ସରିଲା ଦୁର୍ଗାପୂଜା: ଅପେକ୍ଷା ଆରବର୍ଷକୁ

ଭୁବନେଶ୍ୱର,୯।୧୦(ବ୍ୟୁରୋ): ସରିଛି ଶାରଦୀୟ ଦୁର୍ଗାପୂଜା। ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଜଗତ୍‌ଜନନୀ ମା’ ଦୁର୍ଗା। ପୁଣି ବର୍ଷେ ପର୍ଯ୍ୟନ୍ତ ମା’ଙ୍କୁ ଅପେକ୍ଷା କରିବାର ସମୟ ଆସିଛି। ବୁଧବାର ବିଭିନ୍ନ ସ୍ଥାନରେ ଭସାଣି ଉତ୍ସବ ଅନୁଷ୍ଠିତ ହେଉଥିବାବେଳେ ଏଥିପାଇଁ ଦୈତନଗରୀ(ଭୁବନେଶ୍ୱର ଓ କଟକ)ରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ମଙ୍ଗଳବାର ରାତିରୁ କେତେକ ସ୍ଥାନରେ ଭସାଣି ଉତ୍ସବ ଆରମ୍ଭ ହୋଇଥିବାବେଳେ ବାକି ସ୍ଥାନରେ ବୁଧବାର ଅନୁଷ୍ଠିତ ହେଉଛି। ଏହାକୁ ଦୃଷ୍ଟିରେ ରଖି କଟକରେ ୫୭ ପ୍ଲାଟୁନ ଫୋର୍ସ ମୁତୟନ ହେବାକୁ ଥିବାବେଳେ ୩୦୦ ଅଫିସର, ୪ ଅତିରିକ୍ତ ଡିସିପିଙ୍କ ସହ ରାପିଡ ଆକ୍ସନ ଫୋର୍ସ, ଷ୍ଟ୍ରାଇକିଂ ଫୋର୍ସ ମୁତୟନ ହୋଇଛନ୍ତି। ସେହିପରି ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ରାସ୍ତାରେ ସିସିଟିଭି ଲଗାଯିବା ସହ ଦିନ ୧୧ଟା ପରେ ମେଢ ଯାଉଥିବା ରାସ୍ତାରେ ଟ୍ରାଫିକ କଟକଣା ଲାଗୁ କରାଯାଇଛି। ସେହିପରି ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରାଜଧାନୀର ତିନିଟି ସ୍ଥାନରେ ଭସାଣ ଶୋଭାଯାତ୍ରା ଅନୁଷ୍ଠିତ ହେବ। ମୂର୍ତ୍ତି ବିସର୍ଜନ ପାଇଁ କୁଆଖାଇ ଓ ଦୟାନଦୀ କୂଳରେ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯାଇଛି। ନୟାପଲ୍ଲୀ ପଡିଆରେ ୨୦ଟି ମେଢ଼ ଏକାଠି ହେବେ। ସେଠାରୁ ହିଁ ଭସାଣ ଉତ୍ସବ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଉଗ୍ର ରୂପ ନେଉଛି ମହାବାତ୍ୟା ଅମ୍ଫନ: ଘଣ୍ଟା ପ୍ରତି ୧୪ କି.ମି. ବେଗରେ ଗତି କରୁଛି

ଭୁବନେଶ୍ୱର,୧୯।୫(ବ୍ୟୁରୋ): ରାଜ୍ୟରେ ଗୋଟିଏ ପଟେ କରୋନା ଭାଇରସ୍‌ ସଂକ୍ରମଣ ଅନ୍ୟପଟେ ମହାବାତ୍ୟା ଅମ୍ଫନ ରାଜ୍ୟସରକାରଙ୍କ ଚିନ୍ତା ବଢ଼ାଇଦେଇଛି। ଏହାର ମୁକାବିଲା ପାଇଁ ସରକାର ସଜାଗ ଥିବା...

ଜେଇଇ ମେନ୍‌ ଆରମ୍ଭ

ଭୁବନେଶ୍ୱର, ୨।୯(ବ୍ୟୁରୋ)- କରୋନା କଟକଣା ମଧ୍ୟରେ ମଙ୍ଗଳବାରଠାରୁ ଯୁଗ୍ମ ପ୍ରବେଶିକା ପରୀକ୍ଷା(ଜେଇଇ) ମେନ୍‌ ଆରମ୍ଭ ହୋଇଛି। ଦେଶରେ ୯ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପରୀକ୍ଷା ଦେଉଥିବାବେଳେ ଓଡ଼ିଶାର...

ବିହନ ସଙ୍କଟରେ ଆଳୁଚାଷୀ

ଭୁବନେଶ୍ୱର (ବ୍ୟୁରୋ)/କେନ୍ଦ୍ରାପଡ଼ା ଅଫିସ୍‌/ପାରଳାଖେମୁଣ୍ଡି (ଡି.ଏନ୍‌.ଏ.)/ଯାଜପୁର ଅଫିସ୍‌/ ବଲାଙ୍ଗୀର ଅଫିସ୍‌, ୧୫ା୧୧ ରାଜ୍ୟ ସରକାର ଆଳୁ ମିଶନକୁ ଜୋରସୋରରେ ପ୍ରଚାର ପ୍ରସାର କଲେ। ବଜାରର ଚାହିଦା ଓ...

କାଳିଆ ଟଙ୍କା ପ୍ରଦାନ ନିର୍ବାଚନୀ ଅସ୍ତ୍ର: ବିରୋଧୀ

ଭୁବନେଶ୍ୱର, ୧୩ା୨(ବ୍ୟୁରୋ): ରାଜ୍ୟ ସରକାର ଶୁକ୍ରବାର ରାଜ୍ୟର ୫୩ ଲକ୍ଷ ଚାଷୀଙ୍କୁ କାଳିଆ ସହାୟତା ଦେବାପରେ ପୁଣିଥରେ ରାଜନୀତି ଜୋର ଧରିଛି। ପଞ୍ଚାୟତ ଏବଂ ପୌର...

ଫରକ୍‌ ପଡୁନି ଲକ୍‌ଡାଉନ

ବାଉଁଶୁଣୀ, ୧୦।୫: ବୌଦ୍ଧ ବ୍ଲକ ବାଉଁଶୁଣୀ ଅଞ୍ଚଳରେ ଲୋକେ କରୋନା କଟକଣା ମାନୁନାହାନ୍ତି। ସକାଳ ୬ରୁ ୧୨ଟା ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି...

ଚିନି ଶିଳ୍ପ ପରିଚାଳନା ନିର୍ଦ୍ଦେଶକଙ୍କୁ ଘେରିଲେ ଶ୍ରମିକ

ଆସିକା, ୧୦ା୯(ଡି.ଏନ.ଏ.)-ଆସିକା ସମବାୟ ଚିନି ଶିଳ୍ପରେ ସୋମବାର ଅପରାହ୍ନରୁ ଶ୍ରମିକ ଅଶାନ୍ତି ଦେଖା ଦେଇଛି। ଶ୍ରମିକମାନେ ଚିନିଶିଳ୍ପ ପରିଚାଳନା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ବେହେରାଙ୍କୁ ତାଙ୍କ କାର୍ଯ୍ୟାଳୟରେ...

ଦିଲ୍ଲୀରେ ଓଡ଼ିଆ ଶ୍ରମିକଙ୍କ ପାଇଁ ଲଢୁଛି ଓଡ଼ିଆ ସମାଜ

ଭୁବନେଶ୍ୱର,୯ା୪(ବ୍ୟୁରୋ): କୋଭିଡ-୧୯ ଏବେ ବିଶ୍ୱ ମହାମାରୀ ରୂପ ନେଇଥିବାବେଳେ ଏହାର କଡ଼ା ମୁକାବିଲା କରିବା ନିମନ୍ତେ ସମଗ୍ର ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ଜାରି ରହିଛି।...

ପ୍ରକାଶ ପାଇଲା ଯୁକ୍ତ ୨ କଳା, ବାଣିଜ୍ୟ ପରୀକ୍ଷାଫଳ: କଳାରେ ୬୫.୮୯%, ବାଣିଜ୍ୟରେ ୭୦.୨୬% ପାସ୍‌ ହାର; www.chseodisha.nic.in ରେ ଜାଣନ୍ତୁ ରେଜଲ୍ଟ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାଫଳ ଶୁକ୍ରବାର ପ୍ରକାଶ ପାଇଛି। ସୂଚନା...

Advertisement
Archives

Model This Week