Posted inଜାତୀୟ

ସରକାର ଗଠନ ପାଇଁ ଦିଲ୍ଲୀ ପହଞ୍ଚିଲେ କର୍ନାଟକର ଭାଜପା ନେତା

ନୂଆଦିଲ୍ଲୀ,୨୫।୭: କର୍ନାଟକରେ ମେଣ୍ଟ ସରକାରର ପତନ ପରେ ଏବେ ଭାଜପା ସେଠାରେ ସରକାର ଗଢିବ ବୋଲି ଲାଗିଛି। ହେଲେ ଏଥିରେ କାହାକୁ କେଉଁ ଦାୟିତ୍ୱ ମିଳିବ ତାହା ଦିଲ୍ଲୀର ବିନା ଅନୁମତିରେ ସମ୍ଭବ ନୁହେଁ। ସେଥିପାଇଁ କର୍ନାଟକର ଭାଜପା ନେତାମାନେ ସୋମବାର ନୂଆଦିଲ୍ଲୀରେ ପହଞ୍ଚି ଦଳ ଅଧ୍ୟକ୍ଷ ତଥା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ସାକ୍ଷାତ୍‌ କରିଛନ୍ତି। ଭାଜପା ନେତା ଜଗଦୀଶ ଶେଟ୍ଟାର କହିଛନ୍ତି ପୁଣିଥରେ ଏମାନେ ଅପରାହ୍ନ ୩ଟାରେ ଆଲୋଚନା କରିବେ। ଏହାପରେ କର୍ନାଟକ ରାଜନୀତିକୁ ନେଇ ସଂସଦୀୟ ବୋର୍ଡ ବୈଠକରେ ଚୁଡାନ୍ତ ନଷ୍ପତ୍ତି ନିଆଯିବ। ସୂଚନାଯୋଗ୍ୟ, ଗତ ମଙ୍ଗଳବାର କଂଗ୍ରେସ ଜେଡିଏସ୍‌ ମେଣ୍ଟ ସରକାର ଭାଙ୍ଗିଯିବା ପରେ ଏଚ୍‌ଡି କୁମାରସ୍ବାମୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଅନ୍ୟପଟେ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦ ଲାଗି ଆଶାୟୀ ବୋଲି ପରୋକ୍ଷରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁଳଭୂଷଣଙ୍କ ଭଳି ପାକିସ୍ତାନ ଜେଲ୍‌ରେ ଅଛନ୍ତି ୨୭୩ ଭାରତୀୟ

ନୂଆଦିଲ୍ଲୀ,୧୮।୭: କୁଳଭୂଷଣ ଯାଦବଙ୍କ ଭଳି ପାକିସ୍ତାନ ଜେଲ୍‌ରେ ୨୭୩ ଜଣ ଭାରତୀୟ ବନ୍ଦୀ ଭାବେ ରହିଛନ୍ତି। ପାକିସ୍ତାନରେ ବିଭିନ୍ନ ଜେଲ୍‌ରେ ଏହି ଭାରତୀୟମାନେ ରହିଛନ୍ତି। ସେମାନଙ୍କ...

ରବିବାର ଦିଲ୍ଲୀ କରୋନା ସ୍ଥିତି ସମୀକ୍ଷା କରିବେ ଶାହା

ନୂଆଦିଲ୍ଲୀ, ୧୩ା୬: ମହାମାରୀ କରୋନା ସ୍ଥିତି ଭୟଙ୍କର ହେବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ମଧ୍ୟ ଏହା ଗମ୍ଭୀର ରୂପ ଧାରଣ କରିଛି। ଏହାକୁ ନେଇ ସ୍ବରାଷ୍ଟ୍ରମନ୍ତ୍ରୀ...

ତୁଷାର ଝଡ଼: ୩ ଯବାନ ଶହୀଦ୍‌; ୫ ସାଧାରଣ ଲୋକଙ୍କ ମୃତ୍ୟୁ

ଶ୍ରୀନଗର,୧୪।୧: ଉତ୍ତର କଶ୍ମୀରରେ ଦୀର୍ଘ ୪୮ ଘଣ୍ଟା ଧରି ଜାରି ରହିଥିବା ତୁଷାର ଝଡ଼ରେ ସାଧାରଣ ଜୀବନ ଯାତ୍ରା ଠପ୍‌ ହୋଇ ଯାଇଛି। ତୁଷାର ଝଡ଼...

କରୋନାକୁ ନେଇ କାନାଡା ସହ ଅନୁଷ୍ଠିତ ବୈଠକରେ ଯୋଗ ଦେବେନାହିଁ ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୫ ।୧୨: କୃଷକ ଆନ୍ଦୋଳନକୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିଶ ଟ୍ରୁଡୋଙ୍କ ଟିପ୍ପଣିକୁ ନେଇ ଭାରତ ଅସନ୍ତୋଷ ବ୍ୟକ୍ତ କରଥିବା ଜାଣିବା ପରେ କାନାଡା ପ୍ରଧାନମନ୍ତ୍ରୀ...

ଷ୍ଟେଶନ୍‌ରେ ଏକ୍‌ ପ୍ୟାର୍‌ କା ନଗ୍‌ମା ହୈ ଗୀତ ଗାଉଥିବା ମହିଳାଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ: ଦେଖିଲେଣି ୨ ନିୟୁତରୁ ଅଧିକ ଲୋକ

କୋଲକାତା,୧।୮: ପଶ୍ଚିମବଙ୍ଗର ଜଣେ ମହିଳା ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛନ୍ତି। ମହିଳା ଜଣକ ଷ୍ଟେଶନ୍‌ରେ ବସି ଲତା ମଙ୍ଗେସକରଙ୍କ ଦ୍ୱାରା ୧୯୭୨ରେ...

ମାନହାନି ମାମଲାରେ ପୁଣି କୋର୍ଟରେ ହାଜର ହେବେ ରାହୁଲ

ପାଟନା,୬।୭: କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ ଦ୍ୱିତୀୟ ଥର ଲାଗି ରାହୁଲ ଗାନ୍ଧୀ ଏକ ମାନହାନି ମାମଲାରେ କୋର୍ଟରେ ହାଜର ହେବେ। ଶନିବାର...

ପୁଣି ହାଣ ମୁହଁରେ ୧୫ ବରିଷ୍ଠ ଅଧିକାରୀ: ନେଲେ ବାଧ୍ୟତାମୂଳକ ଅବସର

ନୂଆଦିଲ୍ଲୀ,୧୮।୬: ଦୁର୍ନୀତି ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ପୁଣି ମଙ୍ଗଳବାର ନେଇଛନ୍ତି ଦୃଢ଼ ପଦକ୍ଷେପ। ଏଥର ଦୁର୍ନୀତି ତଥା ନିର୍ଯାତନା ଅଭିଯୋଗରେ ୧୫ ବରିଷ୍ଠ...

ଡିଆର୍‌ଡିଓ ଭବନରେ ପୂର୍ବତନ ରାଷ୍ଟ୍ରପତି କଲାମଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୧୫।୧୦: ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବଦୁଲ୍‌ କଲାମଙ୍କ ଜନ୍ମ ବାର୍ଷିକୀ ମଙ୍ଗଳବାର ପାଳିତ ହେଉଛି। ଏହି ଅବସରରେ ଡିଆର୍‌ଡିଓ ଭବନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ,...

Play 250+ Trending Games
Archives

Model This Week

Why Dharitri