Posted inଜାତୀୟ

ସମୟାନୁବର୍ତ୍ତିତାରେ ଭାରତୀୟ ରେଳ ପଛୁଆ: ଆର୍‌ଟିଆଇ ରିପୋର୍ଟ

ନୂଆଦିଲ୍ଲୀ,୧୯।୧୦: ଭାରତୀୟ ରେଳ ବିଭାଗ ପକ୍ଷରୁ ଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ତେବେ ସମୟାନୁବର୍ତ୍ତିତାରେ ଏହା ପଛୁଆ ରହିଥିବା ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ଅନ୍ତର୍ଗତ ମିଳିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ପାସେଞ୍ଜର ଟ୍ରେନ୍‌ ଗୁଡ଼ିକ ମଧ୍ୟରୁ ୩୩ ପ୍ରତିଶତ ଏବଂ ମାଲବାହୀ ଟ୍ରେନ୍‌ ଗୁଡ଼ିକ ମଧ୍ୟରୁ ୩୧ ପ୍ରତିଶତ ସମୟାନୁବର୍ତ୍ତିତାରେ ପଛୁଆ ରହିଛନ୍ତି। ମଧ୍ୟପ୍ରଦେଶ ନିମଚ ଜିଲାର ଆର୍‌ଟିଆଇ କାର୍ଯ୍ୟକର୍ତ୍ତା ଚନ୍ଦ୍ରଶେଖର ଗୌଡ଼ ଭାରତୀୟ ରେଳର ସମୟାନୁବର୍ତ୍ତିତା ନେଇ ରେଳ ମନ୍ତ୍ରଣାଳଠାରୁ ରିପୋର୍ଟ ପାଇଁ ଆବେଦନ କରିଥିଲେ। ମନ୍ତ୍ରଣାଳ ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି ଯେ, ଏକ୍ସପ୍ରେସ୍‌, ମାଲବାହୀ ଟ୍ରେନ୍‌, ପାସେଞ୍ଜର, ରାଜଧାନୀ, ଶତାବ୍ଦୀ, ଗରିବରଥ ଆଦି କୌଣସି ଟ୍ରେନ୍‌ ସମୟାନୁବର୍ତ୍ତିତାକୁ ମାନୁ ନାହାଁନ୍ତି। ୨୦୧୬-୧୭ରେ ମାଲବାହୀ-ପାସେଞ୍ଜର ଟ୍ରେନ୍‌ ମଧ୍ୟରୁ ୭୬.୫୩ ପ୍ରତିଶତ ଠିକ୍‌ ସମୟରେ ଯିବା ଆସିବା କରିଥିବାବେଳେ ୨୦୧୭-୧୮ରେ ୭୨.୬୬ ପ୍ରତିଶତ ଏବଂ ୨୦୧୮-୧୯ରେ ୬୭.୫ ପ୍ରତିଶତ ଟ୍ରେନ୍‌ର ଯିବା ଆସିବା ସମୟ ଠିକ୍‌ ଥିଲା ବୋଲି ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପୂର୍ଣ୍ଣ ଟିକା ନେଇଥିବା ୨୫ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ କରୋନା ସଂକ୍ରମିତ: ସର୍ଭେ

ନୂଆଦିଲ୍ଲୀ,୩୧ ।୮: ରାଜଧାନୀ ଦିଲ୍ଲୀର ଏକ ହସ୍ପିଟାଲରେ ସମ୍ପୂର୍ଣ୍ଣ ଭାବେ ଟିକା ନେଇଥିବା ୨୫ ପ୍ରତିଶତ ଲୋକ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି ।...

ରାତିସାରା ବାପ-ପୁଅଙ୍କୁ ଲାଠିମାଡ଼ ହୋଇଥିଲା

ମଦୁରାଇ,୧।୭: ମଦୁରାଇର ସଥକୁଲମ୍‌ ହାଜତରେ ବାପ-ପୁଅଙ୍କ ମୃତ୍ୟୁକୁ ନେଇ ବିବାଦ ଦେଖାଦେଇଥିବା ବେଳେ ମହିଳା ହେଡ୍‌ କନ୍‌ଷ୍ଟେବଳ କୋଭିଲପଟ୍ଟି ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ ଆଗରେ ସବୁ...

ଗରିବଙ୍କୁ ରାଶନ କାର୍ଡ ଦିଅ

ନୂଆଦିଲ୍ଲୀ, ୪।୬(ପି.ଟି.): ସମାଜର ଆର୍ଥତ୍କ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅଧୀନକୁ ଆଣିବା ଲାଗି କେନ୍ଦ୍ର ସରକାର...

ମହାରାଷ୍ଟ୍ରରେ ୨୪ ଘଣ୍ଟାରେ ୧୩୧ କରୋନା ଯୋଦ୍ଧା ସଂକ୍ରମିତ

ମୁମ୍ବାଇ,୨୮।୫: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେଳକୁ ବେଳ ସଙ୍ଗିନ ହେବାରେ ଲାଗିଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୧ ଜଣ ପୋଲିସ କରୋନାରେ ସଂକ୍ରମିତ...

୪ କରୋନା ପ୍ରତିଷେଧକ ଟୀକାର ପରୀକ୍ଷା ଖୁବ୍‌ ଶୀଘ୍ର ହେବ ଆରମ୍ଭ: ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ,୨୪।୫: କରୋନା ସଂକ୍ରମଣ ନେଇ ଭାରତରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ତେବେ ଇତିମଧ୍ୟରେ ଦେଶରେ ୪ କରୋନା ପ୍ରତିଷେଧକ ଟୀକାର କ୍ଲିନିକାଲ ପରୀକ୍ଷା ଖୁବ୍‌ ଶୀଘ୍ର...

ଭାରତ-ଆମେରିକା ରୁଟ୍‌ରେ ହ୍ରାସ ପାଇଛି ୫୦୦ ବିମାନ ସିଟ୍‌

ନୂଆଦିଲ୍ଲୀ,୧୦ା୩: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମଗ୍ର ବିଶ୍ୱରେ ପ୍ରଭାବ ପକାଇଛି। ଯୁଦ୍ଧର ଭୟାବହତା ଶୀଘ୍ର ହେଉ କିମ୍ବା ବିଳମ୍ବରେ ସମସ୍ତ ଦେଶକୁ ପ୍ରଭାବିତ କରିବ।...

ଭାଇ-ଭାଉଜଙ୍କୁ ହତ୍ୟା କରିବା ପରେ କାଟିଦେଲେ ବର୍ଷକର ପୁତୁରାଙ୍କ ଗୋଡ଼, ହାତ

ଭାଡୋଇ, ୨୫।୫: ପାରିବାରିକ କଳହ ଯୋଗୁ ଜଣେ ବ୍ୟକ୍ତି ତାଙ୍କ ବଡ଼ ଭାଇ ଓ ଭାଉଜଙ୍କୁ ହତ୍ୟା କରିବା ପରେ ବର୍ଷକର ପୁତୁରାଙ୍କ ଗୋଡ଼ ଓ...

କମ୍ପାନୀରେ ନିଯୁକ୍ତି ପାଇଁ ରୋବୋ ନେଉଛି ଇଣ୍ଟରଭ୍ୟୁ

ନୂଆଦିଲ୍ଲୀ,୪।୬: କମ୍ପାନୀରେ ନିଯୁକ୍ତି ପାଇଁ ଏବେ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଛି। ଏବେ ପ୍ରାର୍ଥୀଙ୍କ ଚୟନ ପାଇଁ ମନୁଷ୍ୟ ନୁହେଁ ରୋବୋ ନେଉଛି ଇଣ୍ଟରଭ୍ୟୁ। ଭିଡିଓ...

Advertisement
Archives

Model This Week