତ ହୋଇଯିବ ମହାନଦୀ ପଠା। ଆଉ ଶୁଭିବନି କୋଳାହଳ। ପୁଣି ଆସନ୍ତା ବର୍ଷ ବାଲିଯାତ୍ରାକୁ ଅପେକ୍ଷା କରିବାକୁ ପଡ଼ିବ।
ଏନ୍‌ଡିଆର୍‌ଏଫ୍‌ ଷ୍ଟଲ୍‌ରେ ଭିଡ଼
ଚଳିତବର୍ଷ ଏନ୍‌ଡିଆର୍‌ଏଫ୍‌ ପକ୍ଷରୁ ପ୍ରଥମ ଥର ବାଲିଯାତ୍ରାରେ ଷ୍ଟଲ୍‌ ଖୋଲାଯାଇଥିବା ବେଳେ ଶେଷ ଦିନରେ ଅଧିକ ଭିଡ଼ ହୋଇଥିଲା। ଏହି ଷ୍ଟଲ୍‌ରେ ଲାଇଭ୍‌ ଡିଟେକ୍‌ଟିଭ, ଭିକ୍ଟିମ କ୍ୟାମେରା, ଥର୍ମାଲ ଇମେଜିଂ କ୍ୟାମେରା, ନେଲଗନ୍‌, ବୋଟ୍‌ ଏହିପରି ୨୫ଟି ଅତ୍ୟାଧୁନିକ ଯନ୍ତ୍ରପାତି ପ୍ରଦର୍ଶନ କରାଯାଇଥିଲା। ଏସବୁ ଅତ୍ୟାଧୁନିକ ଯନ୍ତ୍ର ସାହାଯ୍ୟରେ ବନ୍ୟା,
ବାତ୍ୟା, ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସୁରକ୍ଷା ଦେବା ନେଇ ଲୋକଙ୍କୁ ସଚେତନ କରାଯାଇଥିଲା। ବିଶେଷକରି ବୋଟ୍‌ରେ କିପରି ଲୋକେ ବସିବେ ତାହା ବୁଝାଇ ଦିଆଯାଇଥିଲା। ଏନ୍‌ଡିଆର୍‌ଏଫ୍‌ରେ ବ୍ୟବହୃତ ହେଉଥିବା ବେସ୍‌ ଲାଇଟ୍‌ ଭୂମିଠାରୁ ୨୦ ମିଟର ଉପରକୁ ଯାଇ ସମ୍ପୂର୍ଣ୍ଣ ଅଞ୍ଚଳକୁ ଆଲୋକିତ କରିପାରିବ ବୋଲି ସବ୍‌ଇନ୍ସପେକ୍ଟର ବିଷ୍ଣୁ ପ୍ରସାଦ ବେହେରା କହିଥିଲେ।
ତାରକସି ସାମଗ୍ରୀର ଚାହିଦା
ବାହାରୁ ଆସୁଥିବା ଲୋକଙ୍କ ଭିଡ଼ ତାରକସି ଷ୍ଟଲ୍‌ରେ ଦେଖିବାକୁ ମିଳିଥିଲା। ତାରକସିରେ ନିର୍ମିତ ଇୟର ରିଙ୍ଗ୍‌, ଲକେଟ, ପାଉଁଜି, ମୁଦି, ଦେବଦେବୀଙ୍କ ପ୍ରତିମୂର୍ତ୍ତି ଓ ମୁକୁଟ, ଗ୍ଲାସ, ଥାଳି ଇତ୍ୟାଦି ଭଲ ବ୍ୟବସାୟ ହୋଇଛି। ଷ୍ଟଲ୍‌ରେ ୧୦୦ ଟଙ୍କାରୁ ଆରମ୍ଭ କରି ୨୫ହଜାର ଟଙ୍କା ପର୍ଯ୍ୟନ୍ତ ସାମଗ୍ରୀ ରହିଥିବା ବ୍ୟବସାୟୀମାନଙ୍କଠାରୁ ଜଣାପଡ଼ିଥିଲା।
ବୋଟିଂର ମଜା ନେଲେ ଲୋକେ
ଚଳିତବର୍ଷ ମହାନଦୀ ପଠାରେ ସ୍କୁବା ଡାଇବର ସବିର ବକ୍ସଙ୍କ ନେତୃତ୍ୱରେ ବୋଟିଂ ବ୍ୟବସ୍ଥା ହୋଇଥିଲା। ସ୍ପିଡ୍‌ ବୋଟ୍‌, ଜେଟି, ପେଟେଲ ବୋଟ, ବାନାନା ବୋଟ୍‌ ଏହିପରି ୧୪ଟି ବୋଟ୍‌ରେ ବସି ଲାଇଫ ଜ୍ୟାକେଟ ପିନ୍ଧି ବୋଟିଂର ମଜା ନେଇଥିଲେ ଲୋକେ। ଏଥିପାଇଁ ୨୦୦ରୁ ୬୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ିଥିଲା। ଚଳିତବର୍ଷ ପ୍ରଚାର ପ୍ରସାର କମ୍‌ ହୋଇଥିବାରୁ ଆଶାଜନକ ବ୍ୟବସାୟ ହୋଇ ନ ଥିବା ସବିର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୋତେ ଚୁପ୍ କରିବାକୁ ହେଲେ ମାରିବାକୁ ପଡିବ’, ଭାଜପାକୁ ଚ୍ୟାଲେଞ୍ଜ ଦେଲେ ଦିଦି

କୋଲକାତା,୧୦।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ଭାଜପା ଉପରେ କଡ଼ା ଆକ୍ରମଣ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ…

‘କେନ୍ଦୁଝର ଛାତ୍ରୀଛାତ୍ରଙ୍କ ସ୍ବାର୍ଥକୁ ରାଜ୍ୟ ସରକାର ଅଣଦେଖା କଲେ ଆନ୍ଦୋଳନ ହେବ’

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟର ଅସ୍ତିତ୍ୱ ରକ୍ଷା ନ ହେଲେ ଆନ୍ଦୋଳନ ହେବ। ଆମ ଆଦ୍‌ମୀ ପାର୍ଟି, କେନ୍ଦୁଝରର ସ୍ପଷ୍ଟ ମତ ହେଉଛି ଯେ,…

ମ୍ୟାନେଜମେଣ୍ଟ ଉପରେ ବର୍ଷିଲା BCCI: ବିପଦରେ ଗୌତମ ଗମ୍ଭୀରଙ୍କ ଚାକିରି!

ନୂଆଦିଲ୍ଲୀ, ୧୦।୭: ଇଂଲଣ୍ଡ ଗସ୍ତରେ ଲଗାତାର ତିନୋଟି ଟି-୨୦ ମ୍ୟାଚରେ ପରାଜୟ ପରେ ଟିମ ଇଣ୍ଡିଆର କୋଚିଂ ଷ୍ଟାଫ୍‌ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ରିପୋର୍ଟ ଅନୁଯାୟୀ,…

ପଞ୍ଚାୟତ ନିର୍ବାଚନକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ମାସରେ ହେବା ନେଇ ସୂଚନା

ଭୁବନେଶ୍ୱର,୧୦।୭: ଓଡ଼ିଶା ପଞ୍ଚାୟତ ନିର୍ବାଚନକୁ ନେଇ ଆସିଛି ଏକ ବଡ଼ ଅପଡେଟ୍‌। ଏଥର ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ନିର୍ବାଚନ ଏପ୍ରିଲ କିମ୍ବା ମେ’ ମାସ ଆଡ଼କୁ…

ଟ୍ରାକ୍ଟର ଡାଲାରେ ବସି ଗଲେ ବିଜେଡି ନେତା, ଭିଡିଓ ଭାଇରାଲ ପରେ…

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାକୁ ବିଜେଡି ଦଳର ରାଜ୍ୟର ଏକ ଟିମ୍‌ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସ ବର୍ମାଙ୍କ ନେତୃତ୍ୱରେ…

ଟ୍ରମ୍ପଙ୍କୁ ମିଳିଲା ବଡ଼ ସମ୍ମାନ, ଏମିତି ସମ୍ମାନ ପାଇବାରେ ସେ ହେଲେ ପ୍ରଥମ ରାଷ୍ଟ୍ରପତି

ଓ୍ବାଶିଂଟନ,୧୦।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ସମର୍ଥକଙ୍କ ଦ୍ୱାରା ଜାତୀୟ ସ୍ମାରକୀ ଠାରୁ ଆରମ୍ଭ କରି ନୋଟ ପର୍ଯ୍ୟନ୍ତ ସବୁଠି ତାଙ୍କ ନାମ ଏବଂ…

କିଏ ଏହି ମହିଳା ଖେଳାଳି? ଯାହାଙ୍କ ବ୍ୟାଟରେ ଅଟୋଗ୍ରାଫ୍ ଦେଲେ ମୋଦି

ନୂଆଦିଲ୍ଲୀ,୧୦।୭: ଅଷ୍ଟ୍ରେଲିଆ ଗସ୍ତର ତୃତୀୟ ଦିନରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେଲବୋର୍ନ କ୍ରିକେଟ୍ ଗ୍ରାଉଣ୍ଡ ପରିଦର୍ଶନ କରିଥିଲେ, ଯେଉଁଠାରେ ସେ ଅନେକ ଖେଳାଳିଙ୍କୁ ଭେଟିଥିଲେ। ସେ ଯେଉଁ…

ପୋଲିସକୁ ଚିହ୍ନିବେ କେମିତି? କନଷ୍ଟେବଳଙ୍କଠାରୁ ଆରମ୍ଭ କରି ଆଇଜି-ଡିଜି ପର୍ଯ୍ୟନ୍ତ ଜାଣନ୍ତୁ ଏହି…

ପୋଲିସ ବିଭାଗରେ ଅନେକ ପଦ ପଦବୀ ରହିଛି। ମାତ୍ର ସାଧାରଣ ଲୋକଟିଏ ଏହି ଖାକି ପୋଷାକରୁ ସେମାନେ କିଏ କେଉଁ ପଦବୀରେ ଅଛନ୍ତି ଜାଣିବା ପାଇଁ ବେଳେବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri