ସରକାରଙ୍କୁ ମିଳିଲା ସ୍ବିସ୍‌ ବ୍ୟାଙ୍କ ଜମାକାରୀଙ୍କ ତାଲିକା: ଖୋଲିବ କଳାଧନ କୁବେରଙ୍କ ଗୁମର

ବର୍ନ/ନୂଆଦିଲ୍ଲୀ,୭।୧୦: ବିଦେଶରେ କଳାଧନ ରଖିଥିବା ଜମାକାରୀଙ୍କ ଏକ ତାଲିକା ଭାରତ ସରକାରଙ୍କ ହସ୍ତଗତ ହୋଇଛି। ଏହି ମାମଲାରେ ମୋଦି ସରକାରଙ୍କୁ ଏକ ବଡ଼ ସଫଳତା ମିଳିଥିବା କୁହାଯାଉଛି। ସ୍ବିଜରଲାଣ୍ଡ ସରକାର ଭାରତ ସରକାରଙ୍କୁ ସ୍ବିସ ବ୍ୟାଙ୍କରେ ଅର୍ଥ ଜମା ରଖିଥିବା ଭାରତୀୟଙ୍କର  ତାଲିକା ପ୍ରଦାନ କରିଛନ୍ତି। ଏହି ତାଲିକାରେ ରହିଛି ଜମାକାରୀଙ୍କ ନାମ, ଠିକଣା, ଆକାଉଣ୍ଟ ନମ୍ବର, ନାଗରିକତ୍ବ ଥିବା ଦେଶ ଓ ଟିକସ ନମ୍ବର ଇତ୍ୟାଦି। ଏହି ତଥ୍ୟ ମିଳିବା ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରକାରୀ ଏଜେନ୍ସି ପକ୍ଷରୁ କୁହାଯାଇଛି। କେବଳ ଭାରତ ନୁହେଁ, ମୋଟ ୭୫ଟି ଦେଶକୁ ସ୍ବିଜରଲାଣ୍ଡ ଏହି ସୂଚନା ପ୍ରଦାନ କରିଛି। ଅନ୍ୟପଟେ ଏହାର ପରବର୍ତ୍ତୀ ତାଲିକା ୨୦୨୦ରେ ଭାରତକୁ ଦିଆଯିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଡେଥ୍‌ ଚ୍ୟାମ୍ବରରେ ୬ କୋଟି ଲୋକ: ମୃତ୍ୟୁକୁ ଅପେକ୍ଷା !

ବେଜିଂ,୧୭।୨: କରୋନା ଭୁତାଣୁ ଯୋଗୁ ଚାଇନାରେ ସଙ୍କଟ ସୃଷ୍ଟି ହୋଇଛି। ହୁବେଇ ପ୍ରଦେଶରେ କରୋନା ଯୋଗୁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଏହି ପ୍ରଦେଶର ଅଧିକ...

‘ଅପରେଶନ୍‌ ମା’: ଆତଙ୍କବାଦ ଛାଡ଼ି ଘର ବାହୁଡ଼ିଛନ୍ତି ୫୦ ଯୁବକ

ଶ୍ରୀନଗର,୨୮।୧: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ଶେଷ ହେବାକୁ ଯାଉଛି। ପୁଣି ଏଠାରେ ଶାନ୍ତି ଫେରି ଆସୁଛି ବୋଲି ଲ୍ୟୁଟନାଟ୍‌ ଜେନେରାଲ କନଓ୍ବଲ୍‌ଜିତ୍‌ ସିଂ ଧିଲୋନ କହିଛନ୍ତି। ଇତିମଧ୍ୟରେ...

ମହମବତୀ ଆଲୋକରେ ଭୋଟ ଦେଲେ ଭୋଟର

ପୁଣେ,୨୧।୧୦: ମହାରାଷ୍ଟ୍ରରେ ୨୮୮ ବିଧାନସଭା ଆସନ ପାଇଁ ଭୋଟିଂ ଜାରି ରହିଛି। ପୁଣେର ଶିବାଜୀନଗର ମତଦାନ କେନ୍ଦ୍ରରେ ବିଦ୍ୟୁତ୍‌ ଆଲୋକ ଚାଲିଯିବାରୁ ଏକ ଅଭାବନୀୟ ପରିସ୍ଥିତି...

ଆସାମ ଏନ୍‌ଆର୍‌ସି ଚୂଡ଼ାନ୍ତ ତାଲିକା ପ୍ରକାଶ: ୧୯ ଲକ୍ଷ ୬ ହଜାର ୬ଶହ ୫୭ଙ୍କ ନାମ ନାହିଁ

ଗୁଆହାଟୀ,୩୧।୮: ଆସାମ ଏନ୍‌ଆର୍‌ସି ଚୂଡ଼ାନ୍ତ ତାଲିକା ଶନିବାର ପ୍ରକାଶ ପାଇଛି। ତାଲିକାରେ ୩ କୋଟି ୧୧ ଲକ୍ଷ ୨୧ ହଜାର ୪ ଜଣଙ୍କୁ ସାମିଲ୍‌ କରାଯାଇଛି।...

ଇରାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ସାକ୍ଷାତ୍‌ କଲେ ରାଜନାଥ

ତେହେରାନ,୬।୯: ପ୍ରତିରକ୍ଷମାନ୍ତ୍ରୀ ରାଜନାଥ ସିଂ ରବିବାର ଇରାନ ପ୍ରତିରକ୍ଷାମନ୍ତ୍ରୀ ବ୍ରିଗେଡିୟର ଜେନରାଲ ଅମିର ହତାମିଙ୍କୁ ତେହରାରେ ସାକ୍ଷାତ୍‌ କରିଛନ୍ତି। ଉଭୟଙ୍କ ବୈଠକକୁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି...

୩ ଦିନିଆ ଫ୍ରାନ୍ସ ଗସ୍ତରେ ପ୍ରତିରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୭।୧୦: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ୩ ଦିନିଆ ଫ୍ରାନ୍ସ ଗସ୍ତରେ ସୋମବାର ନୂଆଦିଲ୍ଲୀ ଛାଡିଛନ୍ତି। ସେଠାରେ ରାଫେଲକୁ ନେଇ ଅନୁଷ୍ଠିତ ହେବାକୁ ଥିବା ଆନୁଆଲ ଡିଫେନ୍ସ...

ଶିବସେନା ନେତାଙ୍କୁ ହତ୍ୟା

ମୁମ୍ବାଇ,୧୭।୩(ପି.ଟି.):ମହାରାଷ୍ଟ୍ରର ଅହମଦନଗର ଜିଲାରେ ଶିବସେନାର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ରବିବାର...

ହନୁମାନ ଚାଳିଶା ପାଠୋତ୍ସବରେ ଯୋଗ ହେବାରୁ ମୁସଲମାନ ମହିଳାଙ୍କୁ ଘର ଛାଡିବାକୁ କହିଲେ ମାଲିକ

କୋଲକାତା,୧୮।୭: ସାମୁହିକ ହନୁମାନ ଚାଳିଶା ପାଠରେ ଯୋଗ ଦେଇଥିବା ଭାଜପା ନେତା ଇଶରତ ଜହାଁଙ୍କୁ ଏବେ ହିନସ୍ତା ହେବାକୁ ପଡିଛି। ସେ ଯେଉଁ ଘରେ ଭଡାରେ...

Coronavirus Update


Archives

Model This Week

Why Dharitri