Posted inଜାତୀୟ

ସରକାର ଗଢ଼ିବାକୁ ମନାକଲା ଭାଜପା

ମୁମ୍ବାଇ,୧୧ା୧୧(ପି.ଟି.): ମହାରାଷ୍ଟ୍ରରେ ସରକାର ଗଢ଼ିବାକୁ ଭାଜପା ରବିବାର ମନା କରିଦେବା ପରେ ରାଜ୍ୟପାଳ ଭଗତ ସିଂ କୋଶୟାରୀ ଦ୍ୱିତୀୟ ବୃହତ୍‌ ଦଳ ଶିବସେନାକୁ ଆମନ୍ତ୍ରଣ କରିଛନ୍ତି। ଏହି ଦଳର ୫୬ ଜଣ ବିଧାୟକ ଥିଲାବେଳେ ମୁଖ୍ୟମନ୍ତ୍ରୀ ଶିବସେନାରୁ ନିଶ୍ଚିତ ବୋଲି ଏହାର ଏମ୍‌ପି ସଞ୍ଜୟ ରାଉତ୍‌ ପୁଣିଥରେ ଦୋହରାଇଛନ୍ତି। ଅନ୍ୟପକ୍ଷରେ ସରକାର ଗଠନରେ ଶିବସେନାକୁ ସମର୍ଥନ ଦେବା ଲାଗି ଏନ୍‌ସିପି କଡ଼ା ସର୍ତ୍ତ ରଖିଛି। ପ୍ରଥମେ ଶିବସେନା ଏନ୍‌ଡିଏ ମେଣ୍ଟରୁ ଓହରିଆସୁ ଏବଂ କେନ୍ଦ୍ର ସରକାରରେ ଥିବା ଶିବସେନା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଏନ୍‌ସିପି କହିଛି। ଅନ୍ୟପକ୍ଷରେ କଂଗ୍ରେସ ସମର୍ଥନ ନେଇ କିଛି କହି ନ ଥିଲେ ହେଁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଚାହେଁ ନାହିଁ ବୋଲି କହିବା ସହ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ପରାମର୍ଶ କ୍ରମେ ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସୂଚନା ଦେଇଛି।
ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ୧୮ ଦିନ ପରେ ଭାଜପା ସରକାର ଗଢ଼ିବ ନାହିଁ ବୋଲି ରାଜ୍ୟପାଳଙ୍କୁ ଜଣାଇଦେଇଛି। ଦଳର ମହାରାଷ୍ଟ୍ର ସଭାପତି ଚନ୍ଦ୍ରକାନ୍ତ ପାଟିଲ ଏଥିପାଇଁ ମେଣ୍ଟ ସହଯୋଗୀ ଶିବସେନାକୁ ଦାୟୀ କରିଥିଲେ। ପାଳିରେ ମୁଖ୍ୟମନ୍ତ୍ରୀ ପଦ ଦାବିରେ ଉଦ୍ଧବ ଠାକରେଙ୍କ ଦଳ ଅଟଳ ରହି ଜନାଦେଶକୁ ଅସମ୍ମାନିତ କରିଛି। ବିଧାନସଭା ନିର୍ବାଚନରେ ଭାଜପା-ଶିବସେନା ମେଣ୍ଟକୁ ସରକାର ଗଢ଼ିବା ଲାଗି ରାଜ୍ୟବାସୀ ଭୋଟ ଦେଇଥିଲେ। ଶିବସେନାର ଅସହଯୋଗ ଯୋଗୁ ଆମେ ସରକାର ଗଠନ ଦାବିରୁ ବିରତ ରହିଲୁ ବୋଲି ପାଟିଲ କହିଥିଲେ। ବିରୋଧୀ କଂଗ୍ରେସ ଏବଂ ଏନ୍‌ସିପି ସହଯୋଗରେ ଶିବସେନା ଯଦି ସରକାର ଗଢ଼ିବାକୁ ଚାହୁଁଥାଏ, ତେବେ ଏହାର ସୌଭାଗ୍ୟ କାମନା କରୁଛି ବୋଲି ଭାଜପା ନେତା କହିଥିଲେ।
ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ କେବଳ ଶିବସେନାରୁ ହେବେ। ଏନେଇ ଦଳର ନେତା ଉଦ୍ଧବ ଠାକ୍‌ରେ ରବିବାର ବିଧାୟକମାନଙ୍କୁ କହିଥିବା ରାଉତ୍‌ ଖବରଦାତାମାନଙ୍କୁ ସୂଚନା ଦେଇଛନ୍ତି। ଭାଜପା ଯେତେବେଳେ ସରକାର ଗଢ଼ିବାକୁ ଦାବି କରିପାରୁନାହିଁ, ଏହି ଦଳରୁ ମୁଖ୍ୟମନ୍ତ୍ରୀ କିପରି ହେବେ ବୋଲି ରାଉତ୍‌ ପ୍ରଶ୍ନ କରିଥିଲେ। ସୂଚନାଯୋଗ୍ୟ, ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଭାଜପା-ଶିବସେନା ମେଣ୍ଟ ୧୬୧ ଆସନ ଜିତି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ।
ଏକକ ସଂଖ୍ୟାଗରିଷ୍ଠ ଦଳ ଭାଜପା ସରକାର ଗଠନ ଲାଗି ଅସାମର୍ଥ୍ୟ ପ୍ରକାଶ କରିବା ପରେ ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଥିଲାବେଳେ ରାଷ୍ଟ୍ରପତି ଶାସନ ଲାଗୁ ହେବା ଆମେ ଚାହୁଁ ନାହିଁ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ କୁହାଯାଇଛି। ତେଣୁ ଦଳର ଆଗାମୀ କାର୍ଯ୍ୟପନ୍ଥା କ’ଣ ହେବ ହାଇକମାଣ୍ଡଙ୍କ ପରାମର୍ଶକ୍ରମେ ନବନିର୍ବାଚିତ ବିଧାୟକମାନେ ନିଷ୍ପତ୍ତି ନେବେ ବୋଲି ବରିଷ୍ଠ କଂଗ୍ରେସ ନେତା ଅଶୋକ ଚଭନ କହିଛନ୍ତି। ସେ ଏକ ସ୍ଥାୟୀ ସରକାର ସପକ୍ଷରେ ବୋଲି ମତ ଦେଇଛନ୍ତି। ମହାରାଷ୍ଟ୍ରର କଂଗ୍ରେସ ବିଧାୟକମାନେ ଜୟପୁରର ଏକ ରିସର୍ଟରେ ରହିଥିଲାବେଳେ ରବିବାର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ ସେମାନଙ୍କୁ ଭେଟି ରାଜନୈତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ମଧ୍ୟ ମୁମ୍ବାଇରେ ଦଳୀୟ ନେତାମାନଙ୍କୁ ଭେଟିଥିଲେ। ଶିବସେନା ସହାୟତାରେ ସରକାର ବେଶୀଦିନ ତିଷ୍ଠିବ ନାହିଁ, ଉଭୟ କଂଗ୍ରେସ ଓ ଏନ୍‌ସିପି କ୍ଷତିଗ୍ରସ୍ତ ହେବେ ବୋଲି ମୁମ୍ବାଇର ପୂର୍ବତନ କଂଗ୍ରେସ ସଭାପତି ସଞ୍ଜୟ ନିରୁପମ ମତ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଇଭି-ଇଥାନଲ୍ ଚାଳିତ ଗାଡ଼ିକୁ…

ଭୁବନେଶ୍ୱର,୨୦।୮: ରାଜ୍ୟରେ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବାଣିଜ୍ୟ ପରିବହନ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତି…

କଂଗ୍ରେସ ଉପରେ ବର୍ଷିଲେ ଧର୍ମେନ୍ଦ୍ର, ତୁଷ୍ଟୀକରଣ ରାଜନୀତିକୁ ନେଇ….

ନୂଆଦିଲ୍ଲୀ,୨୦ା୮: କଂଗ୍ରେସ ମୁଖ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ‘ବନ୍ଦେ ମାତରମ୍’ ଗାନକୁ ନେଇ ଦେଖାଦେଇଥିବା ବିବାଦ ଏବେ ତୀବ୍ର ହୋଇଛି । ଏହାକୁ ନେଇ କଂଗ୍ରେସକୁ…

ଗୋଟିଏ ମାସରେ ୪ ଲଘୁଚାପ, ପୁଣି ଦାନା ବାନ୍ଧିଲାଣି, କାଲିଠୁ ପ୍ରବଳ ବର୍ଷା !

ଭୁବନେଶ୍ୱର,୨୦।୮: ପାଣିପାଗକୁ ନେଇ ବଡ଼ ଖବର । ଅଗଷ୍ଟ ମାସରେ ଗଲାଣି ତିନି ତିନିଟି ଲଘୁଚାପ । ତେବେ ପୁଣି ଆସୁଛି ଲଘୁଚାପ । ଏ ନେଇ…

ସାତକୋଶିଆ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା; ଅଟୋକୁ ଧକ୍କା ଦେଲା ଥାର୍, ୧୦…

ଆନନ୍ଦପୁର,୨୦।୮((ସୁଶାନ୍ତ କୁମାର ସାହୁ ): ଆନନ୍ଦପୁର ସାତକୋଶିଆ ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଥାର୍ ଗାଡିର ଜୋରଦାର ଧକ୍କାରେ ଅଟୋ ଚୁରମାର ହୋଇଯାଇଛି। ଘଟଣାରେ…

ରାଜ୍ୟ ସରକାର ବଢାଇଲେ ପେନଶନ ଲିମିଟ୍‌, ଜାଣନ୍ତୁ କାହାକୁ ମିଳିବ ଲାଭ…

ନୂଆଦିଲ୍ଲୀ,୨୦ା୮: ସରକାରୀ କର୍ମଚାରୀମାନଙ୍କୁ ଅବସର ପରେ ପେନ୍‌ସନ୍ ସୁବିଧା ମିଳିଥାଏ। ପ୍ରତ୍ୟେକ ରାଜ୍ୟ ସରକାର ନିଜ ରାଜ୍ୟର ପେନ୍‌ସନ୍‌ଭୋଗୀଙ୍କ ପେନ୍‌ସନ୍‌ରେ ସମୟ ସମୟରେ ବୃଦ୍ଧି କିମ୍ବା ସଂଶୋଧନ…

‘ଯୁବବର୍ଗ ୧୮ ବର୍ଷରେ ଭୋଟ୍‌ ଦେବା ଅଧିକାର ହେଉଛି ରାଜୀବଙ୍କ ଅବଦାନ’

କେନ୍ଦୁଝର,୨୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଧୁନିକ ଭାରତର ନିର୍ମାତା, ଯୁବ ମାନସର ପ୍ରତୀକ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କର ୮୦ ତମ ଜନ୍ମଜୟନ୍ତୀ ସ୍ଥାନୀୟ…

ପୋଖରୀରେ ଗାଧୋଉଥିଲେ ଯୁବକ, ୨ ରାଉଣ୍ଡ ଗୁଳି ଚଳାଇ ଲୁଟିନେଲେ ବାଇକ

ନୟାଗଡ, ୨୦।୮(ଲୋକନାଥ ମିଶ୍ର): ନୟାଗଡ ଜିଲା ଚାନ୍ଦପୁର ଥାନା କୁସୂପଲାରେ ୨ରାଉଣ୍ଡ ଗୁଳି ଚାଳନା ହୋଇଛି । ପୋଖରୀରେ ଗାଧୋଉ ଥିବା ବେଳେ ଗୁରୁବାର ଅପରାହ୍ନ ପ୍ରାୟ…

କେସିଙ୍ଗାରେ ବିଜେଡି ଯୁବ ରାଜ୍ୟ ସଭାପତି, କହିଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ…

କେସିଙ୍ଗା,୨୦ା୮(ତୁମେଶ୍ୱର ସାହୁ): ରାଜ୍ୟ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଚିନ୍ମୟ କୁମାର ସାହୁ ନବରଙ୍ଗପୁରରେ ହେବାକୁ ଥିବା ଛାତ୍ର ସମାବେଶରେ ଯୋଗ ଦେବାପାଇଁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri