ସରକାରୀ ବିଭାଗ ସହ ନିର୍ଦ୍ଦେଶାଳୟ ମିଶ୍ରଣ ପ୍ରସଙ୍ଗ:ପ୍ରଶାସନିକ ତତ୍ପରତା ଆରମ୍ଭ

ଭୁବନେଶ୍ୱର,୪-୯(ବ୍ୟୁରୋ):ରାଜ୍ୟରେ ଥିବା ସରକାରୀ ବିଭାଗ ଓ ସଂପୃକ୍ତ ନିର୍ଦ୍ଦେଶାଳୟଗୁଡିକର ମିଶ୍ରଣ କରାଯିବ। ଏହି ମିଶ୍ରଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି। ସେହିକ୍ରମରେ ବୁଧବାର ସଚିବାଳୟରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ(ଜିଏ ଏଣ୍ଡ ପିଜି) ବିଭାଗ ସଚିବ, ଅର୍ଥ ସଚିବ, ନିର୍ମାଣ ବିଭାଗ ସଚିବ ଏବଂ ଇ ଏଣ୍ଡ ଆଇଟି ସଚିବ ଯୋଗଦେବେ।
ଏହି ବୈଠକ ପୂର୍ବରୁ ଅର୍ଥାତ୍‌ ଗତ ଅଗଷ୍ଟ ୩୦ରେ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ବିଭାଗ ସଚିବଙ୍କୁ ପ୍ରକିୟା ତ୍ୱରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ୭ଟି ବିଷୟକୁ ପ୍ରାଥମିକତା ଦିଆଯାଇଛି। କେଉଁ ବିଭାଗ ଅଧୀନରେ କେଉଁ ନିର୍ଦ୍ଦେଶାଳୟର ସମ୍ମିଶ୍ରଣ ହେବ, ସେ ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଉ। ଜିଏ ଏଣ୍ଡ ପିଜି ପକ୍ଷରୁ ମିଶ୍ରଣ ହେବାକୁ ଥିବା ନିର୍ଦ୍ଦେଶାଳୟଗୁଡିକର ତାଲିକା ଇ ଏଣ୍ଡ ଆଇଟି ବିଭାଗ ଏବଂ ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର(ଓସିଏସି)କୁ ପ୍ରଦାନ କରାଯିବ। ସଚିବାଳୟ ପଛପାଖରେ ଥିବା ବିଭାଗୀୟ ମୁଖ୍ୟ ଦପ୍ତର(ନ’ତାଲା)ରେ କାର୍ଯ୍ୟକ୍ଷମ ନିର୍ଦ୍ଦେଶାଳୟକୁ ତୁରନ୍ତ ମିଶ୍ରଣ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହା ପରେ ନ’ ତାଲା ବ୍ୟତୀତ ଭୁବନେଶ୍ୱରର ଅନ୍ୟ ସ୍ଥାନରେ ଥିବା ନିର୍ଦ୍ଦେଶାଳୟଗୁଡିକୁ ସରକାରୀ ଓସୱାସ ବ୍ୟବସ୍ଥାର ସମ୍ପ୍ରସାରଣ କରାଯାଉ। ଓସିଏସ୍‌ସି ଆବଶ୍ୟକ ଅନୁସାରେ ଓସୱାସକୁ ଟ୍ରାନ୍ସଫର କରୁ। ବିଭାଗ ସହ ମିଶ୍ରଣ ହେଉଥିବା ସଂପୃକ୍ତ ନିର୍ଦ୍ଦେଶାଳୟଗୁଡିକ କମ୍ପ୍ୟୁଟର ଏବଂ ତତ୍‌ ସମ୍ବଦ୍ଧୀୟ ଉପକରଣ ବ୍ୟବସ୍ଥା କରିବେ। ଏଥିସହିତ ଓସୱାସ ସମ୍ପ୍ରସାରଣ ପାଇଁ ଆବଶ୍ୟକ ଅତିରିକ୍ତ ସର୍ଭର,ଷ୍ଟୋରେଜ୍‌ ଏବଂ ରିସର୍ଚ୍ଚ ସପୋର୍ଟ ଓସିଏସ୍‌ସି ବ୍ୟବସ୍ଥା କରିବ ବୋଲି ଜଣାପଡିଛି। ଅପରପକ୍ଷରେ ସଚିବାଳୟ ଏବଂ ବିଭାଗୀୟ ମୁଖ୍ୟ ଦପ୍ତରଗୁଡିକରେ ବିଭିନ୍ନ ଆଶଙ୍କା ପ୍ରକାଶ ପାଇଛି। କିଏ ଏହା ଦ୍ୱାରା ପ୍ରଶାସନିକ ମାନର ହ୍ରାସ ଘଟିବା ନେଇ ଆଶଙ୍କା କରୁଥିବାବେଳେ, ଅନ୍ୟ କେତେକ ନିଜ କ୍ୟାଡର ଭବିଷ୍ୟତ ନେଇ ଚିନ୍ତା ପ୍ରକଟ କରୁଛନ୍ତି। କେତେ ଜଣ ବରିଷ୍ଠ କର୍ମଚାରୀଙ୍କ ମତ ଅନୁଯାୟୀ, ଏହି ମିଶ୍ରଣ ଦ୍ୱାରା ବିଭାଗୀୟ ମୁଖ୍ୟ ଦପ୍ତରଗୁଡିକରେ ଥିବା ମିନିଷ୍ଟରିଆଲ କ୍ୟାଡର ପଦବୀଗୁଡିକ ଉଚ୍ଛେଦ ହୋଇଯିବ। ସମସ୍ତ କ୍ଷମତା ସଚିବାଳୟ କ୍ୟାଡରଗୁଡିକ ହାତରେ ରହିବ। ତେଣୁ ନିଷ୍ପତ୍ତିର ପୁନଃବିଚାର ନେଇ କର୍ମଚାରୀ ମହଲରେ ଦସ୍ତଖତ ଅଭିଯାନ ଚାଲୁଥିବା ଜଣାପଡିଛି।
ସାରା ଦେଶରେ ସରକାରୀ କାର୍ଯ୍ୟକ୍ରମ ତ୍ରିସ୍ତରୀୟ ବ୍ୟବସ୍ଥା(ଜିଲା ପ୍ରଶାସନ-ନିର୍ଦ୍ଦେଶାଳୟ-ସର୍ବୋଚ୍ଚ ପ୍ରଶାସନିକ ବିଭାଗ) ଦ୍ୱାରା କାର୍ଯ୍ୟକାରୀ ହେଉଛି। ହେଲେ ଓଡ଼ିଶାରେ ଏହି ପୁରାତନ ବ୍ୟବସ୍ଥାକୁ ଉଚ୍ଛେଦ କରି ଦ୍ୱିସ୍ତରୀୟ ବ୍ୟବସ୍ଥା କରାଯାଉଛି। ତେଣୁ ଏହା କେତେଦୂର ଫଳପ୍ରଦ ହେବ ତାହା ଏବେଠୁ ଆକଳନ କରିହେବ ନାହିଁ ବୋଲି ସମୀକ୍ଷକମାନେ ମତ ଦେଇଛନ୍ତି। ହେଲେ ଆଗାମୀ ଦଶନ୍ଧି ମଧ୍ୟରେ ରାଜ୍ୟରେ ଥିବା ପ୍ରାୟ ୪୦,୦୦୦ରୁ ଅଧିକ ସରକାରୀ ପଦବୀ ହ୍ରାସ ପାଇବ ବୋଲି କେତେକ ବରିଷ୍ଠ କର୍ମଚାରୀ ମତ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ନିର୍ଦ୍ଦେଶାଳୟଗୁଡିକର କାର୍ଯ୍ୟଧାରାକୁ ଅଧିକ ବ୍ୟବସ୍ଥାପିତ କରିବା ସହ, ନିଷ୍ପତ୍ତି ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ଲକ୍ଷ୍ୟରେ ବିଭାଗ-ନିର୍ଦ୍ଦେଶାଳୟର ସମ୍ମିଶ୍ରଣ ସଂକ୍ରାନ୍ତରେ ଏକ ସଂକଳ୍ପ ପତ୍ର ଗତ ଅଗଷ୍ଟ ୨୧ରେ ଜିଏ ଏଣ୍ଡ ପିଜି ପକ୍ଷରୁ ପ୍ରକାଶ ପାଇଥିଲା। ସରକାରୀ ନିଷ୍ପତ୍ତି ଅନୁଯାୟୀ, ବିଭାଗ ଓ ବିଭାଗୀୟ ମୁଖ୍ୟ ଦପ୍ତରକୁ ସୁବିଧାନୁଯାୟୀ ଏକ ଛାତ ତଳେ ଅବସ୍ଥାପିତ କରାଯିବ। ସଚିବାଳୟର ଓସୱାସକୁ ନିର୍ଦ୍ଦେଶାଳୟକୁ ସମ୍ପ୍ରସାରଣ କରାଯିବ, ପୂର୍ବପରି ନିର୍ଦ୍ଦେଶାଳୟଗୁଡିକରେ ପୁନଃସମୀକ୍ଷା ହେବ ନାହିଁ। ଉଭୟ ବିଭାଗ-ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ପ୍ରତିଷ୍ଠାନ, ନିର୍ଗମନ, ହିସାବ ଓ ରୋକଡ ପ୍ରଭୃତି ଶାଖାକୁ ମିଶ୍ରଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀଣୀ ଭାବେ ଦାୟିତ୍ଵ ଗ୍ରହଣ କଲେ ସୁଚିତ୍ରା ପାଣିଗ୍ରାହୀ, କହିଦେଲେ ବଡ଼ କଥା

ଛତ୍ରପୁର,୨୪।୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ନୂତନ ଶିକ୍ଷା ଅଧିକାରୀଣୀ (ବି.ଇ.ଓ.) ଭାବେ ସୁଚିତ୍ରା କୁମାରୀ ପାଣିଗ୍ରାହୀ ଦାୟିତ୍ଵ ଗ୍ରହଣ କରିଛନ୍ତି। ସେ ୨୦୨୧ ବ୍ୟାଚର…

ଦୁଇ ମାସ ନପୂରୁଣୁ ଭାଙ୍ଗିଲା ଗାଡୱାଲ, ରାସ୍ତା ଦବିବାକୁ ନେଇ ଅସନ୍ତୋଷ ଲୋକେ

ଗଞ୍ଜାମ,୨୪।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହରର ଅଧିକାଂଶ ୱାର୍ଡ ବା ସାହିରେ ନିର୍ମାଣ ହୋଇଛି ଫେବର ବ୍ଲକ ରାସ୍ତା । ଆଉ କିଛି ସାହିରେ ବର୍ତ୍ତମାନ ମଧ୍ୟ…

ପାକିସ୍ତାନରେ ପଶିଲା ଭାରତୀୟ ବିମାନ! ଇସଲାମାବାଦରେ ହଲଚଲ୍, ଯାତ୍ରୀ…

ଇସଲାମବାଦ,୨୪।୬: ଗତ ସୋମବାର ରାତିରେ, ଦିଲ୍ଲୀରୁ ଅମୃତସର ଯାଉଥିବା ଏକ ଏୟାର ଇଣ୍ଡିଆ ବିମାନ (AI-479) ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ତା’ର ନିର୍ଦ୍ଧାରିତ ପଥରୁ ବାହାରି…

ଖାମେନେଇଙ୍କ ଅନ୍ତିମ ସଂସ୍କାର ପାଇଁ ମୋଦିଙ୍କୁ ନିମନ୍ତ୍ରଣ, ଯୋଗଦେବେକି ପ୍ରଧାନମନ୍ତ୍ରୀ?

ତେହରାନ୍‌,୨୪ା୬: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ଆମେରିକା-ଇସ୍ରାଏଲ ଆକ୍ରମଣରେ ପ୍ରାଣ ହରାଇଥିଲେ। ତାଙ୍କର ମୃତ୍ୟୁ ଫେବୃଆରୀ ୨୮ ତାରିଖରେ ହୋଇଥିଲା। ତାଙ୍କର ଅନ୍ତିମ ସଂସ୍କାର…

ୟୁକାଲିପଟାସ୍‌ ଚାଷ ନିଷିଦ୍ଧ ପାଇଁ କୋରାପୁଟ ଡିଏଫ୍‌ଓଙ୍କୁ ତଦନ୍ତ ନିର୍ଦ୍ଦେଶ

କୋରାପୁଟ,୨୪ା୬(ଅମିତାଭ ବେହେରା): କୋରାପୁଟର ତଫସିଲଭୁକ୍ତ ଅଞ୍ଚଳରେ ବଢ଼ୁଥିବା ୟୁକାଲିପଟାସ୍‌ ଚାଷକୁ ନେଇ ଉଠିଥିବା ଅଭିଯୋଗ ପ୍ରତି ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏହି ଚାଷ ଉପରେ…

ସରକାରଙ୍କ ବଡ଼ ଘୋଷଣା, ପ୍ରତିବର୍ଷ ୫ ଲକ୍ଷ ଶିଶୁଙ୍କୁ ଦେବେ ସୁନା ମୁଦି

ଚେନ୍ନାଇ,୨୪ା୬ : ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ନେତୃତ୍ୱରେ ତାମିଲନାଡୁ ସରକାର ପ୍ରତିଦିନ ନୂଆ ନୂଆ ନିଷ୍ପତ୍ତି ନେଉଛନ୍ତି । ସରକାର ଏବେ ପ୍ରତ୍ୟେକ ନବଜାତ ଶିଶୁକୁ…

ବାସୁଦେବପୁରରେ ହତ୍ୟାକାଣ୍ଡ: ଝିଆରୀଙ୍କୁ ପିଟିପିଟି ମାରିଦେଲେ ଦାଦା, ପୂରା ଘଟଣା ଜାଣିଲେ…

ବାସୁଦେବପୁର,୨୪ା୬(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ପୌରାଞ୍ଚଳର ଭୈରବପୁର ଗ୍ରାମରେ ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। ଲୁଗା ଶୁଖାଇବା ପାଇଁ ପୋତିଥିବା ବାଉଁଶକୁ ନେଇ ଘଟିଛି ଘଟଣା।…

ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କାଦେଲା ବୋଲେରୋ, ପୁଣି ପଛପଟୁ ଧକ୍କାଦେଲା ଆଉ ଏକ ଟ୍ରକ୍‌, ତା’ପରେ…

ବଞ୍ଚୋ,୨୪ା୬(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ରିଙ୍ଗ ରୋଡ୍‌ରେ ବୁଧବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ବୋଲେରୋ ଗୋଟିଏ ବାଇକ୍‌କୁ ଧକ୍କାଦେବା ପରେ ବାଇକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri