ସରକାରୀ ପିଆଜ ଦର ଦର୍ଶାଇଲା ବିଭାଗ

ଭୁବନେଶ୍ୱର,୯ା୧୧(ବ୍ୟୁରୋ): ରାଜ୍ୟରେ ପିଆଜ ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। କିଛିଦିନ ତଳେ ସମାନ ସ୍ଥିତି ଉପୁଜିବା କାରଣରୁ ଲୋକଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଏଥିଲାଗି ସରକାରଙ୍କୁ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡିଥିଲା। ଏହାର ଦିନ କେଇଟା ପରେ ପୁନର୍ବାର ପିଆଜ ଦର ବୃଦ୍ଧି ପାଇବା ଯୋଗୁ ଲୋକଙ୍କ ସମସ୍ୟା ବଢାଇଦେଇଛି। ଫଳରେ ପିଆଜ ଦର ନିୟନ୍ତ୍ରିତ ରଖିବା ପାଇଁ ସରକରଙ୍କ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଚାଷୀଙ୍କଠାରୁ ପିଆଜ କିଣି ବିନା ଲାଭ, ବିନା କ୍ଷତିରେ ଲୋକଙ୍କୁ ପହଞ୍ଚାଇବା ଲାଗି ୨ଦିନ ତଳେ ସରକାର ଜିଲାପାଳ ଏବଂ ଜିଲା ଖାଦ୍ୟ ଯୋଗାଣ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଶୁକ୍ରବାର ଯୋଗାଣ ବିଭାଗ ପିଆଜ ଦର କେଉଁଠାରେ କେତେ ଟଙ୍କାରେ ଯୋଗାଯାଉଛି ତା’ର ରିପୋର୍ଟ ପ୍ରଦାନ କରିଛିି। ସରକାରୀ ରିପୋର୍ଟ ଅନୁଯାୟୀ, କଟକରେ କିଲୋ ପିଛା ୪୯ ଟଙ୍କା, ଅନୁଗୋଳରେ ୫୫ଟଙ୍କା, ସମ୍ବଲପୁରରେ ୫୨ଟଙ୍କା, ବଲାଙ୍ଗୀରରେ ୫୫ଟଙ୍କା, ଝାରସୁଗୁଡ଼ାରେ ୫୮ ଟଙ୍କା, ଖୋର୍ଦ୍ଧାରେ ୫୦ଟଙ୍କା, ବାରିପଦାରେ ୫୦ ଟଙ୍କା, ଢେଙ୍କାନାଳରେ ୪୮ ଟଙ୍କା, ଭଦ୍ରକରେ ୪୮ ଟଙ୍କା, ନୂଆପଡ଼ାରେ ୫୦ ଟଙ୍କା, ଜୟପୁରରେ ୫୨ ଟଙ୍କା, ବ୍ରହ୍ମପୁରରେ ୪୨ ଟଙ୍କା, ଭବାନୀପାଟଣାରେ ୫୫ଟଙ୍କା, ବାଲେଶ୍ବରରେ ୫୨ଟଙ୍କା, କେନ୍ଦ୍ରାପଡ଼ାରେ ୫୫ଟଙ୍କା, କେନ୍ଦୁଝରରେ ୫୨ଟଙ୍କା ଏବଂ ରାୟଗଡ଼ାରେ କେଜି ପ୍ରତି ୪୩ ଟଙ୍କାରେ ପିଆଜ ବିକ୍ରି କରାଯାଉଛି ବୋଲି ବିଭାଗ ସୂଚନା ଦେଇଛି। ସୂଚନାଯୋଗ୍ୟ ଯେ, ସରକାର ବିନା କ୍ଷତି ଓ ଲାଭରେ ସୁଲଭ ମୂଲ୍ୟ ଦୋକାନ ଏବଂ ମୈତ୍ରୀ ଷ୍ଟୋରରେ ପିଆଜ ବିକ୍ରି କରିବା ପାଇଁ କହିଛନ୍ତି। ଗୁରୁବାରଠାରୁ ଜିଲାଗୁଡ଼ିକରେ ସୁଲଭ ମୂଲ୍ୟ ଦୋକାନରେ ପିଆଜ ବିକ୍ରି ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri