ସରକାରୀ ସ୍କୁଲରେ ପ୍ରଥମ ଥର ଶିକ୍ଷକ-ଅଭିଭାବକ ବୈଠକ

ଭୁବନେଶ୍ୱର,୨୯ା୬(ବ୍ୟୁରୋ): ରାଜ୍ୟରେ ଘରୋଇ ସ୍କୁଲ ତୁଳନାରେ ସରକାରୀ ବିଦ୍ୟାଳୟଗୁଡ଼ିକରେ ଲଗାତର ଭାବେ ନିରୁତ୍ସାହଜନକ ଫଳାଫଳ ହେଉଛି। ଉପସ୍ଥାନ ହ୍ରାସ ଏବେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଦେଇଛି। ତେଣୁ ସରକାରୀ ଶିକ୍ଷାଦାନ ବ୍ୟବସ୍ଥାରେ ରହିଥିବା ତ୍ରୁଟି ସୁଧାରିବାକୁ ସରକାର ପ୍ରୟାସ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ରାଜ୍ୟବ୍ୟାପୀ ପ୍ରଥମ ଥର ଲାଗି ସମସ୍ତ ସ୍କୁଲରେ ଶିକ୍ଷକ-ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲରେ ଭଲ ରେଜଲ୍ଟ କରିବା, ଛାତ୍ରୀଛାତ୍ରଙ୍କ ସଫଳତା ହାର କିପରି ବଢ଼ିବ, ପିଲାଙ୍କ ଉପସ୍ଥାନ ବୃଦ୍ଧି ସାଙ୍ଗକୁ ଉତ୍ତମ ଶିକ୍ଷା ଗ୍ରହଣରେ ମାତାପିତାଙ୍କ ଭୂମିକା କ’ଣ ରହିବା ଦରକାର, ସେ ସବୁ ବୈଠକରେ ଆଲୋଚନା ହୋଇଥିଲା। ରାଜଧାନୀର କ୍ୟାପିଟାଲ ହାଇସ୍କୁଲରେ ଅନ୍ୟ ସ୍କୁଲ ଭଳି ପିଲାଙ୍କ ମା’ବାପା ଏକାଠି ହୋଇଥିଲେ। ବୈଠକରେ ଦୀର୍ଘ ସମୟ ଧରି ଶିକ୍ଷୟିତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ମତ ବିନିମୟ ହୋଇଥିଲା। ବିଶେଷକରି ଉପସ୍ଥାନରେ ବାଧା ନ ପହଞ୍ଚିବା ଏବଂ ପିଲାଙ୍କୁ ସ୍କୁଲ ତଥା ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି ଲାଗି ମା’ବାପାଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟବୋଧ ସମ୍ପର୍କରେ ସଚେତନ କରାଯାଇଥିଲା। ଏହି କ୍ରମରେ ଖୋଦ୍‌ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଧ୍ୟ ପୁରୀ ଜିଲା ଗୋପ ବ୍ଲକର ଏକ ସ୍କୁଲରେ ଅନୁଷ୍ଠିତ ଶିକ୍ଷକ-ଅଭିଭାବକ ବୈଠକରେ ଯୋଗଦେଇ ଆଗକୁ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ଗୁରୁତ୍ୱ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜନଗରରେ ବିଜେଡିର ବାଜିମାତ, ଧ୍ରୁବ ବିଜୟୀ

ରାଜନଗର, ୨୩।୫(ଡି.ଏନ୍‌.ଏ.)- ରାଜନଗର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଧ୍ରୁବ ଚରଣ ସାହୁ କଂଗ୍ରେସର ଅଂଶୁମାନ ମହାନ୍ତିଙ୍କୁ ହରାଇ ବିଜୟୀ ହୋଇଛନ୍ତି। ଧ୍ରୁବ ପ୍ରାୟ ୧୬,୭୨୫...

ହାଇକୋର୍ଟଙ୍କ ନିର୍ଦ୍ଦେଶ: ‘କୋଭିଡ୍‌ରେ ନିଯୁକ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ବାହାର କରନାହିଁ’

କଟକ ଅଫିସ,୭।୧:ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞାପନ ଅନୁଯାୟୀ ନିଯୁକ୍ତି ପାଇଥିବା କର୍ମଚାରୀଙ୍କୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଚାକିରିରୁ ବାହାର କରାଯାଇ ପାରିବ ନାହିଁ...

ପାଠ୍ୟପୁସ୍ତକରେ ବାଲୁକା ଶିଳ୍ପୀ ସୁଦର୍ଶନ

ପୁରୀ ଅଫିସ, ୯ା୧୨:ବାଲୁକା କଳାକୁ ନେଇ ଓଡ଼ିଶାର ଯେଉଁ କେତେଜଣ ବେଶ୍‌ ପ୍ରସିଦ୍ଧି ଲାଭ କରିଛନ୍ତି ସେମାନଙ୍କ ମଧ୍ୟରୁ ପ୍ରମୁଖ ହେଉଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ...

ଆଇଟିଆଇ ୩ ବର୍ଷର ପରୀକ୍ଷାଫଳ ପ୍ରକାଶିତ

ଭଦ୍ରକ ଅଫିସ,୧।୧-ଏନ୍‌ସିଭିଟି ନୂଆଦିଲ୍ଲୀ ଅଧୀନରେ ଥିବା ଆଇଟିଆଇ ୨୦୧୮-୨୦, ୨୦୧୯-୨୧ ଓ ୨୦୨୦-୨୨ ବ୍ୟାଚ୍‌ର ପରୀକ୍ଷାଫଳ ଗୁରୁବାର ପ୍ରକାଶ ପାଇଛି। ଏହି ୩ ବର୍ଷ କୋଭିଡ଼...

ବାଲେଶ୍ୱରରେ ଶିଳ୍ପ ସମୀକ୍ଷା କରୁଛନ୍ତି ଅସିତ ତ୍ରିପାଠୀ

ବାଲେଶ୍ୱର ଅଫିସ ୨୩।୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀ ମଙ୍ଗଳବାର ବାଲେଶ୍ୱର ଗସ୍ତରେ ଅଛନ୍ତି। ବାଲେଶର, ଭଦ୍ରକ ଏବଂ ମୟୂରଭଞ୍ଜ ତିନୋଟି...

ଅଜଣା ରୋଗରେ ଛାତ୍ରଙ୍କ ମୃତ୍ୟୁ

ମାଥିଲି/ ମାଲକାନଗିରି,୧୪ା୯ (ଡି.ଏନ୍‌.ଏ.): ଗତ ଦୁଇ ସପ୍ତାହ ଧରି ମାଲକାନଗିରି ଜିଲା ମାଥିଲି ବ୍ଲକ ସାଲିମି ପଞ୍ଚାୟତର ହଳଦୀକୁଣ୍ଡ ଗ୍ରାମରେ ଅଜଣା ରୋଗ ବ୍ୟାପିଛି। ତେବେ...

ଜୁନ୍‌ ୮ରୁ ଓଜେଇଇ ଅନ୍‌ଲାଇନ୍‌ ପରୀକ୍ଷା

ଭୁବନେଶ୍ୱର,୨୪।୫(ବ୍ୟୁରୋ)-ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ)ର ଅନ୍‌ଲାଇନ୍‌ ପରୀକ୍ଷା ଆସନ୍ତା ଜୁନ୍‌ ୮ ଓ ୯ରେ ଅନୁଷ୍ଠିତ ହେବ। ୮ତାରିଖରେ ଏମ୍‌.ଟେକ୍‌, ଏମ୍‌.ଆର୍କ, ଏମ୍‌ସିଏ, ଏଲ୍‌ଇ-ଏମ୍‌ସିଏ, ଏମ୍‌.ଫାର୍ମ,...

ନାବାଳିକାଙ୍କୁ ବିବାହ ପରେ ଯୌତୁକ ନିର୍ଯାତନା: ସ୍ବାମୀ ଗିରଫ, ଶାଶୁ, ଶ୍ୱଶୁର, ଦିଅର ଫେରାର

ପୁରୁଷୋତ୍ତମପୁର,୧୯ା୯(ଡି.ଏନ.ଏ.)- ସରକାର ବାଲ୍ୟ ବିବାହ ରୋକିବା ଲାଗି ସ୍ବତନ୍ତ୍ର ଆଇନ ପ୍ରଣୟନ କରିଛନ୍ତି। ବିବାହ କରୁଥିବା ଅଧିକାରୀ ଓ ବିବାହ ପଞ୍ଜିକୃତ ଅଧିକାରୀଙ୍କୁ ଉଭୟ ବର...

Advertisement
Archives

Model This Week