ସରକାରଙ୍କୁ ବରିଷ୍ଠ ନାଗରିକଙ୍କ ଚିନ୍ତା:ପ୍ରତି ବ୍ଲକ୍‌ରେ ହେବ ଡେ’ କେୟାର ସେଣ୍ଟର

ଭୁବନେଶ୍ୱର, ୨-୯(ବ୍ୟୁରୋ):ବରିଷ୍ଠ ନାଗରିକଙ୍କ ପାଇଁ ଆଶ୍ରୟସ୍ଥଳୀ, ସ୍ବାସ୍ଥ୍ୟସେବା, ସୁରକ୍ଷା ସାଙ୍ଗକୁ ନିଃସଙ୍ଗତା ଦୂର କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଆଗାମୀ ଦିନରେ ପ୍ରତି ଜିଲାରେ ଜରାନିବାସ ଓ ପୁନର୍ବାସ କେନ୍ଦ୍ର କାର୍ଯ୍ୟକ୍ଷମ ହେବା ସହ ପ୍ରତି ବ୍ଳକ୍‌ରେ ବୟସ୍କମାନଙ୍କ ନିମନ୍ତେ ‘ଡେ’ କେୟାର ସେଣ୍ଟର’ ପ୍ରତିଷ୍ଠା କରିବାକୁ ଯୋଜନା ରହିଥିବା ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା।
ଅନ୍ତର୍ଜାତୀୟ ବୟସ୍କ ଦିବସ ଉପଲକ୍ଷେ ମଙ୍ଗଳବାର ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ବିଭିନ୍ନ ଯୋଜନାରେ ରାଜ୍ୟର ୩୧ଲକ୍ଷ ବରିଷ୍ଠ ନାଗରିକ ଉପକୃତ ହେଉଥିବା କହିଥିଲେ। ସାମାଜିକ ସୁରକ୍ଷା ପେନ୍‌ସନ୍‌କୁ ସାର୍ବଜନୀନ କରାଯାଇ ସମସ୍ତ ଅସହାୟ ବୃଦ୍ଧାବୃଦ୍ଧଙ୍କୁ ଏଥିରେ ସାମିଲ କରାଯାଉଥିବା ବିଭାଗୀୟ ସଚିବ ଭାସ୍କରଜ୍ୟୋତି ଶର୍ମା କହିଥିଲେ। କାର୍ଯ୍ୟକ୍ରମରେ ପୋଲିସ କମିଶନର ଡ. ସୁଧାଂଶୁ ଷଡଙ୍ଗୀ ଯୋଗଦେଇ ବରିଷ୍ଠ ନାଗରିକଙ୍କ ପାଇଁ ପୋଲିସ୍‌ ପକ୍ଷରୁ ‘ସହାୟତା’ ନାମରେ ଏକ ନିଃଶୁଳ୍କ ଆପ୍‌ ଏବଂ ପ୍ରତି ରବିବାର ଅପରାହ୍ନରେ ସବୁ ଥାନାରେ ସେମାନଙ୍କ ସମସ୍ୟା ସମ୍ପର୍କରେ ପୋଲିସ ଆଲୋଚନା କରୁଥିବା କହିଥିଲେ। ଭୁବନେଶ୍ୱରର ପ୍ରତି ୱାର୍ଡରେ ଗୋଟିଏ ଲେଖାଏ ‘ଡେ’ କେୟାର ସେଣ୍ଟର’ ସାଙ୍ଗକୁ ପାର୍କଗୁଡ଼ିକରେ ‘ଜିମ୍‌’ ଖୋଲାଯିବ ବୋଲି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ କହିଥିଲେ। ଏହି ଅବସରରେ ବରିଷ୍ଠ ନାଗରିକଙ୍କୁ ସେବା ପ୍ରଦାନ କ୍ଷେତ୍ରରେ ଶ୍ରେଷ୍ଠ ସଂଗଠକ ଭାବେ କଟକ ବରିଷ୍ଠ ମହାସଭା, ବିଭିନ୍ନ କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ନିମନ୍ତେ ରାୟଗଡାର ଗୋଲକନାଥ ବେହେରା, ଫୁଲବାଣୀର ଦେବାନନ୍ଦ ପାତ୍ର, ବଲାଙ୍ଗୀରର ନରସିଂହ ପ୍ରସାଦ ଗୁରୁ ଓ ବରିଷ୍ଠ ନାଗରିକଙ୍କୁ ସେବାରେ ବ୍ୟକ୍ତିଗତ ଉଦ୍ୟମ ପାଇଁ ଖୋର୍ଦ୍ଧା ଜିଲାର ନଗେନ୍ଦ୍ର ମିଶ୍ରଙ୍କୁ ‘ବୟୋଜ୍ୟେଷ୍ଠ ସମ୍ମାନ’ ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଚୋରି ଘଟଣା: ୨ ଗିରଫ

ଆଳି, ୨୬।୯ (ଡି.ଏନ୍‌.ଏ.): ଆଳି ଥାନା ଅଧୀନ ଭରତପୁର ଗ୍ରମର ଦୁଇ ଜଣଙ୍କ ଘରୁ ହୋଇଥିବା ସଶସ୍ତ୍ର ଡକାୟତି ଘଟଣାରେ ପୋଲିସ ଆଉ ଦୁଇ ଜଣଙ୍କୁ...

ଡେଲାଙ୍ଗରେ ଲୁଣାର ଉଗ୍ରରୂପ

ପୁରୀ ଅଫିସ/କଣାସ/ଡେଲାଙ୍ଗ/ନିମାପଡ଼ା (ସ୍ବ.ପ୍ର./ଡି.ଏନ୍‌.ଏ), ୨ା୯ : ଦୟା, ରାଜୁଆ, ଭାର୍ଗବୀ, ଧନୁଆ ପରେ ଏବେ ପୁରୀ ଜିଲାରେ ଲୁଣା ନଦୀ ଉଗ୍ରରୂପ ଧାରଣ କରିଛି। ଲୁଣା...

ଶ୍ରେଣୀଗୃହରେ ଶିକ୍ଷୟିତ୍ରୀଙ୍କୁ କଟୁରିରେ ଆକ୍ରମଣ

ନିଆଳି, ୨ା୭(ଡି.ଏନ୍‌.ଏ.): ନିଆଳି ଥାନା ଅନ୍ତର୍ଗତ ବିନିଶିପୁର ପଞ୍ଚାୟତ ଆମ୍ବାପଡ଼ା ପ୍ରାଥମିକ ବିଦ୍ୟାଳୟରେ ସୋମବାର ପୂର୍ବାହ୍ନରେ ପାଠପଢ଼ା ଚାଲିଥିବାବେଳେ ଆତଙ୍କ ଖେଳିଯାଇଥିଲା। କାରଣ ବିଭୂତି ମହାନ୍ତି(୪୩)...

ଧୁମଧାମରେ ପାଳନ ହେଲା ଇଦ

ଭୁବନେଶ୍ୱର,୧୩।୮(ବ୍ୟୁରୋ): ରାଜଧାନୀରେ ଥିବା ମସ୍‌ଜିଦ୍‌ଗୁଡ଼ିକରେ ସୋମବାର ଧୁମ୍‌ଧାମ୍‌ରେ ପାଳିତ ହୋଇଛି ମୁସଲମାନ ସମ୍ପ୍ରଦାୟର ଦ୍ୱିତୀୟ ବଡ଼ ପର୍ବ ଇଦ୍‌-ଉଲ୍‌-ଜୁହା। ବର୍ଷା ସତ୍ତ୍ୱେ ଦିନତମାମ ମସ୍‌ଜିଦ୍‌ରେ ଉତ୍ସବର...

ଆଇପିଏସ୍‌ ଅଫିସରଙ୍କୁ ଠକିଦେଲେ ବିଲ୍ଡର: ଘର ଦେବାକୁ କହି ନେଇଗଲେ ୩ଲକ୍ଷ

ଭୁବନେଶ୍ୱର,୫ା୭ (ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଜମି ଓ ଘର କିଣାବିକାକୁ ନେଇ ବଡ଼ ବଡ଼ ଠକେଇ ହୋଇଛି। କମିଶନରେଟ ପୋଲିସର ବିଭିନ୍ନ ଥାନାରେ ଅଭିଯୋଗର ଲମ୍ବା...

ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର

ଧାମନଗର, ୧୭।୧୨(ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଅଞ୍ଚଳରେ ଜଣେ ତୃତୀୟ ଶ୍ରେଣୀର ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ସୋମବାର ଅପରାହ୍ନରେ ଏକ ବିଦ୍ୟାଳୟ ପଛପଟରେ...

ଏମ୍‌କେସିଜିରେ ଅଘଟଣ: ଲେବର୍‌ ରୁମ୍‌କୁ ଛାଡ଼ିବାକୁ ମନା କରିବାରୁ ଡାକ୍ତରଙ୍କ କାନ କାମୁଡ଼ି ଛିଡାଇଲେ ରୋଗୀଙ୍କ ସମ୍ପର୍କୀୟ

ବ୍ରହ୍ମପୁର ଅଫିସ, ୧୦।୫- ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲରେ ରବିବାର ଏକ ଅଘଟଣ ଘଟିଛି। ଜଣେ ରୋଗୀ ସମ୍ପର୍କୀୟ କାର୍ଯ୍ୟରତ ଡାକ୍ତରଙ୍କ କାନ କାମୁଡି...

କଟକ ଡବଲ ମର୍ଡରକୁ ବିତିଲା ୪୮ ଘଣ୍ଟା: ଅଭିଯୁକ୍ତଙ୍କ ପତ୍ତା ପାଉନି ପୋଲିସ

କଟକ ଅଫିସ, ୧୫।୧୨: କଟକ ବେଲେଶ୍ୱର ନ୍ୟୁ କଲୋନୀ ବୃଦ୍ଧ ଦମ୍ପତିଙ୍କ ହତ୍ୟା ଘଟଣାକୁ ୪୮ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହୋଇଛି।...

Coronavirus Update


Archives

Model This Week

Why Dharitri